Advertisment

୩୦ ବର୍ଷ ଧରି ବିଶାଳ ଜଙ୍ଗଲକୁ ଜଗିଛନ୍ତି ପଦ୍ମିନୀ

ପାଖାପାଖି ୧୦୦ ହେକ୍ଟର ଜଙ୍ଗଲ ଏବେ ପଦ୍ମିନୀଙ୍କ ପାଇଁ ସୁରକ୍ଷିତ।

author-image
Chandan Shishu
ଅଦ୍ୟତନ ହୋଇଛି
Meet Padmini Majhi, The Messiah Of Nuapada Jungle

Padmini Majhi

ଦିଗନ୍ତ ବିସ୍ତାରୀ ଘଞ୍ଚ ଅରଣ୍ୟ। ଯୁଆଡେ ଆଖିବୁଲାଇବେ ସିଆଡେ ବିଶାଳକାୟ ଦୁର୍ମ ଏ ଜଙ୍ଗଲରେ ଭରି ରହିଛି ବହୁ ମୂଲ୍ୟବାନ ଗଛଲତା… ଶାଳ ପିଆଶାଳ, ଶିଶୁ, ସାଗୁଆନରୁ ଆରମ୍ଭ କରି ବହୁ ଔଷଧୀୟ ବୃକ୍ଷ ଏ ଜଙ୍ଗଲରେ ଭର୍ତ୍ତି। ଆଉ ଏ ଜଙ୍ଗଲକୁ ଯିଏ ଜୀବନ ସାରା ଜଗିରହିଛି ସେ ହେଉଛନ୍ତି ପଦ୍ମିନୀ ମାଝି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଭରୁଆମୁଣ୍ଡା ବୀରସିଂପଡା ଗାଁର ଆଦିବାସୀ ମହିଳା ପଦ୍ମିନୀ।

Advertisment

ପଦ୍ମିନୀଙ୍କ ଗାଁକୁ ଲାଗିରହିଛି ଏ ତନ୍ଦୁଳ B ଜଙ୍ଗଲ। ପିଲାଟି ଦିନରୁ ପଦ୍ମିନୀ ଏଇ ଜଙ୍ଗଲରେ ହିଁ ବଢ଼ିଛନ୍ତି। ସେ ବୁଝିଛନ୍ତି ଜଙ୍ଗଲର ମହତ୍ୱ। ଜାଣିଛନ୍ତି ଏ ଜଙ୍ଗଲ ହିଁ ଅମୂଲ୍ୟ ସମ୍ପଦ। ଏ ଜଙ୍ଗଲ ବଞ୍ଚିଲେ ଆମ ଜୀବନ ବଞ୍ଚିବ। ବର୍ଷା, ବସନ୍ତ, ବୈଶାଖ ସବୁ ଏ ଜଙ୍ଗଲ ଦେବ। ଆଉ ଜଙ୍ଗଲ ନଷ୍ଟ ହେଲେ ସବୁ ଛାରଖାର୍ ହୋଇଯିବ। ସେଇଥି ପାଇଁ ଦୀର୍ଘ ୩୦ ବର୍ଷ ଧରି କାନ୍ଧରେ କୁରାଢ଼ି ପକାଇ ଦିନ ରାତି ଏମିତି ଜଙ୍ଗଲରେ ପଇନ୍ତରା ମାରୁଛନ୍ତି ପଦ୍ମିନୀ।

ଅଧିକ ପଢ଼ନ୍ତୁ: କାମକୁ ମିଳିଲା ସମ୍ମାନ; ବନରକ୍ଷୀଙ୍କ ନାଁରେ ହେଲା ଜଙ୍ଗଲର ନାଁ

ପାଖାପାଖି ୧୦୦ ହେକ୍ଟର ଜଙ୍ଗଲ ଏବେ ପଦ୍ମିନୀଙ୍କ ପାଇଁ ସୁରକ୍ଷିତ। ପଦ୍ମିନୀଙ୍କୁ ସରକାର ଚିହ୍ନିନାହିଁ। ତାଙ୍କୁ କୌଣସି ବୈଧାନିକ ଦାୟିତ୍ୱ ଦେଇ ନାହିଁ। ବନ ବିଭାଗରୁ କୌଣସି ପ୍ରୋତ୍ସାହନ ମଧ୍ୟ ମିଳିନାହିଁ। କିନ୍ତୁ ସ୍ଥାନୀୟ ଲୋକଙ୍କ ଭାଷାରେ ୬୫ ବର୍ଷିୟ ପଦ୍ମିନୀ ମାଝି ଏକା ଏକା ଏ ଜଙ୍ଗଲର ରାଣୀ ସବୁଜ ସେନାନୀ।ଆଗରୁ ଦୁର୍ବୃତ୍ତମାନେ ଏ ଜଙ୍ଗଲରୁ ମୂଲ୍ୟବାନ କାଠ ସବୁ କାଟି ନେଉ ଥିଲେ। ଏବେ କିନ୍ତୁ ତାହା ଆଉ ନାହିଁ। ପଦ୍ମିନୀଙ୍କ ସାଧନା ଏ ଜଙ୍ଗଲକୁ ସୁରକ୍ଷିତ ରଖିଛି।ଗଛଟିଏ ଲଗାଇବା ହୁଏତ ସହଜ, ହେଲେ ଗଛଟିଏ ପାଳିବା ସହଜ ନୁହେଁ ଜମା। ଆଉ ଏତେ ବଡ଼ ଜଙ୍ଗଲକୁ ଅକ୍ଷତ ରଖିବା ଏକ କର୍ମ ନୁହେଁ ସାଧନା।

Advertisment

(ନୂଆପଡ଼ାରୁ ମାୟାଧର ସରାଫଙ୍କ ରିପୋର୍ଟ)

Special Story
Advertisment
Advertisment