• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Protest

protest
ଅଷ୍ଟ୍ରେଲିଆରେ କରୋନା କାୟା, ଲକଡାଉନ୍ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ଜନତା

କୋଭିଡ ସଂକ୍ରମଣ ବଢିବା ଯୋଗୁଁ ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଅନେକ ସହରରେ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ କାମକୁ ଯିବା ପାଇଁ ସରକାରଙ୍କ ପକ୍ଷରୁ ମନା କରାଯାଇଛି । ଦୁଇ ଡୋଜ୍ ଟିକାକରଣ ପରେ ମଧ୍ୟ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିନାହିଁ । ଏନେଇ କମ୍ପାନୀଗୁଡ଼ିକର ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

water problem
ଅନୁଗୁଳରେ ପାଣି ସମସ୍ୟା

ଅନୁଗୁଳ : ପାଣି ପାଇଁ ପୋଲିସ ସହ ଧସ୍ତାଧସ୍ତି। ଏପରିକି ପୋଲିସକୁ ଗାଳି ଗୁଳଜ କରିଛନ୍ତି ସ୍ଥାନୀୟଲୋକେ। ଆଜି ଏପରିକି କିଛି ପରିସ୍ଥିତି ସୃଷ୍ଟି ହୋଇଛି ଅନୁଗୁଳ ଗିରାଙ୍ଗ ପଞ୍ଚାୟତରେ। ସ୍ଥାନୀୟ ଲୋକେ ପାଇପ୍ ଯୋଗେ ପାଣି ପାଇଁ ରାସ୍ତାରୋକ କରିଥିଲେ। ତେବେ ଏହାକୁ ହଟାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ଲୋକଙ୍କୁ ରାସ୍ତାରୋକରୁ ହଟାଇବା ପାଇଁ ପ୍ରୟାସ କରିଥିବା ବେଳେ ଆନ୍ଦୋଳନରତ ଲୋକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

acid-1
ଏସିଡ୍ ପୀଡ଼ିତାଙ୍କ ଥଇଥାନ ଦାବି

ଭୁବନେଶ୍ୱର : ଏସିଡ୍ ଆକ୍ରମଣର ପୀଡ଼ିତାଙ୍କ ଥଇଥାନ ଓ ସରକାରୀ ଚାକିରିରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବିରେ ଲୋୟର ପିଏମ୍‌ଜିରେ ଧାରଣା। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ସୋସିଏଲ୍ ଡେଭେଲପମେଣ୍ଟ ଓ ଏସିଡ୍ ଆକ୍ରମଣର ପୀଡ଼ିତାଙ୍କୁ ନେଇ ଗଠିତ ଓଡ଼ିଶା ଚାପ୍ଟର ପକ୍ଷରୁ ଏହି ଧାରଣା ଦିଆଯାଇଛି। ସୂଚନା ଅନୁସାରେ ଓଡ଼ିଶାରେ ୫୨ ଜଣ ଏସିଡ୍ ଆକ୍ରମଣର ପୀଡ଼ିତା ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସରକାରୀ ସାହାଯ୍ୟ ମିଳିନାହିଁ। ୨୦୧୩ର ଏକ ଆଇନ ଅନୁସାରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ […]