ବିଏମସି ଅଫିସ୍ ଆସି ବି ଖୋଜାଖୋଜି କରିଛନ୍ତି। ହେଲେ କାହାଠୁ କୌଣସି ସନ୍ତୋଷଜନକ ଉତ୍ତର ପାଇନାହାନ୍ତି।
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ । ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ । ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।
ବ୍ୟାପକ ଅନିୟମିତତା ଅଭିଯୋଗ କଲେ ଅଶାୟୀ । କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇନଥିବା ଅଭିଯୋଗ ।
ବୁଝାସୁଝା ପରେ ଆନ୍ଦୋଳନ ଥମୁଥିଲା କିଛି କ୍ଷଣ ପରେ ପୁଣି ତେଜୁଥିଲା ।
ଦିନକୁ ଦିନ ଜୋର ଧରୁଛି ବ୍ରହ୍ମପୁର ମହାନଗର ନିଗମକୁ ପୂର୍ଣ୍ଣାଙ୍ଗ କରିବା ଦାବି । ଆଖପାଖ ପଞ୍ଚାୟତକୁ ମିଶ୍ରଣ କରି ବ୍ରହ୍ମପୁର ମହାନଗର ନିଗମରେ ମିଶାଇବା ନେଇ ୧୫ ବର୍ଷ ପୂର୍ବେ ନୋଟିଫିକେସନ ହୋଇଥିଲା । ହେଲେ ଆଜି ଯାଏଁ କୌଣସି ମିଶ୍ରଣ ହୋଇନି ।
ଯେକୌଣସି ଋତୁରେ , ପାହାଡିଆ ରାସ୍ତାରେ ଚାଲିବ ଯାନ । ଗାଡ଼ିରେ ଖଞ୍ଜାଯାଇଛି ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ।
ଭୁବନେଶ୍ବର ବୁଦ୍ଧେଶ୍ବରୀ କଲୋନିରେ ବିରୋଧ ଓ ଅଟକ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣ ଛାଡ଼ିଛନ୍ତି ଅପରାଜିତା ।
ହାତ ଟେକି ବସିଛନ୍ତି କର୍ତ୍ତୃପକ୍ଷ । ସମାଧାନର ବାଟ ବାହାରି ପାରୁ ନ ଥିବା ବେଳେ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।
ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଦେଲେ ଧାରଣା ।
ରାଜସ୍ବ ଜମିପଟ୍ଟା ପ୍ରଦାନ ଦାବିରେ ତେଜିଲା ଆନ୍ଦୋଳନ । ଜଙ୍ଗଲ ଜମିର ରାଜସ୍ୱ ଜମିପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଏମସି କାର୍ଯ୍ୟାଳୟ ଯାଏଁ ପ୍ରତିବାଦ ଶୋଭାଯାତ୍ରା।
ପୁଅକୁ କାଖରେ ଧରି ପ୍ରେମିକ ଘର ଆଗରେ ମୁଣ୍ତ ଗୁଞ୍ଜିବା ପାଇଁ ନିଜ ହକ୍ ମାଗୁଛନ୍ତି ରୀନା। କିନ୍ତୁ ପ୍ରେମିକରୁ ସ୍ୱାମୀ ବନିଥିବା ହୀନ ସେଠୀ ରୀନାକୁ ଛାଡି ଫେରାର।
ଅନ୍ଲାଇନ୍ ବାଇକ୍ ସର୍ଭିସ ବିରୋଧରେ ପରିବହନ ବିଭାଗର ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ବାଇକ୍ ସର୍ଭିସ କର୍ମଚାରୀ। ସରକାର ସ୍ୱଳ୍ପ ବେତନ ପାଉଥିବା ବାଇକରଙ୍କ ପ୍ରତି କଠୋର ହୋଇଥିବା ଅଭିଯୋଗ କରିଛନ୍ତି।
୧୦ ମାସ ବଦଳରେ ୧୨ ମାସ ଦରମା ପ୍ରଦାନ, ବକେୟା ରାଶି ପ୍ରଦାନ, ୬୦ ବର୍ଷ ପରେ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ଦାବି କରଛନ୍ତି ପାଚିକା ।
ଅଂଶୁମାନ ମହାନ୍ତିଙ୍କ ସହ ବିଡିଓଙ୍କୁ ଘେରିଲେ ଶତାଧିକ କଂଗ୍ରେସ କର୍ମୀ । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାନଗଲେ ଆନ୍ଦୋଳନ ଧମକ ।
କାହାର ୧୦ ବର୍ଷର ପୁରୁଣା ତ କାହାର ନବୀନ ସରକାର କ୍ଷମତାକୁ ଆସିବା ଠାରୁ । ହେଲେ ଏ ଯାଏଁ ସମାଧାନ ଶୂନ ।
ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ ।
ଇଞ୍ଜିନିୟର ମାନେ ଏକ ଅଭିନବ ଢ଼ଙ୍ଗରେ ନିଜର ପ୍ରତିବାଦ ଜଣାଇଛନ୍ତି । ଆଉ ସରକାରଙ୍କୁ ପାଟି ନଖୋଲି ବଡ଼ ସମାଲୋଚନା କରିଛନ୍ତି ।
ଯାଜପୁରରେ 5T ସଚିବ ଭି କେ ପାଣ୍ଡିଆନଙ୍କୁ ପୁଣି ଜୋରଦାର୍ ବିରୋଧ
ଆନ୍ଦୋଳନ କରି ହକ୍ ମାଗିଲେ ଆଉଟସୋର୍ସିଂ କର୍ମଚାରୀ । ୧୦ ଦଫା ଦାବିରେ ଆନ୍ଦୋଳନ, ଶିକ୍ଷକ ଓ ଅଧ୍ୟାପକ ବି ଦାବି ନେଇ ଗର୍ଜିଲେ ।
ଗ୍ରେଡ୍ ପେ ବୃଦ୍ଧି ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୁହ ଛୁଟିରେ ରାଜ୍ୟ ଅମଲା ମଞ୍ଚ...୩୦ ଜିଲ୍ଲାର ସରକାରୀ ଦପ୍ତରରେ କାମ ଠପ୍, ଧାରଣାରେ ୫୦ ହଜାର ଅମଲା...ସରକାର ଆଲୋଚନାକୁ ଆସୁନଥିବାରୁ ଆଗକୁ ଆନ୍ଦୋଳନ ଉଗ୍ର ହେବା ଆଶଙ୍କା...
ଗଞ୍ଜାମ ଖେମୁଣ୍ଡିଖୋଲରୁ ଆସିଥିବା ବନବାସୀ ନରସିଂହ ମଣ୍ଡଳ । ଧର୍ମ ପରିବର୍ତ୍ତନ ପରେ ବି ଜନଜାତି କୋଟାର ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ନରସିଂହ ।
୩ ମାସ ଲାଗି ଆନ୍ଦୋଳନକୁ ସ୍ଥଗିତ ରଖି ଡ୍ରାଇଭର ମହାସଂଘର ଚେତାବନୀ । ‘ଦାବି ପୂରଣ ନହେଲେ ୯୧ ଦିନରେ ନବୀନ ନିବାସ ସାମ୍ନାରେ ଆତ୍ମାହୁତି’ ।
୧୦ ଦଫା ଦାବିରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଧର୍ମଘଟ ନିଷ୍ପତ୍ତିରେ ଅଟଳ ଓଡ଼ିଶା ଡ୍ରାଇଭର ସଂଘ ।