• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟରେ ୫ ଜିଲ୍ଲାରେ ସଂକ୍ରମଣ କମୁନି ।

  • କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ସ୍ଥିତି ଭୟଙ୍କର ।

  • ଲାମ୍ବାଡ଼ା ଓ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ୩ୟ ଲହରର କାରଣ ହୋଇପାରେ ।

ନୂଆଦିଲ୍ଲୀ: ରାଜ୍ୟରେ ୫ ଜିଲ୍ଲାରେ ସଂକ୍ରମଣ କମୁନି । କଟକ, ଖୋର୍ଦ୍ଧା, ଯାଜପୁର, ମୟୁରଭଞ୍ଜ, ପୁରୀ ଭଳି ଜିଲ୍ଲାରେ ସଂକ୍ରମଣ କମିବାର ନାଁ  ଧରୁନି । ଲାମ୍ବାଡ଼ା ଓ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ୩ୟ ଲହରର କାରଣ ହୋଇପାରେ । ହେଲେ ଲାମ୍ବାଡ଼ା ଭେରିଏଣ୍ଟ ନେଇ ବର୍ତ୍ତମାନ ସ୍ଥିତିରେ ବିସ୍ତୁତ ଅନୁଧ୍ୟାନ ହୋଇନାହିଁ । ଲାମ୍ବାଡ଼ା ୟୁକେରେ ଦେଖାଯାଇଛି, ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ୩ୟ ଲହରକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ରଖିଛନ୍ତି ଏଭଳି ପ୍ରତିକ୍ରିୟା ।

ସେ ଆହୁରି କହିଛନ୍ତି, ଯେହେତୁ ବର୍ତ୍ତମାନ ୟୁକେରେ ଏହା ଦେଖା ଗଲାଣି, ଆଉ ୟୁକେରୁ ଭାରତକୁ ଅଧିକ ଲୋକ ଯାତାୟାତ କରୁଛନ୍ତି । ତେଣୁ ଏହା ଉପରେ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ । କୋଭିଡ ଗାଇଡ୍‌ଲାଇନ୍‌ କଡାକଡି ଭାବେ ଅନୁପାଳନ କରିବାର ଆବଶ୍ୟକତା ରହିଛି ବୋଲି ନିରଜ ମିଶ୍ର କହିଛନ୍ତି ।

ସେପଟେ ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ ଲାଗି ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଦୁଇଜଣିଆ ଟିମ୍ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦେଇଛି । ଏଥିରେ ରାଜ୍ୟରେ କରୋନା ସ୍ଥିତିରେ କିଭଳି ଉନ୍ନତି ଆସିବ ସେ ନେଇ ପରାମର୍ଶ ଦିଆଯାଇଥିବା ସୂଚନା ମିଳିଛି । କେନ୍ଦ୍ରୀୟ ଟିମରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ହାଇଜିନ୍ ଆଣ୍ଡ ପବ୍ଲିକ ହେଲ୍‌ଥର ବିଶେଷଜ୍ଞ ଓ ଭୁବନେଶ୍ୱର ଏମ୍‌ସର ପ୍ରଫେସର ସାମିଲ ଥିଲେ । ଗସ୍ତ ଅବସରରେ ଟିମ୍ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ସେପଟେ, ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ଖସୁଛି । ଗତ ମାସ ୧୫ ତାରିଖ ପର ଠାରୁ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୨୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୨୮୨ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୩୧୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୯୬୭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି । ପାଖାପାଖି ୯ ଦିନ ହେବ ୨ ହଜାର ଉପରେ ରହିଛି ସଂକ୍ରମଣ ।