• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପବିତ୍ର ରଥଯାତ୍ରାରେ ବିଜେଡିର ନୂଆ ଦଳୀୟ କାର୍ଯ୍ୟାଳୟର ଭୂମିପୂଜା ।
     

  • ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଛନ୍ତି ।

     

  • ଏହା ପଛରେ ଭବିଷ୍ୟତ ରାଜନୀତିର ଯୋଜନା ଥିବା କୁହଯାଉଛି ।

ଭୁବନେଶ୍ୱର: ପବିତ୍ର ରଥଯାତ୍ରାରେ ବିଜେଡିର ନୂଆ ଦଳୀୟ କାର୍ଯ୍ୟାଳୟର ଭୂମିପୂଜା । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଛନ୍ତି । ତେବେ ଦୁଇ ଦଶନ୍ଧି ଧରି ବିଜେଡି କ୍ଷମତାରେ ଥିଲେ ମଧ୍ୟ ହଠାତ୍ କାହିଁକି ନୂଆ କାର୍ଯ୍ୟାଳୟ ନିର୍ମାଣ ଲାଗି ମନ ବଳାଇଲା ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହା ପଛରେ ଭବିଷ୍ୟତ ରାଜନୀତିର ଯୋଜନା ଥିବା କୁହଯାଉଛି ।

ବିଜେଡି ନୂଆ କାର୍ଯ୍ୟାଳୟ ନିର୍ମାଣ ଲାଗି ପୂଜାର୍ଚ୍ଚନା ବେଳେ ଉପସ୍ଥିତ ଥିଳେ ଦଳର ବରିଷ୍ଠ ନେତା । ପୁରୁଣା କାର୍ଯ୍ୟାଳୟ ସ୍ଥାନରେ ନୂଆ କାର୍ଯ୍ୟାଳୟ ନିର୍ମାଣ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ପବିତ୍ର ରଥଯାତ୍ର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏଥିପାଇଁ ଭୂମିପୂଜା କରିଛନ୍ତି । ପୁରୁଣା କାର୍ଯ୍ୟାଳୟ ନିକଟରେ ଥିବା V2/1 ଓ V2/2 ସରକାରୀ କ୍ୱାର୍ଟରକୁ ଭାଙ୍ଗି ନୂଆ କାର୍ଯ୍ୟାଳୟକୁ ବଡ଼ ଆକାରରେ ନିର୍ମାଣ କରାଯିବ । ମିଳିଥିବା ସୂଚନା ଅନୁଯାୟୀ ଏହା ୪ ମହଲା ବିଶିଷ୍ଟ ଅଟ୍ଟାଳିକା ହେବ । ଏଥିରେ କର୍ମୀମାନଙ୍କ ପାଇଁ ବୈଠକ ଖାନା, କନଫରନେସ୍ ହଲ, ସଭାପତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ଓ ଛାମୁଆ ସଙ୍ଗଠନ ପାଇଁ ସ୍ୱତନ୍ତ୍ର କଠୋରୀ ଓ ଗଣମାଧ୍ୟମ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ନୂଆ କାର୍ଯ୍ୟାଳୟରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେବ । ଦଳୀୟ କାର୍ଯ୍ୟାଳୟ ହୋଇଥିଲେ ମଧ୍ୟ ଏହା ରାଜ୍ୟବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ସେହିପରି ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟ ନିର୍ମାଣ ନେଇ ମଧ୍ୟ ଦଳ ଯୋଜନା ରଖିଛି ବିଜେଡି ।

ଦଳୀୟ କାର୍ଯ୍ୟାଳୟ ନିର୍ମାଣରେ ବିଜେପି ବି ପଛରେ ନାହିଁ । ୮ ଜିଲ୍ଲାରେ ବିଜେପି ଏହାର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ଶେଷ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରେ କାମ ଚାଲିଛି । ସେହିପରି ଭୁବନେଶ୍ୱର ଦଳୀୟ ମୁଖ୍ୟାଳୟର ବି ନବ କଳେବର କରାଯିବ । 4R2/1 ଓ 4R 2/2 ସରକାରୀ ବାସଭବନକୁ ଭାଙ୍ଗି ଦଳୀୟ କାର୍ଯ୍ୟାଳୟର ସଂପ୍ରସାରଣ ହେବ । ପାର୍କିଂ ସହ ଏଠାରେ ଅନ୍ୟାନ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ସଭା, ସମିତି ସାଙ୍ଗକୁ ଅନ୍ୟାନ୍ୟ ରାଜନୈତିକ କାର୍ଯ୍ୟକ୍ରମ ଲାଗି ଏଠାରେ ସ୍ୱତନ୍ତ୍ର କୋଠରୀ ଓ ହଲ୍‌ ଆଦି ନିର୍ମାଣ କରାଯିବ । 

୨୦ ବର୍ଷରୁ ଅଧିକ କାଳ କ୍ଷମତାରେ ଥିଲେ ମଧ୍ୟ ବିଜେଡି କାହିଁକି ହଠାତ୍ ନୂଆ କାର୍ଯ୍ୟାଳୟ ନିର୍ମାଣ ଲାଗି ନିଷ୍ପତ୍ତି ନେଲା ? ଭବିଷ୍ୟତର ରାଜନୀତିକୁ ଦୃଷ୍ଟିରେ ରଖି ଦଳ ଏଭଳି ନିଷ୍ପତ୍ତି ନେଇଛି ନା ବିଜେପି ସହ ପ୍ରତିଯୋଗିତାରେ ନିଷ୍ପତ୍ତି ତାକୁ ନେଇ ଚର୍ଚ୍ଚା । ତେବେ ଦୀର୍ଘ ସମୟ ଧରି ରାଜ୍ୟ ରାଜନୀତିରେ ତିଷ୍ଠି ରହିବା ଲାଗି ବିଜେପି-ବିଜେଡିି ପ୍ରୟାସ କରୁଥିବା ଏଥିରୁ ସଙ୍କେତ ବି ମିଳୁଛି ।