ମୋତେ ଡାକ୍ତର ପାଖକୁ ନିଅ ନହେଲେ ମୋତେ ମାରିଦିଅ। ସାପ କାମୁଡାରେ ଜ୍ୱାଳାରେ ଛଟପଟ ହେଉଥିବା ୯ ବର୍ଷର କୁନି ଝିଅ ମଞ୍ଜୁଳାର ଯନ୍ତ୍ରଣା ଭରା କାନ୍ଦଣା ସବୁଆଡେ ବେଶ ଚର୍ଚ୍ଚା ହୋଇଥିଲା। ନବରଙ୍ଗପୁର ଅଞ୍ଚଳର ମଞ୍ଜୁଳାର ଡାହାଣ ପଟ ହାତଟି ସମ୍ପୂର୍ଣ୍ଣ ପଚି ଯାଇଥିବା ଅବସ୍ଥାରେ ଶେଷରେ ବିଳମ୍ବରେ କଟକ ବଡ଼ ମେଡ଼ିକାଲ ଆସିଥିଲା।
କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ।ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି।
ବୁର୍ଲାରୁ ଆଉ ଏକ ଆମ୍ବୁଲାନସ ଅଧଘଣ୍ଟା ବିଳମ୍ବରେ ପହଞ୍ଚିବା ଭିତରେ ଆମ୍ବୁଲାନସ ଭିତରେ ହିଁ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ସ୍ୱାମୀ। ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ନିଶ୍ଚୟ ବଞ୍ଚିଥାନ୍ତେ ବୋଲି ସେ କହିଛନ୍ତି।
ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
ଉଚିତ୍ ମୂଲ୍ୟାୟନ ଦାବିରେ ହାତ କାଟିଲେ ଛାତ୍ରୀ। ଭୁବନେଶ୍ୱର CHSE ଅଫିସ୍ ସାମ୍ନାରେ ଆଜି କିଛି ଏଭଳି ଘଟଣା ଘଟିଛି। ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର। ତାଙ୍କ ନାଁ ନନ୍ଦୀନି ବେହେରା। ମୂଲ୍ୟାୟନକୁ ନେଇ ଅସନ୍ତୋଷ ଥିବା ଛାତ୍ରୀ ଆଜି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।
ସତେ ଯେମିତି ଡ୍ରେନ୍ ମୁକୁଳା ରଖିବା ହେଉଛି ସହର ଯୋଜନାର ଅଂଶବିଶେଷ! ଆଉ ପ୍ରତି ବର୍ଷ ମରାମତି ଆଳରେ ଡ୍ରେନରେ ଲକ୍ଷଲକ୍ଷ ଟଙ୍କା ଭସେଇଦେବା ମଧ୍ୟ ବିଏମସିର ଏକ ସେବା!
ଇଟା, ପଥର ବାଲି ଏବଂ ସିମେଣ୍ଟରେ ତିଆରି ଘରେ ସମସ୍ତେ ରହୁଛନ୍ତି କିନ୍ତୁ ଆପଣ କେବେ ଭାବିଛନ୍ତି କି ଫାଇବରରେ ମଧ୍ୟ ଘର ର୍ନିମାଣ ହୋଇପାରିବ ଏବଂ ମଣିଷ ସେହି ଘରେ ରହିପାରିବ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଘରଟି ମୁଭେବୁଲ ଅର୍ଥାତ୍ କୌଣସି ଏକ ଟ୍ରକରେ ଘରଟିକୁ ନେଇ ଅନ୍ୟ ସ୍ଥାନରେ ରଖିହେବ ।
ପଞ୍ଚସଖା ନଗର ପାଖ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଛାତ୍ର ଭାସିଯିବା ଘଟଣାରେ ଖୋଜାଖୋଜି ବେଳେ ଏହି ମୃତଦେହ ମିଳିଛି । ବର୍ତ୍ତମାନ ମୃତଦେହକୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି । ମୃତଦେହଟିକୁ ଏମ୍ସ ଅଭିମୁଖେ ନିଆଯାଉଥିବା ସୂଚନା ମିଳିଛି । ସେପଟେ ମୃତଦେହ ଚିହ୍ନଟ ପାଇଁ ଏମ୍ସ ଯାଉଛନ୍ତି ନିକଟ ସମ୍ପର୍କୀୟ । ଉଦ୍ଧାର ମୃତଦେହରେ କ୍ଷତ ଚିହ୍ନ ଥିବା କହିଲେ ଉଦ୍ଧାରକାରୀ ଦଳ ।
କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି ।
ଗତ ୧୬ ତାରିଖରେ ଗାଇସିଲେଟ୍ ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଧମକ ଚମକ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଆଜି ମାମଲା ରୁଜୁ ହୋଇଥିବାବେଳେ ବରଗଡ଼ ଏସ୍ପି ରାହୁଲ ଜୈନ କହିଛନ୍ତି, ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯାଉଛି।
ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ ଏଥର କଟକଣା ଥିବାରୁ ଫୋକସରେ ରହିଛି ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଓ କର୍ମୀ ସମ୍ମିଳନୀ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗୁଲାପଡା ମହାନଦୀର ବଢି ପାଣିରେ ନଷ୍ଟ ହୋଇଯାଇଛି ଏକର ଏକର ଧାନ ଚାଷ ସହ ପରିବା ଫସଲ। ବର୍ଷା ଯୋଗୁ ଗତ ୩ ଦିନ ଧରି ଚାଷ ଜମିରେ ଲହଡି ମାରୁଥିଲା ବଢି ପାଣି। ତାହାରି ଭିତରେ ପୋତି ହୋଇ ରହିଥିଲା ବାଇଗଣ, ଭେଣ୍ଡି, ଟମାଟୋ, କଲରା ଆଦି ପନି ପରିବା। ଏବେ ବର୍ଷା ଛାଡ଼ିବା ସହ ପାଣି କମିିଯିବା ପରେ ଦାଉ ଦାଉ ହୋଇ ଦେଖାଯାଉଛି କ୍ଷୟକ୍ଷତି।
ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଥିବା ଅନନ୍ତ ବାସୁଦେବ ମନ୍ଦିରରେ ଅନନ୍ତବ୍ରତରେ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ଼ ହୋଇଥାଏ। କୋଭିଡ୍ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଜାରି ହୋଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ଅନନ୍ତବ୍ରତ ପାଇଁ ଅନନ୍ତ ବାସୁଦେବ ମନ୍ଦିରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି।
ଯୁବତୀ ଜଣକ ପ୍ରଥମେ ଏ ସମ୍ପର୍କରେ ଜାଣିନଥିଲେ। ଆଉ ଯେତେବେଳେ ଜାଣିଲେ, ସେତେବେଳେ ଯୁବତୀ ଜଣକ ନିଜ ମୋବାଇଲ ମାଗିଥିଲେ। ମାତ୍ର ଜୁନେସ୍ ତାଙ୍କୁ ମୋବାଇଲ ଦେଇନଥିଲେ। ସାଥୀରେ ସେହି ମୋବାଇଲ୍କୁ ଧରି ପଳାଇ ଆସିଲା। ପରବର୍ତ୍ତୀ ସେହି ଭିଡିଓ ଦେଖାଇ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲା ଜୁନେସ।
ଏଭଳି ଦାରୁଣ ଦୁଃଖ ସାଙ୍ଗକୁ ମାସାଧିକ କାଳ ଘରେ କେହି ରୋଜଗାରିଆ ନଥିବାରୁ, ପରିବାର ଭୋକ ଉପାସରେ ରହୁଛନ୍ତି। ଏଭଳି ସ୍ଥିତିରେ ମୃତ ରବୀନ୍ଦ୍ରଙ୍କ ଶୁଦ୍ଧିକ୍ରିୟା ପାଇଁ ଘରର ମହିଳା ଓ ଶିଶୁଙ୍କୁ ଭିକ୍ଷାବୃତ୍ତି ଆପଣେଇବାକୁ ପଡ଼ିଛି।
ପୂର୍ବରୁ ହୋଇଥିବା ଦୁଇ ଦୁଇ ଥର ଜେରାରେ ଉଭୟେ କେତେ ସତ କହିଛନ୍ତି, କେତେ ସତ ଢୋକିଛନ୍ତି, ସେସବୁ ଧରିବାକୁ ଦୁହିଁଙ୍କର ଅଲଗା ହୋଇଥିଲା ଲାଇଡିଟେକ୍ସନ୍ ଟେଷ୍ଟ। ପାଖାପାଖି ୩ ଘଣ୍ଟାର ପରୀକ୍ଷା କୁହାଯାଉଛି, ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ପ୍ରଶ୍ନାବଳୀ ଆଧାରରେ ଡିଏଫ୍ଓଙ୍କୁ ଗୋଳେଇ, ଘାଣ୍ଟି ଶହେରୁ ଅଧିକ ପ୍ରଶ୍ନ ପଚାରିଥିଲେ।
କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ଗତ ଜୁଲାଇ ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି।
ତେବେ ମହାନଦୀରେ ଜଳସ୍ତର କମିଛି କିନ୍ତୁ ସୁବର୍ଣ୍ଣରେଖା ଓ ଜଳକାରେ ବଢ଼ୁଛି ପାଣି । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଫଳରେ ତଳ ଅଞ୍ଚଳରେ ଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକେ ଡଙ୍ଗା ବ୍ୟବହାର କରୁଛନ୍ତି ।
ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ଆରମ୍ଭ ହୋଇଛି। ଆଜି ସକାଳ ସାଢ଼େ ୮ଟାଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର, ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।
ପ୍ରାଥମିକ ଓ ଅଙ୍ଗନବାଡ଼ି ସ୍କୁଲ ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଶିଶୁଙ୍କ ପାଠପଢ଼ା । ଏମିତିକି ଅନେକ ପିଲା ଅଙ୍ଗନବାଡି ଶିକ୍ଷା ସାରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀ ନାଁ ଲେଖାଇ ପାରିନାହାନ୍ତି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଛନ୍ତି
ନିର୍ଣ୍ଣାୟକ ମୋଡ଼ରେ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବୃଦ୍ଧି ବିବାଦ। ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚତା ବୃଦ୍ଧି ଦାବି ନେଇ ହୋଇଥିବା ମାମଲାକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏଥିସହ ସ୍ପଷ୍ଟ କରିଛନ୍ତି ୟେ ମହାମାରୀ ସମୟରେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରି ହେବନି।
ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି।
ମହାନଦୀ ସିଷ୍ଟମରେ କମୁଛି ହେଲେ ସୁବର୍ଣ୍ଣରେଖାରେ ବଢୁଛି ବନ୍ୟାଜଳ। ଛତିଶଗଡ଼ରେ ବର୍ଷା କମିଥିବାରୁ ହୀରାକୁଦକୁ ଜଳ ପ୍ରବାହ ହ୍ରାସ ପାଇଛି। ଏବେ ୨୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ଫଳରେ ଡ୍ୟାମର ତଳମୁଣ୍ଡ ସୁବର୍ଣ୍ଣପୂର, ବାଙ୍କି, ଆଠଗଡ ଓ ଖୋର୍ଦ୍ଧ ଜିଲ୍ଲାର କିଛି ଗାଁରେ ପାଣି ପଶିଛି
ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ସମସ୍ତେ କରୋନା କଟକଣା ମାନିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣ ଜାରି ରହିଛି।