• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଚଣ୍ଡାଶୋକରୁ ପାଲଟିଛନ୍ତି ବ୍ରହ୍ମାଶୋକ

  • ନିଜେ ଥିଲେ ଜଣେ ଅଭ୍ୟାସଗତ ନିଶାଡି, ହେଲେ ଆଜି ଛଡାଉଛନ୍ତି ନିଶା

  • ପଟେଲ୍ ସାରଙ୍କ କଥାରେ ନିଶା ପାଣି ଛାଡୁଛନ୍ତି

ଭୁବନେଶ୍ୱର (ସୌମ୍ୟରଞ୍ଜନ ସାହୁ) : ଦିନେ ଥିଲେ ନିଶାଖୋର୍ । ଆଉ ଏବେ ପାଲଟିଛନ୍ତି ନିଶାଡିଙ୍କ ଉଦ୍ଧାରକର୍ତ୍ତା । ନିଶା ନିବାରଣ କେନ୍ଦ୍ର ଖୋଲି ଶହ ଶହ ଯୁବକ ଯୁବତୀଙ୍କୁ ନିଶା କବଳରୁ ମୁକ୍ତ କଲେଣି ଭୁବନେଶ୍ୱରର ପ୍ରଭୁଦତ୍ତ ପଟେଲ । ପ୍ରାୟ ୨୦ ବର୍ଷ ତଳେ ସେ ଯେଉଁ ନର୍କରେ ପାଦ ଦେଇଥିଲେ ଆଉ ସେ ନର୍କରେ କେହି ପାଦ ନ ଦିଅନ୍ତୁ ବୋଲି ସେ ପ୍ରୟାସ ଚଳାଇଛନ୍ତି ।

ନିଶା ପାଇଁ ପଟେଲ ସାର୍‌ ଦିନେ ନିଜର ଉଚ୍ଚଶିକ୍ଷାକୁ ଅଧାରୁ ଛାଡି ଦେଇଥିଲେ । ସେ ହଠାତ୍ ମନ ବଦଳାଇ ଆମେରିକାର ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେଲେ । ଯାହା ପରଠୁ ସେ କେବେ ହେଲେ ନିଶା ଆଡକୁ ଚାହିଁ ନାହାନ୍ତି । ସେଠାରୁ ହିଁ ସାରଙ୍କ ଜୀବନ କଡ ଲେଉଟାଇଥିଲା । ପଟେଲ ନିଜେ ଯେଉଁ ନର୍କରୁ ବାହାରିଛନ୍ତି ଆଉ ସେହି ନର୍କରେ କେହି ନ ପଡନ୍ତୁ ବୋଲି ସେ ସ୍ଥିର କରିଥିଲେ ।

ସୂଚନା ଅନୁସାରେ, ପଟେଲ୍‌ ଓଡିଶା ଆଇବା ପରେ ୨୦୦୭ରୁ ନିଶା ନିବାରଣ ଦିଗରେ କାମ ଆରମ୍ଭ କଲେ । ପରେ ସେ ୨୦୧୩ରେ ସମର୍ପଣ ନାମରେ ଏକ ସାମାଜିକ ଅନୁଷ୍ଠାନ ତିଆରି କଲେ । ଯାହା ପରଠୁ ପଟେଲ୍‌ ସାର ପ୍ରାୟ ୩୦୦ରୁ ଅଧିକ ଯୁବକ, ଯୁବତୀଙ୍କୁ ନିଶା ଚକ୍ରବ୍ୟୁହରୁ ଉଦ୍ଧାର କରିଛନ୍ତି ।

ଦୀର୍ଘ ଦିନ ଧରି ଭଡା ଘରେ ଏହି ଅନୁଷ୍ଠାନକୁ ଚଳାଇବା ପରେ ଏବେ ରାଜଭବନ ଛକ ନିକଟରେ ଥିବା ନିଜସ୍ୱ ୪ ମହଲା ଘରକୁ ନିଶା ନିବାରଣ କେନ୍ଦ୍ରରେ ପରିବର୍ତ୍ତନ କରିଛନ୍ତି । ଏୟାର କଣ୍ଡିସନ୍ ରୁମ, ସ୍ମାର୍ଟ କ୍ୟାଣ୍ଟିନ, କ୍ୟାବିନ ସାଙ୍ଗକୁ ସେଠାରେ ରହିଛି ଉତ୍ତମ ପରିବେଶ । ପଟେଲ ସାରଙ୍କ ଅନୁସାରେ ଏକ ଉତ୍ତର ବାତାବରଣ ହିଁ ରୋଗୀର ମାନସିକତା ପରିବର୍ତ୍ତନରେ ବଡ଼ ଭୂମିକା ଗ୍ରହଣ କରିଥାଏ । ତେଣୁ ସେଠାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ମାସକୁ ୧୫ ହଜାର ଟଙ୍କା ଫିସ୍ ରହିଛି । ଗରିବ ଶ୍ରେଣର ଲୋକଙ୍କ ପାଇଁ କମ୍‌ ଫିସ୍ କରାଯିବା ସହ କିଛି ବ୍ୟକ୍ତିଙ୍କ ପାଇଁ ମାଗଣା ରହିବା ବ୍ୟବସ୍ଥା କରିଥାନ୍ତି ।

ଏହି କାମରେ ପଟେଲ୍‌ ସାରଙ୍କୁ ବହୁ ସ୍ୱେଚ୍ଛାସେବୀ ମଧ୍ୟ ସାହାଯ୍ୟ କରିଥାନ୍ତି । ଏହି କେନ୍ଦ୍ରକୁ ସରକାରଙ୍କ ତରଫରୁ ସହାୟତା ଯୋଗାଇଦେଲେ ଏଠାକୁ ଚିକିତ୍ସା ଲାଗି ଆସୁଥିବା ବ୍ୟକ୍ତିଙ୍କୁ ମାଗଣା ସେବା ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି ପଟେଲ ସାର । ନିଶାଖୋର୍ଙ୍କ ପ୍ରତି ଏଭଳି ମାନସିକତା ରଖିବା ହେତୁ ସେ ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି ।