Advertisment

ଲଘୁଚାପ ସକ୍ରିୟ: ୧୬ ଯାଏଁ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ତାରିଖ ଯାଏଁ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

author-image
Chandan Shishu
undefined

Rainfall Alert

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଲଘୁଚାପ କ୍ଷେତ୍ରର ଗତି ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ରହିଛି। ଆସନ୍ତା ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇ ଆସନ୍ତା ୧୩ରେ ଲଘୁଚାପରେ ପରିଣତ ହେବ। ଏପଟେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

Advertisment

ଆସନ୍ତା ୧୬ ତାରିଖ ଯାଏଁ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଯାଜପୁର ଏବଂ ପୁରୀରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁସାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଅବପାତ ପ୍ରଭାବରେ ଓଡ଼ିଶାରେ କେତେକ ଜିଲ୍ଲାରେ ହାଲୁକା ବର୍ଷା ହୋଇଛି। ସର୍ବାଧିକ ବର୍ଷା ଗୋପାଳପୁଠାରେ ୮.୨ ମିଲିମିଟର ହୋଇଛି। ଏହି ଅବପାତ ପ୍ରଭାବରେ ରାତିର ତାପମାତ୍ରାରେ ବୃଦ୍ଧି ଘଟିଛି। ଓଡ଼ିଶାର ସବୁ ଜିଲ୍ଲାରେ ରାତ୍ରକାଳୀନ ତାପମାତ୍ରା ୧ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।

Advertisment

ସେହିପରି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩.୯ ଡିଗ୍ରୀ ବୃଦ୍ଧି ଘଟିଛି। ଠିକ୍‌ ସେହିପରି ପାରାଦୀପରେ ୩.୧ ଡିଗ୍ରୀ, ସୋନପୁରରେ ୨.୫ ଡିଗ୍ରୀ, ବାରିପଦାରେ ୨.୫ ଡିଗ୍ରୀ, ଅନୁଗୋଳରେ ୨.୪ ଡିଗ୍ରୀ, କେନ୍ଦୁଝରରେ ୨.୪ ଡିଗ୍ରୀ, ଭୁବନେଶ୍ୱରରେ ୨.୫ ଡିଗ୍ରୀ, କଟକରେ ୧.୬ ଡିଗ୍ରୀ ବୃଦ୍ଧି ଘଟିଛି ବୋଲି ପାଣିଗାଗ ବିଜ୍ଞାନୀ କହିଛନ୍ତି।  

Bhubaneswar Odisha Weather Update
Advertisment
Advertisment