/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638463812.jpg)
tapaswini and sumit
ବ୍ରହ୍ମପୁର: ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର SDJMଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଲେ କୋର୍ଟ। ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶରେ କହିଛନ୍ତି, ଆସିକାରେ ଏକ ଭଡ଼ା ଘରେ ଏକାଠି ରୁହନ୍ତୁ ଉଭୟେ। ଭଡ଼ା ଘର ଠିକ୍ କରି ସୁରକ୍ଷା ଦାୟିତ୍ୱରେ ରହିବେ ଆସ୍କା ଥାନା IIC। ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖାସାକ୍ଷାତକୁ କୋର୍ଟ ବାରଣ କରିବା ସହ ଆସନ୍ତା ୭ ଦିନ ପରେ ପୁଣି କୋର୍ଟରେ ମାମଲାର ଶୁଣାଣି ହେବ ବୋଲି ଏସଡିଜେଏମ୍ କୋର୍ଟ କହିଛନ୍ତି। ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘର ଆଗରେ ଗତ ୧୧ ଦିନ ଧରି ଧାରଣାରେ ବସିଥିଲେ ତପସ୍ବିନୀ।
ପ୍ରଥମେ ତପସ୍ପିନୀ-ସୁମିତଙ୍କ ରେଜିଷ୍ଟ୍ରି ମ୍ୟାରେଜ୍, ପରେ ତପସ୍ୱିନୀଙ୍କ ନିର୍ଯାତନା ଅଭିଯୋଗ ଏବଂ ସୁମିତଙ୍କ ଛାଡପତ୍ର ଆବେଦନ। ଏବେ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଅଡି ବସିଛନ୍ତି ତପସ୍ୱିନୀ। ତେବେ ମାମଲାକୁ ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି।
ଗତ ୨୭ ତାରିଖରେ ତପସ୍ୱିନୀ ଦାସଙ୍କ ଆବେଦନର ଶୁଣାଣି ବ୍ରହ୍ମପୁର SDJM କୋର୍ଟରେ ହୋଇଥିଲା। ୨୯ ତାରିଖ ଯାଏ ବ୍ରହ୍ମପୁର ସଖୀ କେନ୍ଦ୍ରରେ ତପସ୍ୱିନୀ ଦାସ ରହିବେ ବୋଲି କୋର୍ଟ କହିଥିଲେ। ହେଲେ ତପସ୍ୱିନୀ କହିଥିଲେ, ମୁଁ ସଖି କେନ୍ଦ୍ରକୁ ଯିବିନି। ମୁଁ ଯେଉଁଠି ବସିଥିଲି ସେଇଠି ବସିବି। ମୋତେ ବୋହୂ ହିସାବରେ ଘରକୁ ନନେବା ଯାଏ ମୁଁ ଧାରଣାରେ ବସିବି।’
ତପସ୍ୱିନୀଙ୍କ ଅଭିଯୋଗ, ଶ୍ୱଶୂର(ପ୍ରମୋଦ ସାହୁ)ଙ୍କ ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)