ସଫ୍ଟୱେର ଚାକିରି ଛାଡ଼ି ଜଣେ ଇଂଜିନିୟର ରତିକାନ୍ତ ପଣ୍ଡା ଏବଂ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଝିଅ ଡାକ୍ତର ଲିପିକା ମାଝୀ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଜୱାଦ ପ୍ରଭାବରେ ରାଜ୍ୟରେ ହୋଇଥିବା ବର୍ଷାରେ ଚଷୀକୂଳ ପ୍ରଭାବିତ । ଅମଳକ୍ଷମ ଧାନ ଏବେ ପାଣିରେ ବୁଡି ରହିଛି । ଚିନ୍ତାରେ ଚାଷୀ ଭାଇ । ଜଗତସିଂହପୁରରେ ମଧ୍ୟ ଏକର ଏକର ଧାନ ଚାଷଜମି ପାଣିରେ ବୁଡି ରହିଛି । ଏନେଇ କଣ ରହିଛି ଚାଷୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ ..।
ଦିନସାରା ଖାକି ପୋଷାକ ପିନ୍ଧି ନିଶା ବେପାରୀଙ୍କୁ ଜଗନ୍ତି। ସଂଧ୍ୟା ହେଲେ ଘରକୁ ଫେରି ସାଧା ପୋଷାକରେ ପାଲଟି ଯାଆନ୍ତି ଶିକ୍ଷକ। ତାଙ୍କୁ ଅପେକ୍ଷା କରିଥାନ୍ତି ୭୦ ଗରିବ ପିଲା। ଗତ ୩ ବର୍ଷ ଧରି ଗାଁର ପିଲାଙ୍କୁ ମାଗଣା ଶିକ୍ଷା ଦେଇ ଆସୁଛନ୍ତି ଅବକାରୀ ବିଭାଗର ଜଣେ କନେଷ୍ଟବଳ ଓ ତାଙ୍କ ବନ୍ଧୁ।
ବଜ୍ରକାପ୍ତା ଚାଲାଣ ବେଳେ ଧରିଲା ବନ ବିଭାଗ । ନବରଙ୍ଗପୁର ଥାନା ଚିକିଲି- ଧାରନା ବେଡା ରାସ୍ତାରୁ ବଜ୍ରକାପ୍ତାକୁ ବିନବିଭାଗ ଉଦ୍ଧାର କରିଛି । ବଜ୍ରକାପ୍ତାଟିକୁ ୧ଲକ୍ଷ ଟଙ୍କାରେ ବାହାରେ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି ।
ପରିଶ୍ରମ ହିଁ ସଫଳତାର ଚାବିକାଠି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ।
ଘଞ୍ଚ ଜଙ୍ଗଲ ଭିତରେ ୪ ଦିନ ହେଲା ତପସ୍ୟାରେ ବସିଛନ୍ତି ଜଣେ ମହିଳା। ଗୁଣୁଗୁଣୁ ହେଇ ମନ୍ତ୍ର ପଢୁଛନ୍ତି। କହୁଛନ୍ତି ମନ୍ଦିର ଓ ଟିଉବୱେଲ୍ ଦରକାର।
କୋରାପୁଟର ଝିଅ, ନବରଙ୍ଗପୁରର ବୋହୂ। ସୁନା ବୋହୂ ରିଜବାନା ବାନୁ। ମେକଅପ୍ ଆର୍ଟିଷ୍ଟ୍ ଭାବେ ଏବେ ଚର୍ଚ୍ଚାରେ।
ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ୨ ଜଣ ୱେବ୍ ଚ୍ୟାନେଲ୍ ପ୍ରତିନିଧିଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି ଥିବାବେଳେ ଆଉ ଜଣେ ଫେରାର ଥିବା ସୂଚନା ମିଳିଛି।
ପୁଣି ଡରାଇଲେ ମାଓବାଦୀ । ଚାରିଆଡ଼େ ମାରିଲେ ବ୍ୟାନର ପୋଷ୍ଟର । ପ୍ରଶାସନକୁ ଦେଲେ ଚେତାବନୀ । ନବରଙ୍ଗପୁର ଝରିଗାଁ-ଚନ୍ଦାହାଣ୍ଡି ରାଜ୍ୟ ରାଜପଥରେ ଥିବା ସିଙ୍ଗାଡି ଘାଟି ଠାରେ ମାଓ ପୋଷ୍ଟର ଓ ବ୍ୟାନର ।
ୟୁରିଆ ସାର ପାଇଁ ଚାଷୀଙ୍କ ରାସ୍ତାରୋକ୍ । ନବରଙ୍ଗପୁର ଜିଲ୍ଲାର ଗାନ୍ଧି ଛକ ନିକଟରେ ଶତାଧିକ ଚାଷୀ ଏବଂ ଜିଲ୍ଲା ବିଜେପି ଏହି ଧାରଣାରେ ସାମିଲ ହୋଇଥିଲେ ।
ଓଡ଼ିଶାର ଏକ ମାତ୍ର ଛାତ୍ରୀ ତଥା ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ନବରଙ୍ଗପୁର ସହରର ଗାଦବାଗୁଡା ସାହିର ଝିଅ ବନୀତା ଦାସ l
ପୋଲ ଉପରେ ଗାଡି ନେଇ ଖୁବ୍ ବିପଜ୍ଜନକ ଭାବେ ଯିବାଆସିବା କରିବାକୁ ପଡ଼ୁଛି । ଯାତ୍ରା ନୁହେଁ ତ, ସତେକି ବାଜିରେ ଲାଗିଛି ଜୀବନ । ସାମାନ୍ୟ ଅନ୍ୟମନସ୍କ ହେଲେ, କିଛି ବି ଘଟିପାରେ ।
ନବରଙ୍ଗପୁର : ନବରଙ୍ଗପୁର ଲକ୍ଷ୍ମୀ ମନ୍ଦିରରୁ ଚୋରୀ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଠାକୁର ଘର ତାଲା ଭାଙ୍ଗି ମନ୍ଦିରର ଲକ୍ଷାଧିକ ସମ୍ପତ୍ତି ଲୁଟ କରିଛି। ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ। କେହି ଜଣେ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ତାଲା ଭାଙ୍ଗୁଥିବା ଚିତ୍ର ସିସିଟିଭିରେ କଏଦ୍ ହୋଇଛି। ପରବର୍ତ୍ତୀ ସମୟରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ […]
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ।
ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ମଂଜୁଳାକୁ ଗତକାଲି ସାରେ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମଂଜୁଳାର ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ତୁରନ୍ତ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଲାପାଳ ।
ଏକ ନାଗସାପ ଓ ୯ ବର୍ଷିୟା କୁନିଝିଅର ଯନ୍ତ୍ରଣାର କାହାଣୀ ଶୁଣିଲେ ଆପଣ ବି ଅତ୍ୟନ୍ତ ଦୁଃଖିତ ହେବେ। ପ୍ରାୟ ମାସେ ତଳେ ସର୍ପ ଦଂଶନର ଶିକାର ହୋଇଥିଲା ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା। ପରିବାର ପାଖରେ ଝିଅର ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ମାସେ ହେଲା ସେମିତି ଯନ୍ତ୍ରଣାରେ ଛଟପଟ ହେଉଛି କୁନିଝିଅ
୯ ବର୍ଷର କୁନିଝିଅ ମଞ୍ଜୁଳା ଓ ତାକୁ କାମୁଡ଼ି ଥିବା ନାଗ କାହାଣୀର ଏଥିଲା ଗୋଟିଏ ଭାଗ। ପ୍ରାୟ ମାସେ ତଳେ ମଞ୍ଜୁଳା ଘର ପାଖ ଗଛ କୋରଡ଼ରୁ ପକ୍ଷୀ ଧରୁଥିବା ବେଳେ ସାପଟି ତାକୁ ଚୋଟ ମାରିଥିଲା।
ନବରଙ୍ଗପୁର: ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାମ । ଖୋଦ ଶିକ୍ଷା ବିଭାଗ ପକ୍ଷରୁ ହୋଇଛି ଏଭଳି ଚିଠି । ଏଭଳି ତ୍ରୁଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗରେ । ଡାବୁଗାଁ ବ୍ଲକ…