ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ବିଖ୍ୟାତ ଭୁଟାନରେ ମୁସଲିମ ସଂପ୍ରଦାୟ ଲୋକଙ୍କ ସଂଖ୍ୟା ମାତ୍ର ୭ ହଜାର ପାଖାପାଖି । ଭୁଟାନ ବିଶ୍ୱର ତୃତୀୟ ଦେଶ ଅଟେ ଯେଉଁଠି କୌଣସି ମସଜିଦ ନାହିଁ । ଭୁଟାନ ବ୍ୟତୀତ ମୋନାକୋ ଏବଂ ସ୍ଲୋଭାକିଆରେ ମଧ୍ୟ ଗୋଟିଏ ବି ମସଜିଦ ନାହିଁ । ଭୁଟାନରେ ଅଧିକାଂଶ ମୁସଲିମ ନିଜ ନିଜ ଘରେ ନମାଜ ପଢିଥାନ୍ତି । ସେଥିପାଇଁ ଭୁଟାନର ମୁସଲିମ ସଂପ୍ରଦାୟ ୨୦୦୮ରେ ଭାରତ ସୀମାରେ ଥିବା ଜୟଗାଁରେ ଏକ ମସଜିଦ ନିର୍ମାଣ କରିଥିଲେ ।
ଉତ୍ତରପ୍ରଦେଶ ସମ୍ଭଲ ଜାମା ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି। ଜାମା ମସଜିଦ ସର୍ଭେ କାର୍ଯ୍ୟ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଶାନ୍ତ ହେବାରେ ଲାଗିଛି ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳ । ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ।