ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ହଠାତ୍ ସକ୍ରିୟ ହୋଇ ଉଠିଛି ଇଡି। ଆଜି ୱାରେଣ୍ଟ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଛି ଇଡି ଟିମ।
ନକଲି ED ଅଧିକାରୀଙ୍କ ପାଖରେ ୩୪୦ ଜଣିଆ ସରକାରୀ ବାବୁଙ୍କ ତାଲିକା। ସେମାନଙ୍କ ମଧ୍ୟରୁ ୩୦ରୁ ୪୦ଜଣଙ୍କୁ ରେଡ୍ ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛନ୍ତି ଦୁଇ ଭାଇ। ତେବେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଉଦ୍ୟମ କରିବା ବେଳେ ଧରାପଡିଯାଇଛନ୍ତି ଅଭିଯୁକ୍ତ। ଦୁଇ ଭାଇ ତାରିଣୀସେନ ଓ ବ୍ରହ୍ମାଶଙ୍କରଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ STF। ଅଧିକ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ STF।
ନକଲି ED ଅଧିକାରୀ ସାଜି ୨ ଭାଇଙ୍କ କଳାକାରନାମା । ରେଡ୍ ଭୟ ଦେଖାଇ ଲଗାଇଛନ୍ତି ଲକ୍ଷାଧିକ ଟଙ୍କାର ଚୂନା ।ଛତ୍ରପୁର ଏସଡିଏମଙ୍କ ଅଭିଯୋଗ ଆଧାରରେ ଦୁଇ ନକଲି ED ବାବୁ ଗିରଫ ।
୨୧ ମାର୍ଚ୍ଚରେ ହାଜର ହେବାକୁ ନବମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି ଇଡି ।
ଗତ ୭ଟି ନୋଟିସରେ ହାଜର ହୋଇନଥିବା କେଜ୍ରିୱାଲ୍ ଅଷ୍ଟମ ନୋଟିସରେ ବି ହାଜର ହେବେନି। କିନ୍ତୁ ମାର୍ଚ୍ଚ ୧୨ ତାରିଖ ପରେ ଭିଡିଓ କନଫରେନସିଂରେ ହାଜର ହୋଇ ଏନେଇ ଜବାବ ରଖିପାରିବେ ବୋଲି କହିଛନ୍ତି।
ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଇ ମାର୍ଚ୍ଚ ୮ରେ ଯାଞ୍ଚ ଏଜେନ୍ସି ସାମ୍ନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛି ଇଡି।
ଆପ୍ ପକ୍ଷରୁ କୁହାଯାଇଛି କି ‘ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଯାଉଥିବା ସମନ ବେଆଇନ୍।
ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଏଣ୍ଟ୍ରି। ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨୦ କୋଟିରୁ ଅଧିକ ଟଙ୍କାର ମହାଦୁର୍ନୀତି ମାମଲାରେ ରାଜ୍ୟର ୧୦ଟି ସ୍ଥାନରେ ରେଡ୍।
୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।
ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ତାଙ୍କୁ ଡକାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓଲଟା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, 'ଯଦି ଦୁଇ ବର୍ଷ ଧରି ତଦନ୍ତ ଚାଲିଛି, ତେବେ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଡକାଯାଉଛି ?
କେଜ୍ରିୱାଲଙ୍କୁ ବାରମ୍ୱାର ସମନ ଜାରି କରାଯାଉଛି। ମାତ୍ର ସେ ସବୁକୁ ଅଣଦେଖା କରି କୋର୍ଟରେ ହାଜର ହେଉନାହାନ୍ତି। ଶୁକ୍ରବାର ପଞ୍ଚମ ଥର ସମନ କରାଯାଇଥିବା ବେଳେ ସେ ଇଡିରେ ହାଜର ହୋଇନଥିଲେ।
ଏହି ହେଉଛି କେଜରିୱାଲଙ୍କୁ ପଞ୍ଚମ ସମନ। ଆଗରୁ ୪ ଥର ନୋଟିସ୍ କରାଯାଇଥିଲେ ମଧ୍ୟ ସେ ଇଡିରେ ହାଜର ହୋଇ ନାହାନ୍ତି।
ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ର ଗତି କୁଆଡ଼େ? ଜମି ଦୁର୍ନୀତି ଓ ଆର୍ଥିକ ଅନିୟମିତତା ମାମଲାରେ ଯଦି ହେମନ୍ତ ସୋରେନ ଇଡି ଦ୍ବାରା ଗିରଫ ହୁଅନ୍ତି, ତେବେ ସେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ସିଏମ୍ ଗାଦିରେ ବସାଇବାର ସବୁ ବନ୍ଦୋବସ୍ତ କରି ରଖିଛନ୍ତି ବୋଲି କୁହାଯାଉଛି।
ଦିଲ୍ଲୀ ସ୍ଥିତ ଘରେ ଇଡି ରେଡ୍ ସତ୍ତ୍ୱେ ଗତକାଲି ଠାରୁ ତାଙ୍କର କୌଣସି ଖୋଜଖବର ନଥିବା ଚର୍ଚ୍ଚା ହେଉଥିଲା। ତେବେ ଆଜି ଅତି ନାଟକୀୟ ଢଙ୍ଗରେ ରାଞ୍ଚିରେ ଆବିର୍ଭାବ ପରେ, ସିଧାସଳଖ ମନ୍ତ୍ରୀ ଓ ଶାସକ ପକ୍ଷ ବିଧାୟକଙ୍କ ସହ ବୈଠକ କରିଛନ୍ତି JMM ମୁଖିଆ ହେମନ୍ତ।
ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
୨୦୦ରୁ ଅଧିକ ସ୍ଥାନୀୟ ଲୋକ ଇଡି ଟିମ୍କୁ ଘେରିଯାଇଥିଲେ । ପରେ ଇଡିର କର୍ମଚାରୀଙ୍କ ଗାଡି ଭଙ୍ଗାରୁଜା କରିଥିଲେ ।
ED କେଜ୍ରିୱାଲଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରିଛି ଆମ ଆଦମୀ ପାର୍ଟି ବା ଆପ୍ ।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ କେଜ୍ରିୱାଲଙ୍କୁ ତୃତୀୟ ଥର ପାଇଁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଦେଶୀ ମଦ ଭାଟିରୁ ଏତେ ଟଙ୍କା ଅମଳ ହେଲା କେମିତି ? ଯଦି ହେଉଥିଲା ଏହାକୁ କ୍ୟାସ ଆକାରରେ କାହିଁକି ରଖାଯାଉଥିଲା ? ଏମଜିକ୍ୟୁ ଅନୁସାରେ ଦେଶୀ ମଦଭାଟିରେ କେତେ ମଦ ଉତ୍ପାଦନ ହେଉଥିଲା, କେତେ ବିକ୍ରି ହେଉଥିଲା ? ଏବାବଦକୁ କେତେ ସେଲ୍ସ ଟ୍ୟାକ୍ସ ଓ ଇନକମ୍ ଟ୍ୟାକ୍ସ ଦିଆଯାଉଥିଲା । ବାସ୍ତବରେ କେତେ ଟ୍ୟାକ୍ସ ଫାଙ୍କି ହୋଇଛି ?
ଆସନ୍ତା ୭ ତାରିଖରେ ଛତିଶଗଡ଼ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରକୁ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।
ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।
ନ୍ୟାସନାଲ ହେରାଲ୍ଡ ମାମଲା(National Herald Case)ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରୁ ଚାଲି ଚାଲି ଦଳୀୟ ନେତାଙ୍କ ସହ ରାହୁଲ ଇଡି କାର୍ଯ୍ୟାଳୟରେ ଅଭିମୁଖେ ବାହାରିଥିଲେ। ହେଲେ ବାଟରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍ ଅଟକାଇ ଥିଲା।