• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

 ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ବେଳେ କିଛି ମିଡିଆ ଉପରେ ବର୍ଷିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଗତକାଲି ୬ ଘଣ୍ଟା ପାଇଁ ଜେରା ହୋଇଥିବା ବେଳେ ଆଜି ପୁଣି ୧୦ଟାରେ ସେ ଇଡି ଅଫିସ୍ ପହଞ୍ଚିଥିଲେ ।  କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଥିବା ସେ ଅଭିଯୋଗ କରିଛନ୍ତି । ମୁଁ ପୀଡ଼ିତ, ଏଭଳି ମିଥ୍ୟା ଖବର ପରିବେଷଣ ଠିକ୍ ନୁହେଁ । ଯାହା ନାଁରେ ଖବର କରୁଛନ୍ତି, ସେ ହୁଏତ ଆପଣଙ୍କ ସଂପର୍କୀୟ ହୋଇପାରନ୍ତି । ସେ ଆପଣଙ୍କ ଭାଇ, ବାପା, ମାମୁ, ଦାଦା ହୋଇ ପାରନ୍ତି । ହେଲେ ମନ ଇଚ୍ଚା ଲେଖୁଥିବାରୁ ସମସ୍ତଙ୍କୁ ମୁଁ କୋର୍ଟକୁ ନେଇପାରେ କହିଛନ୍ତି ଅକ୍ଷୟ ପରିଜା । ସେହିପରି ଇଡିରୁ ଆସିବା ପରେ ସବୁ କହିବି ବୋଲି ସେ କହିଛନ୍ତି । 

ଅଧିକ ପଢ଼ନ୍ତୁ: ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼: ଅର୍ଚ୍ଚନା ମାମଲାରେ ସମନ ପାଇଥିବା ବଡ଼ବଡ଼ିଆଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ

ଅକ୍ଷୟ ପରିଜାଙ୍କ ବ୍ୟତୀତ ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହୋଇଛନ୍ତି ବହୁଚର୍ଚ୍ଚିତ ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରା । ସମନ ପରେ ଭୁବନେଶ୍ୱର ଇଡି ଅଫିସରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ସେ ହେଉଛନ୍ତି ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ । ଅର୍ଚ୍ଚନାଙ୍କ ବିଭିନ୍ନ ଟ୍ରାନଜାକ୍ସନ୍ ଓ ବ୍ୟବସାୟ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ବିଶେଷ ଭାବେ ଶ୍ରଦ୍ଧାଞ୍ଜଳୀଙ୍କୁ ଅକ୍ଷୟ ପରିଜାଙ୍କ ଲିଙ୍କ୍‌ରେ ଜେରା କରାଯାଇଛି ।

ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ସୁଟ୍ କରି ବ୍ଲାକମେଲିଂ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ଅର୍ଚ୍ଚନା ନିଜ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଜରିଆରେ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେଣୁ ଇଡି ଏହି ଟଙ୍କା କାରବାର ସମ୍ପର୍କରେ ପଚରାଉଚରା କରୁଛି ।

ସୂଚନା ଅନୁସାରେ, ଶ୍ରଦ୍ଧାଞ୍ଜଳୀ ଓ ଅକ୍ଷୟଙ୍କୁ ଆମ୍ନାସାମ୍ନା କରି ପଚରାଉଚରା କରିପାରେ ତଦନ୍ତକାରୀ ସଂସ୍ଥା । ସେପଟେ ଖଗେଶ୍ୱର ବି ଇଡି ରିମାଣ୍ଡରେ ରହିଛି । ତେଣୁ ତାଙ୍କୁ ବି ଅକ୍ଷୟ, ଶ୍ରଦ୍ଧାଞ୍ଜଳିଙ୍କ ସହ ଏକାଠି ବସାଇ ଜେରା କରିପାରେ । ଆଜିର ଏହି ଜେରା ଅର୍ଚ୍ଚନା ମାମଲାରେ ଏକ ବଡ଼ ସୁରାକ ଇଡିକୁ ଦେଇପାରେ ।