• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଲୋକମାନେ ନିଜର ସଉକ୍ ପୂରଣକରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥା'ନ୍ତି । ନିଜର ଯାତ୍ରା ସମୟରେ କିଛି ବ୍ୟକ୍ତି ପକେଟ୍‌କୁ ସୁହାଉଥିବା ଭଳି ହୋଟେଲ୍‌ ଖୋଜିଥା'ନ୍ତି । କିନ୍ତୁ ,ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ମନ ପସନ୍ଦର ହୋଟେଲ୍‌ରେ ଗୋଟିଏ ରାତି ବିତେଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଆପଣ ସାଧରଣତଃ 'ପଞ୍ଚ ତାରକା' ହୋଟେଲ ସମ୍ପର୍କରେ ଶୁଣିଥିବେ । କିନ୍ତୁ, ବିଶ୍ୱରେ ଥିବା ଏକମାତ୍ର 'ଦଶ ତାରକା' ହୋଟେଲ୍‌ରେ ରହିବା ପାଇଁ କେତେ ଟଙ୍କା ବ୍ୟୟ କରିବାକୁ ପଡେ ଆସନ୍ତୁ ଜାଣିବା...

ଏହି ଏକମାତ୍ର 'ଦଶ ତାରକା' ହୋଟେଲ୍ ଦୁବାଇରେ ଅବସ୍ଥିତ । ଏହାର ନାମ ଜୁମେରାହ ବୁର୍ଜ ଏଆଇ ଆରବ(Jumeirah Burj Al Arab) । ଏହା ଆନୁଷ୍ଠାନିକ ଭାବରେ ୭-ତାରକା ହୋଟେଲ୍‌ର ମାନ୍ୟତା ପାଇଛି । ଏହି ବିଳାସପୂର୍ଣ୍ଣ ହୋଟେଲ୍ ଦୁବାଇର ଏକ କୃତ୍ରିମ ଦ୍ୱୀପରେ ନିର୍ମିତ୍ତ ହୋଇଛି । ଏହି ହୋଟେଲ୍‌ରେ ଅତଥିମାନଙ୍କୁ ଉଚ୍ଚମାନର ସେବା ପ୍ରଦାନ କରାଯାଇଥାଏ । ଏହି ହୋଟେଲ୍‌ରେ ଅନେକ ଅତ୍ୟାଧୁନିକ ସୁବିଧା ରହିଛି । ସ୍ଥପତି ଟମ୍ ରାଇଟ୍‌ଙ୍କ(Tom Wright) ଦ୍ୱାରା ଡିଜାଇନ୍ କରାଯାଇଥିବା ଜୁମେରାହ ବୁର୍ଜ ଏଆଇ ଆରବର ନିର୍ମାଣ କାର୍ଯ୍ୟ ୧୯୯୯ ମସିହାରେ ଶେଷ ହୋଇଥିଲା । ଏହାର ଉଚ୍ଚତା ୨୧ ମିଟର । ଏହି ହୋଟେଲ୍‌ରେ ବିଶ୍ୱର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ଭିଆଇପି ଏବଂ ସେଲିବ୍ରିଟି ଏଠାରେ ରାତ୍ରିଯାପନ କରିବାକୁ ପସନ୍ଦ କରନ୍ତି ।

Also Read

ଅଧିକ ପଢ଼ନ୍ତୁ: ଧୂଳିସାତ୍ ହୋଇଯିବ 'ଆମେରିକାନ୍ ଡ୍ରିମ୍' !, ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତାରେ ଭାରତୀୟ

ହୋଟେଲର ଭିତର ପାର୍ଶ୍ୱ ୨୪ କ୍ୟାରେଟ୍ ସୁନା ପତ୍ର ଦ୍ୱାରା ସଜାଯାଇଛି । ହୋଟେଲରେ ୨୦୨ଟି ଡୁପ୍ଲେକ୍ସ ରହିଛି । ଫ୍ଲୋର୍‌ରୁ ଛାତ ପର୍ଯ୍ୟନ୍ତ ଝରକା ଥିବାରୁ ରୁମ୍ ଭିତରୁ ଆରବ ଉପସାଗରର ମନୋରମ ଦୃଶ୍ୟ ଦେଖିବାର ସୁଯୋଗ ପାଇଥା'ନ୍ତି ଏଠାରେ ରହୁଥିବା ଅତିଥି ।

ବୁର୍ଜ ଏଆଇ ଆରବରେ ଗୋଟିଏ ରାତି ରହିବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ । ଏହି ହୋଟେଲ୍‌ରେ ଅତିଥିମାନଙ୍କୁ ରାଜକୀୟ ଢଙ୍ଗରେ ସ୍ୱାଗତ କରାଯାଇଥାଏ । ଅତିଥି ମାନଙ୍କୁ ହେଲିକପ୍ଟର ମାଧ୍ୟମରେ ଅଣାଯାଇଥାଏ । ଏହି ହୋଟେଲ୍‌ରେ ପ୍ରତି ୮ଜଣ ଅତିଥିଙ୍କ ପାଇଁ ଜଣେ କର୍ମଚାରୀ ଉପଲବ୍ଧ ଥାଆନ୍ତି । ଅନ୍ୟପଟେ ଖାଦ୍ୟପ୍ରେମୀଙ୍କ ପାଇଁ ହୋଟେଲରେ ଆଠଟି ବିଶ୍ୱସ୍ତରୀୟ ରେଷ୍ଟୁରାଣ୍ଟ ରହିଛି । ଯେଉଁଠାରେ ବିଭିନ୍ନ ଆନ୍ତର୍ଜାତୀୟ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଇଥା'ନ୍ତି ଅତିଥି । ଏହି ହୋଟେଲରେ ଅତିଥିମାନେ ଉପଭୋଗ କରିବା ଭଳି ଅନେକ ସ୍ୱତନ୍ତ୍ର ସୁବିଧା ମଧ୍ୟ ରହିଛି ।

 ଅଧିକ ପଢ଼ନ୍ତୁ: ସହାୟତା ରାଶି ବନ୍ଦ କଲା ଆମେରିକା, ବିପଦରେ ୬୫ ଲକ୍ଷ ଶିଶୁଙ୍କ ଭବିଷ୍ୟତ

OTV is now on Whatsapp

Join and get latest news update delivered to you via whatsapp

Join Now