Advertisment

'ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ'

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହେବା ପରେ, ଏବେ କିଏ ଚଳାଇବ ଦିଲ୍ଲୀ ସରକାର ? କାହା ହାତକୁ ଯିବ କ୍ଷମତାର ମଙ୍ଗ ? ଆପ୍ କହୁଛି ଯେ, ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ।

author-image
Manoranjan Behera
ଅଦ୍ୟତନ ହୋଇଛି
Arvind Kejriwal Arrested by ED

Arvind Kejriwal

ଅରବିନ୍ଦ କେଜ୍ରିୱାଲ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ପଦରେ ଥାଇ ଗିରଫ ହୋଇଛନ୍ତି। ପୂର୍ବରୁ ଅନେକ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି, କିନ୍ତୁ ଗିରଫ ପୂର୍ବରୁ ପଦ ଛାଡିଥିଲେ। ସେମାନେ ହେଲେ ହେମନ୍ତ ସୋରେନ୍, ଜୟଲଳିତା, ଲାଲୁ ପ୍ରସାଦ ଯାଦବ ଏବଂ ଓମ୍ ପ୍ରକାଶ ଚୌତାଲା।

Advertisment

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହେବା ପରେ, ଏବେ କିଏ ଚଳାଇବ ଦିଲ୍ଲୀ ସରକାର ? କାହା ହାତକୁ ଯିବ କ୍ଷମତାର ମଙ୍ଗ ? ଆପ୍ କହୁଛି ଯେ, ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ। କାରଣ ଏବେବି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି। କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଆଜି ବିକ୍ଷୋଭ କରିବ ଆପ୍। ଆଜି ସକାଳ ୧୦ଟା ବେଳେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟ ସାମ୍ନାରେ ଆପ୍ ନେତା ଓ କର୍ମୀମାନେ ଏକାଠି ହୋଇ ବିକ୍ଷୋଭ କରିବେ।

ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ରାତିରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ସ୍ବତନ୍ତ୍ର PMLA କୋର୍ଟରେ ତାଙ୍କୁ ହାଜର କରାଯିବ। ଆଜି କେଜରିୱାଲଙ୍କର ସମସ୍ତ ମେଡିକାଲ ଟେଷ୍ଟ ମଧ୍ୟ କରାଯିବ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଇଡି ମୁଖ୍ୟାଳୟରେ ପହଞ୍ଚିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ବନ୍ଦ; ରାହୁଲ କହିଲେ, ଫ୍ଲାଇଟ୍‌ ଛାଡ଼ନ୍ତୁ, ଟ୍ରେନ୍‌ରେ ଯିବାକୁ ବି ଟଙ୍କା ନାହିଁ

ସେପଟେ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆପ୍ ସୁପ୍ରିମକୋର୍ଟରେ କରିଥିବା ଆବେଦନ ମାମଲାର ଆଜି ଶୁଣାଣି ହେବ। ବିଳମ୍ବିତ ରାତିରେ ତତ୍କାଳ ଶୁଣାଣି ପାଇଁ ଗତକାଲି ଆପ୍ ପକ୍ଷରୁ ନିବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରିବେ। ୯ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହେଉନଥିଲେ। ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡି ଟିମ୍ ଗତକାଲି କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା। ତାଙ୍କୁ ଦୁଇ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା।

ତେବେ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛି ଆମ୍ ଆଦମି ପାର୍ଟି। ଯାହାର ଜବାବ ରଖିଛି ବିଜେପି। ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ କିଛି ଦିନ ତଳେ ଗିରଫ ହୋଇଛନ୍ତି।

Arvind Kejriwal Enforcement Directorate ED
Advertisment
Advertisment