ବିଜେଡି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି।
ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଆଣ୍ଟିବଡି ଟେଷ୍ଟ। ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ଆଣ୍ଟିବଡି ଟେଷ୍ଟ କିଟ୍। ICMR ଦ୍ୱାରା ଅନୁମୋଦିତ କିଟ୍ ଓଡ଼ିଶା ଆସି RMRCରେ ପହଞ୍ଚିବ। ବର୍ତ୍ତମାନ ଚାଲିଥିବା ଘରକୁ ଘର ହେଉଥିବା ସର୍ଭେରେ ଏହାକୁ ବ୍ୟବହାର କରାଯିବ। ତେବେ ଆସନ୍ତାକାଲି ଓଡ଼ିଶାରେ ଟେଷ୍ଟିଂ କେମିତି ହେବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯିବ। ତେବେ ଓଡ଼ିଶାରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ILS ନିର୍ଦ୍ଦେଶକ କହିଛନ୍ତି। ଏବେ ଯେଉଁ ସଂକ୍ରମିତ […]
କରୋନା ସଂକ୍ରମଣ ଥିବାରୁ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଶୈଳୀ ମଧ୍ୟ ବଦଳିଯାଇଛି। ସରକାରୀ ନିୟମ ଅନୁସାରେ, ପ୍ରତ୍ୟେକ ସ୍କୁଲ୍ ଗେଟ ଗୁଡ଼ିକରେ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯାଉଛି। ପରେ ପିଲଙ୍କ ହାତରେ ସାନିଟାଇଜ୍ର ଦିଆଯାଉଛି। ଏହାପରେ ଦୀର୍ଘଦିନ ବ୍ୟବଧାନ ପରେ ସ୍କୁଲ ଆସିଥିବା ପିଲାଙ୍କୁ ସ୍ୱାଗତ ଆକାରରେ ମୁଣ୍ଡରେ ଚନ୍ଦନ ଟିପା ଦେବା ସହ ମଥାରେ ପୁଷ୍ପ ବୃଷ୍ଚି ମଧ୍ୟ କରାଯାଉଛି
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜାତୀୟ ହାର ତୁଳନାରେ ଆମ ରାଜ୍ୟରେ ସର୍ଭେ ରିପୋର୍ଟ ଭଲ ଅଛି। ବୟସ୍କ ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି। ଏବେ ରାଜ୍ୟର ସଂକ୍ରମଣ ହାର ୨ ଦଶମିକ ୪ ଥିଲେ ମଧ୍ୟ ଆମେ ବେଶି ଖୁସି ହେବା ଉଚିତ ନୁହେଁ।
ଦିନକରେ ରାଜ୍ୟରେ ୧୮୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ। ଅଧିକ ସତର୍କ ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ ଅଧିକାରୀ ଏହାକୁ ମୂଳ ଦାୟିତ୍ୱର ଅଂଶ ଭାବେ ଜ୍ଞାନ କରନ୍ତୁ।
କରୋନାର ଦ୍ୱିତୀୟ ଳହରରେ ଓଡ଼ିଶାରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍ଟା ଭାଇରସ୍ ଦ୍ୱାରା ସଂକ୍ରମିତ ା କୋଭିଡର ୨ୟ ଲହର ଓ ଡେଲ୍ଟା ଭାଇରସ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି ସୂଚନା ଦେଇଛନ୍ତି
ମୁମ୍ବାଇ: ସାରା ଦେଶରେ ଏବେ କରୋନା କହର । ଚିନ୍ତାରେ ପୁରା ଦେଶ । କରୋନାର ଏହି ଦ୍ୱିତୀୟ ଲହର ପ୍ରଥମେ ସାଧାରଣ ଲୋକ ଓ ପରେ ବଲିଉଡକୁ ଗ୍ରାସ କରିଥିଲା । ଆଉ ଏବେ କ୍ରିକେଟ ଜଗତରେ ଖେଳାଇଛି ଆତଙ୍କ । ଆଗକୁ ଆଇପିଏଲ ଆରମ୍ଭ ହେବାକୁ ଥିବା ବେଳେ ଏବେ କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ୱିକେଟ୍ କିପର, ବ୍ୟାଟ୍ସମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଭା ସନ୍ଧାନ […]
ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଦୈନିକ ୨ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ତଳକୁ ଖସୁନି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧,୯୪୮ କରୋନା ପଜିଟିଭ ବାହାରିଛନ୍ତି।
ରାଜ୍ୟରେ କମୁଛି, ହେଲେ ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା । ବିଶେଷ କରି ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି ।
ଦେଶରେ କୋଭିଡରେ ଅକ୍ସିଜେନ ଅଭାବରୁ କୌଣସି ବ୍ୟକ୍ତିଙ୍କ ଜୀବନ ଯାଇନାହିଁ । ଏନେଇ କେନ୍ଦ୍ର ସରକାର କହିବା ପରେ ଏବେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭାବତୀଙ୍କ ଟୀକାକରଣ । ବିଏମ୍ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି । ଆଜିଠାରୁ ଏହି ଅଭିଯାନକୁ ବ୍ୟାପକ କରାଯାଇଛି ।
ଆଜି ରାଜ୍ୟରୁ ୧,୯୨୭ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ପୁଣି ୬୯ ଜଣ ଆଖି ବୁଜିଥିବା କୁହାଯାଇଛି। ମୃତ ଓ ଆକ୍ରାନ୍ତଙ୍କ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ରୋଗୀ ଆଖି ବୁଜିଛନ୍ତି।
ଚତୁର୍ଥ ସେରୋ ସର୍ଭେ ନେଇ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା । ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ ଥିବା କହିଲେ ଭାର୍ଗବ ।ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତ ବର୍ଗର ଲୋକଙ୍କୁ ନେଇ ସର୍ଭେ ହୋଇଥିଲା ।
କଟକଣା କୋହଳ ଯୋଗୁଁ ଲୋକଙ୍କ ଗହଳି ହିଁ ତୃତୀୟ ଲହରର କାରଣ ହେବ। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ, ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି। ଫୋକସ, ସର୍ଭେଲାନ୍ସକୁ ଅଗଷ୍ଟ ପରେ ସରକାର ବଢ଼ାଇପାରନ୍ତି।
ରାଜ୍ୟରେ ଆଉ ୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗତକାଲି କରୋନା କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସିଥିବା ବେଳେ ଆଜି ୨ ହଜାର ପାର କରିଛି।
ଆଗାମୀ କିଛି ଦିନ ମଧ୍ୟରେ ୧୧ ହଜାର ୫୦୦ ଆଥଲେଟ୍ ଏବଂ ପ୍ରାୟ ୭୯ ହଜାର ପ୍ରଶାସକ, ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ କର୍ମଚାରୀ ଜାପାନରେ ପହଞ୍ଚିବା ସହିତ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ ।
କରୋନାରେ ସଂକ୍ରମିତ ହୋଇ ଗତ ଏପ୍ରିଲରେ ଗୁଜରାଟର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ହେଲେ ଜୁଲାଇରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭ୍ୟାକ୍ସିନ୍ର ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିବା ନେଇ ମୋବାଇଲ୍କୁ ମେସେଜ୍ ଆସିଥିଲା।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କର ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତୁତ ଏସ୍ଓପି କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କରୋନା ପିକ୍ ସମୟରେ ଅନେକ ଲୋକ ଲକ୍ଷଣ ଥାଇ ବି ପରୀକ୍ଷା କରାଇବାକୁ ଆସିନଥିଲେ। ନିଜେ ନିଜେ ଔଷଧ କିଣି ସେବନ କରୁଥିଲେ ଯାହାଦ୍ୱାରା ପ୍ରକୃତ ପଜିଟିଭ୍ କେସ୍ ସଂଖ୍ୟା ଜଣା ପଡୁନଥିଲା।
ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ମାତ୍ରା ହ୍ରାସ ପାଇବା ସହିତ ଅନ୍ୟ ରାଜ୍ୟରୁ ଲୋକଙ୍କ ଯାତାୟତ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରୁ ୟୁପି ପ୍ରବେଶ କରୁଥିବା ଲୋକଙ୍କ ପାଇଁ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି।
ଯଦି ପୁଣି କୋଭିଡ଼ ନେଇ ପରୀକ୍ଷା କରି ନହୁଏ, ଏଇ ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ। ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ।
ରାଜ୍ୟରେ କରୋନା ସଂକ୍ରମଣ ୨ ହଜାର ତଳକୁ ଖସୁନି। ସଂକ୍ରମଣ ହାର କମିଥିଲେ ହେଁ ରାଜ୍ୟରୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଉପରେ ରହୁଛି। ଆଜି ରାଜ୍ୟରୁ ନୂଆ ୨୧୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ମୋଦି କହିଛନ୍ତି ଯେ ଦେଶରେ ଧୀରେ ଧୀରେ ସଂକ୍ରମଣ କମୁଛି କିନ୍ତୁ ଏବେ ବି ସଚେତନ ହୋଇ ରହିବାର ଆବଶ୍ୟକତା ରହିଛି। କାରଣ ଟିକିଏ ଅସାବଧାନ ହେଲେ ଦେଶରେ ପୁଣି ଥରେ ସଂକ୍ରମଣ ବଢ଼ିବ।
ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ହେବ। ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ ଏହାର ମୁକାବିଲାକୁ ନେଇ ମନ୍ତ୍ର ଦେଇଛନ୍ତି ।