• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କିଛି ଦିନ ମଧ୍ୟରେ ୧୧ ହଜାର ୫୦୦ ଆଥଲେଟ୍ ପହଞ୍ଚିବେ ।

  • ୭୯ ହଜାର ପ୍ରଶାସକ, ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ କର୍ମଚାରୀ ପହଞ୍ଚିବେ ।

  • ସମସ୍ତଙ୍କର ହେବ କୋଭିଡ୍ ଟେଷ୍ଟ ।

ଟୋକିଓ: ଆଗାମୀ କିଛି ଦିନ ମଧ୍ୟରେ ୧୧ ହଜାର ୫୦୦ ଆଥଲେଟ୍ ଏବଂ ପ୍ରାୟ ୭୯ ହଜାର ଅଧିକାରୀ, ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ କର୍ମଚାରୀ ଜାପାନରେ ପହଞ୍ଚିବା ସହିତ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ ।

କରୋନା ମହାମାରୀ ମଧ୍ୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ, ସମସ୍ତଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବା ନିହାତି ଜରୁରୀ । ତେଣୁ ଏଥିପାଇଁ ଏକ ବଡ଼ ଧରଣର କରୋନା ପରୀକ୍ଷା ଅଭିଯାନ ଆରମ୍ଭ କରାଯିବ ।

କୌଣସି ଖେଳାଳିମାନେ ଯେମିତି କରୋନାରେ ଆକ୍ରାନ୍ତ ନହୁଅନ୍ତି ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ । ଏଥିପାଇଁ ପ୍ରତିଦିନ ସଦସ୍ୟମାନଙ୍କର କରୋନା ପରୀକ୍ଷା କରାଯିବାକୁ ନିଷ୍ପତି ନିଆଯାଇଛି ।

ଏହାର ଅର୍ଥ ହେଉଛି ପ୍ରତ୍ୟେକ ଦିନ ପ୍ରାୟ ୮୦ ହଜାର କୋଭିଡ ପରୀକ୍ଷା କରାଯିବ । ଅଲିମ୍ପିକ୍ ଗେମ୍ସ ୨୦୨୦ର ଆୟୋଜକ କମିଟି ଏହି ପରୀକ୍ଷା ଉପରେ ନଜର ରଖିବ । ଏହାର ପରିଚାଳନା କରିବା ପାଇଁ ୨୩୦ ଡାକ୍ତର ଏବଂ ୩୧୦ ଜଣ ନର୍ସଙ୍କୁ ଦାୟିତ୍ୱ ଦିଆଯିବ । କୌଣସି ବି ଅଂଶଗ୍ରହଣକାରୀ କିମ୍ବା ଅଧିକାରୀଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବିନା କାର୍ଯ୍ୟକ୍ରମ ସ୍ଥଳକୁ ଯିବାକୁ ଅନୁମତି ଦିଆଯିବ ନାହିଁ ।

ଖେଳ ଆୟୋଜନ କମିଟି ଶନିବାର ସୂଚନା ଦେଇଛି ଯେ, ଜୁଲାଇ ୧ ରୁ ୧୫ ମଧ୍ୟରେ ୧୫ ହଜାର ଲୋକ ଜାପାନରେ ପ୍ରବେଶ କରିଛନ୍ତି । ସେଥିମଧ୍ୟରୁ କେବଳ ୧୫ ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି ।

ଖେଳଗୁଡ଼ିକରେ ଦିନରାତି ସୁରକ୍ଷା ଯୋଗାଇ ଦେବା ପାଇଁ ୪୪ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯିବ ।

ଏହାପୂର୍ବରୁ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ୍ ବାଖ୍‌ କହିଥିଲେ ଯେ, ଟୋକିଓ ଅଲିମ୍ପିକ୍ସ ସହ ଜଡିତ କେବଳ ୧୫ ଜଣ ଲୋକ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଥଲେଟ୍‌ ଭିଲେଜରୁ ଗୋଟିଏ ପଜିଟିଭ ମାମଲା ଚିହ୍ନଟ ହୋଇଥିଲେ ମଧ୍ୟ ତାହା ଆଗାମୀ ଅଲିମ୍ପିକ୍ସ ଜାପାନବାସୀଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରିପାରିବ ନାହିଁ ।

ବାଖ୍‌ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜୁଲାଇ ୧ ରୁ ଜୁଲାଇ ୧୬ ମଧ୍ୟରେ ପ୍ରାୟ ୧୫ ହଜାର ଆଥଲେଟ୍, ଅଧିକାରୀ, ସପୋର୍ଟ ଷ୍ଟାଫ୍ ଏବଂ ସ୍ୱୀକୃତିପ୍ରାପ୍ତ ମିଡିଆ ପ୍ରତିନିଧି ଟୋକିଓରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା । ୧୫ ହଜାର ଜଣଙ୍କ ମଧ୍ୟରୁ କେବଳ ୧୫ ଜଣଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିଛଇ । ଦେଖିବାକୁ ଗଲେ ଏହି ସଂଖ୍ୟା ଖୁବ୍ କମ୍ । ପଜିଟିଭ୍‌ ଚିହ୍ନଟ ହୋଇଥିବା ସମସ୍ତ ବ୍ୟକ୍ତି ଏବେ ସଂଗରୋଧରେ ରହିଛନ୍ତି । ସେମାନଙ୍କ ଯୋଗୁଁ ଅନ୍ୟମାନଙ୍କ ପାଇଁ କୌଣସି ବିପଦ ନାହିଁ ।

ଟୋକିଓ ଅଲିମ୍ପିକ୍ସର ଆୟୋଜନ ୨୩ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ପରେ ପାରାଲିମ୍ପିକ୍ ଗେମ୍ସ ଆୟୋଜନ ମଧ୍ୟ ଜାପାନରେ ହେବ ।