• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid 19

Covid Vaccine
କରୋନା ଭ୍ୟାକ୍ସିନ ନେଇ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

କେରଳର ଏକ ଡାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । କୋଭିଡ ଭ୍ୟାକ୍ସିନ ନେବା ପରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଉକ୍ତ ଡାକ୍ତରଖାନା ପକ୍ଷରୁ ଦାବି କରାଯାଇଛି । ଦେଶରେ ଏହା ପ୍ରଥମ ମାମଲା ଯେଉଁଥିରେ ଜଣେ ଗର୍ଭବତୀଙ୍କ ମୃତ୍ୟୁର ଦାୟୀ କରୋନା ଭ୍ୟାକ୍ସିନକୁ କରାଯାଇଛି ।

corona
’ଅକ୍ଟୋବରରେ ଶିଖର ଛୁଇଁପାରେ ତୃତୀୟ ଲହର, ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇପାରନ୍ତି ଶିଶୁ’

ଗୃହ ମନ୍ତ୍ରାଳୟର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ବିଶେଷଜ୍ଞ କମିଟି କୋଭିଡର ତୃତୀୟ ଲହରୀ ପ୍ରସଙ୍ଗରେ ଚେତାବନୀ ଦେଇଛି । ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାସହ ମୁଖ୍ୟତଃ ତୃତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଛି ।

TAJ MAHAL
ଆସନ୍ତାକାଲିଠାରୁ ତାଜମହଲର ରାତ୍ରିକାଳୀନ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ

କୋରନା ମହାମାରୀ ପାଇଁ ଦୀର୍ଘ ଦିନ ହେବ ଦେଶର ପ୍ରାୟ ସମସ୍ତ ପର୍ଯ୍ୟଟନସ୍ଥଳୀ  ବନ୍ଦ ରହିଛି । ଆଗ୍ରା ତାଜମହଲ ବି ଦୀର୍ଘ ଦିନରୁ ରାତିରେ ବନ୍ଦ ରହୁଛି । ଦୀର୍ଘ ଏକ ବର୍ଷ ପରେ ପୁଣି ଥରେ ତାଜମହଲର  ରାତ୍ରୀ କାଳୀନ ସୌନ୍ଦର୍ଯ୍ୟ ଏବେ ଦେଖିବାକୁ ମିଳିବ।

New Covid-19 Cases
୯୮୬ କରୋନା ପଜିଟିଭ୍‌, ୧୮ ବର୍ଷରୁ କମ୍ ବୟସର ୧୨୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୯୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୪୧୨ ରହିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୨୮ ଜଣ ଶୂନରୁ ୧୮ ବର୍ଷ ବୟସର ଅଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୨୫, ବରଗଡ଼ରୁ ୧, ଭଦ୍ରକରୁ ୧୪, ବଲାଙ୍ଗିରରୁ ୧୭, କଟକରୁ ୧୩୯, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୫, ଗଜପତିରୁ ୧, ଗଞ୍ଜାମରୁ ୮, ଜଗତସିଂହପୁରରୁ ୪୫, ଯାଜପୁରରୁ ୪୯, କଳାହାଣ୍ଡିରୁ ୬, କନ୍ଧମାଳରୁ୧୨, କେନ୍ଦ୍ରାପଡ଼ାରୁ ୨୩, କେନ୍ଦୁଝରରୁ ୧୩, ଖୋର୍ଦ୍ଧାରୁ ୩୭୩, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୫, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୨୦, ପୁରୀରୁ ୩୨, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୫, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲ୍‌ରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 Lingaraj Temple Reopen
ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

କୋଭିଡ ଗାଇଡଲାଇନ ଅନୁଯାୟୀ ସେପ୍ଟେମ୍ୱର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମହାପ୍ରଭୁଙ୍କର ରୂପାର ପ୍ରଭା,ନୂଆ ବିମାନ ଓ ପାଲିଙ୍କି ତିଆରି ଲାଗି ନିଷ୍ପତ୍ତି ନିଆଯାଇଛି । ଚନ୍ଦ୍ରଶେଖର,ଭୁବନେଶ୍ୱରୀ ଓ ମାଆ ପାର୍ବତୀଙ୍କ ପ୍ରଭା ନିର୍ମାଣ ହେବ ପାଇଁ ନିଷ୍ପତ୍ତି ନିଆଯାଇଛି ।

Corona
ଖସୁଛି ସଂକ୍ରମଣ ହେଲେ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ବଢ଼ୁଛି ବିପଦ

ରାଜ୍ୟରେ ଖସୁଛି ଦୈନିକ କୋଭିଡ୍ ସଂକ୍ରମଣ ହେଲେ କମିବାର ନାଁ ଧରୁନି ୧୮ ବର୍ଷରୁ କମ୍ ବୟସ୍କ ବର୍ଗଙ୍କ ପଜିଟିଭ୍ ସଂଖ୍ୟା । ଅଗଷ୍ଟ ୧୫ ତାରିଖରେ ୧୩୮ ଜଣ, ୧୬ରେ ୧୦୪, ୧୭ରେ ୯୬, ଆଉ ଆଜି ମୋଟ୍ ୯୯୩ ପଜିଟିଭ୍‌ଙ୍କ ମଧ୍ୟରୁ ଏହି ବର୍ଗରୁ ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Corona
କରୋନା ବଢ଼ାଇଲା ଚିନ୍ତା, ୪ ଦିନରେ ୪୭୬ ଶିଶୁ ଆକ୍ରାନ୍ତ

କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆଉ ୧୩୮ ପିଲା। ୪ ଦିନରେ ୪୭୬ ଆକ୍ରାନ୍ତ ହେବା ବଢ଼ାଇଛି ଚିନ୍ତା

Odisha sees 1193 new corona positive cases
ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ, ତଥାପି ଥମୁନି ସଂକ୍ରମଣ

ରାଜ୍ୟରେ ୨ କୋଟି ଟପିଲା କୋଭିଡ୍ ଟିକାକରଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏଁ ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଡୋଜ୍ ଟିକାକରଣ ହୋଇଛି ।

coronavirus infection to children
କେମିତି ଶିଶୁଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ? ପରାମର୍ଶ ଦେଲେ DMET

ରାଜ୍ୟରେ ୨ ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ଥିଲେ ବି ଏବେ ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟାରେ ପୁଣି ଶହେ ପାର୍‌ କରିଛି ଶୂନରୁ ୧୮ ବର୍ଷ ବୟସ୍କଙ୍କ ସଂକ୍ରମିତ ସଂଖ୍ୟା।  ଗତ ୨୪ ଘଣ୍ଟାରେ ୧୩୮ ଜଣ ଏହି ବର୍ଗରେ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Covid test Children
ଚିନ୍ତା ବଢାଉଛି କରୋନା ଟ୍ରେଣ୍ଡ୍: ବଢିଲା ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତଙ୍କ ସଂଖ୍ୟା

୪୧୫ ଲୋକାଲ କେସ୍ ହୋଇଥିବା ବେଳେ, ୫୭୮ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

DMET CBK Mohanty
ତୃତୀୟ ଲହର ଆସିବା ପୂର୍ବରୁ ଶିଶୁଙ୍କ ସୁରକ୍ଷା ଲାଗି ଅଧିକ ବ୍ୟବସ୍ଥା କରାଯାଉଛି

ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଥିବାରୁ ଦ୍ୱିତୀୟ ଲହର ସରି ସରି ଆସୁଛି । ହେଲେ ସଂପୂର୍ଣ୍ଣ ସରିନଥିବାରୁ ଏବେ ବି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

corona death
୨୪ ଘଣ୍ଟାରେ ୭୨୦ ସଂକ୍ରମିତ ଚିହ୍ନଟ,ପୁଣି ୬୮ କରୋନା ଆକ୍ରାନ୍ତ ମୃତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଚିନ୍ତା ବଢୁଛି। କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଚିନ୍ତାର ବିଷୟ ହେଉଛି, ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଆକ୍ରାନ୍ତଙ୍କ ତାଲିକାରେ ରହିଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୨୧ ଥିବାବେଳେ ଲୋକାଲ କେସ୍ ୨୯୯ ରହିଛି।ଅନ୍ୟପକ୍ଷେ ରାଜ୍ୟରେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଲା

Covid Test
ଚିନ୍ତା ବଢାଇଲା ୧୮ରୁ କମ୍‌ ବୟସ୍କଙ୍କ ସଂକ୍ରମଣ, ଆଜି ୯୬ ପିଲା ବାହାରିଲେ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ଚିନ୍ତା ବଢୁଛି। କୋଭିଡ ତଥ୍ୟକୁ ଦେଖିବା ପରେ ତୃତୀୟ ଲହରର ପଦଧ୍ୱନୀକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ରାଜ୍ୟବାସୀ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

DMET CBK Mohanty
ଶୂନରୁ ୧୮ ବର୍ଷ ବୟସ୍କ ଶିଶୁଙ୍କ ସଂକ୍ରମଣ ବଢିପାରେ-DMET

ଶିଶୁ ଏବଂ କିଶୋରଙ୍କ ସଂକ୍ରମଣ ପ୍ରସଙ୍ଗରେ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଦେଶରେ ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି। ସେହି ଦୃଷ୍ଟିରେ ଦେଖିଲେ ରାଜ୍ୟରେ ବି ଶିଶୁ ସଂକ୍ରମଣ ହାର ପ୍ରାୟ ସମାନ ରହିଛି । ତେବେ ଆଗକୁ ଶୂନରୁ ୧୮ ବର୍ଷ ବୟସ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

868 New Covid Cases
ଘାରିଲାଣି ତୃତୀୟ ଲହରର ଭୟ,୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଘାରିଲାଣି ତୃତୟ ଲହରର ଭୟ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହୁଛି। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ତୃତୀୟ ଲହର ଭୟକୁ ବଢାଇ ଦେଇଛି। ଏଥିସହିତ ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Covid positive
ଆସିଲା କି ତୃତୀୟ ଲହର ? ଆଜି ବି ୧୮ ବର୍ଷରୁ କମ୍ ବର୍ଗର ୧୦୪ ରୋଗୀ ଚିହ୍ନଟ

ଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଘାରିଲାଣି ତୃତୟ ଲହରର ଭୟ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ତଳେ ରହୁଛି। ହେଲେ ଆଜି ୧୮ ବର୍ଷରୁ କମ୍ ବର୍ଗର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

covid-19
୧୦୫୮ କରୋନା ପଜିଟିଭ୍‌ ଚିହ୍ନଟ, ୬୪ ଆକ୍ରାନ୍ତ ମୃତ

ଗତ କିଛିଦିନ ଧରି ରାଜ୍ୟରେ ୧୧ ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହେଉ ଥିବାବେଳେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୧୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୪୨ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ବୟସର ୧୩୮ ଜଣ ଅଛନ୍ତି। ଅଗଷ୍ଟ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍‌ରୁ ୬୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୭୫ ଥିଲା। ସେହିପରି ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

corona death
୧୧୩୨ କରୋନା ପଜିଟିଭ୍‌ ଚିହ୍ନଟ,୬୬ ଆକ୍ରାନ୍ତ ମୃତ

ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୩ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୭୫ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୨ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍‌ରୁ ୬୯୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୯୮ ଥିଲା।ସେହିପରି ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Covid19
ଖୋଲିଲା ସ୍କୁଲ ବଢ଼ିଲା ସଂକ୍ରମଣ, ୩ ଦିନରେ ଓଡ଼ିଶାରୁ ୨ ଛାତ୍ରୀ ପଜିଟିଭ

କରୋନା ଭୟ ଥିଲେ ବି ସ୍କୁଲ ଖୋଲା ଯାଇଥିବାରୁ ବାଧ୍ୟହୋଇ ପିଲାଙ୍କୁ ସ୍କୁଲ ଛାଡ଼ୁଛନ୍ତି ଅଭିଭାବକ। ସ୍କୁଲରେ ଅନ୍ୟ ପିଲାଙ୍କ ସହ ମିଶିବାକୁ ପଡ଼ୁଥିବାରୁ ଟୀକା ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଶିଶୁରୋଗ ବିଶେଷଜ୍ଞଙ୍କ କହିବା କଥା, ସାଧାରଣ ଫ୍ଲୁ ଓ କୋଭିଡ୍‌ର ଲକ୍ଷଣରେ ବିଶେଷ ଫରକ୍ ନାହିଁ। 

Covid-19
୧୧ ଦିନରେ ୫୪୩ ପିଲା କରୋନା ପଜିଟିଭ୍ ; ଆତଙ୍କରେ ଅଭିଭାବକ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ନେଇ ଅଭିଭାବକ ଏବଂ ପ୍ରଶାସନ ମହଲରେ ଆତଙ୍କ ଖେଳିଯାଇଛି। ଗତ ୧ ରୁ ୧୧ ଅଗଷ୍ଟ ମଧ୍ୟରେ, ୦-୧୮ ବର୍ଷ ବୟସର ୫୪୬ ପିଲା କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ପିଲା କରୋନା ପଜିଟିଭ୍ ହୋଇ ଥିବାରୁ ପିଲାମାନଙ୍କ କ୍ଷେତ୍ରରେ କରୋନା ପ୍ରଭାବର ଭୟ ବଢିବାରେ ଲାଗିଛି। ଏଥିରୁ ଆଶଙ୍କା ପ୍ରକାଶ ପାଇଛି ଯେ ତୃତୀୟ ଲହରରେ ପିଲାମାନଙ୍କ ଉପରେ କୋଭିଡ୍‌ର ଏକ ବଡ଼ ପ୍ରଭାବ ପଡିପାରେ।

COVID-19
୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ୬୦ ମୃତ

ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୨ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୯୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୯୮ ରହିଛି। ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ଥିଲା। ସେହିପରି ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

delta-plus-variant
ଭୟଙ୍କର ହେଉଛି ଡେଲ୍‌ଟା ପ୍ଲସ୍‌ ସଂକ୍ରମଣ: ୬୩ ବର୍ଷୀୟା ମହିଳାଙ୍କ ଗଲା ଜୀବନ

୧୧ ଅଗଷ୍ଟରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି କିନ୍ତୁ କେଉଁ କାରଣରୁ ତାଙ୍କର ପ୍ରାଣ ଯାଇଥିଲା ସେନେଇ କୌଣସି ତଥ୍ୟ ମିଳିନଥିଲା କିନ୍ତୁ ଆଜି ମେଡ଼ିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହାସହ ମୁମ୍ବାଇ ମହାନଗର ନିଗମ ବିଏମସି ପକ୍ଷରୁ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି, ବର୍ତ୍ତମାନ ମୁମ୍ବାଇରେ କେବଳ ୭ ଡେଲ୍‌ଟା ପ୍ଲସ୍‌ ମାମଲା ସକ୍ରିୟ ରହିଛି।

Odisha sees 1193 new corona positive cases
ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ବାହାରିଲେ ୪୨୫

ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୨ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୯୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୯୮ ରହିଛି।

corona death
ରାଜ୍ୟରେ ୧୧୦୭ ନୂଆ ପଜିଟିଭ୍‌ ଚିହ୍ନଟ,୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ କରୋନା ସଂକ୍ରମଣ ମାତ୍ର କିଛିଦିନ କମିବା ପରେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇଛି। ଅଗଷ୍ଟ ୧୦ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୫୨ ଥିଲା। ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ରହିଛି। ତେବେ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Odisha sees 1107 new Covid19 positive cases
କିଛି ଦିନ କମିବା ପରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ରାଜ୍ୟରେ ୧୧୦୭ ନୂଆ ପଜିଟିଭ୍‌ ଚିହ୍ନଟ

ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ରହିଛି। ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।