Advertisment

ପୁଣି ରାଜ୍ୟରେ ବଢିଲା କରୋନା ସଂକ୍ରମଣ, ମୃତ୍ୟୁରେ ଲାଗୁନି ବ୍ରେକ୍

ରାଜ୍ୟରେ ଆଉ ୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗତକାଲି କରୋନା କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସିଥିବା ବେଳେ ଆଜି ୨ ହଜାର ପାର କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
ପୁଣି ରାଜ୍ୟରେ ବଢିଲା କରୋନା ସଂକ୍ରମଣ, ମୃତ୍ୟୁରେ ଲାଗୁନି ବ୍ରେକ୍

Covid testing

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୧୧୯୮; ଲୋକାଲ କେସ୍- ୮୮୭ ଚିହ୍ନଟ ହୋଇଛନ୍ତି। ଅନୁଗୁଳ- ୭୩, ବାଲେଶ୍ୱର- ୧୧୩, ବରଗଡ଼- ୧୫, ଭଦ୍ରକ- ୧୭୩, ବଲାଙ୍ଗିର- ୭, ବୌଦ୍ଧ- ୩, କଟକ- ୨୧୦, ଦେବଗଡ଼- ୪, ଢେଙ୍କାନାଳ- ୪୧, ଗଜପତି- ୧୯, ଗଞ୍ଜାମ- ୧୪, ଜଗତସିଂହପୁର- ୧୦୮, ଯାଜପୁର- ୧୩୨, ଝାରସୁଗୁଡ଼ା- ୨, କଳାହାଣ୍ଡି- ୧୦ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୮ ହଜାର ୫୯କୁ ବୃଦ୍ଧି ହୋଇଛି।

Advertisment

ସେହିପରି ରାଜ୍ୟରେ ଆଉ ୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ରୁ ୮, ବରଗଡ଼ ଓ ମୟୂରଭଞ୍ଜରୁ ୬ ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ୩ ଲେଖାଏଁ, ମାଲକାନଗିରିରୁ ୨, କଟକ, ଦେବଗଡ଼ ଓ ଗଞ୍ଜାମରୁ ଜଣେ ଲେଖାଏଁ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁରରୁ ମଧ୍ୟ ଜଣେ ଲେଖାଏଁ ମୃତ୍ୟୁ ହୋଇଛି। ଗତକାଲି ୨ ହଜାର ତଳେ କରୋନା ସଂକ୍ରମଣ ରହିଥିଲା। ଗତକାଲି ୧୬୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ।

Advertisment

ରାଜ୍ୟରେ କରୋନା ସ୍ଥିତି ନେଇ DMET ସିବିକେ ମହାନ୍ତି କହିଛନ୍ତି ଏବେ ସଂକ୍ରମଣ କମି ସ୍ଥିର ଅବସ୍ଥାରେ ଅଛି। ତେବେ ତୃତୀୟ ଲହର ନେଇ ଆକଳନ କରାଯାଇଛି  କିନ୍ତୁ ଏବେ ତାହା ଆସିନାହିଁ। ମାଡ୍ରାସ ଇନଷ୍ଟିଚ୍ୟୁଟ୍ କହୁଥିବା ଆର୍ ଭ୍ୟାଲୁ ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ ବୋଲି ସେ କହିଛନ୍ତି। 

Odisha News Coronavirus COVID-19 COVID-19 Pandemic
Advertisment
Advertisment