Advertisment

ଭୁବନେଶ୍ୱରରେ ଗର୍ଭାବତୀଙ୍କୁ ଟୀକାକରଣ, ସେଣ୍ଟରରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭାବତୀଙ୍କ ଟୀକାକରଣ । ବିଏମ୍‌ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି । ଆଜିଠାରୁ ଏହି ଅଭିଯାନକୁ ବ୍ୟାପକ କରାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ଗର୍ଭାବତୀଙ୍କୁ ଟୀକାକରଣ, ସେଣ୍ଟରରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା

Pregnant Women

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଗର୍ଭାବତୀଙ୍କ ଟୀକାକରଣ । ବିଏମ୍‌ସିର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ସରକାରୀ ହସ୍ପିଟାଲରେ ଗର୍ଭବତୀଙ୍କ ଟିକାକରଣ କରାଯାଉଛି । ଆଜିଠାରୁ ଏହି ଅଭିଯାନକୁ ବ୍ୟାପକ କରାଯାଇଛି । ଭୁବନେଶ୍ୱରରେ ମୋଟ ୧୦ ହଜାରରୁ ଅଧିକ ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ସପ୍ତାହକୁ ଦୁଇଦିନ ଅର୍ଥାତ ବୁଧବାର ଏବଂ ଶନିବାର ଦିନ ୧୧ଟାରୁ ଦିନ ଗୋଟାଏ ମଧ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Advertisment

ଗର୍ଭବତୀମାନେ ନିଜର ପରିଚୟ ପତ୍ର ଦେଖାଇ ଟିକା ନେଇପାରିବେ । ଗର୍ଭବତୀଙ୍କୁ ଟିକାକରଣ ପାଇଁ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟିକା ନେବା ପାଇଁ ଗର୍ଭବତୀଙ୍କୁ ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ । ଅନ୍ୟପକ୍ଷେ ଗର୍ଭବତୀଙ୍କ ଟୀକାକରଣ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ନର୍ସ, ଏଏନ୍ଏମ୍ ଓ ଅଙ୍ଗନବାଡି କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ମଧ୍ୟ ପ୍ରଦାନ କରାଯାଇଛି ।

ଅନ୍ୟପଟେ ଆଜି ଗୋଟିଏ ଦିନରେ ରାଜ୍ୟରେ ୧,୯୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧,୧୧୫ ଜଣ କ୍ୱାରେଣ୍ଟିନରୁ ଥିବାବେଳେ ୮୧୨ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । 

Advertisment

ସେହିପରି ପରି ରାଜ୍ୟରେ ପୁଣି ୬୯ ଜଣ କରୋନା ରୋଗୀ ଆଖି ବୁଜିଥିବା କୁହାଯାଇଛି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୨୪୧କୁ ବୃଦ୍ଧି ପାଇଛି। ତାଲିକାରେ ଆଜି ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଜିଲ୍ଲାରୁ ସର୍ବାଧିକ ୨୨ ଜଣ ରୋଗୀ ପ୍ରାଣ ହରାଇଥିବା କୁହାଯାଇଛି। 

ସେହିପରି ସଂକ୍ରମଣ ତାଲିକାରେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଉପରେ ରହିଛି। ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ  ୪୯୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ  ୫୫, ବାଲେଶ୍ୱରରୁ ୧୧୧, ବରଗଡ଼ରୁ ୨୭, ଭଦ୍ରକରୁ ୧୯, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୭, କଟକରୁ ୨୪୮, ଦେବଗଡ଼ରୁ ୬, ଢେଙ୍କାନାଳରୁ ୭୫, ଗଜପତିରୁ ୪, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୯୧, ଯାଜପୁରରୁ୧୨୩, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୮, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୪୯୮, କୋରାପୁଟରୁ ୮, ମାଲକାନଗିରିିରୁ ୧୮, ମୟୂରଭଞ୍ଜରୁ ୯୦, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୬୪, ନୂଆପଡ଼ାରୁ ୫, ପୁରୀରୁ ୧୦୩, ରାୟଗଡ଼ାରୁ ୨୨, ସମ୍ବଲପୁରରୁ ୩୩, ସୁବର୍ଣ୍ଣପୁରରୁ ୮, ସୁନ୍ଦରଗଡ଼ରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ଷ୍ଟେଟପୁଲରୁ ୧୦୦ ଜଣ ବାହାରିଛନ୍ତି। 

Bhubaneswar COVID-19
Advertisment
Advertisment