• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଚତୁର୍ଥ ସେରୋ ସର୍ଭେ ନେଇ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା ।

  • ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ ଥିବା କହିଲେ ଭାର୍ଗବ ।

  • ସମସ୍ତ ବର୍ଗର ଲୋକଙ୍କୁ ନେଇ ସର୍ଭେ ହୋଇଥିଲା ।

ନୂଆଦିଲ୍ଲୀ: ଚତୁର୍ଥ ସେରୋ ସର୍ଭେ ନେଇ ICMR ଡିଜି ବଳରାମ ଭାର୍ଗବଙ୍କ ବଡ଼ ବୟାନ । ଏବେ ବି ୪୦ କୋଟି ଲୋକ ସମ୍ବେଦନଶୀଳ ଥିବା କହିଲେ ଭାର୍ଗବ ।ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତ ବର୍ଗର ଲୋକଙ୍କୁ ନେଇ ସର୍ଭେ ହୋଇଥିଲା । ଦେଶର ୭୦ ଜିଲ୍ଲାରେ ୨୮, ୯୭୫ ଲୋକଙ୍କୁ ନେଇ ସର୍ଭେ ହୋଇଥିଲା । ୭୦ ଜିଲ୍ଲା ମଧ୍ୟରେ ପ୍ରତି ଜିଲ୍ଲାରୁ ୧୦ ଗାଁ ଓ ପ୍ରତି ଗାଁରୁ ୪୦ ସାମ୍ପଲ ନେଇ ସର୍ଭେ କରାଯାଇଥିଲା ।

ସର୍ଭେ ଅନୁସାରେ ପ୍ରାୟ ୬୭.୬% ଲୋକଙ୍କ ଠାରେ ସେରୋ ପ୍ରିଭେଲାନ୍ସ ରହିଛି । ୬ରୁ ୯ ବର୍ଷ ପିଲାଙ୍କ ଠାରେ ସେରୋ ପ୍ରିଭେଲାନ୍ସ ୫୭.୨ ପ୍ରତିଶତ ରହିଥିବା ବେଳେ ୧୦ରୁ ୧୭ ବର୍ଷ ମଧ୍ୟରେ ୬୧.୬%, ୧୮ରୁ ୪୪ ମଧ୍ୟରେ ୬୬.୭% ରହିଛି । ସେହିଭଳି ୪୫ରୁ ୬୦ ବର୍ଷ ମଧ୍ୟରେ ୭୭.୬ ପ୍ରତିଶତ ରହିଛି ସେରୋ ପ୍ରିଭେଲାନ୍ସ । ସର୍ଭେ ଅନୁସାରେ ଟିକା ନେଇଥିବା ଲୋକଙ୍କ ଠାରେ ସେରୋ ପ୍ରିଭେଲାନ୍ସ ବେଶି ।

ଟିକା ନେଇନଥିବା ଲୋକଙ୍କ ଠାରେ ୬୨.୩ ପ୍ରତିଶତ ସେରୋ ପ୍ରିଭେଲାନ୍ସ । ଗୋଟିଏ ଡୋଜ୍ ଲୋକଙ୍କ ଠାରେ ୮୧% ଓ ୨ଟି ଡୋଜ୍ ପରେ ୮୯.୮% । ସର୍ଭେ ଅନୁସାରେ ଦେଶର ଦୁଇ ତୃତୀୟାଂଶ ଲୋକଙ୍କୁ ଛୁଇଁ ସାରିଛି ଭୂତାଣୁ । ବାକି ୪୦ କୋଟି ଲୋକ ଏବେ ବି ସମ୍ବେଦନଶୀଳ ରହିଥିବା କହିଛନ୍ତି ଭାର୍ଗବ । ଏବେ ବି ବିପଦ ରହିଛି, ଆଦୌ ଢିଲା ଦେବା ଅନୁଚିତ କହିଲେ ଭାର୍ଗବ ।

ଅନ୍ୟପଟେ ସେରୋ ସର୍ଭେ ପରେ ICMR ଡିଜି ବଳରାମ ଭାର୍ଗବଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ପ୍ରଥମେ କଲେଜ ନୁହେଁ, ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲିବାକୁ କହିଲେ ଭାର୍ଗବ । ବୟସ୍କମାନଙ୍କ ଅପେକ୍ଷା ପିଲାମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବେଶି । ସର୍ଭେ ଅନୁସାରେ ପିଲାମାନଙ୍କ ଠାରେ ଭାଇରସ ମୁକାବିଲା କ୍ଷମତା ଅଧିକ । ସେଥିପାଇଁ ଦେଶରେ ପ୍ରଥମେ ପ୍ରାଥମିକ ସ୍କୁଲ ଓ ପରେ ମାଧ୍ୟମିକ ସ୍କୁଲ ଖୋଲୁ । କିନ୍ତୁ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ ଟିକାକରଣ ଜରୁରୀ । ସ୍କୁଲ ଖୋଲିବା ପୂର୍ବରୁ ସବୁ ଶିକ୍ଷକ, ଡ୍ରାଇଭରଙ୍କୁ ଟିକାକରଣ କରାଯାଉ ବୋଲି ଭାର୍ଗବ ପରାମର୍ଶ ଦେଇଛନ୍ତି ।