Advertisment

ଥମୁନି କରୋନାର ୨ୟ ଲହର; ଚିହ୍ନଟ ହେଲେ ୧, ୬୨୯ ସଂକ୍ରମିତ, ଆଖି ବୁଜିଲେ ୬୦

ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୬୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପୁଣି ଆଖି ବୁଜିଛନ୍ତି ୬୦ ରୋଗୀ।

author-image
Minati Mishra
ଅଦ୍ୟତନ ହୋଇଛି
ଥମୁନି କରୋନାର ୨ୟ ଲହର; ଚିହ୍ନଟ ହେଲେ ୧, ୬୨୯ ସଂକ୍ରମିତ, ଆଖି ବୁଜିଲେ ୬୦

Coronavirus in Odisha

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୬୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୩୯ ଜଣ ଥିବାବେଳେ  ଲୋକାଲ କେସ୍ ୬୯୦ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆଜି ଟ୍ୱିଟ କରି ସୂଚନା ଦେଇଛି। ଅନ୍ୟପକ୍ଷେ ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ତାଲିକାରେ ଆଜି ବି ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଏଠାରୁ ସର୍ବାଧିକ ୫୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪୪, ବାଲେଶ୍ୱରରୁ ୯୩, ବରଗଡ଼ରୁ ୧୧, ଭଦ୍ରକରୁ ୭୬, ବଲାଙ୍ଗିରରୁ ୫, ବୌଦ୍ଧରୁ ୨, କଟକରୁ ୧୬୦, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୯, ଗଜପତିରୁ ୨, ଗଂଜାମରୁ ୮, ଜଗତସିଂହପୁରରୁ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 

Advertisment

ସେହିପରି ଯାଜପୁରରୁ  ୮୪, ଝାରସୁଗୁଡ଼ାରୁ  ୫, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୨୯, ଖୋର୍ଦ୍ଧାରୁ ୫୩୨, କୋରାପୁଟରୁ ୪, ମାଲକାନଗିରିିରୁ ୫, ମୟୂରଭଞ୍ଜରୁ ୫୩, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୩୮, ପୁରୀରୁ ୯୬, ରାୟଗଡ଼ାରୁ ୧୨, ସମ୍ବଲପୁରରୁ ୧୪, ସୁବର୍ଣ୍ଣପୁରରୁ ୨୨, ସୁନ୍ଦରଗଡ଼ରୁ ୨୨ ଏବଂ ଷ୍ଟେଟପୁଲରୁ ୧୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଜିର ତାଲିକାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୦ ହଜାର ୮୧୪କୁ ବୃଦ୍ଧି ପାଇଛି। ରାଜ୍ୟରେ ୧,୫୭,୧୮,୮୯୦ ନମୂନା ପରୀକ୍ଷା ହୋଇଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି ୯,୭୦,୮୧୪। ୯,୪୭,୩୮୧  ଜଣ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେସ ଅଛି ୧୭,୭୪୬।

ସେହିପରି ମୃତକଙ୍କ ତାଲିକାରେ ସୁନ୍ଦରଗଡ ଜିଲ୍ଲାଆଗରେ ଅଛି। ମୃତକ ୬୦ ଜଣଙ୍କ ମଧ୍ୟରୁ ସର୍ବାଧିକ ୧୪ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାରୁ ଅଛନ୍ତି। ଖୋର୍ଦ୍ଧାରୁ ୮, କଟକ ଓ ଅନୁଗୁଳରୁ ୬ ଲେଖାଏ,  କେନ୍ଦୁଝର ଓ ପୁରୀରୁ ୫ ଲେଖାଏ,  ବୌଦ୍ଧ ଓ ସମ୍ବଲପୁରରୁ ୪ ଲେଖାଏ, ଭଦ୍ରକରୁ ୨, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି। 

COVID-19 Odisha COVID-19 Update
Advertisment
Advertisment