• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid 19

R Factor
ଚିନ୍ତା ବଢ଼ାଉଛି ଆର୍‌ ଫ୍ୟାକ୍ଟର, ଭାରତରେ ଗମ୍ଭୀର ହୋଇପାରେ ସ୍ଥିତି..

ଦେଶରୁ ଏବେ ବି ଯାଇନି କରୋନାର ଦ୍ୱିତୀୟ ଲହର । ଆଗକୁ ତୃତୀୟ ଲହର ଆଶଙ୍କା ଥିବା ବେଳେ ୮ଟି ରାଜ୍ୟରେ R-ଫ୍ୟାକ୍ଟର ଅଧିକ ରହିବା ଉଦ୍‌ବେଗର ବିଷୟ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Covid-19
ଉହାନରେ ପୁଣି କରୋନାର ନୂଆ ମାମଲା

ଏକ ବର୍ଷ ପରେ ଚୀନ୍‌ର ଉହାନରେ କରୋନା ଭାଇରସ୍ ସଂକ୍ରମଣର ନୂଆ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ସମଗ୍ର ଜନସଂଖ୍ୟାର କୋଭିଡ -୧୯ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି। ଉହାନ ହେଉଛି ଚୀନ୍‌ର ସେହି ସହର ଯେଉଁଠାରେ ପ୍ରଥମ ଥର କରୋନା ଭାଇରସ୍ ସଂକ୍ରମଣ ବ୍ୟାପିଥିଲା ​​ଏବଂ ବର୍ତ୍ତମାନ ପ୍ରାୟ ଏକ ବର୍ଷ ପରେ ଉହାନ ସହରରେ ସ୍ଥାନୀୟ କରୋନା ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି।

corona third wave
ଅଗଷ୍ଟରେ ଆସିପାରେ ତୃତୀୟ ଲହର

ଭୟଙ୍କର ରୂପ ନେଇଛି କରୋନର ଡେଲ୍‌ଟା ଭାରିଏଣ୍ଟ। ସେଥିପାଇଁ ୨ୟ ଲହାର ଏତେ ଜୀବନ ନେଇଗଲା। ଏହି ଡେଲ୍‌ଟା ହିଁ ତୃତୀୟ ଲହରର କାରଣ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର। 

Nandankanan Zoological Park
ଖୋଲିଲା ନନ୍ଦନକାନନ, ୧୦ ନିୟମ ମାନନ୍ତୁ

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର। 

corona virus
ସାବଧାନ ! ଚଳିତ ମାସରେ ଆସିପାରେ କରୋନାର ତୃତୀୟ ଲହରୀ . . .

ଦେଶରେ ତୃତୀୟ ଲହରୀ ଚଳିତ ମାସରୁ ଆରମ୍ଭ ହୋଇପାରେ ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି । ତୃତୀୟ ଲହରୀ ସମୟରେ ପ୍ରତିଦିନ ଏକ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ସର୍ବାଧିକ ସାଂଘାତିକ ସ୍ଥିତିରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧.୫ ଲକ୍ଷରେ ପହଞ୍ଚିପାରେ ।

corona virus
୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ, ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୦୩୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୩୪ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୭୯ ହଜାର ୭୩୭କୁ ବୃଦ୍ଧି ପାଇଛି ।

Coronavirus
ଦେଶରେ ପୁଣି କରୋନା ଭୟ : ୧୧ ସପ୍ତାହ ଲଗାତାର ହ୍ରାସ ପାଇବା ପରେ ପୁଣି ବଢ଼ିଲା ସଂକ୍ରମଣ

ଭାରତରେ ୨୬ ଜୁଲାଇରୁ ୧ ଅଗଷ୍ଟ ମଧ୍ୟରେ ଭାରତରେ ୨.୮୬ ଲକ୍ଷ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବ ସପ୍ତାହ ତୁଳନାରେ ୭.୫ ପ୍ରତିଶତ ବୃଦ୍ଧି ପାଇଛି ସଂକ୍ରମଣ । ଗତ ସପ୍ତାହରେ ଏହି ସଂଖ୍ୟା ଥିଲା ୨.୬୬ ଲକ୍ଷ

corona positive in odisha
“ଢିଲା କରନି, କଣ୍ଟେନମେଣ୍ଟ ନିୟମକୁ କଠୋର କର”

ଦେଶରେ ଆରମ୍ଭ ହୋଇଗଲାଣି କି କରୋନା ସଂକ୍ରମଣର ତୃତୀୟ ଲହର ନା ଲମ୍ବୁଛି ଦ୍ୱିତୀୟ ଲହର? ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହେବା ସୃଷ୍ଟି କରିଛି ଏଭଳି ଦ୍ୱନ୍ଦ୍ୱ ଅଧିକାଂଶ ରାଜ୍ୟରେ ଦ୍ୱିତୀୟ ଲହରର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ କେରଳରେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ନେଇ ବଢିଛି ଚିନ୍ତା

Jajpur
ଅନଲକ୍‌: ଯାଜପୁରରେ ଖୋଲିଲା ମଲ୍‌ ଓ ଫିଲ୍ମ ହଲ୍‌

ତେବେ ମଲ, ଦୋକାନ ମାନଙ୍କରେ କୋଭିଡ଼୍ ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ସରକାର ପୁଣିଥରେ ସେମାନଙ୍କ ପେଟପାଟଣା କଥାକୁ ବୁଝିପାରି ବ୍ୟବସାୟ ପାଇଁ ସୁଯୋଗ ଦେଇଥିବାରୁ ସେମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Dr. Guleria
ଦେଶରେ ବଢୁଛି ଆର୍ ଭେଲ୍ୟୁ ଚିନ୍ତା : ଜଣେ ବ୍ୟକ୍ତି ୮ ଜଣକୁ ସଂକ୍ରମିତ କରିବ

ଦେଶରେ କରୋନା ଭାଇରସ୍ ସଂକ୍ରମଣର ଅବସ୍ଥା ଏବେ ବି ଚିନ୍ତାର କାରଣ ହୋଇଛି। କେତେକ ସ୍ଥାନରେ କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧିପାଉଛି। ଏହି ସମୟରେ, କରୋନାର ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (AIIMS) ର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯେ ଭାରତର ଆର୍‌ ଭେଲ୍ୟୁ ଲଗାତର ଭାବେ ବଢିବାରେ ଲାଗିଛି, ଯାହା ଚିନ୍ତାର କାରଣ ହୋଇଛି।

Corona New Variant
କରୋନା ଭାଇରସ୍ ହେବ ଆହୁରି ଘାତକ ; ୩ ଜଣରେ ଜଣକୁ ନେବ

କରୋନା ଭାଇରସ୍ ସଂକ୍ରମଣ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଯାଇଛି। ଅନେକ ଦେଶରେ ଏହାର ନୂତନ ଭାରିଆଣ୍ଟ୍‌ (ରୋନାଭାଇରସ୍ ଭାରିଆଣ୍ଟସ୍) ଅଧିକ କ୍ଷତି ଘଟାଉଛି। ଏହି ସମୟରେ, ବ୍ରିଟିଶ ବୈଜ୍ଞାନିକମାନେ ସେମାନଙ୍କ ଅନୁସନ୍ଧାନରେ ଦାବି କରିଛନ୍ତି ଯେ କରୋନା ଜୀବାଣୁର ପରବର୍ତ୍ତୀ ଭାରିଆଣ୍ଟ୍‌ ଅଧିକ ମାରାତ୍ମକ ହୋଇପାରେ।

plus 2 Exam
ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ । ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି ।

Third wave of Corona
କରୋନାର ତୃତୀୟ ଲହର ଏହି ରୋଗୀଙ୍କ ପାଇଁ ମାରାତ୍ମକ ହୋଇପାରେ

ଦେଶରେ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପରେ ଲୋକଙ୍କ ମଧ୍ୟରେ ତୃତୀୟ ଲହରର ଭୟ ସୃଷ୍ଟି ହୋଇଛି। ଏହା ସହିତ, ବିଶ୍ୱରେ ମାମଲା ବୃଦ୍ଧି ପାଇବା ପରେ ବୈଜ୍ଞାନିକମାନେ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଦେଶରେ ପରବର୍ତ୍ତୀ କରୋନା ଲହରର ପୂର୍ବାନୁମାନ କରିଛନ୍ତି। ଏହା ସହିତ କେନ୍ଦ୍ର ସରକାର ମଧ୍ୟ ଆସନ୍ତା ତିନି ମାସ ମଧ୍ୟରେ ଲୋକଙ୍କୁ ସତର୍କତା ଏବଂ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି।

Health Director Vijay Mohapatra
କାହିଁକି କରୋନା ଲହରର ପ୍ରଭାବ କମୁନି, ସିଭିୟରିଟି ବଢୁଛି-ଉତ୍ତର ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଭଲ ନାହିଁ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ତଳକୁ ଖସୁନି। ଏସବୁ ଭିତରେ ପୁଣି ଡରଉଛି ତୃତୀୟ ଲହର। ସ୍ଥିତିକୁ ଦେଖି ସତର୍କ ରହିବାକୁ  ଚେତାବନୀ ଦେଇଛନ୍ତି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

corona virus
ଚିହ୍ନଟ ହେଲେ ୧,୫୭୮ କରୋନା ଆକ୍ରାନ୍ତ; ଆଖି ବୁଜିଲେ ୬୮

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ତଳକୁ ଖସୁନି।  ଆଜି ପୁଣି ୧,୫୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Orphan
କରୋନାରେ ୬, ୫୬୨ ପିଲା ବାପା-ମାଆ ଛେଉଣ୍ଡ

କରୋନାରେ ସାରା ଦେଶରେ ଯେତିକି ପିଲା ବାପା ମାଆ ଛେଉଣ୍ଡ ହୋଇଛନ୍ତି, ସେଥି ମଧ୍ୟରୁ ଦ୍ୱିତୀୟ ସର୍ବାଧିକ ପିଲା ଓଡ଼ିଶାର। ଦେଶରେ ସର୍ବମୋଟ ୭୫ ହଜାର ୩୨୦ ପିଲା ବାପା, ମାଆଙ୍କୁ ହରାଇଥିବା ବେଳେ ଓଡ଼ିଶାରେ ସେଭଳି ପିଲାଙ୍କ ସଂଖ୍ୟା ୬ ହଜାର ୫୬୨ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ NCPCR।

corona vaccine third shot
ଏଠି ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯିବ ଭାକ୍ସିନର ବୁଷ୍ଟର ଡୋଜ

କରୋନା ଭାଇରସକୁ ହରାଇବା ପାଇଁ ଇସ୍ରାଏଲ ଏକ ବଡ ପଦକ୍ଷେପ ନେଇଛି। ଏଠାରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଭାକ୍ସିନର ତୃତୀୟ ଡୋଜ ଦିଆଯିବ। ଆସନ୍ତା ସପ୍ତାହରେ ତୃତୀୟ ଡୋଜ ଦିଆଯିବା ଆରମ୍ଭ ହେବ।

covid vaccine
ଖୁବ୍‌ ଶୀଘ୍ର ଜଣେ ବ୍ୟକ୍ତି ନେଇ ପାରିବେ ୨ ପ୍ରକାର ଭାକ୍ସିନ; ଅଧ୍ୟୟନ ପାଇଁ ସରକାର ଦେଲେ ମଞ୍ଜୁରୀ

ବିଶ୍ୱବ୍ୟାପି କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣ ଠାରୁ ବଞ୍ଚିବାକୁ ହେଲେ ଏବେ ଏକମାତ୍ର ଉପାୟ ଭାକ୍ସିନ। ତେବେ କରୋନା ଭାକ୍‌ସିନକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି। ଜଣେ ବ୍ୟକ୍ତିକୁ ଭିନ୍ନ ଭିନ୍ନ ବ୍ରାଣ୍ଡ ଭାକ୍ସିନ ଦେବା କେତେଦୂର ଠିକ ହେବ ଏ ନେଇ ବୈଜ୍ଞାନିକ ଅଧ୍ୟୟନ ପାଇଁ ସରକାର ଅନୁମତି ଦେଇଛନ୍ତି।

DMET CBK Mohanty
କରୋନା ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ୧୫ ଦିନ ଭିତରେ ଶେଷ ହେବ

ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି ।

corona positive in odisha
ଆଜି ବି ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ଉପରେ, ଆଖି ବୁଜିଲେ ୬୯

ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ହାର ଦେଢ ହଜାର ତଳକୁ ଖସୁ ନାହିଁ। ଆଜି ବି ସଂକ୍ରମଣ ହାର ୧୭ ଶହ ଉପରେ ରହିଛି।

corona
ପିଲାଙ୍କ ଉପରେ ଦାଉ ସାଜୁଛି କରୋନା, ଏଇ ଦେଶରେ ସପ୍ତାହରେ ନେଲାଣି ୧୦୦ ଜୀବନ

ଜାକାର୍ତ୍ତା: ପୁଣି ଥରେ କରୋନାର ତୃତୀୟ ଲହରୀକୁ ନେଇ ଚେତାବନୀ । ବିଶେଷଜ୍ଞମାନେ କହିଛନ୍ତି, କରୋନାକୁ ନେଇ ଆମେ ନିଜେ ନିଜର ସୁରକ୍ଷା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ ।

Coronavirus in Odisha
ଥମୁନି କରୋନାର ୨ୟ ଲହର; ଚିହ୍ନଟ ହେଲେ ୧, ୬୨୯ ସଂକ୍ରମିତ, ଆଖି ବୁଜିଲେ ୬୦

ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା କମୁନି। ଦୈନିକ ସଂକ୍ରମଣ ହାର ଏବେ ବି ଦେଢ ହଜାର ଉପରେ ରହୁଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୬୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପୁଣି ଆଖି ବୁଜିଛନ୍ତି ୬୦ ରୋଗୀ।

MLA  Bhoji
କରୋନା କଟକଣାକୁ ଚଟକଣା ! ଆଇନ୍‌ର ଧଜିଆ ଉଡାଇଲା ବିଧାୟକଙ୍କ ଭୋଜି

ବିଜେଡି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି। 

coronavirus
କରୋନା ନେଇ ଓଡ଼ିଶାରେ ଆଲାର୍ମିଂ ପରିସ୍ଥିତି ନାହିଁ: ILS ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ଆଣ୍ଟିବଡି ଟେଷ୍ଟ। ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ଆଣ୍ଟିବଡି ଟେଷ୍ଟ କିଟ୍।  ICMR ଦ୍ୱାରା ଅନୁମୋଦିତ କିଟ୍ ଓଡ଼ିଶା ଆସି RMRCରେ ପହଞ୍ଚିବ। ବର୍ତ୍ତମାନ ଚାଲିଥିବା ଘରକୁ ଘର ହେଉଥିବା ସର୍ଭେରେ ଏହାକୁ ବ୍ୟବହାର କରାଯିବ। ତେବେ ଆସନ୍ତାକାଲି ଓଡ଼ିଶାରେ ଟେଷ୍ଟିଂ କେମିତି ହେବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯିବ। ତେବେ ଓଡ଼ିଶାରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ILS ନିର୍ଦ୍ଦେଶକ କହିଛନ୍ତି। ଏବେ ଯେଉଁ ସଂକ୍ରମିତ […]

school-reopen
ଖୋଲିଲା ସ୍କୁଲ: ଗେଟ୍‌ରେ ଫୁଲ ଓ ଚନ୍ଦନ ଦେଇ ପିଲାଙ୍କୁ କରାଗଲା ସ୍ୱାଗତ, ଗିଫ୍ଟ ଆକାରରେ ମିଳିଲା ସାନିଟାଇଜର୍‌

କରୋନା ସଂକ୍ରମଣ ଥିବାରୁ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଶୈଳୀ ମଧ୍ୟ ବଦଳିଯାଇଛି। ସରକାରୀ ନିୟମ ଅନୁସାରେ, ପ୍ରତ୍ୟେକ ସ୍କୁଲ୍ ଗେଟ ଗୁଡ଼ିକରେ ପିଲାମାନଙ୍କର ଶରୀରର ତାପମାତ୍ରା ମପାଯାଉଛି। ପରେ ପିଲଙ୍କ ହାତରେ ସାନିଟାଇଜ୍‌ର ଦିଆଯାଉଛି। ଏହାପରେ ଦୀର୍ଘଦିନ ବ୍ୟବଧାନ ପରେ ସ୍କୁଲ ଆସିଥିବା ପିଲାଙ୍କୁ ସ୍ୱାଗତ ଆକାରରେ ମୁଣ୍ଡରେ ଚନ୍ଦନ ଟିପା ଦେବା ସହ ମଥାରେ ପୁଷ୍ପ ବୃଷ୍ଚି ମଧ୍ୟ କରାଯାଉଛି