ପ୍ରତିଦିନ ସଂକ୍ରମଣ ବଢ଼ୁଛି.. କୋଭିଡ୍ ସ୍ଥିତି ମୁକାବିଲା ପାଇଁ BMC କଣ୍ଟେନମେଣ୍ଟ ଜୋନ୍ କରି କଟକଣା ଲଗାଉଛି..ଆଜି ପୁଣି ୭ ସ୍ଥାନ କଣ୍ଟେନମେଣ୍ଟ ଘୋଷଣା କରିଛି BMC
ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍କୁ BMC ସିଲ୍ କରିଛି। ଏନେଇ ବିଏମ୍ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ସୂଚନା ଦେଇଛନ୍ତି।
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ।
ସ୍ୱଚ୍ଛତା ଅଭିଯାନ ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର ରହିଥିବା ବେଳେ ଖୋଦ୍ ଡେପୁଟୀ କମିଶନର ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି ।
ଧର୍ମମାସ କାର୍ତ୍ତିକର ଆସନ୍ତାକାଲି ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଶହ ଶହ ବର୍ଷ ପୁରୁଣା । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା। ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର। ସେହିପରି ଅଧିକ ଭିଡ଼ ହେବା ସମ୍ଭାବନା ଥିବା ଜଳାଶୟ ଗୁଡ଼ିକରେ ବୋଇତ ବନ୍ଦାଣ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ।
ପୂର୍ବରୁ ଜାରି ହୋଇଥିବା କୋଭିଡ୍ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।
ଅକ୍ଟୋବର-ନଭେମ୍ବର ପାଇଁ ଆସିଲା ନୂଆ ପୂଜା ଗାଇଡଲାଇନ। ଅକ୍ଟୋବର -ନଭେମ୍ବର ମାସର ପୂଜା ବିଶେଷ କରି ଲକ୍ଷ୍ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କରିଛି ବିଏମ୍ସି। BMC ଅଧୀନରେ ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଲୋଡ଼ା। ସେହିପରି ମଣ୍ଡପ/ପେଣ୍ଡାଲରେ ପୂଜା ବେଳେ ଶ୍ରଦ୍ଧାଳୁଙ୍କୁ ଯିବା ଉପରେ କଟକଣା ରହିଛି।
ବିନ୍ଦୁସାଗରରେ ମହାଳୟା ପାଳନ ଉପରେ ସଂପୂର୍ଣ୍ଣ ବାରଣ କରାଯାଇଛି । ବ୍ରାହ୍ମଣ ଭୋଜନ ସହ ନୀତିକାନ୍ତି ପାଳିବାକୁ ସଂପୂର୍ଣ୍ଣ ବାରଣ କରିଛି ବିଏମସି । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଭୁବନେଶ୍ୱର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ତେବେ ବିବାହ, ବ୍ରତ, ଶୁଦ୍ଧିକାର୍ଯ୍ୟ ପାଇଁ BMC ଜାରି କରିଥିବା ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ।
ଭିଡ କମାଇଲେ କମିବ ଭୁବନେଶ୍ୱରରେ ପଜେଟିଭ୍ ହାର । ଏମିତି ପରାମର୍ଶ ଦେଇଛନ୍ତି ନୀତି ଆୟୋଗ ଏବଂ ICMR। ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍ସି। କରୋନାକୁ ରୋକିବା ପାଇଁ ଏହା ସରକାରଙ୍କ ତରଫରୁ ଆଗୁଆ ପଦକ୍ଷେପ।
ପୁଣି ଜୀବନ ଜୀବିକାର ଲଢେଇ । ଗୋଟିଏ ପଟେ ଅନେକ ଦିନ ପରେ ପାର୍ବଣରେ ବେପାର ଆଶା, ଅନ୍ୟ ପଟେ ପ୍ରଶାସନକୁ ସଂକ୍ରମଣର ଆଶଙ୍କା । ଆଉ ପ୍ରଶାସନର ଏହି ଭୟ ସାଜିଛି ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖ ।
ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଡ୍ରେନେଜ୍ ସମସ୍ୟା ନେଇବିସ୍ତୃତ ଭାବେ ଆଲୋଚନା କରାଯାଇଛି ।
ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣା କଡ଼ା କଲା ବିଏମ୍ସି। ବାହାଘର, ବ୍ରତଘର, ଶୁଦ୍ଧିକାର୍ଯ୍ୟରେ ଲୋକସଂଖ୍ୟା ଉପରେ କଟକଣା ଜାରି ହୋଇଛି। ଏଣିକି ଏଭଳି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ।
ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ୩ ଦିନ ପାଇଁ ସିଲ୍ କରିଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କମ୍ପ୍ଲେକ୍ସ ବନ୍ଦ ରହିବ। ଏହି ସମୟରେ ଏଠାରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ।
କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ। ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ ।
ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍ସି କମିଶନର କହିଛନ୍ତି ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି ସୁପ୍ରିମ୍ କୋର୍ଟ ଓ NGTର କଟକଣା ଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଥିବା ସ୍ଥାନକୁ ଦେଖି ପ୍ରତିକାର ବ୍ୟବସ୍ଥା କରାଯାଉଛି ।
ରାଜଧାନୀରେ ମୁକୁଳା ଡ୍ରେନକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ବିଏମସି କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ ବିଜେପି କର୍ମୀ । ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଆସିବା ପରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।
ସତେ ଯେମିତି ଡ୍ରେନ୍ ମୁକୁଳା ରଖିବା ହେଉଛି ସହର ଯୋଜନାର ଅଂଶବିଶେଷ! ଆଉ ପ୍ରତି ବର୍ଷ ମରାମତି ଆଳରେ ଡ୍ରେନରେ ଲକ୍ଷଲକ୍ଷ ଟଙ୍କା ଭସେଇଦେବା ମଧ୍ୟ ବିଏମସିର ଏକ ସେବା!
ଚଢାଉ ପାଇଁଁ ଯାଇଥିବା ଖୋଦ୍ ବିଏମସି ଜୋନାଲ ଡେପୁଟି କମିଶନର ଅଶୁମାନ ରଥଙ୍କ ସହ ଲିଫ୍ଟରେ ଫସିଗଲେ ଆଉ ଜଣେ ବିଏମସି ସ୍ୱାସ୍ଥ୍ୟ ଅଧିକାରୀ।ଏମିତିକି ଲିଫ୍ଟର ଥିବା ଏମର୍ଜେନ୍ସି ଆଲାର୍ମ ଦେବା ସତ୍ତ୍ୱେ ସେଥିରୁ ମଧ୍ୟ ପାୱାର ବନ୍ଦ କରିଦେଇଥିଲେ ବାର କର୍ମଚାରୀ। ଫଳରେ ୪୦ମିନିଟ୍ ଧରି ଲିଫ୍ଟରେ ଫସିରହିଲେ ଚଢାଉ କରିବାକୁ ଯାଇଥିବା ସ୍କ୍ୱାଡ୍।
BMC ର ସଫେଇ ଗାଡିରେ ମହିଳା ଡ୍ରାଇଭର । କେବେ ଭାବିଛନ୍ତି ପ୍ରତିଦିନ ଆମ ଘରୁ ଅଳିଆ ଉଠଉ ଥିବା ଏହି ମହିଳା ମାନେ କେତେ ସ୍ୱାବଲମ୍ୱୀ।
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୬ ହଜାର ୯୦ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଓ ୩୨ ହଜାର ୬୧୪ ସ୍ୱାସ୍ଥ୍ୟକର୍ମୀ ଉଭୟ ଡୋଜ ଦ୍ୱିତୀୟ ଟିକା ଗ୍ରହଣ କରିସାରିଛନ୍ତି । ସେହିଭଳି ୫୬ ହଜାର ୩୨୫ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଓ ୪୯ ହଜାର ୪୨୧ ଜଣ ଉଭୟ ଡୋଜ ନେଇ ସାରିଛନ୍ତି । ବିଏମସି ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି
ଗଣେଶ ପୂଜା ନେଇ BMC ପକ୍ଷରୁ ନୂଆ ଗାଇଡଲାଇନ। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ଅନୁମତି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ।
କଟକ ମ୍ୟୁନିସିପାଲ୍ କର୍ପୋରେସନ(CMC) ପରେ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ(BMC) ଗଶେଶ ପୂଜା ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରିଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି।
ବିଏମ୍ସିର ସ୍ୱାୟତ୍ତ ଶାସନ ଦିବସକୁ କଳା ଦିବସ ଭାବେ ପାଳିଲା ବିଜେପି । ଭୁବନେଶ୍ୱର ଜିଲ୍ଳା ବିଜେପି ପକ୍ଷରୁ ଆଜି ବିଏମ୍ସି ଅଫିସ୍ ଆଗରେ କଳା ପଟି ବାନ୍ଧି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଚଢ଼ଉ ସମୟରେ ବିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି- ଏହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଫ୍-୨୦୦୬- ସେକ୍ସନ ୨୩ର ଖୋଲାଖୋଲି ଉଲ୍ଲଂଘନ। ଯେକୌଣସି ଖାଦ୍ୟ ସାମଗ୍ରୀ ୭ ଦିନରୁ ୩ ମାସ ଭିତରେ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିଲେ, ପ୍ୟାକିଂରେ ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରୀ ଡେଟ୍ ରହିବା ବାଧ୍ୟତାମୂଳକ। ଏସବୁ ନିୟମ ସଠିକ୍ ପାଳନ ହେଉଛି କି ନାହିଁ, ତାକୁ ଦେଖିବାକୁ ଆଗକୁ ସହର ସାରା ଚଢ଼ଉ ଚାଲିବ।
ଭୁବନେଶ୍ୱର ମହାନଗର ନିଗମର ନୂଆ ବିଲ୍ଡିଂକୁ ମିଳିନି କି ଅନୁମତି ? ବିଲ୍ଡିଂ ପ୍ଲାନକୁ ମିଳି ପାରିନି କି ଅନୁମୋଦନ ? ଭୁବନେଶ୍ୱରର ଛାତି ଉପରେ ୨୦୧୭ରୁ ନିର୍ମାଣଧୀନ ଏହି କୋଠା ବିଏମସିର ନୂଆ କାର୍ଯ୍ୟାଳୟ । ହେଲେ ଖୋଦ୍ ବିଡିଏ ନିୟମକୁ ଏଠି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି ।