Advertisment

ଭୁବନେଶ୍ୱର ଡିସିପି ଅଫିସ୍ ସିଲ୍‌ କଲା BMC

ଏକାଧିକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍‌କୁ BMC ସିଲ୍‌ କରିଛି। ଏନେଇ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ସୂଚନା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
DCP Office BBSR

DCP Office BBSR

ଏକାଧିକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍‌କୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍‌ କରିଛି। ଏନେଇ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ସୂଚନା ଦେଇଛନ୍ତି। ୪ ଓ ୫ ତାରିଖ ଦୁଇ ଦିନ ପାଇଁ BMC ଡିସିପି ଅଫିସ୍‌ ସିଲ୍‌ କରିଛି। 

Advertisment

ସେପଟେ ଆଜି ଅପରାହ୍ଣ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ। ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଆହୁରି କଡ଼ାକଡ଼ି ହେବା ନେଇ କିଛି ନିୟମ ଆସିପାରେ। ଆଗକୁ ମ୍ୟାରେଜ୍‌ ସିଜନ୍‌ ଥିବାରୁ ଗାଇଡ୍‌ଲାଇନ୍‌କୁ ଆହୁରି କଡ଼ାକଡ଼ି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

 ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୯୭, ଲୋକାଲ୍ କେସ୍ ୨୮୩ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୯ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୩ ଜଣ ସଂକ୍ରମିତ ଚିହ୍ନଟ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ହୋଇଛି। 

COVID19 BMC Bhubaneswar DCP Office
Advertisment
Advertisment