ଭୁବନେଶ୍ୱର ମହାନଗର ନିଗମର ନୂଆ ବିଲ୍ଡିଂକୁ ମିଳିନି କି ଅନୁମତି ? ବିଲ୍ଡିଂ ପ୍ଲାନକୁ ମିଳି ପାରିନି କି ଅନୁମୋଦନ ? ଭୁବନେଶ୍ୱରର ଛାତି ଉପରେ ୨୦୧୭ରୁ ନିର୍ମାଣଧୀନ ଏହି କୋଠା ବିଏମସିର ନୂଆ କାର୍ଯ୍ୟାଳୟ । ହେଲେ ଖୋଦ୍ ବିଡିଏ ନିୟମକୁ ଏଠି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି ।
୨୩ ତାରିଖରୁ ଭୁବନେଶ୍ୱରରେ ସମସ୍ତ ମସଜିଦ୍, ଚର୍ଚ୍ଚ ଓ ଗୁରୁଦ୍ୱାର ଖୋଲିବାକୁ ଅନୁମତି ମିଳିଛି। ତେବେ ଏସବୁ ଧାର୍ମିକ ସ୍ଥଳରେ ଏକକାଳୀନ ୨୫ରୁ ଅଧିକ ଭକ୍ତଙ୍କୁ ଭିତରକୁ ଛଡ଼ାଯିବ ନାହିଁ। ରୀତିନୀତି ପାଇଁ ନିୟୋଜିତ ହେବାକୁ ଥିବା ପୂଜକଙ୍କ ଆରଟିପିସିଆର ଟେଷ୍ଟ ନେଗେଟିଭ୍ ଥିବା ସହ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇଥିବା ଜରୁରୀ।
ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱର ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ କରି ନେଇଛି। ଏକଥା ଆମେ ନୁହେଁ, ଖୋଦ ବିଏମସି ଦାବି କରୁଛି। ହେଲେ ଟିକାକେନ୍ଦ୍ରରେ ଲମ୍ବା ଲାଇନ୍ ଓ ୨ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ପାଇ ନଥିବା ତଥ୍ୟ ବିଏମସିକୁ ପକାଇଛି ଅଡୁଆରେ
ଜୁଲାଇ ଶେଷ ସୁଦ୍ଧା ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ୍ ଟିକାକରଣ ଲକ୍ଷ୍ୟ ହାସଲ ହୋଇଥିବା ନେଇ ଦାବି କରୁଛି ବିଏମ୍ସି । ଏମିତିକି ବିଭିନ୍ନ ଆଞ୍ଚଳିକ ତଥା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ଖୁବ୍ ପ୍ରଚାର ଦେଖିବାକୁ ମିଳୁଛି ।
ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ରାଜ୍ୟରେ ୪୨୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ୱରରୁ ୨୭୬ କେସ୍ ଚିହ୍ନଟ ହୋଇଛି। ଗତ ୩୦ ତାରିଖ ଠାରୁ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି।
ବିଏମ୍ସିରୁ ଗାଏବ୍ ମୋ ସାଇକେଲ୍ । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୩୦୦ ମୋ ସାଇକେଲ୍ର ମିଳୁନି ପତ୍ତା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍ସି କମିଶନର ସଞ୍ଜୟ ସିଂ ।
ଭୁବନେଶ୍ୱର: BMC ୱାର୍ଡ ପୁନର୍ଗଠନକୁ ବିରୋଧ କରି ରାଜଧାନୀରେ ମନ୍ତ୍ରୀ ଓ ମେୟରଙ୍କ ଘର ଘେରାଉ କଲେ ଲୋକେ। ଆଗକୁ ବିଏମସି ନିର୍ବାଚନ ଥିବାବେଳେ ୪୩ ନମ୍ବର ୱାର୍ଡ ପୁନର୍ଗଠନକୁ ବିରୋଧ କରି ଲକ୍ଷ୍ମୀସାଗର ବାସିନ୍ଦା ଏବଂ ସ୍ଥାନୀୟ କର୍ପୋରେଟର ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ବାସଭବନ ଘେରାଉ କରିଛନ୍ତି। ଲୋକଙ୍କ ଅଭିଯୋଗ, ପୂର୍ବରୁ ୪୩ ନମ୍ବର ୱାର୍ଡରେ ଥିବା ବଡ଼ପୋଖରୀ ଓ ସନ୍ତୋଷୀ ବିହାର ଅଞ୍ଚଳକୁ ୪୯ […]
ରାଜଧାନୀରେ ବାଟବଣା ହୋଇଛି କି ବିଏମ୍ସିର ମୋ ସାଇକେଲ ଯୋଜନା ? ଗୋଟିଏ ପଟେ ରାସ୍ତା କଡ଼ରେ ବିନା ବ୍ୟବହାରରେ ଛିଡ଼ା ହୋଇଥିବା ଶହ ଶହ ସାଇକେଲ, ବାସ୍ତବ ସ୍ଥିତି ବଖାଣୁଥିବାବେଳେ ଏପଟେ କାବଡ଼ି ଖାନାକୁ ସ୍କ୍ରାପିଂ ପାଇଁ ଗଲାଣି ଶହ ଶହ ସାଇକେଲ।
କବାଡ଼ି ଖାନାରେ ମୋ ସାଇକେଲ। କୁଢ଼ କୁଢ଼ ଗଦା ହୋଇଛି, ଖଣ୍ଡ ଖଣ୍ଡ କଟା ବି ଚାଲିଛି। କିଣା ହୋଇଥିଲା ୨୫ ହଜାରରେ ଆଉ ଏବେ ବିକା ହୋଇଛି ମାତ୍ର ୫ଶହରେ। ଏମିତି ଦୃଶ୍ୟ ଦେଖବାକୁ ମିଳିଛି ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନରେ। ସାଧାରଣ ଲୋକର ପ୍ରଶ୍ନ-ଏଠି କାହିଁକି ଏତେ ସାଇକେଲ ? ଗଡ଼ିବା ସ୍ଥିତିରେ ଥାଇ ବି କଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? କବାଡ଼ି ଖାନା ମାଲିକଙ୍କ ଉତ୍ତର ବି ବଡ଼ ରୋଚକପୂର୍ଣ୍ଣ କହିଛନ୍ତି