ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ୩ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ। ମାର୍କେଟ ବିଲ୍ଡିଂ ଭିତରେ ଉଠା ଦୋକାନୀଙ୍କୁ ନ ବସାଇବା ପାଇଁ ବିଏମ୍ସି ଓ କମିଶନରେଟ୍ ପୁଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।
ରାସ୍ତାରେ ଅଳିଆ ପକାଇଲେ ଦେବାକୁ ପଡ଼ିବ ଫାଇନ୍....
ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ୍ ଚିଲିଜ୍ ଦୋକାନକୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍ କରିଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ କରିବା ମନା
ଭୁବନେଶ୍ୱର ମହାନଗର ନିଗମର ମଙ୍ଗ ଏବେ ମହିଳାଙ୍କ ହାତରେ । ପ୍ରଥମେ ମେୟର ତାପରେ ଡେପୁଟି ମେୟର, କଟକ ପରେ ଭୁବନେଶ୍ୱରରେ ବିଜେଡ଼ିର ସରପ୍ରାଇଜ୍ କାର୍ଡ । ସବୁ ଚର୍ଚ୍ଚା ଓ ଆକଳନକୁ ଚକମା ଦେଇ ବିଜେଡି ପୁଣି ଖେଳିଛି ମହିଳା ଗୋଟି ।
ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁରୀ ମେୟର ନିର୍ବାଚନ । ଦିନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
କିଏ ହେବ ଭୁବନେଶ୍ୱରର ଡେପୁଟି ମେୟର? ଆସନ୍ତାକାଲି ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର୍ ଧରିଛି ଚର୍ଚ୍ଚା। ତେବେ ଏହି ପଦଲାଗି ଜୋରଦାର୍ ଲବି ଚାଲିଛି। ଭୁବନେଶ୍ୱରର ତିନି ନିର୍ବାଚନ ମଣ୍ଡଳୀରୁ କେଉଁଠୁ ଆସିବ ଡେପୁଟି ମେୟରଙ୍କ ନାଁ, କେଉଁ ବିଧାୟକଙ୍କର ରହିଛି କେତେ ଦବ୍ଦବା, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ତେବେ ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ବୁଥରେ ପହଞ୍ଚିଯିବେ ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।
ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।
ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?
ବିଏମ୍ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।
ତମେ ଖାଲି ଆଶୀର୍ବାଦ ଦିଅ, ଆମେ ପୂରା ରେଡ୍ଡି, ଖାଲି ସିଗ୍ନାଲ ମିଳିବା ପରେ ଖୋବାଳି ଦେବୁ...ଟଙ୍କା ଟଙ୍କା ଖାଲି ହୁଅନି, କାମ କଲେ ସିନା ଭୋଟ୍ ପାଇବରେ ନାରଣ...
ମହାନଗର ନିର୍ବାଚନ ଲାଗି ଆଉ ପାଦେ ଆଗେଇଲା ଭୁବନେଶ୍ୱର ମହାନଗର ନିଗମ(BMC)। ଏନେଇ ବିଏମ୍ସି ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।
‘ଦିନ ହେଉ କି ରାତି, ମୁଁ ବାହାରେ ଆବର୍ଜନା ଫୋପାଡିବି ନାହିଁ।’ ଅଲ୍ଲୁ ଅର୍ଜୁନଙ୍କ ଫଟୋ ଦେଇ ବିଏମ୍ସି ଏହି ସଫେଇ ସ୍ଲୋଗାନ ଦେଇଛି।
ଶ୍ରୀରାମନଗର ୫୯ ନଂ ୱାର୍ଡର ଗୋଟିଏ ପ୍ଲଟ୍ କଣ୍ଟେନମେଣ୍ଟ । IRC ଭିଲେଜ ସ୍ଥିତ UBI ଆଞ୍ଚଳିକ ଶାଖାର ପ୍ରଥମ ମହଲା କଣ୍ଟେନମେଣ୍ଟ । ପଟିଆ ସମ୍ପର୍କ ବିହାରରର ଗୋଟିଏ ପ୍ଲଟ, ଡୋଭ୍ ଆପର୍ଟମେଣ୍ଟ ବି କଣ୍ଟେନମେଣ୍ଟ ।
ଏଥର ଭୁବନେଶ୍ୱର ମେୟର ମୁକୁଟ ପିନ୍ଧିବ କିଏ ? ଲୋପାମୁଦ୍ରା ଓ ମୀରାଙ୍କ ବାଦ୍ ଅନ୍ୟ ନେତ୍ରୀଙ୍କୁ ନେଇ ଚାଲିଛି ଜୋରସୋରରେ ଚର୍ଚ୍ଚା ।
ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଚର୍ଚ୍ଚା, କିଏ- କାହାକୁ ମିଳିବ ସିଂହାସନ ? ଯଦିଓ ଆପତ୍ତି ଅଭିଯୋଗ ଲାଗି ୧୫ ଦିନ ସମୟ ପରେ ନିଷ୍ପତ୍ତି ଚୂଡାନ୍ତ ହେବ ।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ୧୦ ହଜାର ପାର୍ କରିଛି। BMC କାର୍ଯ୍ୟାଳୟର ୨୨ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । କାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଛି ।
ପ୍ରତିଦିନ ସଂକ୍ରମଣ ବଢ଼ୁଛି.. କୋଭିଡ୍ ସ୍ଥିତି ମୁକାବିଲା ପାଇଁ BMC କଣ୍ଟେନମେଣ୍ଟ ଜୋନ୍ କରି କଟକଣା ଲଗାଉଛି..ଆଜି ପୁଣି ୭ ସ୍ଥାନ କଣ୍ଟେନମେଣ୍ଟ ଘୋଷଣା କରିଛି BMC
ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍କୁ BMC ସିଲ୍ କରିଛି। ଏନେଇ ବିଏମ୍ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ସୂଚନା ଦେଇଛନ୍ତି।
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ।
ସ୍ୱଚ୍ଛତା ଅଭିଯାନ ପାଇଁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍ରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର ରହିଥିବା ବେଳେ ଖୋଦ୍ ଡେପୁଟୀ କମିଶନର ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି ।
ଧର୍ମମାସ କାର୍ତ୍ତିକର ଆସନ୍ତାକାଲି ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଶହ ଶହ ବର୍ଷ ପୁରୁଣା । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା। ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର। ସେହିପରି ଅଧିକ ଭିଡ଼ ହେବା ସମ୍ଭାବନା ଥିବା ଜଳାଶୟ ଗୁଡ଼ିକରେ ବୋଇତ ବନ୍ଦାଣ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ।
ପୂର୍ବରୁ ଜାରି ହୋଇଥିବା କୋଭିଡ୍ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।