ସଡ଼କ ଦୁର୍ଘଟଣାରେ ୨ ମୃତ । ବାଲେଶ୍ୱର ଖନ୍ତାପଡ଼ା ଥାନା ଦାଣ୍ଡକାଳି ମନ୍ଦିର ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆମ୍ପୁଲାନ୍ସ ସହ ଟ୍ରେଲର ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଜଣାପଡିଛି ।
ବାଲେଶ୍ୱର ନୂଆବଜାର ଅଞ୍ଚଳରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପରିବା ବଜାରରୁ ୧ କେଜିରୁ ଅଧିକ ଓଜନର ବ୍ରାଉନସୁଗର ଜବତ
ଜଳେଶ୍ୱର ପାଲଟିଛି କି ବ୍ରାଉନସୁଗାର ହବ୍ ? ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିବାକୁ ଜଳେଶ୍ୱର ପାଲଟିଛି ଗଲା ବାଟI କାରଣ ବାରମ୍ବାର ବ୍ରାଉନସୁଗାର ଜଳେଶ୍ୱରରୁ ଜବତ ହେବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି। କିନ୍ତୁ ସବୁଠୁ ଚିନ୍ତା ବଢାଇଛି ପାଣିପାଗ ବିଭାଗର ପୂର୍ବାନୁମାନ। ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ବାଲେଶ୍ୱର: କେତେବେଳେ ଚା ପ୍ୟାକେଟ୍ରେ ତ କେତେବେଳେ ପରିବା ଟ୍ରକ୍ରେ । ବେଙ୍ଗଲ୍ ମୁର୍ଶିଦାବାଦ୍ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର । ପୋଲିସର ଧରପଗଡ଼ ହେଉଛି ସତ । କିନ୍ତୁ ରଣନୀତି ବଦଳାଇ ମାଫିଆ ଚଳାଇଛନ୍ତି ଧନ୍ଦା । ଏପରିକି ମହିଳା ଏବଂ ଶିଶୁଙ୍କୁ ମଧ୍ୟସ୍ଥି ସଜାଇ ଅଭିନବ ଉପାୟରେ କୋଟି କୋଟିର ଖେଳ କରୁଛନ୍ତି ନିଶା ମାଫିଆ । ଗତ କିଛି ଦିନ ହେଲାଣି ବିପୁଳ ପରିମାଣର ବ୍ରାଉନସୁଗର୍ ଧରାପଡ଼ିବା ପରେ ଏବେ ଏସବୁ ତଥ୍ୟ ସାମ୍ନାକୁ ଆସିଛି ।