ବାଲେଶ୍ୱର: କେତେବେଳେ ଚା ପ୍ୟାକେଟ୍ରେ ତ କେତେବେଳେ ପରିବା ଟ୍ରକ୍ରେ । ବେଙ୍ଗଲ୍ ମୁର୍ଶିଦାବାଦ୍ରୁ ଖଡ଼ଗପୁର ଦେଇ ବାଲେଶ୍ୱର ଓ ଜଳେଶ୍ୱର । ଆଉ ସେଠୁ ଭୁବନେଶ୍ୱର । ଏଭଳି ଚାଲିଛି ଧଳାଜହର ବ୍ରାଉନସୁଗରର ବଡ଼ କାରବାର । ପୋଲିସର ଧରପଗଡ଼ ହେଉଛି ସତ । କିନ୍ତୁ ରଣନୀତି ବଦଳାଇ ମାଫିଆ ଚଳାଇଛନ୍ତି ଧନ୍ଦା । ଏପରିକି ମହିଳା ଏବଂ ଶିଶୁଙ୍କୁ ମଧ୍ୟସ୍ଥି ସଜାଇ ଅଭିନବ ଉପାୟରେ କୋଟି କୋଟିର ଖେଳ କରୁଛନ୍ତି ନିଶା ମାଫିଆ । ଗତ କିଛି ଦିନ ହେଲାଣି ବିପୁଳ ପରିମାଣର ବ୍ରାଉନସୁଗର୍ ଧରାପଡ଼ିବା ପରେ ଏବେ ଏସବୁ ତଥ୍ୟ ସାମ୍ନାକୁ ଆସିଛି ।
Published By: Pramod Behera
Last updated: 18 August 2021, 10:19 PM IST
ବ୍ୟାଙ୍କ ସବୁଦିନ ଭଳି ସ୍ଵାଭାବିକ ଚାଲିଥିଲା। ୫ ଜଣ ଦୃର୍ବୃତ୍ତ ହେଲମେଟ ପିନ୍ଧି ପଶିଥିଲେ । ଭିତରକୁ ପଶିବା ପରେ ବନ୍ଧୁକ ଦେଖାଇ ଭିତର ପଟୁ ତାଲା ପକାଇ ଦେଇଥିଲେ । ବନ୍ଧୁକ ପଛପଟେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ।