ରାଉରକେଲା : ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ରେଳ ଷ୍ଟେସନ ନିକଟରେ। ଆଜି ଷ୍ଟେସନରୁ ୪ କିଲୋମିଟର ଦୂର ବିରଜାପାଲି STI ଲେଭଲ କ୍ରସିଂ ନିକଟରେ ଏକ କୋଇଲା ବୋଝେଇ ମାଲଗାଡି ଇଞ୍ଜିନର ୧୦ଟି ବଗି ଅନ୍ୟ ବଗି ଗୁଡିକଠାରୁ ଅଲଗା ହୋଇ ଆଗକୁ ଚାଲି ଯାଇଥିଲା। ବାକି ୧୮ଟି ବଗି ରେଳ ଧାରଣାରେ ରହି ଯାଇଥିଲା। ପ୍ରାୟ ୧ କିଲୋମିଟର ଗଲା ପରେ ମାଲଗାଡିର ଡ୍ରାଇଭର […]
ଭୁବନେଶ୍ୱର: ସାବଧାନ ! ବିମୁଦ୍ରୀକରଣ ପରେ ବି ଜାଲ୍ ନୋଟ୍ ଦଲାଲଙ୍କ କବଳରୁ ମୁକ୍ତି ନାହିଁ । ପୁଣି ମାର୍କେଟ୍କୁ ଆସିଛି ପୁଳା ପୁଳା ଜାଲ୍ ନାଟ୍ । ଆସିଛି ସେହି ଗୋଲାପି ଗୋଲାପି ଜାଲ୍ ନୋଟ୍ ଯାହା କେତେବେଳେ ବି ଆପଣଙ୍କ ପାଖକୁ ଆସିପାରେ। ଗୋଟିଏ ଆସିଗଲେ ପାଞ୍ଚଶହ ନ ହେଲେ ଦୁଇ ହଜାର ଟଙ୍କା ଘାଟା । ଟ୍ରେନ୍ରେ ଚାଲାଣ ବେଳେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଆଜି ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ […]
ଭୁବନେଶ୍ୱର : କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ। ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ରେଳଲାଇନର କିଛି ସ୍ଥାନରେ ବିଦ୍ୟୁତ ତାର ଛିଡ଼ି ଯାଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ଟ୍ରେନର ସିଗନାଲ ସିଷ୍ଟମ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସିଗନାଲ ବ୍ୟବସ୍ଥା ଅଚଳ ହେବାରୁ ଭୁବନେଶ୍ୱରରୁ ପୁରୀ, ବ୍ରହ୍ମପୁର ଏବଂ ଭଦ୍ରକକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସିଗନାଲ ବ୍ୟବସ୍ଥା ଅଚଳ ଯୋଗୁଁ କିଛି ଟ୍ରେନକୁ ବାତିଲ କରାଯାଇଛି। ଭୁବନେଶ୍ୱର […]
ପୁରୀ : ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ୧୯୪ଟି ସ୍ୱତନ୍ତ୍ର ଟ୍ରେନ। କେବଳ ସେତିକି ନୁହେଁ, ରେଳଯାତ୍ରୀଙ୍କ ପାଇଁ ୬୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଇଷ୍ଟକୋଷ୍ଟ ରେଲୱେ। ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ଡିଆର୍ଏମ୍ ଶଶିକାନ୍ତ ସିଂହ ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁ ଜୁଲାଇ ୪ ତାରିଖରେ ୩୦ଟି, ଜୁଲାଇ ୫ରୁ ୯ ତାରିଖ ମଧ୍ୟରେ ୪୮ଟି, ୧୦ […]
ନୂଆ ଦିଲ୍ଲୀ : ରେଲୱେରେ ପ୍ରତିଦିନ ୨କୋଟିରୁ ଅଧିକ ଲୋକ ଯାତ୍ରା କରନ୍ତି। ଲକ୍ଷ ଲକ୍ଷ ଲୋକ ରେଲୱେ ଷ୍ଟେସନ ଓ ଟ୍ରେନ୍ରେ ଦିଆ ଯାଉଥିବା ଖାଦ୍ୟ ଉପରେ ନିର୍ଭର କରିଥାନ୍ତି, ଯାହାର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସେ। ଆଉ ମଧ୍ୟ ଲୋକେ କ୍ୟାଟରିଂ ଷ୍ଟାଫ୍ଙ୍କ ବ୍ୟବହାରକୁ ନାପସନ୍ଦ କରନ୍ତି। ଟ୍ରେନ୍ରେ ଦୂର ସ୍ଥାନକୁ ଯାତ୍ରା ପୂର୍ବରୁ ଏହି ସମସ୍ୟାରେ ପଡିଥାନ୍ତି ଲୋକେ। ଏବେ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏକ ଭଲ ଖବର। ରେଲୱେ କ୍ୟାଟରିଂ […]
ରାୟଗଡ଼ା: ରାୟଗଡ଼ା ନିକଟ କେଉଟଗୁଡ଼ା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିବା ସମଲେଶ୍ୱରୀ ଏକ୍ସପ୍ରେସର ମରାମତି ପରେ ଜଗଦଲପୁର ଅଭିମୁଖେ ଯାତ୍ରା କରିଥିଲା। ଗତକାଲି ସମଲେଶ୍ୱରୀ ଟ୍ରେନଟି ହାୱଡ଼ାରୁ ଜଗଦଲପୁର ଯାଉଥିବାବେଳେ ଇଞ୍ଜିନ ସହ କିଛି ବଗି କେଉଟଗୁଡ଼ା ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଗତକାଲି ରାୟଗଡା ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନର୍ ଥିବା ଯାତ୍ରୀଙ୍କ ଲାଗି ମାଗଣାରେ ରହଣୀ ଓ ଖାଇବା ପିଇବା ବ୍ୟବସ୍ଥା କରାଯାଇଥିଲା। ଦୁର୍ଘଟଣା ପରେ ରାୟଗଡାରୁ […]
ପୁରୀ : ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଚାଲିବ ୧୯୨ଟି ଟ୍ରେନ୍। ଏହା ଭିତରେ ରେଗୁଲାର ଓ ସ୍ୱତନ୍ତ୍ର ଟ୍ରେନ୍ ରହିଛି। ଏମର୍ଜେନ୍ସି ଟ୍ରେନ୍ର ଆବଶ୍ୟକତା ଉପୁଜିଲେ, ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ରେଳବାଇ ଏଡିଆର୍ଏମ୍ ରାଜ କୁମାର କହିଛନ୍ତି। ଆଜି ତୃତୀୟ ରଥଯାତ୍ରା ସମନ୍ୱୟ ସମିତି ବୈଠକ ବସିଥିଲା। ଏଥିରେ ଯୋଗଦେଇଥିଲେ ଏଡିଆର୍ଏମ୍ ରାଜ କୁମାର। ବୈଠକ ପରେ ସେ କହିଛନ୍ତି-“ରଥଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମୋଟ୍ ୬୨ଟି ସ୍ୱତନ୍ତ୍ର ଟିକେଟ୍ କାଉଣ୍ଟର ଖୋଲା […]
ଯାଜପୁର: ହରିଦାସପୁର ଷ୍ଟେସନ ନିକଟ ଲେବଲ କ୍ରସିଂରେ ଏକ ଜେସିବି ମେସିନକୁ ଧକ୍କା ଦେଇଛି ଏକ୍ସପ୍ରେସ୍ ଟ୍ରେନ୍। ଜଗୁଆଳିବିହୀନ ଲେବୁଲ୍ କ୍ରସିଂରେ ଘଟିଛି ଏହି ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଟ୍ରାକ୍ରେ ଜେସିବି ଖରାପ ହୋଇଟିବା ପରେ ଏହାର ଡ୍ରାଇଭର ଗାଡି ଛାଡି ପଳାଇଥିଲେ। ଜେସିବିଟି ରେଳଧାରଣା ମଝିରେ ଅଟକି ରହିଥିଲା। ଏହି ସମୟରେ ଏର୍ଣ୍ଣାକୁଲମ-ହାୱଡ଼ା ଏକ୍ସପ୍ରେସ ଟ୍ରେନ୍ ଆସି ଜେସିବିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଲେବଲ କ୍ରସିଙ୍ଗ ନିକଟରେ ଟ୍ରେନ୍ ଅଟକି […]
ହାଇଦ୍ରାବାଦ୍: ରେଳ ଷ୍ଟେସନ୍ରେ ଆପଣ ଚା’ କିମ୍ବା କଫି ପିଉଛନ୍ତି କି ? ହେଲେ ହୁସିଆର୍। ଆପଣ ପିଉଥିବା ଚା’ ଆଉ କଫି କେଉଁ ପାଣିରେ ତିଆରି ହେଉଛି ତାକୁ ନେଇ ଆପଣଙ୍କୁ ରହିବାକୁ ପଡ଼ିବ ଯଥେଷ୍ଟ ସାବଧାନ। କାରଣ, ଟ୍ରେନ୍ରେ ବିକ୍ରି ହେଉଥିବା ଚା’ରେ ଶୌଚାଳୟ ପାଣି ମିଶା ଯାଇଥିବା ଘଟଣା ସମ୍ନାକୁ ଆସିଛି। ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାପରେ ଏମିତି ଏକ ଧାରଣା ଲୋକଙ୍କ ମନରେ […]
କୁଚିଣ୍ଡା( ଦେବେନ୍ଦ୍ର ବେହେରା) : ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍। ବ୍ରଜରାଜ ନଗରରୁ କୋଲାଘାଟ ଯାଉଥିବା କୋଇଲା ବୋଝେଇ ଟ୍ରେନ୍ ଧାରୁଆଡିହି-ବାମରା ମଝି କୁଅଁରମାଲ ରେଲୱେ ଫାଟକ ନିକଟରେ ୫ଟି ବଗି ଛାଡ଼ି ପଳାଇଥିଲା। ବଗି ଛାଡ଼ି ଇଂଜିନ ପଳାଉଥିବା ଟ୍ରେନ୍ର ଡ୍ରାଇଭର ଜାଣିପାରିବା ପରେ ପୁଣି ଟ୍ରେନ୍କୁ ପଛକୁ ଆଣି ବଗି ସଂଯୋଗ କରାଯାଇଥିଲା। ତେବେ ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ରାଉରକେଲା : ଏସି ଦିଅ ନହେଲେ ଟ୍ରେନ୍ ଗଡ଼ିବ ନାହିଁ। ଏସି ସଜାଡ଼ିବା ଦାବିରେ ୪ ଘଣ୍ଟା ହେଲା ରାଉରକେଲା ଷ୍ଟେସନ୍ରେ ଇସ୍ପାତ୍ ଏକ୍ସପ୍ରେସ୍ ଟ୍ରେନ୍କୁ ଅଟକାଇ ରଖିଛନ୍ତି ଯାତ୍ରୀ। ଟ୍ରେନ୍ର ୪ଟି ବଗିର ଏସି କାମ କରୁନଥିବାରୁ ଯାତ୍ରୀ ଏଭଳି ହଙ୍ଗାମା କରିଛନ୍ତି। ଟିଟିଲାଗଡ଼ରୁ ହାଓଡ଼ା ଯାଉଥିବା ଇସ୍ପାତ୍ ଏକ୍ସପ୍ରେସ୍ର ଏସି ଅଚଳ ହୋଇପଡିଛି।
ଝାରସୁଗୁଡ଼ା: ଝାରସୁଗୁଡ଼ା ରୋଡ୍ ଷ୍ଟେସନ୍ରେ ଏକ୍ସପ୍ରେସ୍ରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଆଲ୍ଲେପି – ଧାନ୍ବାଦ ଏକ୍ସପ୍ରେସ୍ ଝାରସୁଗୁଡା ରୋଡ ଷ୍ଟେସନରେ ଅଟକି ଥିବା ବେଳେ ଏକ ପ୍ଲାଷ୍ଟିକ ବ୍ୟାଗରୁ ଧୂଆଁ ବାହାରିଥିଲା। ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇ ପଡିଥିଲେ। ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହକରି ଯାତ୍ରୀମାନେ ଭୟରେ ପାଟି କରିବାରୁ ଜିଆରପି ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରକକୁ ବାହାରକୁ ଫୋପାଡିଥିଲେ। ଜିଆରପି ପକ୍ଷରୁ ଯାଞ୍ଚ କରାଯିବାପରେ ଟ୍ରେନ୍ଟି ରାଉରକେଲା ଯାଇଥିଲା। ତେବେ କିଏ ଓ କେଉଁ […]
ଭୁବନେଶ୍ୱର : ଟ୍ରେନ୍ରୁ ଖସିପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଜୀବନ ଦାନ ଦେଲେ ହାବିଲଦାର ସୁକାନ୍ତ କୁମାର ହାତୀ ଓ ଡ୍ରାଇଭର ସନ୍ତୋଷ ସାମନ୍ତରାୟ। ଏଥିପାଇଁ ଉଭୟଙ୍କୁ ସମ୍ମାନିତ କରାଯାଇଛି। ଆହତ ଜଣକ ହେଲେ ବିହାରର ଉମେଶ କୁମାର। ସେ ଏର୍ଣ୍ଣାକୁଲମରେ ଥିବା ଘରକୁ ଟ୍ରେନରେ ଫେରୁଥିବା ବେଳେ ଭୁବନେଶ୍ୱର ଭିଏସ୍ଏସ୍ ନଗର ନିକଟରେ ଟ୍ରେନ୍ରୁ ଖସି ପଡ଼ିଥିଲେ। ଗୁରୁତର ଆହତ ଅବସ୍ଥାରେ ସେ ଜରୁରୀକାଳୀନ ନମ୍ବର ୧୦୦କୁ ଫୋନ୍ କରିଥିଲେ। ଦେବଦୂତ ଭଳି ସାଙ୍ଗେ ସାଙ୍ଗେ ପହଞ୍ଚି […]
ଗୋରଖପୁର: ଉତ୍ତର ପ୍ରଦେଶ କୁଶି ନଗରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନ୍କୁ ଟ୍ରେନ୍ ଧକ୍କା ଦେବା ଫଳରେ ୧୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋରଖପୁର ଠାରୁ ୫୦ କି.ମି. ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି। ଜଗୁଆଳୀ ବିହୀନ ଲେବଲ୍ କ୍ରସିଂ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଭ୍ୟାନ୍ରେ ୨୦ ରୁ ୩୦ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି କୁହାଯାଉଛି। ସେଥିମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ […]
କଟକ ( ପ୍ରଭାତ ବିଷୋୟୀ) : ନିୟମିତ ଟ୍ରେନ୍ ବିଳମ୍ବରେ ଛାଡ଼ିବା ପ୍ରତିବାଦରେ ହୋଇଥିବା ରେଳ ରୋକ୍ ପ୍ରତ୍ୟାହୃତ ହୋଇଛି। କପିଳାସ ରୋଡ୍ ଓ ନିର୍ଗୁଣ୍ଡି ମଧ୍ୟରେ ରେଲୱେ ଟ୍ରାକ୍ ଉପରେ ଧାରଣାରେ ବସିଥିଲେ ଉତ୍ତ୍ୟକ୍ତ ଲୋକେ। ଫଳରେ ଉଭୟ ଦିଗରେ ୫ଟି ଟ୍ରେନ୍ ଅଟକି ରହିଥିଲା। ସେହିପରି ଅଧାବାଟରେ ଅଟକି ରହିଥିଲା ଭଦ୍ରକ-ଭୁବନେଶ୍ୱର ଡିଏମ୍ୟୁ। ପୁରୀ ଏକ୍ସପ୍ରେସ୍ ଓ ନନ୍ଦନକାନନ ଏକ୍ସପ୍ରେସ ବି ଅଧାରେ ଅଟକି ରହିଥିଲା। କେନ୍ଦୁଝର-ଭୁବନେଶ୍ୱର, ବାଙ୍ଗିରିପୋଷି-ଭୁବନେଶ୍ୱର ପାସେଞ୍ଜର ମଧ୍ୟ ଅଟକି ରହିଥିଲା।
ରାଉରକେଲା( ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହେବାରୁ କିଛି ସମୟ ଲାଗି ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ମାଲଗୋଦାମ ପାଖ ଟ୍ରାକ୍ରେ ସିମେଣ୍ଟ ବୋଝେଇ ଟ୍ରେନ୍ର ୨ଟି ବଗି ଲାଇନ୍ ତଳକୁ ଖସିଯାଇଥିଲା। ପରେ ବଗି ଦୁଇଟିକୁ ବାହାର କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭିବିକ ହୋଇଛି। ଟ୍ରେନ୍ଟି ଛତିଶଗଡ଼ ରାୟପୁରରୁ ସିମେଣ୍ଟ ନେଇ ପଶ୍ଚିମବଙ୍ଗ ଯାଉଥିଲା।
ଭୁବନେଶ୍ୱର : ବାତ୍ୟା ‘ଫୋନି’ ଯୋଗୁ ପ୍ରଭାବିତ ହୋଇଥିବା ଟ୍ରେନ୍ ସେବା ଧୀରେ ଧୀରେ ସ୍ୱାଭାବିକ ହେଉଛି। ବର୍ତ୍ତମାନ କିଛି ରୁଟ୍ରେ ଆଂଶିକ ଭାବେ ଟ୍ରେନ୍ ଚଳାଚଳ କରୁଛି। ଭଦ୍ରକ-ବିଜୟନଗରମ୍ ରୁଟ୍ରେ ଟ୍ରେନ ଆଂଶିକ ଭାବେ ଚଳାଚଳ କରୁଥିବା ବେଳେ ଭୁବନେଶ୍ୱରରୁ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ଆଜି ରାତି ୧୧ଟା ୩୦ରେ ଛାଡ଼ିବ। ହୀରାଖଣ୍ଡ ଏକ୍ସପ୍ରେସ ଆଜି ରାତି ୧୨ଟା ୩୦ରେ ଭୁବନେଶ୍ୱର ଛାଡ଼ିବ। ଭୁବନେଶ୍ୱର-ବୋକାରୋ ଗରିବ ରଥ ରାତି ୧୦ଟା […]
ଭୁବନେଶ୍ୱର : ବାତ୍ୟା ‘ଫୋନି’ ପାଇଁ ପୂର୍ବତଟ ରେଲୱେ ଆଜି ଆଉ ୪୦ଟି ଟ୍ରେନ୍ ବାତିଲ କରିଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଦେଖି ପୂର୍ବତଟ ରେଲୱେ ଏପରି ପଦକ୍ଷେପ ନେଇଛି। ଆଜି ପାଇଁ ୩ଟି, ଆସନ୍ତାକାଲି ୨୧ଟି ଓ ୪ ତାରିଖ ପାଇଁ ୧୬ଟି ଟ୍ରେନ ବାତିଲ କରାଯାଇଛି। ସେହିପରି ବିଶାଖା ଏକ୍ସପ୍ରେସ୍କୁ ୨ ପାର୍ଶ୍ୱରୁ ଆଂଶିକ ବାତିଲ ବାତିଲ କରାଯାଇଛି। ଉଲ୍ଲେଖନୀୟ ଯେ, ପୂର୍ବରୁ ପୂର୍ବତଟ ରେଲୱେ ୧୦୭ଟି ଟ୍ରେନ ବାତିଲ କରିଛି। ଏଥିସହ […]
ଭୁବନେଶ୍ୱର: ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ। ଆସନ୍ତାକାଲି ସନ୍ଧ୍ୟାରୁ ଭଦ୍ରକ ଓ ବିଜୟନଗରମ୍ ମଧ୍ୟରେ ୮୧ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ। ଏହା ସହ ଦୁଇଟି ଟ୍ରେନ୍ର ଗତିପଥ ବଦଳାଇ ଦିଆଯାଇଛି। ଗତିପଥ ବଦଳି ଥିବା ଦୁଇଟି ଟ୍ରେନ୍ ହେଉଛି ବେଙ୍ଗାଳୁରୁ କ୍ୟାଣ୍ଟ-ଗୁଆହାଟି ଏକ୍ସପ୍ରେସ୍ ଏବଂ ବିଶାଖାପାଟଣାରୁ ଅମ୍ରିତସର ଯାଉଥିବା ହୀରାକୁଦ ଏକ୍ସପ୍ରେସ୍। ସେହିଭଳି ଭୁବନେଶ୍ୱରରୁ ପୁରୀ ପାଇଁ ଗତକାଲି ସଂଧ୍ୟାରେ ଟ୍ରେନ ଚଳାଚଳ କରିବ ନାହିଁ। ହାୱଡ଼ାରୁ ଚେନ୍ନାଇ ପାଇଁ କରମଣ୍ଡଳ […]