Advertisment

Sunita Williams Return: ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ, ମହାକାଶରେ ପହଞ୍ଚିଲା ନାସା ଟିମ

ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ୯ ମାସ ଧରି ମହାକାଶରେ ସାଥୀ ମହାକାଶଚାରୀ ୱିଲମୋର ବୁଚଙ୍କ ସହ ଅଟକି ରହିଛନ୍ତି ସୁନୀତା ୱିଲିୟମ୍ସ। ଆମେରିକା ସରକାର ଓ ନାସାର ଏକାଧିକ ପ୍ରୟାସ ବିଫଳ ହେବା କାରଣରୁ ସୁନୀତା ୱିଲିୟମ୍ସ ଓ ୱିଲମୋର ବୁଚ ମହାକାଶରେ ଅଟକି ରହିଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
space

space

ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ୯ ମାସ ଧରି ମହାକାଶରେ ସାଥୀ ମହାକାଶଚାରୀ ୱିଲମୋର ବୁଚଙ୍କ ସହ ଅଟକି ରହିଛନ୍ତି ସୁନୀତା ୱିଲିୟମ୍ସ। ଆମେରିକା ସରକାର ଓ ନାସାର ଏକାଧିକ ପ୍ରୟାସ ବିଫଳ ହେବା କାରଣରୁ ସୁନୀତା ୱିଲିୟମ୍ସ ଓ ୱିଲମୋର ବୁଚ ମହାକାଶରେ ଅଟକି ରହିଛନ୍ତି। ଶୁକ୍ରବାର ନାସାର ଏକ ମିଶନ ବିଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ଶନିବାର ଦିନ ଆଉ ଏକ ପ୍ରୟାସ କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ଆମେରିକାରେ ପାକିସ୍ତାନୀଙ୍କ ଏଣ୍ଟ୍ରି ହେବ ବ୍ୟାନ, ଲିଷ୍ଟରେ ଅଛନ୍ତି ୪୧ ଦେଶ...

ଦ୍ବିତୀୟ ପ୍ରୟାସରେ ଏଲନ ମସ୍କଙ୍କସ୍ପେସ ଏକ୍ସ ଓ ନାସା ମିଳିତ ଭାବେ ମିଶନ ପରିଚାଳନା କରିଥିଲେ। ସ୍ପେସ ଏକ୍ସର ଡ୍ରାଗନ କ୍ରୁ ଓ ନାସା ସଦସ୍ୟଙ୍କ ମିଳିତ ଟିମ ମହାକାଶରେ ପହଞ୍ଚିଛି। ୧୦ ଜଣିଆ ଟିମ ପହଞ୍ଚିବା ପରେ ସୁନୀତାଙ୍କ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ସମ୍ଭାବନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଗ୍ରହୀ ଅଛନ୍ତି । ସେ ଏହି ଦାୟିତ୍ୱ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବି ଦେଇଥିଲେ । ଟ୍ରମ୍ପ କିଛି ଦିନ ପୂର୍ବରୁ କହିଥିଲେ ଯେ, ପୂର୍ବତନ ରାଷ୍ଟ୍ରପତି ବାଇଡେନ ସୁନୀତା ଓ ୱିଲମୋରଙ୍କୁ ମହାକାଶରେ ଛାଡି ଦେଇଛନ୍ତି। ହେଲେ ସେ ଏଲନ ମସ୍କଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି ଶୀଘ୍ର ଫେରାଇ ଆଣିବାକୁ ଉଦ୍ୟମ କରିବେ। ଏହା ପରେ, ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଦିଗରେ କାମ କରିବା ଆରମ୍ଭ କରିଥିଲା । ଶୁକ୍ରବାର ଯାନ୍ତ୍ରିକ ତ୍ରୁଟି ହେତୁ ସ୍ପେସଏକ୍ସର ଲଞ୍ଚକୁ ପୁଣି ସ୍ଥଗିତ ରଖାଯାଇଥିଲା। ନାସା ଅନୁଯାୟୀ ୧୯ ମାର୍ଚ୍ଚ ସୁଦ୍ଧା ସୁନୀତା ପୃଥିବୀ ପୃଷ୍ଠକୁ ଫେରି ପାରିବେ ।

Advertisment

ଏହି ତାରିଖ ମଧ୍ୟ ସ୍ଥିର ନୁହେଁ ଏବଂ ପାଗ ସମେତ ଅନ୍ୟାନ୍ୟ କାରଣଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କ୍ରୁ-୧୦ ହେଉଛି ସ୍ପେସଏକ୍ସର ମାନବ ମହାକାଶ ପରିବହନ ପ୍ରଣାଳୀର ରୋଟେସନ୍ ମିଶନ। ଗତ ବର୍ଷ ଜୁନ୍ ୫ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ ସୁନୀତା ଏବଂ ବୁଚ୍ । ତାଙ୍କର ଗୋଟିଏ ସପ୍ତାହ ପରେ ଫେରିବାର ଥିଲା, କିନ୍ତୁ ବୋଇଂ ଷ୍ଟାରଲାଇନରରେ ସମସ୍ୟା ଯୋଗୁଁ ସେ ସେଠାରେ ଫସି ରହିଲେ। ଉଭୟ ମହାକାଶଚାରୀ ବୋଇଂ ଏବଂ ନାସାର ମିଳିତ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନରେ ମହାକାଶକୁ ଯାଇଥିଲେ। ଏହା ପରେ ତାଙ୍କୁ ଫେରାଇ ଆଣିବା ପାଇଁ ଅନେକ ପ୍ରୟାସ କରାଯାଉଛି।

ଅଧିକ ପଢ଼ନ୍ତୁ: ରଞ୍ଜାନୀ ଶ୍ରୀନିବାସନ କିଏ ? କାହିଁକି ଏହି ଭାରତୀୟଙ୍କ ଭିସା ରବ୍ଦ କଲା ଆମେରିକା

ତେବେ ଚଳିତ ମାସ ୧୯ ସୁଦ୍ଧା ନାସାର ଦୁଇ ମହାକାଶଚାରୀ ସୁନିତା ୱିଲିୟମସ ଓ ୱିଲମୋର ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏହି ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସ୍ପେସ୍ ଏକ୍ସର ଫାଲକନ୍ -୯ ରକେଟ କେନେଡି ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହେବ ବୋଲି ସ୍ଥିର ହୋଇଥିଲା। ଏହି ରକେଟର ହାଇଡ୍ରଲିକ୍ ସିଷ୍ଟମରେ ତ୍ରୁଟି ପରିଲକ୍ଷିତ ହେବା ଫଳରେ ଉତକ୍ଷେପଣ ପ୍ରକ୍ରିୟା ଶୁକ୍ରବାରକୁ ସ୍ଥଗିତ ରଖାଯାଇଥିଲା।

NASA SpaceX Mission Elon Musk Sunita Williams
Advertisment
Advertisment