Advertisment

Aditi Pohankar: 'ଆଶ୍ରମ'ର ପମ୍ମି ହୋଇଥିଲେ ଅସଦାଚରଣର ଶିକାର; ଟ୍ରେନ୍‌ରେ ଯାଉଥିବା ବେଳେ ଜଣେ ସ୍କୁଲ୍ ପିଲା…

'ଆଶ୍ରମ'ର ପମ୍ମି ମୁମ୍ବାଇର ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିବାବେଳେ ଜଣେ ସ୍କୁଲ ଛାତ୍ର ତାଙ୍କ ସହ ଅସଦାଚରଣ କରିଥିବା କହିଛନ୍ତି। କେବଳ ଏତିକି ନୁହେଁ ସେ ପିଲାଦିନରୁ ବହୁତ ଅତ୍ୟାଚାରର ମଧ୍ୟ ସମ୍ମୁଖୀନ ହୋଇଥିବା ପ୍ରକାଶ କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Aashram pammi pahelwan was misbehaved in train when traveling

Aashram pammi pahelwan was misbehaved in train when traveling

ବବି ଦେଓଲ ଷ୍ଟାରର୍‌ 'ଆଶ୍ରମ'ରେ ପମ୍ମି ପହିଲ୍‌ବାନ୍ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅଦିତି ପୋହନକର୍‌ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଥରେ ସେ ମୁମ୍ବାଇର ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିବାବେଳେ ଜଣେ ସ୍କୁଲ ଛାତ୍ର ତାଙ୍କ ସହ ଅସଦାଚରଣ କରିଥିଲେ। କେବଳ ଏତିକି ନୁହେଁ ସେ ପିଲାଦିନରୁ ବହୁତ ଅତ୍ୟାଚାରର ମଧ୍ୟ ସମ୍ମୁଖୀନ ହୋଇଥିବା ପ୍ରକାଶ କରିଛନ୍ତି।

Advertisment

ୱେବ୍ ସିରିଜ୍ 'ଆଶ୍ରମ' ଫେମ୍ ଅଦିତି କହିଛନ୍ତି ଯେ ଯେତେବେଳେ ସେ ହାଇସ୍କୁଲରେ ପଢୁଥିଲେ, ଏକ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବା ସମୟରେ ତାଙ୍କ ସହ ଏକ ଯନ୍ତ୍ରଣାଦାୟକ ଘଟଣା ଘଟିଥିଲା। ଟ୍ରେନ୍‌ରେ ସେ ଲେଡିଜ୍ କମ୍ପାର୍ଟମେଣ୍ଟରେ ଯାତ୍ରା କରୁଥିଲେ। ଏଥିରେ ୧୮ ବର୍ଷରୁ କମ୍ ସ୍କୁଲ୍ ବାଳକମାନଙ୍କୁ ମଧ୍ୟ ଯିବାର ଅନୁମତି ଥିଲା। ଏହି ସମୟରେ  ସ୍କୁଲ ଯାଉଥିବା ଜଣେ ପିଲା ତାଙ୍କୁ ଅନୁଚିତ ଭାବରେ ଛୁଇଁଥିଲା।

ଅଦିତି ଏକ ସାକ୍ଷାତକାରରେ କହିଛନ୍ତି, "ମୁଁ ଏକ କୁର୍ତ୍ତା ପିନ୍ଧିଥିଲି। ମୋର କୌଣସି ଧାରଣା ନଥିଲା ଯେ ତା’ର ମୋ ଉପରେ ଏପରି ଉଦ୍ଦେଶ୍ୟ ଥିଲା ଏବଂ ଯେତେବେଳେ ସେ ଏମିତି କଲା, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ତେଣୁ ମୁଁ ପରବର୍ତ୍ତୀ ଷ୍ଟେସନରେ ଓହ୍ଲାଇ ପୋଲିସ ଷ୍ଟେସନକୁ ଗଲି।"

Advertisment

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ‘ଆଶ୍ରମ’ର ସିଜନ୍ ୩ର ପାର୍ଟ ୨; ପୁଣି ଥରେ ବବିଙ୍କ ନିରାଲା ବାଲା ଷ୍ଟାଇଲ୍

ଅଦିତି ଆହୁରି କହିଛନ୍ତି, “ପୋଲିସ କହିଲା, ଆରେ ଠିକ ଅଛି, କ'ଣ ଅଧିକ ହୋଇଛି କି? ମୁଁ ଉତ୍ତର ଦେଲି, 'ମୋତେ ମାନସିକ ନିର୍ଯାତନା ଦିଆଯାଇଛି।' ଅଫିସର କହିଲେ ଏବେ ତାକୁ କୋଉଠୁ ଖୋଜିବୁ। ଆପଣମାନେ ଏହାକୁ ବିଶ୍ୱାସ କରିବେ ନାହିଁ, କିନ୍ତୁ ସେହି ପିଲାଟି ସେଠାରେ ହିଁ ଠିଆ ହୋଇଥିଲା ଯେଉଁଠାରେ ସେ ମୋ ପ୍ରତି ଏମିତି କରିଥିଲା।”

ଅଦିତି ପୋହନକର ଆହୁରି କହିଛନ୍ତି, "ସେ ଅନ୍ୟ ଝିଅମାନଙ୍କ ସହିତ ମଧ୍ୟ ଏପରି କରିବାକୁ ଚେଷ୍ଟା କରୁଥିଲା। ମୁଁ ତାକୁ ଚିହ୍ନିଥିଲି ଏବଂ ତାକୁ ପୋଲିସକୁ ଦେଖାଇଦେଲି। ପୋଲିସ ପଚାରିଲା, ତୁମ ପାଖରେ କ’ଣ ପ୍ରମାଣ ଅଛି?" ମୁଁ କହିଲି, ମୁଁ ତ କହୁଛି ସେ ମୋ ସହିତ ଏମିତି କରିଛି, ମୁଁ କାହିଁକି ମିଛ କହିବି?”

ଅଦିତି ପୋହନକର ଏହା ମଧ୍ୟ କହିଛନ୍ତି ଯେ, ସେ କିପରି ପିଲାଟିକୁ ନିଜ ଅପରାଧରେ ସ୍ୱୀକାର କରିବାକୁ ବାଧ୍ୟ କରିଥିଲେ। ସେ କହିଛି, “ଜଣେ ମହିଳା କନଷ୍ଟେବଳ ମୋ ସହ ଯାଇ ତାଙ୍କୁ ପଚାରିଲେ, ତୁମେ ତାଙ୍କ ସହିତ କ’ଣ କଲ? ସେ ମନା କରିଦେଲା। ମୁଁ ଜୋରରେ ଚିତ୍କାର କଲି, ଯାହା ଦ୍ୱାରା ସେ ଡରିଗଲା କାରଣ ସେ ଛୋଟ ପିଲା ଥିଲା ଏବଂ ମୁଁ ତା’ଠାରୁ ଦୁଇ-ତିନି ବର୍ଷ ବଡ ଥିଲି।"

ଅଦିତି କହିଛନ୍ତି, "ତାପରେ ମୁଁ ଯେତେବେଳେ ତାକୁ ମାରିବା ପାଇଁ ଇଶାରା କଲି, ସେତେବେଳେ ସେ ପୂରା ଡରିଯାଇ କହିଲା, ହଁ, ସରୀ ସରୀ। ତା’ପରେ ସେ ଯାହା କରିଥିଲା ତାହା ସ୍ୱୀକାର କଲା।”

ଏହି ସମୟରେ ଅଦିତି ୱେବ୍‌ସିରିଜ୍ 'ଶୀ'ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଏକ ଘରେ ଘରେ ପରିଚିତ ହୋଇଯାଇଥିଲେ। ଆଜିକାଲି ବବି ଦେଓଲ-ଷ୍ଟାରର 'ଆଶ୍ରମ ସିଜନ ୩ ପାର୍ଟ ୨' ରେ ଅଭିନୟ ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି।

ଅଧିକ ପଢ଼ନ୍ତୁ: ରିଲ୍‌ରେ ଖୁବ୍ ସରଳ, ରିଏଲ୍‌ରେ ଖୁବ୍ ବୋଲ୍ଡ୍…. ଦେଖନ୍ତୁ ପମ୍ମିଙ୍କ ଘାତକ ଲୁକ୍

Web Series Bobby Deol
Advertisment
Advertisment