• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "729" result for "ଦୋଳ" in https://otvkhabar.in

Dola Melana
ଦୋଳ ମେଲଣ କଟକଣା ଆହୁରି କଡ଼ାକଡ଼ି କଲା BMC

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(BMC) ଦୋଳ ମେଲଣ ପାଇଁ ପୂର୍ବରୁ ଜାରି କରିଥିବା କଟକଣାକୁ ଆହୁରି କଡ଼ାକଡ଼ି କରିଛି। ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିଥିବା ବେଳେ ଦୋଳ ବିମାନ ନେବା ବେଳେ ଶୋଭାଯାତ୍ରା ଓ ସାଉଣ୍ଡ ସିଷ୍ଟମ ବାରଣ କରାଯାଇଛି। ଏହାସହ ବିମାନ କାନ୍ଧେଇଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ। ସେହିପରି ମେଲଣରେ ସାମାଜିକ ଦୂରତ୍ୱ ବଜାୟ ରଖିବା […]

CUTTACK
ଫିକା ପଡ଼ିବ ହୋଲି: ଦୋଳ ମେଳଣ ଉପରେ କଟକଣା

କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ ମେଳଣ ପଡ଼ିଆରେ ୨ଶହରୁ ଅଧିକ ଲୋକଙ୍କ ପ୍ରବେଶ ନେଇ କଟକଣା ଲାଇଟ ଓ ଜନଗହଳିକୁ ବାରଣ  ଏକାଠି ହୋଲି ଖେଳିବା ମନା ଜନଗହଳି ସ୍ଥାନରେ ଗୀତ, ନାଚ, ଡିଜେ ଆଦି ବଜାଇବା ଉପରେ ବାରଣ କଟକ : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଅଞ୍ଚଳରେ ଦୋଳ ଯାତ୍ରା ଲାଗି ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ । ଆଜି କଟକ ଡିସିପି ସମସ୍ତ […]

meenabazar
”ଦୋଳି ମୀନା ବଜାର ଖୋଲିବାକୁ ଅନୁମତି ମିଳୁ ,ନଚେତ୍ ବିଧାନସଭା ସମ୍ମୁଖରେ ଲାଗିବ ଦୋଳି’

ଭୁବନେଶ୍ୱର:  ଦୋଳି ମୀନା ବଜାର ଖୋଲିବାକୁ ଅନୁମତି ଦିଆଯାଉ,ନଚେତ୍ ବିଧାନସଭା ସମ୍ମୁଖରେ ଲାଗିବ ଦୋଳି। ଏଭଳି ଚେତାବନୀ ଶୁଣାଇଛନ୍ତି ରାଜ୍ୟ ଦୋଳି ଓ ମୀନା ବଜାର ସଂଘ । କରୋନା କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ହେଉଛି । ଏପରିକି ୨୦୦୦ ଲୋକରେ ଅପେରା କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ସଭା ସମିତି  ମଧ୍ୟ ହେଉଛି। ଏଥିରେ ଅନେକ ସଂଖ୍ୟାରେ ଲୋକେ ଯୋଗ ମଧ୍ୟ ଦେଉଛନ୍ତି। ବଡ଼ ବଡ଼ ମଲ, ସିନେମା ହଲ […]

OTV-PORTAL-Modi
’MSP ଥିଲା, ଅଛି ଏବଂ ରହିବ’ : ଶୀତ କାକରରେ ବସି ରହିଥିବା ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଥିବା ଆନ୍ଦଳନର ଭିତରେ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ସମ୍ବୋଧନ କରିଛନ୍ତି। ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଗୃହରେ ମତ ରଖି ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରିବା ସହ, ଆନ୍ଦୋଳନରତ ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ସ୍ୱତନ୍ତ୍ର ଅପିଲ କରିଛନ୍ତି। ଏମସପି, ଥିଲା, ଏମସପି ଅଛି, ଆଉ ଆଗକୁ ମଧ୍ୟ ଏମସପି ରହିବ। ଏଥିରେ କୌଣସି ସନ୍ଦିହାନ ନାହିଁ। ବର୍ତ୍ତମାନ କୃଷକମାନେ ଆନ୍ଦଳନ ଶେଷ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। […]

lekhashree
ଧାନ କିଣା ସମସ୍ୟାକୁ ନେଇ ଆନ୍ଦୋଳନ, କାଲି ପଶ୍ଚିମାଞ୍ଚଳ ଆରଡ଼ିସି ଅଫିସ୍ ଘେରାଉ କରିବ ବିଜେପି

ଭୁବନେଶ୍ୱର : ରାଜ୍ୟରେ ଧାନ କିଣାରେ ସମସ୍ୟାକୁ ନେଇ ବିଜେପି କରିବ ଆନ୍ଦୋଳନ । ବାରମ୍ବାର ଅଭିଯୋଗ, ଆନ୍ଦୋଳନ, ରାସ୍ତା ଅବରୋଧ ଓ ଦାବି ସତ୍ତ୍ୱେ ମଣ୍ଡିଗୁଡ଼ିକରେ ଧାନ କିଣା ଯାଉନଥିବାରୁ ବିଜେପି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି  । ଆସନ୍ତାକାଲି ସମ୍ବଲପୁରରେ ପଶ୍ଚିମାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେବେ ବିଜେପି ନେତା ଓ କର୍ମୀ । ଏହି ଆନ୍ଦୋଳନରେ ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ରର ସାଂସଦ, ୩୫ଟି ବିଧାନସଭା […]

farmer.JPG-1
ଚାଷୀ ଆନ୍ଦୋଳନକୁ ନେଇ ତାତିଲେ ସିଂଘୁ ଗ୍ରାମବାସୀ; ରାଜପଥ ଖାଲି କରିବାକୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ନାଁରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ଏବେ ପୁଣି ସିଂଘୁ ସୀମାରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକେ ଏବଂ ଚାଷୀ ସାମ୍ନାସାମ୍ନି ହୋଇଥିବା ନେଇ ସୂଚନା ମିଳିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଚାଷୀମାନେ ତୁରନ୍ତ ଆନ୍ଦୋଳନସ୍ଥଳ ଛାଡିବାକୁ ସ୍ଥାନୀୟ ଲୋକମାନେ ଦାବି କରିବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଗଣତନ୍ତ୍ର ଦିବସରେ ଚାଷୀଙ୍କ ନାଁରେ ଯେଉଁଭଳି ଭାବେ କାଣ୍ଡ […]

flag
‘ଆନ୍ଦୋଳନ ଆଳରେ ବିକ୍ଷୋଭକାରୀଙ୍କ ଅଭଦ୍ର ଆଚରଣ ଦେଶବାସୀଙ୍କ ମୁଣ୍ଡ ତଳକୁ କରି ଦେଇଛି’

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଚାଷୀମାନଙ୍କ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଦିଲ୍ଲୀ ପୋଲିସ୍‌ ୧୫ଟି ମାମଲା ରୁଜୁ କରିଛି। ଏହା ଭିତରୁ ଦିଲ୍ଲୀ ମହାନଗରର ପୂର୍ବାଞ୍ଚଳ ରେଞ୍ଜରେ ୫ଟି ମାମଲା ରୁଜୁ ହୋଇଛି। ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି। ଗୋଟିଏ ଏଫଆଇଆରରେ ଲୁଟପାଟର ଅଭିଯୋଗ ହୋଇଛି। ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି। ହିଂସାକାଣ୍ଡରେ ୮ଟି ବସ୍‌ […]

farmer
ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଆଇନକୁ ସ୍ଥଗିତ ରଖ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପାଇଁ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ଯେ ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେଦିନ ପଯର୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । […]

farmer-111
ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଚିଠି ଜାରି କଲେ ମାଓବାଦୀ

ଚତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଶହଶହ ଚାଷୀ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। କୃଷକଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରି ନାହାନ୍ତି। ଯଦିଓ ଓଡ଼ିଶାରେ କୃଷି ଆଇନକୁ ନେଇ ଚାଷୀମାନେ ଧାରଣାକୁ ଓହ୍ଲାଇ ନାହାନ୍ତି ତେବେ ଏହି ଆନ୍ଦୋଳନକୁ ନକ୍ସଲପନ୍ଥୀମାନେ ସମର୍ଥନ କରୁଛନ୍ତି। ମାଓନେତା ଗଣେଶ ତେଲେଗୁ ଭାଷାର ଏକ  ଚିଠି ଦେଇ କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।  ମୋଦୀ ସରକାର ଆଣିଥିବା […]

1
ଆଜି ଅନଶନରେ ବସିବେ ଆନ୍ଦୋଳନରତ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ ପ୍ରତିବାଦରେ ଆଜି ଅନଶନରେ ବସିବେ ଆନ୍ଦୋଳନରତ ଚାଷୀ। ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ଉପାସ ରହି ଅନଶନ କରିବ।  ଆନ୍ଦୋଳନରେ ରାଜସ୍ଥାନର କୃଷକ ସାମିଲ ହୋଇଛନ୍ତି । ଶହ ଶହ କୃଷକ ଟ୍ରାକ୍ଟରରେ ରାଲି କରି ଦିଲ୍ଲୀ-ଜୟପୁର ରାଜପଥରେ ପହଞ୍ଚିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନ-ହରିଆଣା ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାସହ ଦେଶବ୍ୟାପୀ ପ୍ରତ୍ୟେକ ଜିଲ୍ଲା ହେଡକ୍ୱାର୍ଟରରେ ଚାଷୀମାନେ ଧାରଣା ଦେବେ । ଏହା […]

farmer-1111.111JPG
ଚାଷୀ ଆନ୍ଦୋଳନ: ଜୟପୁର-ଦିଲ୍ଲୀ ହାଇୱେ ଅବରୋଧ କରିବା ପାଇଁ ପହଞ୍ଚିଲେ ଚାଷୀ

ନୂଆଦିଲ୍ଲୀ: ଆଜି ୧୭ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ଆଜି ଅଧିକ ତ୍ରୀବ କରିବାକୁ ଯୋଜନା ରଖିଛନ୍ତି ଚାଷୀ। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଅବରୋଧ କରିବେ ଚାଷୀ। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ସୀମା ଓ ଆଖପାଖ ଅଞ୍ଚଳରେ ପୋଲିସ୍ ଫୋର୍ସକୁ ବଢ଼ାଯାଇଛି। ରାଜସ୍ଥାନ ଓ ହରିୟାଣାକ ସଂଯୋଗ କରୁଥିବା ଜୟସିଂହପୁର-ଖେଡା ସୀମାରେ ଚାଷୀଙ୍କ ଭିଡ଼ ବଢୁଛି । ବର୍ଡର ପାଖରେ ଗ୍ରାମାଞ୍ଚଳ ଚାଷୀ ସକାଳୁ ସକାଳୁ […]

farmer2121
‘ଆନ୍ଦୋଳନରେ ୧୧ ଚାଷୀଙ୍କ ଜୀବନ ଗଲାଣି, ଆଉ କେତେଜଣ ଆହୁତି ଦେବେ ?’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଏକ ମିଡିଆ ରିପୋର୍ଟରେ ଅନୁସାରେ, ଚାଷୀ ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଚାଷୀ ଆଖି ବୁଜି ସାରିଲେଣି। ମୃତ ଚାଷୀମାନେ ପଞ୍ଜାବ ଓ ହରିଆନାର ଭିନ୍ନ ଭିନ୍ନ ଅଞ୍ଚଳର ନିବାସୀ। କିଛି ଦିନ ତଳେ ପଞ୍ଜାମ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ କହିଥିଲେ, ଚାଷୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ସହୟତା ଦିଆଯିବ। କଂଗ୍ରେସର ପୂର୍ବ […]

corona
ଚାଷୀ ଆନ୍ଦୋଳନ; ସିଂଘୁରେ ମୁତୟନ ୨ ଆଇପିଏସ୍‌ଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ସୀମାନ୍ତରେ ଚାଷୀ ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଞ୍ଚିଛି। ନୂଆ କୃଷି ବିଲ୍‌ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଚାଷୀ। ପଞ୍ଜାବ ସମେତ ଅନେକ ରାଜ୍ୟରୁ ଆସିଥିବା ହଜାର ହଜାର ଶ୍ରମିକ ସିଂଘୁ, ଟିକରୀ, ଚିଲ୍ଲା ଏବଂ ଗାଜିପୁର ସୀମାରେ ଅଟକି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଲାଇଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ବ୍ୟାପକ ଦିଲ୍ଲୀ ପୋଲିସ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସିଂଘୁ ସୀମାରେ ମୁତୟନ ୨ ଜଣ ଆଇପିଏସ୍ ଅଫିସର କରୋନା ସଂକ୍ରମିତ […]

farmer-1111
ଚାଷୀ ଆନ୍ଦୋଳନ ଆହୁରି ତେଜିବ; ଦିଲ୍ଲୀ ରାସ୍ତା ବନ୍ଦ ପାଇଁ ଚେତାବନୀ

ନୂଆଦିଲ୍ଲୀ: ୧୫ ଦିନରେ ପହଞ୍ଚିିଛି ଚାଷୀଙ୍କ ଆନ୍ଦୋଳନ। ଦିଲ୍ଲୀ ସୀମାରେ ୧୫ ଦିନ ଧରି ଧାରଣାରେ ବସିଛନ୍ତି ଶହଶହ ଚାଷୀ। ନୂଆ କୃଷି ଆଇନ ଉଚ୍ଛେଦ ପ୍ରତିବାଦରେ ଚାଲିଥିବା ଧାରଣାରେ ଏବେ ଅଧିକ ବଳ ଜୁଟାଉଛନ୍ତି କୃଷକ ସଂଗଠନ। ପଞ୍ଜାବ, ହରିୟାଣା, ୟୁପିରୁ ଅଧିକ ସଂଖ୍ୟକ ଚାଷୀ ଆସି ଏଥିରେ ସାମିଲ ହୋଇଥିବା ଜଣାପଡ଼ିଛି। ସଂଶୋଧନ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପରେ ଏବେ ଚାଷୀଙ୍କୁ ମନାଇବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର। ସଂଶୋଧନ ପ୍ରସ୍ତାବରେ […]

farmer-1
ଭାରତର ଚାଷୀ ଆନ୍ଦୋଳନକୁ ସମର୍ଥନ କଲେ ଆମେରିକା ସାଂସଦ

ୱାଶିଂଟନ: ଭାରତରେ ଦେଖା ଦେଇଥିବା ଚାଷୀ ଆନ୍ଦୋଳକୁ ଆମେରିକାରେ ମିଳୁଛି ସମର୍ଥନ। ଏପରିକି ନୂଆ କୃଷି ନୀତିକୁ ବିରୋଧ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆମରିକାର କେତେକ ସାଂସଦ ସମର୍ଥନ କରୁଛନ୍ତି। ଏପରିକି ଶାନ୍ତପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ତେବେ ଚାଷୀ ଆନ୍ଦୋଳନକୁ ନେଇ ବିଦେଶୀ ନେତାଙ୍କ ଏପରି ବୟାନକୁ ଭାରତ ଭ୍ରମାତ୍ମକ ଏବଂ ଅନୁଚିତ ବୋଲି କହିଛି। ଏକ ଗଣତାନ୍ତ୍ରିକ ଦେଶର ଏହା ଆଭ୍ୟନ୍ତରୀଣ ମାମଲା ବୋଲି […]