ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପ୍ରତି ବିପଦ। ଦୁଇ ଜଣ ସ୍ୱାଧୀନ ବିଧାୟକ ସରକାରକୁ ସମର୍ଥନ ପ୍ରତ୍ୟାହାର କରିଥିବା ବେଳେ କିଛି କଂଗ୍ରେସ ବିଧାୟକଙ୍କ ମଧ୍ୟ ପତ୍ତା ମିଳୁନାହିଁ। ସେମାନେ ବିଜେପି ସହିତ ଯୋଗାଯୋଗରେ ଥିବା କୁହାଯାଉଛି। ଅନ୍ୟପଟେ ବିଜେପି ତାର ୧୦୪ ବିଧାୟକକଙ୍କୁ ଗୁରୁଗ୍ରାମରେ ଲୁଚାଇ ରଖିଛି। ଉଭୟ ବିଜେପି ଓ ଜେଡିଏସ୍ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ବିଧାୟକଙ୍କୁ ଆର ଗୋଷ୍ଠୀ କିଣିବାକୁ ଚେଷ୍ଟା କରୁଛନ୍ତି। ତଥାପି ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ଦୃଢ଼ତାର […]
ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବି ପିପିଲି ପୀଡ଼ିତା ଇସ୍ୟୁ ଥମୁନାହିଁ। ଆଜି କଂଗ୍ରେସ ଦଳ ଏ ପ୍ରସଙ୍ଗ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି। କଂଗ୍ରେସ କହିଛି ମହାରଥୀଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଚାଲ୍। ମହାରଥୀଙ୍କୁ ଇସ୍ତଫା ପାଇଁ କହି ବିଜେଡି ଏଥିରୁ ମୁକୁଳି ପାରିବ ନାହିଁ। ଏ ମାମଲାରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ସେହିଭଳି ଜଷ୍ଟିସ ପି.କେ. ମହାନ୍ତିଙ୍କ ରିପୋର୍ଟକୁ ବି ସାର୍ବଜନୀନ କରିବାକୁ ଦଳ ଦାବି କରିଛି। […]
ଭୁବନେଶ୍ୱର : ବିଧାୟକ ପଦରୁ ଇସ୍ତଫା ଦେବେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଅା। ବାଚସ୍ପତିଙ୍କୁ ଭେଟିବା ପାଇଁ ବିଧାନସଭାକୁ ଯାଇଥିଲେ ଶଗରିଅା । ହେଲେ ବାଚସ୍ପତି ତାଙ୍କ ଅଞ୍ଚଳ ଗସ୍ତରେ ଥିବାରୁ ସେ ଅାସନ୍ତା ୬ତାରିଖରେ ସମୟ ଦେଇଛନ୍ତି। ଶଗରିଅା ଅାସନ୍ତା ୬ତାରିଖରେ ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେବେ। କୁନ୍ଦୁଲି ଗଣଦୁଷ୍କର୍ମ ଓ ଅାତ୍ମହତ୍ୟା ଘଟଣାକୁ ନେଇ ସେ ଇସ୍ତଫା ଦେବେ ବୋଲି ଭୁବନେଶ୍ୱରରେ ଏକ ପ୍ରେସ୍ମିଟରେ ସୂଚନା ଦେଇଛନ୍ତି ଶଗରିଅ। ଶଗରିଅା […]
ନୂଆଦିଲ୍ଲୀ: ଦିଲ୍ଲୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଜୟ ମାକେନ୍। ଦଳର ସଭାପତି ରାହୁଲ ଗାନ୍ଧି ମଧ୍ୟ ମାକେନ୍ଙ୍କ ଇସ୍ତଫାକୁ ଗ୍ରହଣ କରିନେଇଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ କାହିଁକି ସେ ଦିଲ୍ଲୀର ଗୁରୁଦାୟିତ୍ୱ ଛାଡ଼ିଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ତେବେ ରାହୁଲ ମାକେନ୍ଙ୍କୁ କିଛି ବଡ଼ ଦାୟିତ୍ୱ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ନିଜ ଇସ୍ତଫା ନେଇ ସେ ସୋଶାଲ୍ ମିଡିଆରେ ସୂଚନା ଦେବା […]
ପାଣାଜି: ଗୋଆର ୨ ଜଣ କଂଗ୍ରେସ ବିଧାୟକ ସୁଭାଷ ଶିରୋଦକର ଏବଂ ଦୟାନନ୍ଦ ସୋପ୍ତେ ବିଜେପିରେ ଯୋଗ ଦେଇଥିବା ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ କୁହଯାଇଛି। ପାଣାଜିରୁ ନୂଆଦିଲ୍ଲୀ ଯାଇଥିବା ଏହି ବିଧାୟକଙ୍କୁ ବିଜେପି ନିଜ ଅକ୍ତିଆରକୁ ନେଇଥାଇପାରେ ବୋଲି ଏଆଇସିସି ସମ୍ପାଦକ ଏ. ଚେଲାକୁମାର କହିଛନ୍ତି। ଶିରୋଦକର ଏବଂ ସୋପ୍ତେ ଗତକାଲି ଦିଲ୍ଲୀ ଗସ୍ତ କରିଥିଉ। ଆଜି ସକାଳେ ସେମାନେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେଙ୍କ ପ୍ରରୋଚନାରେ ଦୁଇ ବିଧାୟକ […]