ନୂଆ ଦିଲ୍ଲୀ : ଲୋକପାଳ ନିଯୁକ୍ତି ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ହେଉଛି। କିନ୍ତୁ ଏହି ବୈଠକରେ ଯୋଗ ଦେବେ ନାହିଁ ଲୋକସଭାରେ କଂଗ୍ରେସର ସଂସଦୀୟ ନେତା ମଲ୍ଲିକାର୍ଜୁନ ଖର୍ଗେ। ତ।ଙ୍କୁ ଯେଭଳି ଭାବେ ନିମନ୍ତ୍ରଣ କରାଯାଇଛି, ତାକୁ ଦୃଢ଼ ବିରୋଧ କରିଛି କଂଗ୍ରେସ। ଲୋକପାଳ ନିଯୁକ୍ତି ପ୍ରକ୍ରିୟାରେ ବିରୋଧୀଙ୍କ ସ୍ୱରକୁ ଦବାଇ ତାକୁ ସାମିଲ ନ କରିବାକୁ ଜାଣିଶୁଣି କେନ୍ଦ୍ର ସରକାର ଏପରି କରୁଥିବା ଅଭିଯୋଗ କରିଛନ୍ତି ମଲ୍ଲିକାର୍ଜୁନ ଖର୍ଗେ। ଲୋକପାଳ […]
ଭୁବନେଶ୍ୱର : ବିଭିନ୍ନ ସୋଶାଲ୍ ମିଡ଼ିଆରେ ଘୂରି ବୁଲୁଥିବା କଂଗ୍ରେସ୍ର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଠିକ୍ ନୁହେଁ । କଂଗ୍ରେସ ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି। ଗତକାଲି କଂଗ୍ରେସର ପ୍ରଦେଶ ନିର୍ବାଚନ କମିଟି ବୈଠକ ପରେ ରାଜ୍ୟର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ଲାଗି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଥିଲା। ତେବେ ସୋଶାଲ୍ ମିଡ଼ିଆରେ ଯେଉଁ ତାଲିକା ପ୍ରକାଶ ପାଇଥିଲା ତାହା ଠିକ୍ ନୁହେଁ […]
ଭୁବନେଶ୍ୱର: ନିର୍ବାଚନୀ ଇସ୍ତାହାରରେ କେଉଁ ସବୁ ପ୍ରତିଶ୍ରୁତି ରଖିବ ବିଜେଡି ? ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା ଉପରେ କସରତ ଆରମ୍ଭ କରିଛି ବିଜେଡି। ଆସନ୍ତାକାଲି ବିଜୁ ଜୟନ୍ତୀରେ ଦଳ ଆରମ୍ଭ କରିବ ଘରେ ଘରେ ଶଙ୍ଖ ଅଭିଯାନ। ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସଂପର୍କରେ ମତାମତ ନେବେ। […]
ଭୁବନେଶ୍ୱର : କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଅାନ୍ଦୋଳନ କରିବ କଂଗ୍ରେସ । ଅାଜି ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏବଂ ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଅାଦି ସ୍ଥାନରେ ଦଳ ଅାନ୍ଦୋଳନକୁ ଓହ୍ଲାଇବ । କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ହେବ ବୋଲି ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ଏଯାଏଁ ହାଇକୋର୍ଟଙ୍କ ପାଖକୁ ସରକାର ଚିଠି ଲେଖିନଥିବା ସେ […]
ଭୁବନେଶ୍ୱର: କୁନ୍ଦୁଲି ଘଟଣା ନେଇ କଂଗ୍ରେସ ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ଚଳାଇଛି। ସୋମବାର ପ୍ରଥମେ ଭୁବନେଶ୍ୱର ଦଳ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯିବ। ଏହାପରେ କଟକ, ରାଉରକେଲା, ସମ୍ବଲପୁରରେ ମଧ୍ୟ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏସସି ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣ ଶଗରିଆ ଏ ନେଇ ସୂଚନା ଦେଇଛନ୍ତି। ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶଗରିଆ। ଆଇନ ତା’ ବାଟରେ ଯିବ କହି ତଦନ୍ତକୁ […]
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ସମଭାବାପନ୍ନ ଦଳ ସହ ଆସନ ବୁଝାମଣା କରିବାକୁ କଂଗ୍ରେସର କସରତ। ଆସନ ଭାଗବଣ୍ଟ ନେଇ କଂଗ୍ରେସ ସହ ବାମଦଳଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ହୋଇଥିବା ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ବିଭୁ ତରାଇଙ୍କ ସହ ବାମଦଳର ବହୁ ବରିଷ୍ଠ ନେତା ଆଲୋଚନା କରିଛନ୍ତି। ଆଜି ସିପିଆଇ ସହ କଂଗ୍ରେସର ବୈଠକ ଶେଷ ହୋଇଥିବାବେଳେ ଆସନ୍ତାକାଲି ସିପିଏମ୍ ସହ ବୈଠକ […]
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନ କିଣିବା ପାଇଁ ମାଳ ମାଳ ଯୋଜନା ହେଉଛି। ସବୁ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଯୋଜନାର ବର୍ଷା କରୁଥିବା ବେଳେ କେନ୍ଦ୍ରର ବିଜେପି ସରକାର ବି ନୂଆ ନୂଆ ଯୋଜନା ଆଣୁଛନ୍ତି। ତେବେ ଉଭୟଙ୍କ ଫୋକସରେ ଅଛନ୍ତି ଚାଷୀ, ଯୁବବର୍ଗ ମହିଳା ଓ ଆଦିବାସୀ। ଏହି ୪ ବର୍ଗର ଭୋଟରଙ୍କ ପାଖରେ ଯୋଜନାକୁ ପହଁଞ୍ଚାଇବା ପାଇଁ ବିଜେପି ଓ ବିଜେଡି ଭିତରେ ଚାଲିଛି ପ୍ରଚାରର ପ୍ରତିଯୋଗିତା। […]
ଭୁବନେଶ୍ୱର: ନିର୍ବାଚନ ଘୋଷଣା ପାଖେଇ ଆସୁଥିବା ବେଳେ ସବୁ ଦଳ ଏବେ ପ୍ରାର୍ଥୀ ଚୟନ କସରତକୁ ଜୋରଦାର୍ କରିଛନ୍ତି। କଂଗ୍ରେସ୍, ଏହାର ସ୍କ୍ରିନିଂ କମିଟିରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ସିଟ୍ ଲାଗି କର୍ମୀ ଓ ନେତାଙ୍କ ସହ ଆଲୋଚନା ସାରି ଆଶାୟୀ ପ୍ରାର୍ଥୀଙ୍କ ତାଲିକା ନେଇଛି। ଏନେଇ କଂଗ୍ରେସ ଭବନରେ ସ୍କ୍ରିନିଂ କମିଟି ବୈଠକରେ ଟିକଟ୍ ଆଶାୟୀଙ୍କ ଭିଡ଼ ଜମିଥିବା ବେଳେ ଅନ୍ୟପଟେ କାର୍ଯ୍ୟାଳୟ ପରିସରରେ ଦଳୀୟ କର୍ମୀଙ୍କ ଅସନ୍ତୋଷ, ବିଧାୟକଙ୍କ ବିରୋଧରେ ନାରାବାଜି […]
ଭୁବନେଶ୍ୱର : ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସ ଦାୟିତ୍ୱ। ସିଂଦେଓଙ୍କୁ ସାମୟିକ ଭାବେ ଓଡ଼ିଶାର ଇନ୍ଚାର୍ଜ ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ତେବେ ଜିତେନ୍ଦ୍ର ସିଂହ ପୂର୍ବପରି ପ୍ରଭାରୀ ଦାୟିତ୍ୱରେ ରହିବେ। ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ : ବିରୋଧୀ ବିଜେପି ମେଣ୍ଟକୁ ମୁକାବିଲା କରିବାକୁ ତାମିଲନାଡୁରେ ଡିଏମ୍କେର ହାତ ଧରିଲା କଂଗ୍ରେସ। ୨୦୧୯ ମସିହା ସାଧାରଣ ନିର୍ବାଚନ ପାଇଁ ଆଜି କଂଗ୍ରେସ ଓ ଡିଏମ୍କେ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି। ମେଣ୍ଟ ବୁଝାମଣା ଅନୁସାରେ ରାଜ୍ୟରେ ୩୯ ଲୋକସଭା ଆସନରୁ କଂଗ୍ରେସ ୯ଟି ଲଢ଼ିବ। ସହଯୋଗୀ ଡିଏମ୍କେ ୨୦ରୁ ୨୫ ଆସନରେ ଲଢ଼ିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅବଶିଷ୍ଟ ଆସନ ଛୋଟ ଛୋଟ ସହଯୋଗୀ ଦଳକୁ ଦେବାକୁ ସ୍ଥିର ହୋଇଛି। ଏହା ପୂର୍ବରୁ […]
ନୂଆଦିଲ୍ଲୀ : କଂଗ୍ରେସ୍ରେ ସାମିଲ ହେଲେ କୀର୍ତ୍ତି ଆଜାଦ୍। କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସ୍ରେ ସାମିଲ ହୋଇଛନ୍ତି କୀର୍ତ୍ତି। ୨୦୧୪ ମସିହା ସାଧାରଣ ନିର୍ବାଚନରେ ଦରଭଙ୍ଗା ଆସନରୁ ବିଜେପି ଟିକଟରେ ଲଢି ଜିତିଥିଲେ କୀର୍ତ୍ତି ଆଜାଦ୍। ଦଳ ଭିତରେ ଥାଇ ବି ବେଶ୍ କିଛି ଦିନ ହେଲା ବିଜେପିକୁ ସମାଲୋଚନା କରି ଆସୁଥିଲେ କୀର୍ତ୍ତି। ଏମିତିକି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ବିରୋଧରେ ମଧ୍ୟ ବିରୋଧାତ୍ମକ ମନ୍ତବ୍ୟ ଦେବା ପରେ ତାଙ୍କୁ […]
ଭୁବନେଶ୍ୱର: ଲଗାତର ତୃତୀୟ ଦିନ ପାଇଁ ରାଜ୍ୟ କଂଗ୍ରେସ୍ ମୁଖ୍ୟାଳୟରେ ଦଳୀୟ ତୁଙ୍ଗ ନେତା ଓ ଆଶାୟୀ ପ୍ରାର୍ଥୀଙ୍କର ଲାଗିଛି ଗହଳି ଚହଳି। ଆଉ ଏପଟେ ଜୟପୁରରେ ବି ଜୟପୁର ଓ କୋରାପୁଟ ଲାଗି ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ମୁଡ୍ରେ ଥିବା କଂଗ୍ରେସ୍ ଦଳ ଆଜି ପ୍ରଥମ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ଶେଷ କରିଛି। ତିନି ଦିନ ଧରି କଂଗ୍ରେସ୍ […]
ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଆସନ୍ତା ୨୫ ସୁଦ୍ଧା କଂଗ୍ରେସର ବିଧାନସଭା ଓ ଲୋକସଭା ସମସ୍ତ ପ୍ରାର୍ଥୀ ତାଲିକା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସିଙ୍କୁ ଦିଆଯିବ। କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷଙ୍କ ଭି.ଡି ସାଥିସାନ୍ ଏହି ସୂଚନା ଦେଇଛନ୍ତି। ସେହିପରି ଆସନ୍ତା ସପ୍ତାହରେ ସ୍କ୍ରିନିଂ କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ ବୋଲି ସେ କହିଛନ୍ତି। ସେହିପରି ସ୍କ୍ରିନିଂ କମିଟିର ଅନ୍ୟତମ ସଦସ୍ୟ ନୌସାଦ୍ ସୋଲାଙ୍କି […]
ଭୁବନେଶ୍ୱର : ଓଡ଼ିଶାରେ ଛତିଶଗଡ଼ ଫଣ୍ଡା ଆପଣେଇବାକୁ କଂଗ୍ରେସର ଷ୍ଟ୍ରାଟେଜି। କୃଷି ଋଣ ଛାଡ଼ ସାଙ୍ଗକୁ ଧାନର MSP ୨୬ ଶହ ଟଙ୍କା। ଆଉ ସୀମାବର୍ତ୍ତି ପଶ୍ଚିମ ଓଡ଼ିଶାରୁ ଦଳ ଆରମ୍ଭ କରିଛି ଏହି ଅଭିଯାନ। ତାହା ପୁଣି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱରେ। ବାଘେଲ ଆଜି ନୂଆପଡ଼ାରେ ନିର୍ବାଚନୀ ସଭା କରିବା ସହ ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରିଛନ୍ତି। ଛତିଶଗଡ଼ରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ଓ ଧାନର […]
କଳାହାଣ୍ଡି : ଆଜି କଂଗ୍ରେସକୁ ଫେରିବେ ପୂର୍ବତନ ସାଂସଦ ସୁବାସ ନାୟକ। ଦଳ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ୍ ହେବେ। ସୁବାସଙ୍କ ବାସଭବନକୁ ଯାଇ ଆଜି ଏନେଇ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା। ସୁବାସ ୧୯୯୧ମସିହା ନିର୍ବାଚନରେ କଂଗ୍ରେସ ଟିକେଟରେ କଳାହାଣ୍ଡିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଗତ […]
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ହେଭିୱେଟ୍ ନେତା। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ପଶ୍ଚିମ ଓଡ଼ିଶାର ୨ପ୍ରମୁଖ ସ୍ଥାନ ଭବାନୀପାଟଣା ଓ ରାଉରକେଲାରେ ଜୋରଦାର ପ୍ରସ୍ତୁତି। ୧୨ ଦିନ ଭିତରେ ତାଙ୍କର ଦୁଇ ଦୁଇ ଥର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପୁରା ଜୋସ୍ରେ। ଏଥର ରାହୁଲଙ୍କ ଫୋକ୍ସରେ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଭୋଟ୍ ବ୍ୟାଙ୍କ୍। ୨୦୧୦ ମସିହାରେ ନିୟମଗିରି ଆନ୍ଦୋଳନରେ ନିଜକୁ ଆଦିବାସୀଙ୍କ ସିପାହୀ କହି ସାମିଲ […]
ଯାଜପୁର : ବିଜେଡିରେ ନୀତି ଆଦର୍ଶ ନାହିଁ। ଏଠି ପରିବାରବାଦ୍ ରାଜନୀତି ଚାଲିଛି ବୋଲି ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେବା ଅବସରରେ ଏଭଳି ଅଭିଯୋଗ କରିଛନ୍ତି ଯୁବନେତା ଆଲୋକ ବେହେରା। ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଥିବା ଆଲୋକ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଏଆଇସିସି ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଉପସ୍ଥିତିରେ ଆଲୋକ […]
ଭୁବନେଶ୍ୱର: ସୁମିତ୍ରା ଜେନାଙ୍କ ପରେ ଆଉ ଜଣେ ମହିଳା ନେତ୍ରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ମୁଖପାତ୍ର ଥିବା ସୋନାଲି ସାହୁ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳୀୟ ନେତୃତ୍ୱର ନିଷ୍କ୍ରିୟତାକୁ ଦାୟୀ କରି ସେ ଦଳ ଛାଡୁଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ଭୁବନେଶ୍ୱର: କଂଗ୍ରେସରେ ଛିଣ୍ଡୁନି ଟିକେଟ ଅଙ୍କ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାକି ଥିବା ୩ ଲୋକସଭା ଓ ୨୭ ବିଧାନସଭା ଆସନରେ କାହାକୁ ଟିକେଟ ମିଳିବ, ତାକୁ ନେଇ ଦଳ ଅଡୁଆରେ ରହିଛି। କିଛି ପ୍ରାର୍ଥୀଙ୍କୁ ଭିତିରିଆ ଭାବରେ ନାମାଙ୍କନ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳୁଛି। ଏପରିକି ପ୍ରଥମ ଦଫା ପ୍ରାର୍ଥୀ ତାଲିକାରେ ମହିଳାଙ୍କ ସଂଖ୍ୟା କମ୍ ଥିବାରୁ, ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟାର କିଭଳି […]