ଭୁବନେଶ୍ୱର: ଭୁବନେଶ୍ୱରରେ କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏହି ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିର ସମ୍ପାଦକ ତଥା ଓଡ଼ିଶା ମହିଳା କଂଗ୍ରେସର ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ମଧ୍ୟ ଯୋଗ ଦେଇଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ, ଦୁଷ୍କର୍ମ, ନାବାଳିକାଙ୍କୁ ଯୌନ ନିର୍ଯାତନା, ପାରିବାରିକ ହିଂସା ବଢ଼ି ଚାଲିଥିବାବେଳେ, ସଂସଦ ଓ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ଉଭୟ […]
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ମହିଳା କଂଗ୍ରେସ ପକ୍ଷରୁ ପିସିସି କାର୍ଯ୍ୟାଳୟରେ ସ୍ୱାଭିମାନ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବ। ଏଥିରେ ପିସିସି ସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଓଡ଼ିଶା କଂଗ୍ରେସର ବହୁ ନେତାଙ୍କ ସମେତ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ, ନିଶା ମୁକ୍ତ ଓଡ଼ିଶା ଗଠନ, ବିଧାନସଭା ଓ ସଂସଦରେ ସଂରକ୍ଷଣ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି ସରକାର ଫେଲ୍ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଗଡ଼ ବାରଣାସୀରେ ରଣହୁଙ୍କାର ଦେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଆରମ୍ଭ କରିଥିବା ଗଙ୍ଗା ଯାତ୍ରା ଆଜି ତୃତୀୟ ତଥା ଅନ୍ତିମ ଦିନରେ ପହଞ୍ଚିଛି। ଆଜି ବାରଣାସୀର ଆସି ଘାଟରେ ଗଙ୍ଗା ଯାତ୍ରା ଶେଷ କରିବେ ପ୍ରିୟଙ୍କା। ପରେ ସେ ଏଠାକାର ବିଭିନ୍ନ ମନ୍ଦିର ଓ ଘାଟ ଦର୍ଶନ କରିବେ। ସେପଟେ ବାରଣାସୀର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ପରିବାରଙ୍କୁ ବି ଭେଟିଛନ୍ତି […]
ନୂଆଦିଲ୍ଲୀ: ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍ ବି ସରଗରମ୍ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ଦଳର ପ୍ରମୁଖ ହେବିୱେଟ ନେତା ସାମିଲ ହୋଇଥିଲେ। ସେପଟେ ଗୋଆ ରାଜ୍ୟପାଳଙ୍କୁ ଗତକାଲି ରାତିରେ ସରକାର ଗଠନ ପାଇଁ ଚିଠି ଲେଖିଛି କଂଗ୍ରେସ। ଗୋଆ କଂଗ୍ରେସ ନେତା ଗିରିଶ ଚୋଡନାକର ଏବଂ ଚନ୍ଦ୍ରକାନ୍ତ କାଲଭେକର ରାଜ୍ୟପାଳ ମ୍ରିଦିଲା ସିହ୍ନାଙ୍କୁ ଚିଠି ଲେଖିଛନ୍ତି। […]
ନୂଆଦିଲ୍ଲୀ : ଟିକେଟ ନେଇ କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ। ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ଆଜି ଦିଲ୍ଲୀରେ ଚାଲିଛି ବୈଠକ। ଏଆଇସିସି ସ୍କ୍ରିନିଂ କମିଟି ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏଥିରେ ମୋହର ମାରିବ। ସ୍କ୍ରିନିଂ କମିଟି ମୁଖ୍ୟ ଭିଡି ସାଥିସାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି। ୧୫ ଲୋକସଭା […]
ଭୁବନେଶ୍ୱର: ଦିନକୁ ପେଟ୍ରୋଲ ଦରରେ ଅହେତୁକ ବୃଦ୍ଧି ଘଟିଛି। ପେଟ୍ରୋଲ ଦର କମାଇବାକୁ ଦାବି କରିଛି କଗ୍ରେସ। ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୨୦ ବର୍ଷ ହେଲା ବିଜେଡି କିଛି କରିନି, କେବଳ ମଦ ଦୋକାନ ଖୋଲିଛି। ଗଞ୍ଜାମରେ ଯାହା କିଛି ହୋଇଛି, କଂଗ୍ରେସ ହିଁ କରିଛି। ଏହାସହ ପେଟ୍ରୋଲ ଦର କମାଇବାକୁ ସେ ଦାବି କରିଛନ୍ତି। ପେଟ୍ରୋଲ୍ ଦର ଅତି କମ୍ରେ ୧୦ ଟଙ୍କା କମାଇବାକୁ ସେ ଦାବି […]
କଟକ: ଭାରତ ବନ୍ଦ ପାଳନ ବେଳେ କଟକରେ ATM ଭଙ୍ଗାରୁଜା ଘଟଣାରେ ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବାଦାମବାଡ଼ି ପୋଲିସ୍। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ଅଛନ୍ତି। କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଦେଶର ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିଲେ। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ […]
ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଶୋଭାଯାତ୍ରା କରିଛି। ତେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିକ ଛକରେ ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିଛନ୍ତି।
ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରି ବାମ ଦଳ ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଦରବୃଦ୍ଧି କମାଇବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଗଠନ। ସେହିପରି ରାଉରକେଲାରେ ମଧ୍ୟ ଗତକାଲି ଓଡ଼ିଶା ବନ୍ଦ ଡାକରା ଆହ୍ୱାନରେ ରାଲି କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ବାଇକ ରାଲି ସହ ଶୋଭାଯାତ୍ରାରେ ଯାଇ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଥିଲା ବାମପନ୍ଥୀ ସଂଗଠନ।
ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାକୁ ନେଇ ଦିଲ୍ଲୀ ପୋଲିସ ନିଜର ତଦନ୍ତ ଜାରି ରଖିଛି । ଏହି କ୍ରମରେ ସୋମବାର ଟ୍ୱିଟର କାର୍ଯ୍ୟାଳୟକୁ ଯିବା ପରେ ଦିଲ୍ଲୀ ପୋଲିସ ଦୁଇ ଜଣ କଂଗ୍ରେସ ନେତାଙ୍କୁ ନୋଟିସ ପଠାଇଛି । ଯେଉଁମାନେ ଏହି ଘଟଣାରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ । ସେମାନଙ୍କୁ ପୋଲିସ ନୋଟିସ ପଠାଇବା ସହ ତଦନ୍ତରେ ସହଯୋଗ କରିବାକୁ କହିଛି । ସୂଚନାନୁସାରେ ସୋମବାର ଦିଲ୍ଲୀ […]
ପିପିଲି ଲାଗି କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ। ବିଶ୍ୱକେଶନଙ୍କ ନାଁ ଘୋଷଣା କଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।
ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ। ମେ ୧୩ରେ ପଡ଼ିବ ଭୋଟ୍। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ଥିଲା। ତେବେ ନୂଆ ତାରିଖ ଘୋଷଣା ପରେ ପୁଣି ପିପିଲି ମୁହାଁ ସବୁ ଦଳ
ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଆପୋଲୋ ଲୋକ ସଂପର୍କ ଅଧିକାରୀ ରାକେଶ ରାୟଙ୍କ ସୂଚନା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ଅଜିତ ଭୁବନେଶ୍ୱର: ଆର ପାରିରେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ ଅଜିତ୍। ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ସମୟରେ ଅଜିତଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିଲା। ତେବେ ବର୍ତ୍ତମାନ ପିପିଲି ନିର୍ବାଚନକୁ ନେଇ ଆଶଙ୍କା […]
ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଅଜିତ ମଙ୍ଗରାଜଙ୍କୁ ପିପିଲିରୁ ପ୍ରାର୍ଥୀ କଲା କଂଗ୍ରେସ। ଏନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ଅଜିତଙ୍କ ନାଁରେ ମୋହର ମାରିଛି
ପିପିଲି ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କଂଗ୍ରେସ। ଏ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ପ୍ରାର୍ଥୀ ଘୋଷଣା ଏତେ ବିଳମ୍ବ ହେବା ଉଚିତ ନୁହେଁ।
ରାଜ୍ୟରେ ବଢିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଯେଉଁଥି ଲାଗି ହନ୍ତସନ୍ତ ହେଉଛନ୍ତି ଲୋକେ। ମୋଟ୍ ଉପରେ କହିବାକୁ ଗଲେ ଖାଇବା ତେଲର ଦାମ ଯେମିତି ଭାବରେ ବୃଦ୍ଧି ପାଉଛି ତାହାକୁ ନେଇ ଏବେ ଚିନ୍ତାରେ ଗୃହିଣୀ। କେମିତି ଓ କେତେ କମାଇବେ ସେ କଥା କିଛି ମୁଣ୍ଡରେ ପଶୁନାହିଁ
ଆପଣ ୪ ଥର ହେଲେଣି ବିଧାୟକ ହେଉଛନ୍ତି। କିନ୍ତୁ ପ୍ରତି ଥର ବିଧାୟକ ହେବା ପରେ କଂଗ୍ରେସ ପତଳା ହେବାରେ ଲାଗିଛି। ପ୍ରଥମେ ୩୬ ପରେ ୨୮ ଆଉ ତାହା ପରେ ୧୮ ଆଉ ଏବେ ସଂଖ୍ୟା ୯ରେ ପହଞ୍ଚିଲାଣି। ଆର ଥରକୁ କେତେ ରହିବ ବିଧାୟକଙ୍କ ସଂଖ୍ୟା?
ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବିଧାୟକ ସାଇକେଲ୍ ଚଲାଉଥିବା ଦେଖିବାକୁ ମିଳିଛି। ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ। ବିଧାୟକ ତାରାପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ, ସୁରେଶ ରାଉତରାୟ ପ୍ରମୁଖ ନେତା ସାଇକେଲ୍ ଚଲାଇ ବିଧାନସଭାକୁ ଆସିଛନ୍ତି। ତୈଳ ଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ। କେନ୍ଦ୍ର ଦର ବୃଦ୍ଧି କରୁଥିବା ବେଳେ ରାଜ୍ୟ ବି […]
ନୂଆଦିଲ୍ଲୀ: କଂଗ୍ରେସ ପାଖରେ ଦେଖାଦେଇଛି ଟଙ୍କାର ଅଭାବ। ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ଆରମ୍ଭ କରିଛି। ୬ ବର୍ଷ ହେଲାଣି କ୍ଷମତାଠାରୁ ଦୂରେଇ ରହିଛି ଦଳ। ଆଉ ଏପରି ସମୟରେ ଦଳ ପାଖରେ ଟଙ୍କା ଅଭାବ କଥା ସାମ୍ମାକୁ ଆସିଛି। ୨୦୧୪ରେ କ୍ଷମତାରୁ ହଟିବା ପରେ କଂଗ୍ରେସକୁ ଡୋନେସନ ମିଳିବାରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏଥିପାଇଁ ଦଳର ଶୀର୍ଷ ସ୍ତରୀୟ ନେତାମାନେ ରାଜ୍ୟସ୍ତରୀୟ ନେତାଙ୍କୁ […]