ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଜେଟକୁ କଂଗ୍ରେସ ସମାଲୋଚନା କରିଛି। ନିର୍ବାଚନ ପୂର୍ବରୁ ସିଧାସଳଖ କୃଷକଙ୍କୁ ଲାଞ୍ଚ ଦେବା ଲାଗି ସରକାର ବ୍ୟବସ୍ଥା କରିଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ, ଦିନକୁ ୧୭ ଟଙ୍କା ଚାଷୀଙ୍କୁ ଦିଆଯିବା ହାସ୍ୟାସ୍ପଦ। ତା ଛଡ଼ା ଆଜିର ବଜେଟକୁ ସରକାର ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କହୁଛନ୍ତି। ଆଉ ଦୁଇ ମାସ ପରେ […]
ସାଲେପୁର : ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିକାଶ ପଦଯାତ୍ରା କରିଛନ୍ତି। ‘ଆସନ୍ତୁ ଚାଲିବା’ ନାମରେ ଏହି ପଦଯାତ୍ରା କଟକ ପୀରବଜାରରୁ ସାଲେପୁର ପର୍ଯ୍ୟନ୍ତ ଚାଲିଥିଲା। ନିଜେ ବିଧାୟକ ଚାଲି ଚାଲି ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ପଦଯାତ୍ରାରେ କିନ୍ତୁ କଂଗ୍ରେସ କିମ୍ବା ଅନ୍ୟ ଦଳର କୌଣସି ନେତା ଯୋଗ ଦେଇ ନଥିଲେ। ଏପରିକି କଂଗ୍ରେସର ବ୍ୟାନର କିମ୍ବା ଚିହ୍ନ ପ୍ରୟୋଗ ନକରି ଏହି ପଦଯାତ୍ରା କରିଥିଲେ।
ଭୁବନେଶ୍ୱର : ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରସ୍ଥିତ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଜନସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ରାଜ୍ୟର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ କଳହାଣ୍ଡି ଜିଲ୍ଲାର ବିଜେପି ନେତା ଅନୀଲ ସିଂହଦେଓ ଓ ରାଜସ୍ଥାନର ପୂର୍ବତନ ବରିଷ୍ଠ ପ୍ରଶାସକ ଜେ.ସି.ମହାନ୍ତି ସାମିଲ ହୋଇଛନ୍ତି। ପଞ୍ଚାନନ ଓ ଅନୀଲଙ୍କ ମିଶ୍ରଣ ଦ୍ୱାରା କଂଗ୍ରେସ […]
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ରାହୁଲ ଗାନ୍ଧି। ଏଠାରେ ନିଜର ଅଭିଭାଷଣରେ ଉଭୟ ମୋଦି ଓ ନବୀନଙ୍କୁ ଆଟାକ୍ କଲେ। କହିଲେ , ଉଭୟ ମୋଦି-ନବୀନଙ୍କ ଚିନ୍ତାଧାରା ଏକ ପ୍ରକାର। କିଛି ଅମଲାଙ୍କୁ ଧରି ଶିଳ୍ପପତିଙ୍କ ଠାରୁ ଟଙ୍କା ଆଣି ନିର୍ବାଚନ ଲଢ଼ନ୍ତି। ଆଉ ମଧ୍ୟ ରାହୁଲ ଗାନ୍ଧି କହିଲେ, ଓଡ଼ିଶା ଗରିବ ରାଜ୍ୟ ନୁହେଁ, କିନ୍ତୁ ଓଡ଼ିଶାର ଲୋକ ଗରିବ; ଆପଣଙ୍କ ଖଣିଜ ସଂପଦ ଓ ପାଣି ଆପଣଙ୍କ […]
ଭୁବନେଶ୍ୱର : ଅସ୍ଥିତ୍ୱ ବଜାୟ ରଖିବାକୁ କଂଗ୍ରେସର ସଂଗ୍ରାମ। ନବଙ୍କ ଭଳି ଆଉ କେହି ଝଟ୍କା ଦେବା ପୂର୍ବରୁ ସତର୍କ ହୋଇଛି ଦଳ। ୧୬ରେ ପୁରୁଖା ବିଧାୟକ ନବ ଦାସଙ୍କ ଇସ୍ତଫା ଓ ବହିଷ୍କାର । ୧୭ରେ ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ। ୧୮ରେ କଂଗ୍ରେସ ଓ ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା। କେବଳ ଏହି ଦୁଇ ଜଣ ନୁହନ୍ତି, ଦଳ ଡିଆଁ ତାଲିକାରେ ଆହୁରି ଅନେକ ନେତାଙ୍କ ନାଁ ଥିବା ଚର୍ଚ୍ଚା ହେଉଛି। କହିବାକୁ ଗଲେ […]
ଭୁବନେଶ୍ୱର : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମିଳିନପାରେ କଂଗ୍ରେସ ଟିକେଟ। ଆଜି ଏ ନେଇ ଇଙ୍ଗିତ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଟିକେଟ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା କରାଯାଇଛି। ସଗରିଆ ଆଚରଣ ପରିବର୍ତ୍ତନ କଲେ ଟିକେଟର ସମ୍ଭାବନା ଅଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପ୍ରତିବାଦରେ କଂଗ୍ରେସ ନେତା ସଗରିଆ ଗତ ନଭେମ୍ବର ୬ ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏପରିକି ବିଭିନ୍ନ […]
ଭୁବନେଶ୍ୱର : ଆକ୍ସନ ମୋଡ୍ରେ କଂଗ୍ରେସ୍। ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି। AICCର ଅନୁମୋଦନ କ୍ରମେ ପିସିସି ପକ୍ଷରୁ ଯୋଗେଶଙ୍କୁ ନିଲମ୍ବନ କରାଯାଇଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି। ଗତକାଲି ଶୃଙ୍ଖଳା କମିଟିର ବୈଠକ ପରେ ଯୋଗେଶଙ୍କୁ କୈଫତ ଦେବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ମାତ୍ର ସେ କୌଣସି ଉତ୍ତର ନଦେବାରୁ ତାଙ୍କୁ ସସ୍ପେଣ୍ଡ କରାଗଲା ବୋଲି ଅନନ୍ତ […]
ଭୁବନେଶ୍ୱର : କଂଗ୍ରେସରେ ଦଳବଦଳକୁ ରୋକିବାକୁ ଉଦ୍ୟମ। ଦଳରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ। ଆଜି ଏହି ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ। ଆଜି ଅପରାହ୍ନ ୪ଟା ସୁଦ୍ଧା ହୋଇପାରେ କାର୍ଯ୍ୟାନୁଷ୍ଠାନ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି ୨ ଜଣ ବିଧାୟକ ଯୋଗେଶ ସିଂ ଓ ପ୍ରକାଶ ବେହେରାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ଇଙ୍ଗିତ ଦେଇଛନ୍ତି ହେମାନନ୍ଦ। ଇସ୍ତଫା ଦେବା ପୂର୍ବରୁ ନବ ଦାସଙ୍କୁ ବହିଷ୍କାର […]
ଭୁବନେଶ୍ୱର : ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର AICC ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିଜ ଅଞ୍ଚଳର ଭୋଟରଙ୍କ ମତାମତକୁ ସମ୍ମାନ ଜଣାଇ ସେ ଏଭଳି ନିଷ୍ପତ୍ତି ନେଇଥିବା ଲେଖିଛନ୍ତି। ନିଜ ଅଞ୍ଚଳର ବିକାଶ ଲାଗି ଆସନ୍ତା ନିର୍ବାଚନ ସେ ବିଜେଡିରୁ ଲଢନ୍ତୁ ବୋଲି ଲୋକେ […]
ଭୁବନେଶ୍ୱର : କଂଗ୍ରେସ ବିଧାୟକ ନବ ଦାସ ବିଜେଡିକୁ ଯିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେ କହିଛନ୍ତି, ଏ କଥା ମୁଁ ବାହାରୁ ଶୁଣିବାକୁ ପାଉଛି, ଖବର ଶୁଣି ଦୁଃଖିତ। ଏହା ଦ୍ୱାରା କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଯାହାର ନେତା ଅଭାବ, ସେମାନେ ବାହାରୁ ନେତା ନିଅନ୍ତି। ଆଜିକାଲି ରାଜନୀତିରେ ଆଦର୍ଶର ଅଭାବ ଦେଖାଗଲାଣି। ବ୍ୟାବସାୟିକ […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଣ୍ଟରୁ ବାଦ୍ ପଡ଼ିଥିବା କଂଗ୍ରେସ ଏକାକୀ ଲଢ଼ିବାକୁ ଯୋଜନା କରିଛି। ରାଜ୍ୟର ୮୦ଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ବିଜେପିକୁ ମାତ୍ ଦେବା ଲାଗି ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଜ୍ୟର ୧୩ଟି ଜୋନ୍ରେ ୧୩ଟି ସଭା ଓ ଶୋଭାଯାତ୍ରା କରିବେ। ପ୍ରତି ଜୋନ୍ରେ ୬ଟି ଲୋକସଭା ଆସନ ରହିବ। ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଆଜି […]
ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସେହି ଦିନ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ କଟକ ବାଲିଯାତ୍ରା ପଡ଼ିଆ ସାଧାରଣ ସଭାରେ ଯୋଗଦେବେ ରାହୁଲ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ସାଧାରଣ ସଭା ଅନୁଷ୍ଠିତ ହେବ। ଏହାସହ କଟକରେ ଏକ କର୍ମୀ ସମ୍ମିଳନୀରେ ବି ରାହୁଲ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। କଟକରୁ ଭୁବନେଶ୍ୱର ଫେରିବା […]
ବାରିପଦା : ବାରିପଦାରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଉ ପଡିଆରେ ଆୟୋଜିତ ସାଧାରଣ ସଭାରେ ନିଜ ଭାଷଣ ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଭାରତ ମାତା କି ଜୟ କହିଲେ ସେ ଦଳ ବିରୋଧ କରୁଛି। ମଧ୍ୟପ୍ରଦେଶରେ ତାଙ୍କ ସରକାର ଆସୁ ଆସୁ ବନ୍ଦେ ମାତରମକୁ ହମଲା କରିଛନ୍ତି। ଜରୁରୀ ସମୟର ସେନାନୀଙ୍କ ପେନସନ ବନ୍ଦ ଯୋଜନା କରିଛନ୍ତି। ଏପରିକି ସେମାନେ ନିଜ ମନୋରଂଜନ ପାଇଁ ସଂସଦକୁ ବ୍ୟବହାର କରୁଛନ୍ତି। […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥିୀ ଚୟନ ଲାଗି କଂଗ୍ରେସର କସରତ ଜାରି ରହିଛି। ଓଡ଼ିଶା ଗସ୍ତରେ ଆସଥିବା AICC ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ କରୁଥିବା ପ୍ରାର୍ଥିୀ ଚୟନ ପ୍ରକ୍ରିୟାର ଆଜି ଦ୍ୱିତୀୟ ଦିନ। ଆଜି ଭୁବନେଶ୍ୱର ଓ ନବରଙ୍ଗପୁରରେ ସ୍କ୍ରିନିଂ କମିଟିର ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱରରେ ପୁରୀ ଓ ଜଗତସିଂହପୁର ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହେବ। ସେହିପରି ନବରଙ୍ଗପୁରରେ କଳାହାଣ୍ଡି ଓ […]
ନୂଆଦିଲ୍ଲୀ : ୧୯୮୪ମସିହା ଶିଖ୍ ବିରୋଧୀ ହିଂସାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ସଜ୍ଜନ କୁମାର ଆତ୍ମସମର୍ପଣ କରିଛନ୍ତି। ଆଜି ସଜ୍ଜନ କୁମାର ଦିଲ୍ଲୀର କରକରଡୁମା କୋର୍ଟରେ ଆତ୍ମସମର୍ପଣ କରିବା ପରେ ମଣ୍ଡୋଲି ଜେଲ୍କୁ ପଠାଇ ଦିଆଯାଇଛି। ଆତ୍ମସମର୍ପଣ ପାଇଁ ଅଧିକ ସମୟ ଦେବାକୁ ସଜ୍ଜନ କୁମାର କୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା। ଗତ ୧୭ ତାରିଖରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ […]