ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ IMPACT ପକ୍ଷରୁ ଗତ ୨୮ବର୍ଷ ହେଲା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଥିବା ଓଡିଶାର ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନୀତ ଅତିଥି ଭାବେ ହକି ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ର୍ତିକୀଙ୍କ ସମେତ ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ କୃତୀ ଖେଳାଳିଙ୍କୁ ସମ୍ମାନୀତ କରିଥିଲେ ।
ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ ହୋଇଛନ୍ତି ଓଡିଆ ଯବାନ ରାଣା ପ୍ରତାପ ଦାସ । ତାଙ୍କ ଘର ତାଳଚେରରେ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି ଓଡିଶାବାସୀ । ସେ ଥିଲେ ଭାରି କେୟାରିଂ । ଚାକିରି ସହ ପରିବାରକୁ ବି ସମୟ ଦିଅନ୍ତି । ଘରଠୁ ବାହାର, ସମସ୍ତଙ୍କର ସେ ଥିଲେ ପ୍ରିୟ । ନଜର ପକାନ୍ତୁ, ତାଙ୍କ ଜୀବନ କାଳର କିଛି ମଧୁର ସ୍ମୃତି ଉପରେ ।
ବାତ୍ୟାର ପ୍ରଭାବ; ରାଜଧାନୀ ରାଜ ରାସ୍ତାରେ ଏମିତି ଜନଜୀବନ, ଦେଖନ୍ତୁ ତାହାର କିଛି ଝଲକ ।
କାଲିଠୁ ଆରମ୍ଭ ହୋଇଛି ବହୁପ୍ରସିଦ୍ଧ କୋଣାର୍କ ମହୋତ୍ସବ । ପ୍ରଥମ ଦିନରେ ହିଁ ପାରମ୍ପରିକ ନୃତ୍ୟ ଓଡିଶୀର କଳା ପରିବେଶଣରେ ଉତ୍ସବମୁଖରିତ ହୋଇ ଉଠିଛି କୋଣାର୍କ । ନାନା ପ୍ରକାରର ଭାବଭଙ୍ଗୀରେ ନୃତ୍ୟ ଦେଖାଇ ଲୋକଙ୍କ ମନକୁ ଆକର୍ଷଣ କରିଛନ୍ତି ନୃତ୍ୟଶିଳ୍ପୀ । ଓଡିଶା ମାଟିର ପରମ୍ପରା ବଜାୟ ରଖିଛନ୍ତି ଆମ ନୃତ୍ୟଶିଳ୍ପୀ ।
ସଫା ସହର ପାଇଁ ଦେଶର ଟପ୍-୧୦ରେ କିଏ ସ୍ଥାନ ପାଇଲା, କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ୱଚ୍ଛତା ପୁରସ୍କାର ଅବସରରେ ହେଲା ଘୋଷଣା।
ସୋମବାର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ବିଜେତାମାନଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୦ ଅବସରରେ ପୁରସ୍କାର ଦିଆଯାଇଛି । ଗତବର୍ଷ କୋଭିଡ ମହାମାରୀ କାରଣରୁ କାର୍ଯ୍ୟକ୍ରମଟି ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଇଥିଲା । ତେଣୁ ଏବର୍ଷ ବିଜେତାମାନଙ୍କୁ ନଗଦ ରାଶି ପୁରସ୍କାର ସହ ଟ୍ରଫି ମଧ୍ୟ ଦିଆଯାଇଛି ।
ପ୍ରାୟ ସମସ୍ତେ ବେଳାଭୂମିକୁ ବୁଲିବା ପାଇଁ ଯାଇଥାନ୍ତି । ହେଲେ ସମୁଦ୍ର କୂଳର କିଛି ଦୃଶ୍ୟ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ବ୍ରିଟେନ୍ର ଏକ ବେଳାଭୂମିରେ ହଜାର ହଜାର ସାମୁଦ୍ରିକ ପ୍ରାଣୀଙ୍କ ମୃତ ଦେହ ପଡିରହିଛି ବୋଲି ନ୍ୟୁଜ୍ ଏଜେନ୍ସିଡେଲି ଷ୍ଟାରରେ ଦର୍ଶାଯାଇଛି । ମୃତ ଜଳଜୀବଙ୍କ ମଧ୍ୟରେ କଙ୍କଡା, ଚିଙ୍ଗୁଡି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବମାନେ ରହିଛନ୍ତି । ବ୍ରିଟେନ୍ର ଟିସାଇଡ୍ର ମାର୍ସକେରୁ ସଲ୍ଟବର୍ନ ଅଞ୍ଚଳ ପର୍ଯ୍ୟନ୍ତ ଜଳଚର ପ୍ରାଣୀଙ୍କ ମୃତ ଦେହ ପଡ଼ିରହିଛି ।
ଆଉ କିଛି ଦିନ ବାକି ରହିଲା ଆଲୋକର ପର୍ବ ଦୀପାବଳି। ଘରେ ଘରେ ଜଳିବ ମାଳ ମାଳ ଦୀପ । ଦୀପର ଆଲୋକରେ ଦୂରେଇ ଯିବ ଅନ୍ଧକାର । ଏହି ଅବସରରରେ ଦୀପ ପ୍ରସ୍ତୁତିରେ ଲାଗିପଡିଛିନ୍ତି କାରିଗର । କୁମ୍ଭାରମାନେ ଦୀପାବଳି ପାଇଁ ଭଳି କି ଭଳି ଦୀପ ତିଆରି କରିବାରେ ଲାଗିପଡିଛନ୍ତି । ବିଭିନ୍ନ ପ୍ରକାରର ଦୀପ ତିଆରି କରି ସେମାନେ ନିଜ ପରିବାର ପ୍ରତିପୋଷଣ କରନ୍ତି ।
ବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୧୫ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ୪୩ ମନ୍ତ୍ରୀ ସାମିଲ ହୋଇଛନ୍ତି ।
ଟୋକନ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନର ବଲାଙ୍ଗିରରେ ସିଏସ୍ଓ ଅଫିସ ଆଗରେ ବିଜେପି ନେତା ଓ କର୍ମୀ ଧାରଣା । ଟୋକନ ଅବଧି ବଢ଼ାଇବା ସହ ଟୋକନ ଥିବା ଚାଷୀଙ୍କ ଧାନ ତୁରନ୍ତ ଉଠାଇବାକୁ ଦାବି କରିଛନ୍ତି।
ଲଣ୍ଡନରେ ଚାଲିଛି ୱିମ୍ବିଲ୍ଡନ ଟେନିସ ଚାମ୍ପିୟନସିପ ମ୍ୟାଚ। ଏହାର କିଛି ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ। ମ୍ୟାଚ୍ର ଚତୁର୍ଥ ଦିନରେ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ସମୟରେ ଫ୍ରାନ୍ସର ଗେଲ୍ ମୋନଫିଲ୍ସ
ବିରୁଷ୍କାଙ୍କୁ ପ୍ରୋଟେକସନ୍ ଦେଉଛନ୍ତି ସୋନୁ,ସୋନୁଙ୍କ ପୁରା ନା ପ୍ରକାଶ ସିଂ। ନିଜ ପରିବାରର ସଦସ୍ୟ ପରି ସୁରକ୍ଷା ଦେଉଛନ୍ତି ସୋନୁ
କରୋନାର ଦ୍ୱିତୀୟ ଲହରୀ ସାମାନ୍ୟା ଥମିଥିବା ବେଳେ ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । କରୋନାର ଡେଲଟା ଭାରିଏଣ୍ଟ ପୂରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି
କରୋନା ସଂକ୍ରମଣ ବେଳେ ଜୁଲାଇ ଗାଇଡ୍ଲାଇନ୍ ଘୋଷଣା କଲେ ରାଜ୍ୟ ସରକାର। ନୂଆ ଗାଇଡ୍ଲାଇନ୍ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୂରା ତଥ୍ୟ ଦେଇଛନ୍ତି। ପଜିଟିଭି ହାରକୁ ନଜରରେ ରଖି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି
ଚଳଚଞ୍ଚଳ ହୋଇଛି ରଥଖଳା । ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ରଥନିର୍ମାଣ କାମକୁ ପିଢି ପରେ ପିଢି ବଂଶାନୁମକ୍ରମିକ ଭାବେ କରି ଆସୁଛନ୍ତି ପୁରୀ ସହରରେ କିଛି ନିର୍ଦ୍ଦିଷ୍ଟ ସେବାୟତ ପରିବାର ।
ସ୍ନାନବେଦି ଉପରେ ବସି ମହାପ୍ରଭୁଙ୍କ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ ।
ଓଡ଼ିଶାର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ଲୋକଙ୍କୁ ଟିକା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଟିକାକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
କରୋନା କଟକଣା ଯୋଗୁ ଚଳିତ ବର୍ଷ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏନେଇ ଛାତ୍ରଛାତ୍ରୀଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।