କର୍ଣ୍ଣାଟକ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁର ସ୍ଥିତ କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରର ଦୁଇ ନମ୍ବର ଟର୍ମିନାଲକୁ ଉଦଘାଟନ କରିଛନ୍ତି । ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇଗୁଣ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି ।
୧୯୭୦ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସେହି ସ୍କୁଲକୁ ବୁଲିବାକୁ ଯାଇଥିବା ବେଳେ ରେଜିଷ୍ଟରରେ ନିଜର ଅନୁଭୂତି ଲେଖିଛନ୍ତି ମହାମହିମ ।
ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଳଗଣ୍ଡି ଛକରୁ ଚାଲି ଚାଲି ଶ୍ରୀମନ୍ଦିରରେ ପହଞ୍ଚିଲେ । ସିଂହଦ୍ୱାର ସାମ୍ନାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି । ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କଲେ ଗଜପତି ମହାରାଜା । ସିଂହଦ୍ୱାର ସାମ୍ନାରେ ତଳେ ମୁଣ୍ଡ ଲଗାଇ ପ୍ରଣିପାତ କଲେ ରାଷ୍ଟ୍ରପତି । ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ମହୋଦଧି, ନଦୀ ଓ ପୁଷ୍କରିଣୀରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ମଧ୍ୟରେ ଶେଷ ହୋଇଛି । ସୂର୍ଯ୍ୟୋଦୟ ଠାରୁ ଦେବନୀତି ନିଷେଧ ଥିବାରୁ ଏହା ପୂର୍ବରୁ ବୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା ।
ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ ।
ନାଚ ମାନେ ଧୁମ୍ ନାଚ, କେବଳ ସୂରଜଙ୍କ ପାଇଁ। ଧାମନଗରରେ ଇତିହାସ ରଚିଦେଲେ ବିଜେପି ପ୍ରାର୍ଥୀ। କେବଳ ତାଙ୍କରି ପାଇଁ ଭୁବନେଶ୍ୱର ପାର୍ଟି ଅଫିସ୍ରେ ଏ ସେଲିବ୍ରେସନ୍।
ଜଗନ୍ନାଥ ଧାମରେ କାଳିଆକୁ ଦର୍ଶନ ପାଇଁ ଭକ୍ତଙ୍କୁ ଯନ୍ତ୍ରଣା। ଶ୍ରୀମନ୍ଦିରରେ ଆଜି ଠାକୁରଙ୍କୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ପାଇଁ ଅସମ୍ଭବ ଭିଡ଼ ହୋଇଛି। ନୀତିକାନ୍ତିରେ ବିଳମ୍ବ ସାଙ୍ଗକୁ ପଶ୍ଚିମଦ୍ୱାର ବନ୍ଦ ଯୋଗୁଁ ଶ୍ରଦ୍ଧାଳୁ ଘଣ୍ଟା ଘଣ୍ଟା ଲାଇନ୍ରେ ରହି କଲବଲ ହୋଇଛନ୍ତି।
ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଧାମନଗରରେ ମୋଟାମୋଟି ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ । କାଁ ଭାଁ ବୁଥ୍ ରିଗିଂ ଓ ବିଶୃଙ୍ଖଳା ଖବର ସାମ୍ନାକୁ ଆସିଛି ।
ଗୁଜରାଟର ଝୁଲା ପୋଲ ଟ୍ରାଜେଡି ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ବିଶେଷଜ୍ଞ ଦଳର ଅନୁଧ୍ୟାନ ପରେ ଧବଳେଶ୍ୱର ପୀଠ ଝୁଲା ପୋଲ ଦୁର୍ବଳ ଥିବା ଜଣାପଡ଼ିବା ପରେ ତୁରନ୍ତ ମରାମତି କାର୍ଯ୍ୟ ପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଫଳରେ ସେଠାକାର ପରିବେଶ ଏବେ ପୂରା ଖାଁ ଖାଁ । ଏଭଳି ପରିସ୍ଥିତିରେ ଭକ୍ତ ମହଲରେ ନୈରାଶ୍ୟ ଦେଖା ଦେଇଛି।
ପବିତ୍ର ଛଟ ପର୍ବରେ ପରିବାରର ସୁଖ ସମୃଦ୍ଧି ପାଇଁ ଉଦୀୟମାନ ସୂର୍ଯ୍ୟଙ୍କୁ ଉପାସନା କରିଛନ୍ତି ବିହାରୀ ସଂପ୍ରଦାୟ ଲୋକେ। ଏଥିପାଇଁ ଆଜି ସକାଳ ନହେଉଣୁ ଭୁବନେଶ୍ୱର କୁଆଖାଇ ନଦୀପଠାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଓ ବ୍ରତ ଉପାସକମାନେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ଆରାଧନା କରିଛନ୍ତି।
ବରଗଡ ଧନୁଯାତ୍ରା ପାଇଁ କଂସ ଭୂମିକାରେ ଅଭିନୟ କରିବା ପାଇଁ ବରଗଡରେ ପହଞ୍ଚିଲେଣି ଅଭିନେତା। ଦେଖନ୍ତୁ ଏମାନେ କେମିତି ଦେଉଛନ୍ତି ପୋଜ୍?
ନିକଟରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନର ସର୍ବ କନିଷ୍ଠ ତଥା ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ଖାଲି ରିଷି ସୁନକ ନୁହଁନ୍ତି, ଏମିତି ଅନେକ ମୂଳ ଭାରତୀୟ ଅଛନ୍ତି ଯେଉଁମାନେ ଏବେ ବିଦେଶକୁ ନେତୃତ୍ୱ ଦେଉଛନ୍ତି। ତେବେ ଆସନ୍ତୁ ଏମିତି କିଛି ଭାରତୀୟ ବଂଶୋଦ୍ଭବ ନେତାଙ୍କ ଉପରେ ନଜର ପକାଇବା।
ଭୁବନେଶ୍ୱରବାସୀ ଦେଖିଲେ ମହାଜାଗତିକ ଦୃଶ୍ୟ। ରାଜଧାନୀର ସଫା ଆକାଶରେ ଖଣ୍ଡିଆ ଦିଶିଲା ସୂର୍ଯ୍ୟ। ଯାହାକୁ ଦେଖିବାର ସୁଯୋଗ ପାଇଥିଲେ ରାଜଧାନୀବାସୀ। ଦେଖନ୍ତୁ ସେଇ ସମୟର କିଛି ଦୃଶ୍ୟ
ଦୀପାବଳିରେ ବଡବଡୁଆ ଡାକ ଓଡିଶାର ଏକ ନିଆରା ପରମ୍ପରା। ମହଳା ଦେଇ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।
କାରଗିଲ ମାଟିରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ନରେନ୍ଦ୍ର ମୋଦିଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି ।
ଏକ ସମୟରେ ଦେଶର ୫୦ ସହରରେ ଆୟୋଜିତ ଏଇ ମେଗା ରୋଜଗାର ମେଳାରେ ୫୦ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ନିୟୁକ୍ତିପତ୍ର ବାଣ୍ଟିଥିଲେ। ଇଏ କଟକ ଓ ଭୁବନେଶ୍ୱରରେ ଆୟୋଜିତ ରୋଜଗାର ମେଳାର ଦୃଶ୍ୟ। ଭୁବନେଶ୍ୱରରେ ଆୟୋଜିତ ନିଯୁକ୍ତି ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ। ସେହିପରି କଟକରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବାଣ୍ଟିଥିଲେ ଆପଏଣ୍ଟମେଣ୍ଟ ଲେଟର...
କେଦାରନାଥ ଓ ବଦ୍ରିନାଥରେ ୩ ହଜାର ୪ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଥମେ ସେ କେଦାରନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ବଦ୍ରିନାଥ ଧାମ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିୟନ-IPU ନିର୍ବାଚନରେ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବିଜୟୀ ହେବା ପରେ ଭୁବନେଶ୍ୱର ଫେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।
ପୂରା ଜାକଜମକରେ ଚାଲିଛି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ସମାରୋହ। ଏଥର ସମୁଦାୟ ୩୮ ଟି ମେଢ଼ କ୍ରମାନ୍ୱୟରେ ବିସର୍ଜନ ପାଇଁ ବାହାରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିଲେ ସମୁଦାୟ୨୬ ପ୍ଳାଟୁନ୍ ପୋଲିସ୍।
ଆଉ ମାତ୍ର ସପ୍ତାହେ ରହିଲା କାଳୀପୂଜା ବା ଦୀପାବଳି। ଘରେ ଘରେ ଜଳିବ ଦ୍ୱୀପ...ସେଇଥି ପାଇଁ ତ ଏବେଠୁ ଦୀପ ଗଢିବାରେ ବ୍ୟସ୍ତ କୁମ୍ଭାର ପରିବାର
ଧରାପୃଷ୍ଠରୁ ମାଆ ଯିବେ.... ପୁଣି ଆସିବେ ଆର ବର୍ଷକୁ.. ବିଦାୟ ସମୟରେ ଘଣ୍ଟ, ମୃଦଙ୍ଗ ବଜାଇ ମାଆଙ୍କୁ ଦିଆଯାଉଛି ମେଲାଣି
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ। ୧୦୦ ଫୁଟିଆ ପୋଷ୍ଟର ଲାଗିବା ସହିତ କେକ୍ କାଟିଲେ କର୍ମୀ ଓ ନେତା। ପ୍ରବଳ ଆତସବାଜିରେ ଆଲୁଆ ହୋଇଗଲା ଯାଜପୁର ଆକାଶ
ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ପ୍ରଖର ସ୍ରୋତରେ ଗାଡ଼ିମଟର ସବୁ ଭାସିଯାଇଛି। ଏପରିକି ଏକ କଣ୍ଟେନର ମଧ୍ୟ ଭାସି ଯାଉଥିବା ଲକ୍ଷ୍ୟ କରାଯାଉଛି।
ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସମଗ୍ର ସହର।୨ବର୍ଷର କରୋନା କଟକଣା ପରେ ପୂର୍ଣ୍ଣ ମାତ୍ରାରେ ପୂଜାର ଆୟୋଜନ କରାଯାଉଥିବାରୁ ଭକ୍ତଙ୍କର ସମାଗମ ବି ହେଉଛି।
ଢେଙ୍କାନାଳରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । ସହରରେ ମିଳିତ ବଜାର ପୂଜା କମିଟି ପକ୍ଷରୁ ୩୮ଟି ପୂଜା ମଣ୍ଡପର ଆୟୋଜନ କରାଯାଇଛି । ମୀନା ବଜାର, ଗଣେଶ ବଜାର, ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର ଓ ଗୁଡ଼ିଆନାଳୀରେ ଚାନ୍ଦି ମେଢରେ ସୁସଜ୍ଜିତ ହୋଇଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସମଗ୍ର ସହର ।