• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

Transgender Community Celebrate
କିନ୍ନର ପାଳିଲେ ସାବିତ୍ରୀ ବ୍ରତ, ଦେଖନ୍ତୁ ଫଟୋ...

ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ତେଣୁ ଆଜିର ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତା ନାରୀମାନେ ବ୍ରତ ରଖିଛନ୍ତି । ଏହାସହ ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି... ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...

World Menstrual Hygiene Day 2022
World Menstrual Hygiene Day 2022: ସଚେତନତା ଉଦ୍ଦେଶ୍ୟରେ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ

ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମଠାରେ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ କରାଯାଇଛି । ଏଥିରେ ବିଭିନ୍ନ ଅତିଥିଙ୍କ ସମେତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସ୍କୃତିକ ନୃତ୍ୟ ସହ ଅନେକଙ୍କୁ ପୁରସ୍କୃତ ମଧ୍ୟ କରାଯାଉଛି । ଦେଖନ୍ତୁ କାର୍ଯ୍ୟକ୍ରମର କିଛି ଦୃଶ୍ୟ....

Subramanian Swamy meets Puri Shankaracharya at Puri Gobardhan Pitha
ପୁରୀ ଗୋବର୍ଦ୍ଧନ ପୀଠରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ୍ ସ୍ୱାମୀ; ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଲେ ସାକ୍ଷାତ ଆଲୋଚନା

ପୁରୀରେ ବରିଷ୍ଠ ବିଜେପି ନେତା ସୁବ୍ରମଣିଅନ୍ ସ୍ୱାମୀ । ସୁବ୍ରମଣିଅନ୍ ପୁରୀ ଗୋବର୍ଦ୍ଧନ ମଠକୁ ଯାଇ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦେଖନ୍ତୁ ଏହାର କିଛି ଝଲକ...

Rath Yatra Preparations In Puri
ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ଚଳଚଞ୍ଚଳ ରଥଖଳା

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ମହାରଣା ସେବକମାନେ ରଥ ନିର୍ମାଣରେ ଲାଗିପଡିଛନ୍ତି । ଦିନରାତି ଏକ୍ କରି ଲାଗିପଡିଛନ୍ତି ଶ୍ରୀଜିଉମାନଙ୍କ ସୁନ୍ଦର ରଥ ପ୍ରସ୍ତୁତିରେ...ଦେଖନ୍ତୁ ଏହାର କିଛି ଦୃଶ୍ୟ..

ଶ୍ରୀଜିଉଙ୍କ ପାଇଁ ଖଣ୍ଡୁଆ ପାଟ ତିଆରି ପୂର୍ବରୁ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା
ଶ୍ରୀଜିଉଙ୍କ ଅତି ପ୍ରିୟ ଖଣ୍ଡୁଆ ପାଟ...ତିଆରି ଚାଲିଛି ବାନ୍ଧକଳା ପାଇଁ ପ୍ରସିଦ୍ଧ କଟକ ଜିଲ୍ଲାର ନୂଆପାଟଣାରେ...ଦେଖନ୍ତୁ କିଛି ଝଲକ୍...

କଟକ ଜିଲ୍ଲାର ନୂଆପାଟଣା ବାନ୍ଧକଳା ପାଇଁ ପ୍ରସିଦ୍ଧ। ପ୍ରତି ବର୍ଷ ରଥ ପୂବର୍ରୁ ଏଠାରେ ଶ୍ରୀଜିଉଙ୍କ ପାଇଁ ଅତି ଶ୍ରଦ୍ଧାର ସହ କାରିଗରମାନେ ଖଣ୍ଡୁଆ ପାଟ ତିଆରି କରନ୍ତି।

Barabati Stadium
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପୂର୍ବରୁ ବାରବାଟୀ ଷ୍ଟାଡିୟମ୍‌ର ନୂଆ ଡିଜାଇନ୍...ଦେଖନ୍ତୁ କିଛି ଝଲକ୍...

ଜୁନ୍ ୧୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚ୍ । ଏନେଇ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏନେଇ ଷ୍ଟାଡିୟମ୍‌ର ନୂଆ ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି । ଦେଖନ୍ତୁ ତା'ର କିଛି ଫଟୋ..

ଷଣ୍ଢ ମହାରାଜଙ୍କ କୋଳରେ ବିଶ୍ରାମ...ମୁହଁରେ ସିଗାରେଟ...ଓ ! କି ଆରାମ୍...
ସ୍ମାର୍ଟ ସିଟିର ସ୍ମାର୍ଟ ମଦୁଆଙ୍କ ଉପରେ ଦେଖନ୍ତୁ ଆଜିର ଫଟୋ ଫିଉଜ୍

ରାଜଧାନୀ ଭୁବନେଶ୍ୱର ଯେତିକି ସ୍ମାର୍ଟ ହେଉଛି, ତା’ସହ ତାଳ ଦେଇ ମଦୁଆମାନେ ବି ସେତିକି ସ୍ମାର୍ଟ ହେଉଛନ୍ତି

National Tribal Dance Festivel
ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ: ଭଳିକି ଭଳି ଲୋକ ନୃତ୍ୟରେ ଦୁଲୁକୁଛି ମଞ୍ଚ...

ଆରମ୍ଭ ହୋଇଛି ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ । ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗତକାଲି, ଆଜି ଓ ଆସନ୍ତାକାଲି ଏହି ମହୋତ୍ସବ ଚାଲିବ । ଦେଖନ୍ତୁ ଏହାର କିଛି ଝଲକ...

ଦର୍ଶକମାନେ ଶ୍ରୀଜିଉଙ୍କ ବିଭିନ୍ନ ବେଶ ଦର୍ଶନ କରୁଛନ୍ତି
ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଦେଖନ୍ତୁ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟର କିଛି ଝଲକ୍...

ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟର କିଛି ଝଲକ୍...ଦଶର୍କମାନେ ନିଜ ମନ ପସନ୍ଦର କଳାକୃତି ଦେଖୁଛନ୍ତି...

Khadi Mela
ଆରମ୍ଭ ହେଲା ରାଜ୍ୟସ୍ତରୀୟ ଖଦି ଓ ଗ୍ରାମ୍ୟୋଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ ମେଳା

ଖଦି ବୋର୍ଡ ଅଫିସ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଖଦି ଓ ଗ୍ରାମ୍ୟୋଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ ମେଳାରେ ରହିଛି ସୁନ୍ଦର ସୁନ୍ଦର ଖଦି କପଡ଼ାରେ ତିଆରି ବସ୍ତ୍ର । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଲା ମଞ୍ଚ ।

Chandan Yatra
ଚନ୍ଦନଯାତ୍ରାରେ ଚାପ ଖେଳିଲେ ମହାପ୍ରଭୁ, ବିମାନରେ ବିଜେ ହୋଇ ଭକ୍ତଙ୍କୁ ଦେଲେ ଦର୍ଶନ

ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ୨୧ ଦିନିଆ ବାହାର ଚନ୍ଦନଯାତ୍ରାରେ ବିଜେ ହେଉଛନ୍ତି ମହାପ୍ରଭୁ। ପ୍ରତିଦିନି ବିମାନରେ ବିରାଜି ଚାପ ଖେଳିବାକୁ ଯାଉଛନ୍ତି ମହାବାହୁ। ଦେଖନ୍ତୁ ସେହି ସମୟର କିଛି ଅପୂର୍ବ ଦୃଶ୍ୟ..

ରାଜଧାନୀ ଭୁବେନଶ୍ୱରରେ ଭିନ୍ନକ୍ଷମଙ୍କ ପାଇଁ ନିର୍ମିତ ଏକ ପାର୍କର ଉଦଘାଟନ ଉତ୍ସବ
ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହାଲକାଫୁଲକା ଖବରକୁ ନେଇ ଦେଖନ୍ତୁ ଆଜିର ଫଟୋ ଫ୍ୟୁଜ୍‌

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହାଲକାଫୁଲକା ଖବରକୁ ନେଇ ଦେଖନ୍ତୁ ଆଜିର ଫଟୋ ଫ୍ୟୁଜ୍‌...ଆଜି ସୁର ଭାଇ ଅଛନ୍ତି..ବାବା ପାଟ୍ଟାଶାଣୀ ବି ଅଛନ୍ତି..

Several Events held During Beach Connect Programme In Puri
ବାଲିରେ ଜୁମ୍ବା ଡାନ୍ସ ଆଉ ମ୍ୟୁଜିକ୍‌ ଚେୟାରର ମଜା, ମସଗୁଲ ପିଲାଠୁ ବୁଢ଼ା

ପୁରୀରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଏହି ଅବସରରେ ଜୁମ୍ବା ନୃତ୍ୟ, ଲେମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ୱାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ ପେଣ୍ଟିଂ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ପିରାମିଡ, ରିଙ୍ଗ ଥ୍ରୋ ଫନ୍ ଗେମ୍, ଟଗ୍ ଅଫ୍ ୱାର (ଦୌଡି ଭିଡା) ପରି ଭଳି କି ଭଳି ଆକ୍ଟିଭିଟିମାନ ଅନୁଷ୍ଠିତ ହୋଇଛି । ଦେଖନ୍ତୁ ଏହାର କିଛି ଚିତ୍ର...

Wall Painting
ଏ କ'ଣ ସ୍ମାର୍ଟସିଟିର ସ୍ମାର୍ଟ ଚେହେରା ! ପୋଷ୍ଟର ତଳେ ଲୁଚିଯାଉଛି ଓଡ଼ିଶାର କଳା ସଂସ୍କୃତି

ଦେଶର ସ୍ମାର୍ଟସିଟି ତାଲିକାରେ ରହିଛି ରାଜଧାନୀ ଭୁବନେଶ୍ୱର । ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକୁ ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ରାଜଧାନୀର ରାସ୍ତାକଡ଼ କାନ୍ଥଗୁଡ଼ିକରେ ଅଙ୍କା ଯାଉଛି ଓଡ଼ିଶାର କଳା ସଂସ୍କୃତି । ଯେଉଁଥିରେ ଝଲସୁଛି କଳାକାରର ପ୍ରତିଭା । ନିର୍ବାଚନୀ ଓ ବି‌ଜ୍ଞପ୍ତିର ପୋଷ୍ଟର ପଛରେ ଲୁଚିଯାଉଛି କଳାର ମହାତ୍ମ୍ୟ । ଏହା କ'ଣ ପ୍ରଶାସନର ଅଣଦେଖା ନୁହେଁ କି ?

Aparajita Sarangi On a Visit To Baripada
ମନ୍ଦିର ପ୍ରତିଷ୍ଠା ପାଇଁ ବାରିପଦା ଗସ୍ତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ; ଫୁଲ ତୋଡ଼ା ଦେଇ ସ୍ୱାଗତ କଲେ ଲୋକେ

ବାରିପଦାରେ ନିର୍ମାଣ ହୋଇଥିବା ଏକ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବାରିପଦା ଗସ୍ତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ମନ୍ଦିର ପ୍ରତିଷ୍ଠା ଅଭିମୁଖେ ଯାଉଥିବା ସମୟରେ ଅପରାଜିତାଙ୍କୁ ଯାଜପୁରର ଜାରକା ଏବଂ ଭଦ୍ରକର ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...

ବର୍ଷା ବେଳେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱରର ଦୃଶ୍ୟ...ଆହା କି ମନୋହର...
ବର୍ଷା ବେଳେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱରର ଦୃଶ୍ୟ...

ବର୍ଷା ବେଳେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱରର...ଆହା କି ମନୋହର...

ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ହସ୍ତତନ୍ତ ମେଳାରେ ଗ୍ରାହକଙ୍କ ଭିଡ଼
ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ହସ୍ତତନ୍ତ ମେଳା ଆରମ୍ଭ...

ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ହସ୍ତତନ୍ତ ମେଳା ଆରମ୍ଭ...ଏହି ମେଳା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ

peculiar activities of naveen fan
ଫଟୋରେ ଦେଖନ୍ତୁ ନବୀନ ଫ୍ୟାନଙ୍କ କାରନାମା...ଏ ଫ୍ୟାନଙ୍କ କେତେବେଳେ କୋଉ ରୂପ ଜାଣିବା ମୁସ୍କିଲ

ଫଟୋରେ ଦେଖନ୍ତୁ ନବୀନ ଫ୍ୟାନଙ୍କ କାରନାମା...ଏ ଫ୍ୟାନଙ୍କ କେତେବେଳେ କୋଉ ରୂପ ଜାଣିବା ମୁସ୍କିଲ

People Cross Temporary Narrow Bridge Dangerously In Bhubaneswar
ନାମକୁ ମାତ୍ର ସ୍ମାର୍ଟ ସିଟି, ହେଲେ ବିପଦ ସଙ୍କୁଳ ଅବସ୍ଥାରେ ରାଜଧାନୀର ଏହି ଅସ୍ଥାୟୀ ପୋଲ

ନାମକୁ ମାତ୍ର ସ୍ମାର୍ଟ ସିଟି। ହେଲେ ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ଲୋକମାନେ ବିପଦ ସଙ୍କୁଳ ଅବସ୍ଥାରେ ଯା’ଆସ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଚନ୍ଦ୍ରଶେଖରପୁର-ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲକୁ ଦେଖିଲେ ଅନୁମାନ କରିହେବ।

ରାଜଧାନୀ ଭୁବନେଶ୍ୱରରେ ବର୍ଷା। ଜନଜୀବନ ପ୍ରଭାବିତ
ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖି ବର୍ଷା ଓ ପବନ, ଜନ ଜୀବନ ପ୍ରଭାବିତ

ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖି ବର୍ଷା ଓ ପବନ। ଜନ ଜୀବନ ପ୍ରଭାବିତ। ଝଡ଼ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି।

ଆଶାୟୀ ହାଇସ୍କୁଲ ଶିକ୍ଷକମାନେ ନିଜର ଦାବିପତ୍ର ଦେଖାଉଛନ୍ତି
ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଆଶାୟୀ ଶିକ୍ଷକଙ୍କ ଧାରଣା

ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଲୋୟର ପିଏମଜିରେ ଆଶାୟୀ ଶିକ୍ଷକଙ୍କ ଧାରଣା। ୧୧ ହଜାର ପଦବୀ ପାଇଁ ସମୁଦାୟ ୭୦ ହଜାର ଆଶାୟୀ ଶିକ୍ଷକ ଆବେଦନ କରିଥିଲେ।

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଚାପଖେଳ ପାଇଁ ସୁସଜ୍ଜିତ ବିମାନରେ ନିଆଯାଉଛି
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚାପଖେଳ ଆରମ୍ଭ, ବହୁ ଭକ୍ତଙ୍କ ସମାଗମ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚାପଖେଳ ଆରମ୍ଭ, ବହୁ ଭକ୍ତଙ୍କ ସମାଗମ। ଦେଖନ୍ତୁ ଫଟୋରେ ଖବର

ଇଦ୍‌ ପାଇଁ ଭୁବନେଶ୍ୱର ଉତ୍ସବମୁଖର
ଇଦ୍‌ ମୁବାରକ୍‌: ମସଜିଦରେ ସମୁହ ନମାଜ ପାଠ

ମୁସଲିମ୍ ସମ୍ପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍ ପାଇଁ ଉତ୍ସବମୁଖର ହୋଇଉଠିଛି ମସଜିଦ। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ମସଜିଦରେ ମୁସଲିମ ସମ୍ପ୍ରଦାୟର ଭାଇମାନେ ଏକାଠି ହୋଇ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି।

ଅକ୍ଷୟ ତୃତୀୟା
ଜଗନ୍ନାଥ ସଂସ୍କୃତିରେ ଅକ୍ଷୟ ତୃତୀୟା

ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ବେଶ ମହତ୍ୱ ରହିଛି। କୃଷକ ଜମିରେ ପହଞ୍ଚି ଧରିତ୍ରୀ ଦେବୀ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ।