ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ସାରା ରାଜ୍ୟରେ ଏବେ ଆନନ୍ଦର ଲହରୀ...ସେଇ ଆନନ୍ଦମୟ ମୁହୂର୍ତ୍ତର କିଛି ଫଟୋ ଝଲକ୍...। ଆଜି ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି
ଯୋଗ ଶରୀର ଓ ମନର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶାନ୍ତି, ଆତ୍ମବିଶ୍ୱାସ ଏବଂ ସାହସ ଜାଗ୍ରତ କରେ। ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିଷ୍କକୁ ଉତ୍ତମ ରୂପେ ପରିଚାଳନା କରିହୁଏ। ଯୋଗ ହେଉଛି ଏମିତି ଏକ ଅଭ୍ୟାସ ଯାହା ଅନେକ ରୋଗରୁ ମୁକ୍ତି ଦିଏ। ଫଳରେ ନିୟମିତ ଯୋଗ ଅଭ୍ୟାସକୁ ପରାମର୍ଶ ଦିଆଯାଏ। ଯୋଗର ମହତ୍ତ୍ୱକୁ ବୁଝି ସାରା ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି।
ଆଜି ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହେଉଛି । ଚତୁର୍ଦ୍ଧାମୂରତି ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରୁଛନ୍ତି । ଏହାସହ ଆଜି ୧୦୮ ଗରା ସୁବାସିତ ଜଳରେ ଆଜି ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଦେଖନ୍ତୁ କିଛି ଚିତ୍ର...
ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଗତ ୪ ତାରିଖରେ ଅସୁସ୍ଥତା ପାଇଁ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ବାଚସ୍ପତି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା । ଗତ ଶୁକ୍ରବାର ଦିନ ବିଧାୟକ ବିକ୍ରମ କେଶରୀ ଆରୁଖ ଏଥିପାଇଁ ନାମାଙ୍କନ ଦାଖଲ କରିଥିଲେ । ଯାହା ପରେ ଏବେ ବିକ୍ରମ କେଶରୀ ଆରୁଖ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି, ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...
ଆଜି କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଟକ୍କର ହେବ । ଏନେଇ ଗତକାଲି ବାରବାଟୀରେ ଖେଳାଳିମାନେ ପ୍ରାକ୍ଟିସ୍ କରୁଥିଲେ । ମ୍ୟାଚ୍ ପାଇଁ ଖେଳିମାନେ କିପରି ଅଭ୍ୟାସ କରୁଥିଲେ ଦେଖନ୍ତୁ ।
ଷ୍ଟାର୍ ପ୍ଲେୟାରଙ୍କୁ ପାଖରୁ ଦେଖିବାକୁ ରାଜଧାନୀରେ ଫ୍ୟାନଙ୍କ ଜବରଦସ୍ତ ଭିଡ଼ । ଭୁବନେଶ୍ୱର ବିମାନବନ୍ଦର ବାହାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିଲେ ଶହ ଶହ କ୍ରିକେଟପ୍ରେମୀ । କେତେବେଳେ ଟିମ୍ ଇଣ୍ଡିଆର ସଦସ୍ୟ ପହଞ୍ଚିବେ ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ ।
ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ଆରମ୍ଭ ହେବ ଘୋଷଯାତ୍ରା । ଏଥିପାଇଁ ଜେରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଚାଲନ୍ତୁ ଦେଖିବା ରଥଖଳାରେ କିପରି ଚାଲିଛି ନିର୍ମାଣ କାମ...
ରାଜଧାନୀର ଭଞ୍ଜକଳା ମଣ୍ଡପରେ ଜାତୀୟ ସାଂସ୍କୃତିକ ମିଶନ ଦ୍ୱାରା ଆୟୋଜିତ ଜୟଦେବ ରାଷ୍ଟ୍ରୀୟ ସମାରୋହ ଆରମ୍ଭ ହୋଇଛି। ଏହା ୩ ଦିନ ଧରି ଚାଲିବ...
ଧୁମଧାମରେ ପାଳନ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ । ବିଶାଳ ଶୋଭାଯାତ୍ରାରେ ବାହାରିଥିଲା ପ୍ରଭୁ ଲିଙ୍ଗରାଜଙ୍କ ବରଯାତ୍ରୀ । ଉତ୍ସବମୁଖର ହୋଇ ଉଠିଥିଲା ମନ୍ଦିର ପରିବେଶ । ବିଭିନ୍ନ ପ୍ରକାର ବାଜା, ବାଣ ରୋଷଣୀ ସହ ଭଗବତ ପ୍ରେମରେ ଲୀନ ଥିଲେ ଶ୍ରଦ୍ଧାଳୁ । ବିବାହ ସମ୍ପର୍ଣ୍ଣ ପରେ ମନ୍ଦିର ଅଭିମୁଖେ ଦେବ ଦମ୍ପତି
କଟକ ଖ୍ରାଷ୍ଟ ମହାବିଦ୍ୟାଳୟରେ UPSC ୨୦୨୨ର ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଦୁଇଟି ସିଟିଂ ମାଧ୍ୟମରେ ଏହି ପରୀକ୍ଷା ହୋଇଥିବାର ଜଣାପଡିଛି । ପ୍ରଥମ ସିଟିଂ ସକାଳ ୯ ଟା ୩୦ରୁ ଆରମ୍ଭ ହୋଇ ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିଥିବାବେଳେ ଦ୍ୱିତୀୟ ସିଟିଂ ୨ ଟା ୩୦ରୁ ଆରମ୍ଭ ହୋଇ ୪ .୩୦ ପର୍ଯ୍ୟନ୍ତ ଚାଲିଥିଲା । ଦେଖନ୍ତୁ ପରୀକ୍ଷା ପୂର୍ବର କିଛି ଦୃଶ୍ୟ...
ଆଜି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଶପଥ ନେଇଛନ୍ତି । ମୋଟ୍ ୨୧ ଜଣ ମନ୍ତ୍ରୀ ନେଇଛନ୍ତି ଶପଥ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି । ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...
ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣିଥିବା ତଥା କେ-ପପ୍ରେ ସାମିଲ୍ ହୋଇଥିବା ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ନିଜ ଜନ୍ମ ଭୂମିକୁ ଫେରିଛନ୍ତି। ଦେଖନ୍ତୁ କିଛି ଫଟୋ...
ଗତ ୧୦୦ ଦିନ ଧରି ଋଷ୍-ୟୁକ୍ରେନ୍ ମଧ୍ୟରେ ଲାଗିରହିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧରେ ସାଧାରଣ ଜନତାଙ୍କ ସମେତ ସୁରକ୍ଷାକର୍ମୀ ଜୀବନ ହରାଇଛନ୍ତି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଭୟଭୀୟ ଅବସ୍ଥାରେ ଅଛନ୍ତି । ଏମିତିକି ଲୋକେ ନିଜ ଘରଦ୍ୱାର ତଥା ଧନଜୀନବ ହରାଇ ବେସାହାରା ପାଲଟିଛନ୍ତି । ସ୍ଥିତି ଏମିତି ହେଲାଣି ଯେ ଚାରିଆଡେ ହାହାକାର ପରିସ୍ଥିତି ଉପୁଜିଛି...ଦେଖନ୍ତୁ କିପରି ଲୋକେ ନିଜ ଜୀବନ-ମରଣ ସହ ସଙ୍ଘର୍ଷ କରୁଛନ୍ତି ।
ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଛି ଅଗାଥା ବାତ୍ୟା । ଫଳରେ ଦକ୍ଷିଣ ମେକ୍ସିକୋରେ ଅନେକ କ୍ଷୟକ୍ଷତି ହୋଇଛି । ଏଥିରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ୧୦ ଜଣ ନିଖୋଜ ହୋଇଯାଇଛନ୍ତି ।
ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୯ ତମ ଜୟନ୍ତୀ ଉପଲକ୍ଷେ ‘ବାଳକୃଷ୍ଣ ଦାସ ମେମୋରିଆଲ୍ ଆୱାର୍ଡ- ୨୦୨୨’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଭା ମାନଙ୍କୁ ସମ୍ମାନିତ ଓ ସମ୍ୱର୍ଦ୍ଧିତ କରିଛନ୍ତି..ଦେଖନ୍ତୁ ଉତ୍ସବର କିଛି ଦୃଶ୍ୟ....
ବାରଣାସୀର ପବିତ୍ର ଗଙ୍ଗାନଦୀ କୂଳରେ ପ୍ରତିଦିନ ସଂଧ୍ୟାରେ ଗଙ୍ଗା ଆଳତି ଆୟୋଜନ କରାଯାଏ । ଏଥିରେ ପୁରୋହିତ ମାନେ ଗଙ୍ଗାନଦୀର ଆଳତୀ କରିଥାନ୍ତି । ଆଳତୀ ଦେଖିବାକୁ ଭକ୍ତଙ୍କ ଭିଡ଼ ଛୁଟିଥାଏ...ଦେଖନ୍ତୁ ସେହି ସୁନ୍ଦର ଦୃଶ୍ୟ...
ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ । ତମାଖୁ ସେବନରୁ ଦୂରେଇ ରହିଲେ କ୍ୟାନସର ଭଳି ଦୂରାରୋଗରୁ ରକ୍ଷା ମିଳିପାରିବ ବୋଲି ନିଜ କଳା ମଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ଉଭୟ ବାଲୁକାଶିଳ୍ପୀ, ଦେଖନ୍ତୁ କିଛି ଚିତ୍ର...
ସ୍ୱାମୀଙ୍କ ପାଇଁ ସ୍ତ୍ରୀ ପାଳୁଛନ୍ତି ସାବିତ୍ରୀ ବ୍ରତ.. ଉପବାସ ରଖିବାସହ ମନ୍ଦିରରେ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କରୁଛନ୍ତି ପୂଜାର୍ଚ୍ଚନା । ଦେଖନ୍ତୁ ଭୁବନେଶ୍ୱରରେ ମହିଳାମାନେ କିପରି ପାଳନ କରୁଛନ୍ତି ସାବିତ୍ରୀ ବ୍ରତ ...
ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ତେଣୁ ଆଜିର ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତା ନାରୀମାନେ ବ୍ରତ ରଖିଛନ୍ତି । ଏହାସହ ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି... ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...
ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମଠାରେ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ କରାଯାଇଛି । ଏଥିରେ ବିଭିନ୍ନ ଅତିଥିଙ୍କ ସମେତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସ୍କୃତିକ ନୃତ୍ୟ ସହ ଅନେକଙ୍କୁ ପୁରସ୍କୃତ ମଧ୍ୟ କରାଯାଉଛି । ଦେଖନ୍ତୁ କାର୍ଯ୍ୟକ୍ରମର କିଛି ଦୃଶ୍ୟ....
ପୁରୀରେ ବରିଷ୍ଠ ବିଜେପି ନେତା ସୁବ୍ରମଣିଅନ୍ ସ୍ୱାମୀ । ସୁବ୍ରମଣିଅନ୍ ପୁରୀ ଗୋବର୍ଦ୍ଧନ ମଠକୁ ଯାଇ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦେଖନ୍ତୁ ଏହାର କିଛି ଝଲକ...
ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ମହାରଣା ସେବକମାନେ ରଥ ନିର୍ମାଣରେ ଲାଗିପଡିଛନ୍ତି । ଦିନରାତି ଏକ୍ କରି ଲାଗିପଡିଛନ୍ତି ଶ୍ରୀଜିଉମାନଙ୍କ ସୁନ୍ଦର ରଥ ପ୍ରସ୍ତୁତିରେ...ଦେଖନ୍ତୁ ଏହାର କିଛି ଦୃଶ୍ୟ..
କଟକ ଜିଲ୍ଲାର ନୂଆପାଟଣା ବାନ୍ଧକଳା ପାଇଁ ପ୍ରସିଦ୍ଧ। ପ୍ରତି ବର୍ଷ ରଥ ପୂବର୍ରୁ ଏଠାରେ ଶ୍ରୀଜିଉଙ୍କ ପାଇଁ ଅତି ଶ୍ରଦ୍ଧାର ସହ କାରିଗରମାନେ ଖଣ୍ଡୁଆ ପାଟ ତିଆରି କରନ୍ତି।
ଜୁନ୍ ୧୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚ୍ । ଏନେଇ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏନେଇ ଷ୍ଟାଡିୟମ୍ର ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଦେଖନ୍ତୁ ତା'ର କିଛି ଫଟୋ..
ରାଜଧାନୀ ଭୁବନେଶ୍ୱର ଯେତିକି ସ୍ମାର୍ଟ ହେଉଛି, ତା’ସହ ତାଳ ଦେଇ ମଦୁଆମାନେ ବି ସେତିକି ସ୍ମାର୍ଟ ହେଉଛନ୍ତି