• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

ଶ୍ରମିକମାନେ ବ୍ଲକ୍ ଅଫିସ୍ ଭିତରେ ବଳପୂର୍ବକ ପ୍ରବେଶ କରୁଛନ୍ତି।
ଖପ୍ରାଖୋଲ ବ୍ଲକ୍ ଅଫିସ୍‌ରେ ଲଙ୍କାକାଣ୍ଡ...ଦେଖିବା ଫଟୋରେ ଖବର...

ଶ୍ରମିକମାନେ ବ୍ଲକ୍ ଅଫିସ୍‌ରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମନରେଗା କାମରେ ଦୁର୍ନୀତି ଅଭିଯୋଗ ପରେ ଏଭଳି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

Hockey WorldCup
ଓଲି ଲ୍ୟାଣ୍ଡର ମଜା ନେଲେ ଦର୍ଶକ, ଯୁଆଡ଼େ ଦେଖ ସେଲ୍‌ଫି ପଏଣ୍ଟ

ହକି ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଡାଡିୟମ୍ ପରିସରରେ ହୋଇଥିବା ଫ୍ୟାନ୍ ପାର୍କ ଓଲି ଲ୍ୟାଣ୍ଡ ବୁଲି ଦେଖୁଛନ୍ତି ଦର୍ଶକ। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଫ୍ୟାନ ପାର୍କ ଆସନ୍ତା ୨୯ ତାରିଖ ଯାଏଁ ଖୋଲା ରହିବ। ଦର୍ଶକ ମାନେ ମ୍ୟାଚ୍ ଦିନରେ ହକି ଦେଖିବା ସହ ମନୋରଂଜନର ଭରପୁର ମଜା ନେଇପାରିବେ। ମ୍ୟାଚ୍ ବେଳେ ଟିକେଟ୍ ଲାଗୁ ହୋଇଥିବା ବେଳେ ଅନ୍ୟ ସମୟରେ ବିନା ଟିକେଟ୍‌ରେ ଓଲି ଲ୍ୟାଣ୍ଡ ମଜା ଉଠାଇପାରିବେ ଦର୍ଶକ।

ବିଶ୍ୱକପ୍‌ ହକି
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ.... ଯୁଆଡ଼େ ଦେଖିବେ ଖାଲି ସେଲ୍‌ଫି ନେବେ

ଟିକେଟ୍ ମିଳିଥିଲେ ମ୍ୟାଚ୍ ଦେଖିବେ ଆଉ ଟିକେଟ୍ ନଥିଲେ ବି କରିହେବ ସେଲିବ୍ରେସନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ହୋଇଛି ଓଲି ଲ୍ୟାଣ୍ଡ। ଆଖି ଝଲସାଇଲା ଭଳି ଲାଇଟ୍ ସାଙ୍ଗକୁ ମନ ମୋହିଲା ଭଳି ପରିବେଶ। ଯେଉଁ ଦିନ ମ୍ୟାଚ୍ ନଥିବା ସେଦିନ ଏଠିକି ଯେ କୌଣସି ଲୋକ ଯାଇପାରିବେ।

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବସ୍‌ ଉପରେ ବରଫର ଆସ୍ତରଣ।
ସାରା ରାଜ୍ୟକୁ ଥରାଉଛି ଶୀତ...ସକାଳୁ ସକାଳୁ ଦେଖିବାକୁ ମିଳୁଛି ବରଫର ଆସ୍ତରଣ

ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି। ଫୁଲବାଣୀ, କୋରାପୁଟ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାତି ତାପମାତ୍ରା କମିବା ଯୋଗୁଁ ବିଲବାଡ଼ି ଓ ଗାଡ଼ି ମଟର ଉପରେ ବରଫ ଜମି ଯାଉଛି।

ଭୁବନେଶ୍ୱରରେ ରାସ୍ତାକଡ଼ରେ ବୁଲା ବ୍ୟବସାୟ
ରାସ୍ତାକଡ଼ରେ ଜୀବନ...ଜୀବିକା ଓ ବେଉଷା...ଦେଖିବା ଫଟୋରେ କିଛି ଝଲକ୍...

ଯାଯାବରର ଅର୍ଥ ଯାହାଙ୍କ ଠିକଣା ନଥାଏ। ତାହାଲେ ଏମାନେ କଣ ଯାଯାବର ? ଆପଣ ହଁ କହିପାରନ୍ତି... କାହିଁକିନା କୁଆଡେ ଯାଆନ୍ତି, କୁଆଡେ ରୁହନ୍ତି ଠିକଣା ନଥାଏ। ରାସ୍ତା କଡ଼ରେ ଲୁହାରେ ତିଆରି ଘର ସାମଗ୍ରୀ ବିକ୍ରି କରିବା ଏମାନଙ୍କ କାମ। ବୋଧହୁଏ ଏମାନଙ୍କ ପରିଶ୍ରମ ହିଁ ଏମାନଙ୍କ ପରିଚୟ...

In new year 2023 the crowd in lingaraj temple
ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଓ ଲିଙ୍ଗରାଜରେ ଶ୍ରଦ୍ଧାଳୁ ଭିଡ

ନୂଆବର୍ଷ ନେଇ ଆସିଛି ନୂଆ ଆଶା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଧରାପୃଷ୍ଠକୁ ଛୁଇଁ ସାରିଛି। ଭକ୍ତମାନେ ସେମାନଙ୍କ ଆଗାମୀ ଜୀବନକୁ ସୁଖମୟ କରିବା ନେଇ ଭଗବାନ ଶିବଙ୍କୁ ପ୍ରାର୍ଥନା ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ ଜମେଇଛନ୍ତି।

ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସେଲିବ୍ରେସନ
ଜିରୋନାଇଟ୍ ସେଲିବ୍ରେସନ୍ ସହ ନୂଆବର୍ଷକୁ ସ୍ୱାଗତ କରୁଛି ଟ୍ୱିନ ସିଟି

ଆଉ କିଛି ସମୟ ପରେ ଆମ ଗହଣରୁ ବିଦାୟ ନେବ ବର୍ଷ ୨୦୨୨। ପଦାର୍ପଣ କରିବ ୨୦୨୩। ନୂଆବର୍ଷକୁ ସ୍ବାଗତ କରିବାକୁ ସବୁଠି ଲାଗି ରହିଛି ଉତ୍ସାହ, ଆନନ୍ଦର ପରିବେଶ।

ଶତ୍ରୁଙ୍କୁ ଟାର୍ଗେଟ୍‌ ପାଇଁ ପ୍ରସ୍ତୁତ
ପୋଜିସନ୍‌ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍‌

ପୋଜିସନ୍‌ରେ ସୈନିକ : ଆତଙ୍କୀଙ୍କୁ ଖୋଜିବାକୁ ଚାଲିଛି ସର୍ଚ୍ଚ ଅପରେସନ୍‌। ଶତ୍ରୁଙ୍କୁ ଦେଖିବା ମାତ୍ରେ ବାହାରିବ ଗୁଳି...ଭୁବନେଶ୍ୱରର ସୈନିକ ସ୍କୁଲର ଡାଇମଣ୍ଡ ଜୁବୁଲି ଉତ୍ସବରେ ୧୨୦ ବାଟାଲିଅନ ପକ୍ଷରୁ ଏମିତି ହୋଇଥିଲା ଆତଙ୍କବାଦୀ ଖୋଜିବାର ଅଭିଯାନ

ପ୍ରଭୁ ଯୀଶୁଙ୍କ ଆଗମନ...ଆନନ୍ଦରେ ଉତ୍‌ଫୁଲ୍ଲିତ ପିଲାଙ୍କ ମନ, ସାଜସଜ୍ଜାରେ ସମସ୍ତେ ନିମଗ୍ନ।
ଆସୁଛନ୍ତି ଯୀଶୁ...ଚାରିଆଡ଼ ଉତ୍ସବ ମୁଖର...ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି...

ବାଲିଗୁଡ଼ା ଏବେ ଉତ୍ସବମୁଖର। ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରଭୁଙ୍କ ମହିମା ଗାନ କରିବାକୁ ସମସ୍ତେ ବ୍ୟଗ୍ର।

୩୦ତମ ଏକଲବ୍ୟ ପୁରସ୍କାର
ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସ୍ୱାସ୍ତୀ ସିଂହ ପାଇଲେ ଏକଲବ୍ୟ ପୁରସ୍କାର

କ୍ରୀଡ଼ାରେ ସଫଳତା ଅର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଏହି କ୍ରମରେ ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସ୍ୱାସ୍ତୀ ସିଂହ ପାଇଲେ ୩୦ତମ ଏକଲବ୍ୟ ପୁରସ୍କାର।

ମୋ ଦୋକାନ ଭାଙ୍ଗିଦେଲେ, ମୁଁ ଚଳିବି କେମିତି?
"ସଂଧ୍ୟାରେ କହୁଛ, ସକାଳୁ ଜେସିବି ମଡାଇ ଦେଉଛ" ଆମେ ଚଳିବୁ କେମିତି?

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମ୍‌ସି। ବିନା ଥଇଥାନ ଓ କ୍ଷତିପୂରଣରେ ବିଏମ୍‌ସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି। ସେଥିପାଇଁ ଆଜି ବିଏମ୍‌ସିର ନର୍ଥ ଜୋନ୍ ଅଫିସକୁ ଘେରାଉ କରିଥିଲେ। ଏପରିକି ଉଠାଦୋକନୀମାନେ ବିଏମ୍ସି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ

cold wave
ହାଡ଼ଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ, ଜନଜୀବନ ଅସ୍ତବ୍ୟସ୍ତ

ମୟୁରଭଂଜରେ ହାଡ଼ଭଙ୍ଗା ଜାଡ଼ । ଶିମିଳିପାଳ ଅଭୟାରଣ୍ୟ ସମୁଦ୍ର ପତନ ଠାରୁ ସର୍ବାଧିକ ଉଚ୍ଚତାରେ ରହୁଥିବା କାରଣରୁ ଏବେ ସେଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

FIFA WorldCup2022- ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ଫୁଟବଲ ବିଶ୍ୱକପ୍‌ ଫାଇନାଲ ମ୍ୟାଚ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମତୁଆଲା ହେଲେ ଦର୍ଶକ

ଫୁଟବଲ ବିଶ୍ୱକପ୍‌ ଫାଇନାଲ ମ୍ୟାଚ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମତୁଆଲା ହେଲେ ଦର୍ଶକ। ଲକ୍ଷଲକ୍ଷ ଟଙ୍କାର ବାଣ ଫୁଟିଲା ...ଖୁସି ମନାଇଲେ ପ୍ରଶଂସକ

Archana Nag
ED ଅଫିସ୍‌ରେ ପୁଣି ପହଞ୍ଚିଲେ ଅର୍ଚ୍ଚନା ! ଫଟୋରେ ଦେଖନ୍ତୁ କିଭଳି କରୁଛନ୍ତି ରିଆକ୍ଟ...

ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜିଲ୍ଲା ଜଜ୍ କୋର୍ଟ । ଅର୍ଚ୍ଚନାଙ୍କୁ ଆଉ ୬ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି । ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ।

ଭୁବନେଶ୍ୱର ଶୀତବସ୍ତ୍ର ମାର୍କେଟ୍
ସମୟ ଗଢୁଛି... ଶୀତ ବଢୁଛି.. ଥଣ୍ଡାରୁ ରକ୍ଷା ପାଇଁ ଶୀତବସ୍ତ୍ର ମାର୍କେଟ୍‌ରେ ଗ୍ରାହକଙ୍କ ଭିଡ଼

ଶୀତରେ ଥରୁଛି ଓଡ଼ିଶା... ସଂଧ୍ୟା ଓ ସକାଳେ ପାରଦ ତଳକୁ ଖସିବା ପରେ ରାଜଧାନୀ ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ରାଜଧାନୀର ଶୀତବସ୍ତ୍ର ମାର୍କେଟ୍‌ରେ ଗ୍ରାହକଙ୍କ ଭିଡ଼

Dog show
୨ ବର୍ଷ ପରେ ଭୁବନେଶ୍ୱରରେ ଆୟୋଜିତ ହେଲା ଜାତୀୟ ସ୍ତରୀୟ ଡଗ୍‌ ସୋ’

ଭୁବନେଶ୍ୱର ୟୁନିଟ-୬ ହାଇସ୍କୁଲ ପଡ଼ିଆରେ ୨ବର୍ଷ ପରେ ଓଡ଼ିଶା କେନେଲ୍‌ କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ଜାତୀୟ ସ୍ତରୀୟ ଡଗ୍‌ ସୋ’ । ଆଜି ଦିନରେ ଜର୍ମାନ ସେଫର୍ଡ ପ୍ରଜାତିର କୁକୁର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ଆଜିଠୁ ୩ଦିନ ଧରି ଚାଲିବ ।

ସିଦ୍ଧ ଜଗନ୍ନାଥଙ୍କର ବ୍ୟଞ୍ଜନ ଦ୍ଵାଦଶୀ ପାଳିତ
ଆଜି ବ୍ୟଞ୍ଜନ ଦ୍ୱାଦଶୀ : ଜଗନ୍ନାଥଙ୍କ ପାଖରେ ଲାଗି ହେଲା ୭୫ ପ୍ରକାର ଭୋଗ

କେନ୍ଦୁଝର ପୁରୁଣା ସହରର ସିଦ୍ଧମଠ ସ୍ଥିତ ସିଦ୍ଧ ଜଗନ୍ନାଥଙ୍କର ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ପାଳନ ହୋଇଛି। ଆଜି ଅତି ଭକ୍ତିପୁତ ପରିବେଶରେ ଓ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ସିଦ୍ଧ ଜଗନ୍ନାଥଙ୍କ ନିକଟରେ ଆଜି ୭୫ କିସମର ଶଂଖୁଡି ଓ ଶୁଖିଲା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଲାଗି ହୋଇଛି । ଏହି ବ୍ୟଞ୍ଜନ ମଧ୍ୟରେ କେନ୍ଦୁଝର ପ୍ରସିଦ୍ଧ ଖେଚୁଡି , ଦଳା ଖେଚୁଡି, ମାଳେଇ ଖେଚୁଡି , କପୁରକେଳି , ମୋଡା ବଡି ସହ ଆରିସା , କାକରା , ବାଟ , କନ୍ଧ ଖିରି , ଝିଲି , କ୍ଷୀରପୁଳି , ବୃନ୍ଧି ଲଡ଼ୁ , ଖସା ଲଡ଼ୁ , ନଡିଆ କୋରା , କାନିକା ଆଦି ଅନେକ ପ୍ରକାର ବ୍ୟଞ୍ଜନ

ତ୍ରୟୋଦଶତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ
କୋଣାର୍କ ମହୋତ୍ସବରେ ମନ ମୋହିଲା ଓଡ଼ିଶୀ ଓ କଥକ ନୃତ୍ୟ

ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପାଦ ଦେଶରେ ଥିବା ମୁକ୍ତାକାଶ ରଂଗମଞ୍ଚରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ। ୩୩ତମ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ତ୍ରୟୋଦଶତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦଘାଟିତ ହୋଇଯାଇଛି।

special story
ମାଙ୍କଡ଼ଙ୍କର କେହି ଜଣେ ଅତି ନିଜର ! ଯିଏ ତାଙ୍କ କଥା ବୁଝନ୍ତି ଆଉ ଖାଇବାକୁ ଦିଅନ୍ତି

ଦିନକୁଦିନ ଜଙ୍ଗଲ କମିବା ସହ ମାଙ୍କଡଙ୍କ ପାଇଁ ଖାଦ୍ୟ ମିଳୁନି I ସେଇଥିପାଇଁ ରାତି ପାହିଲେ ବାଦାମ ଖାଇବା ପାଇ ଘର ସମ୍ମୁଖକୁ ଧାଇଁ ଆସୁଛନ୍ତି ହନୁ ମାଙ୍କଡ଼ I ଆଉ ସେମାନଙ୍କୁ ଖାଇବାକୁ ଦେଉଛନ୍ତି ପଶୁପ୍ରେମୀ ପୀତବାସ ।

ଦୁନିଆ ଦେଖିଲା ଓଡିଆ ପରମ୍ପରା
ଆରମ୍ଭ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨ : ନୃତ୍ୟ ଶିଳ୍ପୀଙ୍କ ନାଚରେ ଝଲସିଲା ଜନତା ମୈଦାନ

ଆରମ୍ଭ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨ : ନୃତ୍ୟ ଶିଳ୍ପୀଙ୍କ ନାଚରେ ଝଲସିଲା ଜନତା ମୈଦାନ

ମହାକାଶକୁ ଗଲା PSLV-C54 ରକେଟ୍।
ପଟୋରେ ଦେଖନ୍ତୁ ଦେଶ ବିଦେଶର ଚର୍ଚ୍ଚିତ ଖବର...

ଇସ୍ରୋର ଐତିହାସିକ ମିଶନ। ମହାକାଶକୁ ଗଲା PSLV-C54 ରକେଟ୍।

ଯୋରନ୍ଦା ଗାଦିରେ ୧୪୪ ଧାରା
ଫଟୋରେ ଦେଖିବା ରାଜ୍ୟର କିଛି ଖବର...

ଢେଙ୍କାନାଳ ଯୋରନ୍ଦା ଗାଦିରେ ଭଙ୍ଗାରୁଜା ପରେ ସେଠାରେ ଜାରି ହୋଇଛି ୧୪୪ ଧାରା। ଫଳରେ ସାରା ଅଞ୍ଚଳ ଏବେ ଖାଁ ଖାଁ।

Modi Gave Gifts in G20 Summit
G-20 ସମ୍ମିଳନୀରେ ମୋଦି ବାଣ୍ଟିଲେ ଭାରତୀୟ ଉପହାର

ଇଣ୍ତୋନେସିଆରେ ଆୟୋଜିତ G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦେଶର ପ୍ରଧାନମନ୍ତୀ ଓ ରାଷ୍ଟ୍ରପତିଙ୍କୁ ଭେଟି ଭାରତୀୟ ଉପହାର ଦେଇଛନ୍ତି ।

Balijatra 2022
ଜମୁଛି ଐତିହାସିକ ବାଲିଯାତ୍ରା; ମହାନଦୀରେ ବୋଟିଂ ସାଙ୍ଗକୁ କଟକ-ଇନ୍‌-କଟକରେ ସେଲ୍ଫି ନେବାକୁ ଲାଗୁଛି ଦର୍ଶକଙ୍କ ଭିଡ଼

ବାଲିଯାତ୍ରା ଦେଖିବାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦର୍ଶକ । ବାଲିଯାତ୍ରାର ପ୍ରତିମୁହୂର୍ତ୍ତର ମଜା ଉଠାଇବାକୁ ଲୋକଙ୍କ ଲାଗିଛି ଗହଳି । ବୁଲାବୁଲି ସହ ବିଭିନ୍ନ କିସମର ଖାଦ୍ୟ ଦର୍ଶକଙ୍କ ମନ ଜିଣିଛି । ବାଲିଯାତ୍ରାରେ କିଣାକିଣି ମଧ୍ୟ ବେଶ ଜମୁଛି । ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ମହିଳାଙ୍କ ଭିଡ଼ ଲାଗିଛି । ପ୍ରାୟ ସବୁ ଷ୍ଟଲରେ ଲାଗିଛି ଲୋକଙ୍କ ଗହଳି ।

Kempegowda Airport Terminal-2
ବେଙ୍ଗାଲୁର ଏୟାରପୋର୍ଟର ଟର୍ମିନାଲ-୨ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ କିଛି ଫଟୋ..

କର୍ଣ୍ଣାଟକ ଗସ୍ତ ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁର ସ୍ଥିତ କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରର ଦୁଇ ନମ୍ବର ଟର୍ମିନାଲକୁ ଉଦଘାଟନ କରିଛନ୍ତି । ପ୍ରାୟ ପାଞ୍ଚ ହଜାର କୋଟି ଟଙ୍କାରେ ନିର୍ମିତ ଏହି ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇଗୁଣ ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି ।