• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Photo Gallery

ଆଦିବାସୀ ମେଳା
ମନ ମୋହୁଛି ଆଦିବାସୀ ମେଳା: ହସ୍ତତନ୍ତ ସାମଗ୍ରୀ, ଘର ଉପକରଣ କଣିବା ପାଇଁ ଗ୍ରାହକଙ୍କ ଭିଡ଼

ରାଜଧାନୀରେ ମନ ମୋହୁଛି ଆଦିବାସୀ ମେଳା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାରେ ଆଦିବାସୀଙ୍କ କଳାକୃତି ଓ ଉପକରଣ ସତେ ଯେପରି ଶୋଭା ପାଉଛି। ଏହି ମେଳା ୨ ତାରିଖ ତାରିଖ ଯାଏ ଚାଲିବ।

Prime minister museum presents pm Nehru role as institution builder
ନେହେରୁଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ...

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍‌ରେରୀ (NMML) ନିର୍ମାଣ କରାଯାଇଛି । ଏହି ମ୍ୟୁଜିୟମଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ବଖାଣିବ ବୋଲି ବୋଲି କହିଛନ୍ତି (NMML)ର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ।

Heat Wave
ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ପାଇଁ ଚେଷ୍ଟାରେ ଲୋକେ...

ଅସହ୍ୟ ଗ୍ରୀଷ୍ମ ପ୍ରଭାବରେ ସିଝୁଛନ୍ତି ଲୋକେ । ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଉଛନ୍ତି । ଯାହା ଫଳରେ ଲୋକେ ଅସହ୍ୟ ତାତିରୁ କିଛିମାତ୍ରାରେ ତ୍ରାହି ପାଉଛନ୍ତି...ଦେଖନ୍ତୁ ଲୋକେ କିପରି ଭାବେ ନିଜକୁ ଖରା ଦାଉରୁ ରକ୍ଷା କରୁଛନ୍ତି...

Ramadan Mubarak 2022
ପବିତ୍ର ରମଜାନ ମାସରେ ରୋଜା ଭାଙ୍ଗୁଛନ୍ତି ମୁସଲମାନ ଭାଇ, ଦେଖନ୍ତୁ ଫଟୋ..

କାଲିଠାରୁ ଆରମ୍ଭ ହୋଇଛି ରମଜାନ ମାସ। ଇସଲାମରେ ରମଜାନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାସ। ଏହି ପୂରା ମାସଟି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଉପବାସ କରାଯାଏ। ହିଜ୍ରି କ୍ୟାଲେଣ୍ଡର ଅନୁଯାୟୀ ନବମ ମାସ ହେଉଛି ରମଜାନ। ଇସଲାମିକ ସମ୍ପ୍ରାଦାୟର ବିଶ୍ଵାସ ଅନୁଯାୟୀ, ଏହି ମାସରେ ଉପବାସ କରୁଥିବା ଲୋକମାନେ ଆଶୀର୍ବାଦ ପ୍ରାପ୍ତି ହୁଅନ୍ତି।

Holi Celebration
ରଙ୍ଗ ରଙ୍ଗେଲି ହୋଲି, ଅବିର ଖେଳରେ ମାତିଛି ସାରା ଦେଶ

ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ। ନିଜ ନିଜର ପାରମ୍ପରିକ ରିତୀନିତୀରେ ହୋଲି ପାଳନ କରୁଛନ୍ତି ଦେଶବାସୀ।

PM narendra modi meets his mother heeraben modi in gandhinagar
ମାଆଙ୍କୁ ଭେଟି ଆଶିଷ ଭିକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ସେହି ଦୃଶ୍ୟ...

ମାଆଙ୍କୁ ଭେଟି ଆଶୀର୍ବାଦ ନେଲେ ମୋଦି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ଭାରତୀୟ ଜନତା ପାର୍ଟିର ଦମ୍‌ଦାର ବିଜୟର ପରେ ଏବେ ଏହି ଭାବପ୍ରବଣ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଆଙ୍କୁ ଭେଟିବା ସହ ତାଙ୍କ ଆଶିଷ ଭିକ୍ଷା କରିଛନ୍ତି ।ଅନ୍ୟପକ୍ଷେ, ଗତକାଲି ଗୁଜରାଟର ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ ଆୟୋଜିତ ହୋଇଥିଲା, ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...

Top 5 Strongest Women in the World
ଏମାନେ କେମିତି ହେଲେ ବିଶ୍ୱର ସଶକ୍ତ ମହିଳା ?

ବଦଳୁଛି ସମୟ, ବଦଳୁଛନ୍ତି ସମାଜ । ଏବଂ ତା ସହ ତାଳ ଦେଇ ନୂଆ ପରିବର୍ତ୍ତନକୁ ଆପଣାଉଛନ୍ତି ଲୋକେ । ଫଳରେ ବର୍ତ୍ତମାନ ଯୁଗରେ ମହିଳା ଆଉ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହିନାହାନ୍ତି ବରଂ ସମାଜରେ କିଛି କରି ଦେଖାଇ ଦୁନିଆରେ ସୁପରିଚିତ ହୋଇପାରିଛନ୍ତି । ସେହିମାନଙ୍କ ମଧ୍ୟରୁ ବିଶ୍ୱରେ ଏପରି ୫ ଜଣ ସଶକ୍ତ ମହିଳା ଅଛନ୍ତି ଯେଉଁମାନେ ନିଜ କଳ, ବଳ ଓ କୌଶଳ କ୍ରମେ ଜୀବନର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରି ମଧ୍ୟ ଅନେକ କିଛି କରି ଦେଖାଇପାରିଛନ୍ତି ।

Exit Poll
Exit Poll: ନିର୍ବାଚନ ସରିଥିବା ୫ଟି ରାଜ୍ୟରେ ରେ କିଏ କରିବ ସରକାର? ସେନେଇ ଚାଲିଛି ଅଙ୍କକଷା

ପଞ୍ଚାବରେ ସତ୍ତା ହରାଇବ କଂଗ୍ରେସ, କ୍ଷମତାକୁ ଆସିବ ଆମ୍‌ ଆଦ୍‌ମୀ ପାର୍ଟି ! ସେପଟେ ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂବର୍ବାନୁମାନ କରାଯାଇଛି । ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛି ।

Russia Ukraine war photos people take shelter in school infant in bunker
ୟୁକ୍ରେନ-ଋଷିଆ ଯୁଦ୍ଧରେ ବଳି ପଡୁଛନ୍ତି ସାଧାରଣ ଜନତା

ବିଗତ ୯ ଦିନ ହେଲାଣି ଋଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଆଜିକୁ ଦଶମ ଦିନରେ ପହଞ୍ଚିଛି ଏହି ଯୁଦ୍ଧ ହେଲେ ସ୍ଥିତି ସୁଧୁରିବାର ନାଁ ଧରୁନି । ଫଳରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଚାରା ପେଷି ହେଉଛନ୍ତି ସାଧାରଣ ଜନତା । ଦେଖନ୍ତୁ ଯୁଦ୍ଧ ସମୟର କିଛି ବିକଳ ଚିତ୍ର...

Ukraine-Russia War
ଚାରିଆଡେ ହାହାକାର, ଋଷିଆ-ୟୁକ୍ରେନ୍‌ ଯୁଦ୍ଧବିଭୀଷିକାର କିଛି ଦୃଶ୍ୟ

ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆଡକୁ ଯାଉଛି ବୋଲି କୁହାଯାଉଛି।

CM Naveen Patnaik
ଏକାମ୍ର ‍‍‍‍‍‍କ୍ଷେତ୍ର ପ୍ରକଳ୍ପ ସମୀକ୍ଷା ସହ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିରୋଧୀଙ୍କୁ ଶକ୍ତ ଝଟ୍‌କା । ଚାଲି ଚାଲି ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁମ୍‌ ଦାମ୍‌ ଆସିଲେ ଆଉ ଚାଲିଗଲେ । ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଆଉ ଏହି ନିର୍ବାଚନୀ ମାହୋଲ ଭିତରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ନେଇ ଯେଉଁ ଅପପ୍ରଚାର ହେଉଥିଲା, ତା’ଉପରେ ପୂର୍ଣ୍ଣଛେଦ୍ ଟାଣିଛନ୍ତି ନିଜେ ନବୀନ ପଟ୍ଟନାୟକ ।

Lata Mangeskar
ଲତାଙ୍କୁ ଝୁରୁଛି ସାରା ଦେଶ, ଦେଖନ୍ତୁ ଲତାଙ୍କର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଫଟୋ

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

MS Dhoni Marriage Before Picture
ଧୋନୀଙ୍କ ପାଦକୁ ଚୁମ୍ବନ ଦେଉଛନ୍ତି ପତ୍ନୀ ସାକ୍ସି; ଭାଇରାଲ ହେଉଛି ଏହି ଫଟୋ, ଦେଖନ୍ତୁ..

ସବୁବେଳେ ଚର୍ଚ୍ଚା ରହୁଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଏଭଳି କିଛି ଫଟୋ ରହିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ, ଦେଖନ୍ତୁ ଏହି ଫଟୋ..

Republic Day 2022
ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Full dress rehearsal of RD Parade
ରାଜଧାନୀରେ ଯବାନଙ୍କ ଫୁଲ୍‌ଡ୍ରେସ୍‌ ପରେଡ୍

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ ନୂଆଦିଲ୍ଲୀ । ଆଜି ଯବାନ୍‌ମାନେ ରାଜପଥରେ ଫୁଲ୍‌ଡ୍ରେସ୍‌ ପରେଡ୍ ପ୍ରଦର୍ଶନ କରିଛନ୍ତି ।

Azadi Ka Amrut Mahotsav
ପାରମ୍ପରିକ ନୃତ୍ୟ ଢଙ୍ଗୀରେ ଝଲସି ଉଠିଲା ‘ଆଜାଦି କା ଅମୃତ ମହୋତ୍ସବ’

ନୂଆଦିଲ୍ଲୀରେ ଆୟୋଜିତ ହେଲା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ସବୁ ରାଜ୍ୟର ପାରମ୍ପରିକ ନୃତ୍ୟରେ ଝଲସି ଉଠିଲା ଏହି କାର୍ଯ୍ୟକ୍ରମ। ତେବେ ଦେଖନ୍ତୁ ଏହା ଉପରେ ଆଧାରିତ କିଛି ଫଟୋ..

Republic Day Parade
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଯବାନଙ୍କ ଜୋରଦାର ରିହର୍ସଲ, ଦେଖନ୍ତୁ ଏହାର କିଛି ଝଲକ..

୨୦୨୨ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ମୁଖ ଚିହ୍ନିବା ପ୍ରଣାଳୀ ସହିତ ଏକ ମଲ୍ଟି ଲେୟାର ସୁରକ୍ଷା କଭର ସ୍ଥାପନ କରାଯାଇଛି | ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ କୋଭିଡ୧୯ ପ୍ରତିବନ୍ଧକ ହେତୁ ଚଳିତ ବର୍ଷ ପରିଦର୍ଶକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇବ | ଗତ ବର୍ଷ, ୨୫୦୦୦ ପରିଦର୍ଶକ ଅଂଶଗ୍ରହଣ କରିଥିବାବେଳେ ଏହି ବର୍ଷ ମନ୍ତ୍ରଣାଳୟ ୫୦୦୦-୮୦୦୦ ଅତିଥି ଯୋଗଦେବାର ଆୟୋଜନ ରହିଛି କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ | ଏହି ସମୟରେ ଆର-ଡେ ପ୍ୟାରେଡ ପାଇଁ ରିହର୍ସଲ ଚାଲିଛି। ଉତ୍ସବକୁ ଗ୍ରାଣ୍ଡ ଏବଂ ଅସୁବିଧାମୁକ୍ତ କରିବା ପାଇଁ ପ୍ରସ୍ତିତି ଚାଲିଛି। ଆସନ୍ତୁ ଦେଖିବା ଏହାର କିଛି ଝଲକ

Army Day Parade
ଆଜି ହେଉଛି ବୀରମାନଙ୍କର ଦିନ; ଯବାନଙ୍କ ଦ୍ୱାରା ରଙ୍ଗାରଙ୍ଗ ପରେଡ୍ ସହ ଆକର୍ଷଣୀୟ ରଣକୌଶଳ ପ୍ରଦର୍ଶନ

ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।

Mihir Das Passes Away
ଅଫେରା ରାଇଜରେ ମିହିର ଦାସ; କେତେବେଳେ ହିରୋ ତ କେତେବେଳେ ଭିଲେନ୍, ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍

କେତେବେଳେ ସେ ଥିଲେ ନାୟକ ତ କେବେ ବନିଥିଲେ ଖଳନାୟକ । ସବୁଥିରେ ସେ ଫିଟ୍, ସବୁଥିରେ ସେ ହିଟ୍ । ହେଲେ ସେହି ୪ ଦଶନ୍ଧୀର ସୁବର୍ଣ୍ଣ ସମୟକୁ ଛାଡ଼ି ଆଜି ଅଫେରା ବାଟ ଦେଇ ଫେରିଯାଇଛନ୍ତି ଓଲିଉଡ୍‌ର କିମ୍ବଦନ୍ତୀ ଅଭିନେତା ମିହିର ଦାସ ।

Booster dose of COVID-19 vaccine
ଦେଶରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କୁ ଦିଆଯାଉଛି କରୋନାର ବୁଷ୍ଟର ଡୋଜ ଟିକା

କରୋନା ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ପୁଣି ଆଜିଠୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯାଉଛି କରୋନାର ବୁଷ୍ଟର ଡୋଜ୍‌ । ଦେଖନ୍ତୁ ଏହାର କିଛି ଚିତ୍ର...

Night Curfew
ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ: ଅମାନିଆଙ୍କୁ ସାବାଡ କରୁଛନ୍ତି ପୋଲିସ କର୍ମୀ

ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କୋଭିଡ କଟକଣା । ରାଜଧାନୀରେ ନାଇଟ କର୍ଫ୍ୟୁ ବେଳେ ଆକ୍ସନ ମୋଡରେ ରହୁଛି ପୋଲିସ୍ ।

Press Meet
ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା: ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର ଓ ୨୭୨ଟି ପୋଷ୍ଟ ଅଫିସ ଉଦଘାଟନ ହେବ

ଓଡିଶାରେ ୪୮୩ଟି ମୋବାଇଲ ଟାଓ୍ୱାର ଓ ୨୭୨ଟି ପୋଷ୍ଟ ଅଫିସ ଉଦଘାଟନ ନେଇ ଘୋଷଣା କରିଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର BSNL ମୁଖ୍ୟ କାର୍ଯ୍ୟଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଘୋଷଣା ପରେ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ।

Chilly Winter Night Scenes Across Odisha
ରାଜଧାନୀରେ ଶୀତ ରାତିରେ ସବୁ ଶୂନଶାନ୍, ତଥାପି...

ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତର ପ୍ରକୋପରେ ଭୁବନେଶ୍ୱର ସହର ରାତିରେ ଶୂନଶାନ ହୋଇଯାଉଛି । ତଥାପି ଜୀବନ ଜୀବିକା ପାଇଁ ବାହାରିବାକୁ ପଡୁଛି ।

Republic Day
ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡ୍ ଲାଗି ଚାଲିଛି ଜୋରଦାର ପ୍ରସ୍ତୁତି

ପାଖେଇ ଆସୁଛି ଗଣତନ୍ତ୍ର ଦିବସ ତଥା ସାଧାରରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଦେଖିବାକୁ ମିଳୁଛି ପ୍ରତିରକ୍ଷା ବାହିନୀଙ୍କ ପରେଡ୍ ଅଭ୍ୟାସ

Teenagers Vaccination
ସାରା ଦେଶରେ କିଶୋର ମାନଙ୍କୁ ଭ୍ୟାକ୍ସିନ ଦିଆଯାଉଥିବାର କିଛି ଚିତ୍ର

ଦେଶରେ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକାକରଣ ଆରମ୍ଭ ହୋଇଛି। ଦେଶରେ ୪୦ ଲକ୍ଷରୁ ଅଧିକ ପିଲା ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି। ଟିକା ନେଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଦେଇଛନ୍ତି।