• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

odisha
ସାର୍‌ ହେବ ତ ଏମିତି; ଯାହାଙ୍କ ପାଇଁ ସ୍କୁଲ୍‌ ହିଁ ସବୁକିଛି, ଛାତ୍ରଛାତ୍ରୀ ହେଉଛନ୍ତି ନିଜ ସନ୍ତାନ ପରି

ରାଉରକେଲା(ପୱନ ତିୱାରି): ଆଜି ଗୁରୁ ଦିବସ। ଆଜି ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଏହି ଅବସରରେ ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଏ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତେବେ ଆଜି ଭଳି ଏହି ଦିନରେ ଆସନ୍ତୁ ଜାଣିବା ଏମିତି ଜଣେ ଆଦର୍ଶ ଶିକ୍ଷକଙ୍କ କାହାଣୀ, ଯାହାଙ୍କ ପାଇଁ ସ୍କୁଲ ହିଁ ସବୁକିଛି। ଆଉ ସ୍କୁଲର ଛାତ୍ରଛାତ୍ରୀ […]

  • Monday, 12 July 2021
odisha
ମାତିଛନ୍ତି ମାଫିଆ; ରାତି ଅଧରେ ଉଠାଇ ନେଉଛନ୍ତି ଗୋରୁ

ଖୋର୍ଦ୍ଧା: ଘର ବାହାରକୁ ଗୋରୁଗାଈ ଛାଡ଼ୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। କାହିଁକି ନା ନିମିଷକ ମଧ୍ୟରେ ଉଭାନ୍ ହୋଇପାରେ ଆପଣଙ୍କ ଗୃହପାଳିତ ପଶୁ। କାରଣ ଏବେ ରାଜ୍ୟରେ ଗୋରୁ ମାଫିଆ ମାତିଛନ୍ତି। ମଧ୍ୟ ରାତ୍ରରେ ଏହି ଗୋରୁ ମାଫିଆମାନେ ବେଧଡକ୍‌ ଭାବେ ସେମାନଙ୍କ ଅପରେସନ୍‌ ଚଳାଇଛନ୍ତି। ଏଭଳି କିଛି ଘଟଣାକୁ ନେଇ ଏକ ଏକ୍ସକ୍ଲୁସିଭ୍ ସିସିଟିଭି ଫୁଟେଜ୍ ଓଟିଭି ହାତରେ ଲାଗିଛି। ଜଟଣୀ କୁଦିଆରୀ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ଏକ […]

  • Monday, 12 July 2021
koraput
୧୨ ବର୍ଷରେ ୧୨ ଜିଲ୍ଲାପାଳଙ୍କ ବଦଳି

ଜୟପୁର: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ପ୍ରଶାସନିକ ଅଚଳାବସ୍ଥା ଦେଖା ଦେଇଛି। ସରକାରଙ୍କ ମନମୁଖି ନିଷ୍ପତ୍ତି ଯୋଗୁ ବିକାଶରେ ବ୍ରେକ୍ ଲାଗିଛି। ଜିଲ୍ଲାରେ ୧୨ ବର୍ଷରେ ୧୨ ଜଣ ଜିଲ୍ଲାପାଳଙ୍କ ବଦଳିକୁ ନେଇ ବୁଦ୍ଧୀଜୀବୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଜିଲ୍ଲାରେ ନିଯୁକ୍ତି ପାଉଥିବା ଜିଲ୍ଲାପାଳମାନେ ନିଜର ୨ ବର୍ଷ କାର୍ଯ୍ୟକାଳ ପୂର୍ବରୁ ହିଁ ସେମାନଙ୍କର ଅନ୍ୟ ଜିଲ୍ଲାକୁ ବଦଳି ହେଇଯାଉଛି। ଗତ ୧୨ ବର୍ଷ ଧରି ଠିକ୍ ଏମିତି ହିଁ ଚାଲିଛି। ଯାହାକୁ ନେଇ ବୁଦ୍ଧୀଜୀବୀମାନେ […]

  • Monday, 12 July 2021
koraput
ଏଣିକି ଟାଙ୍କିରେ ପାଣି ସରିଲେ ଆପେ ଆପେ ଭର୍ତ୍ତି ହୋଇଯିବ

ଜୟପୁର: ଜଳ ହିଁ ଜୀବନ। କେଉଁଠି ପାଣି ମୁନ୍ଦାଏ ପାଇଁ ଲୋକେ ମାଇଲ ମାଇଲ ବାଟ ଯାଉଛନ୍ତି ତ ଆଉ କେଉଁଠି ପାଣି ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଏଭଳି କ୍ଷେତ୍ରରେ ଜୀବନ ବଞ୍ଚିବା ପାଇଁ ଜଳ କେତେ ଯେ ଆବଶ୍ୟକ ଏହାକୁ ବୁଝି ପାରିଛନ୍ତି କୋରାପୁଟର ଜଣେ ଯୁବକ। କୋଟପାଡ଼ ଅଞ୍ଚଳର ଶ୍ରୀକୁମାର ଶତପଥୀ ଏକ ସ୍ମାର୍ଟ କିଟ୍‌ ତିଆରି କରିଛନ୍ତି। ଯାହାକୁ ସ୍ମାର୍ଟ ୱାଟର ଆଣ୍ଡ୍‌ ଇଲେକ୍ଟ୍ରିକ୍‌ ସେଭର୍‌ କୁହାଯାଉଛି। ଏହାକୁ ବ୍ୟବହାର କରିବା ଫଳରେ ଘରେ ଆଉ […]

  • Monday, 12 July 2021
petrol rate hike
୬୦% ୟୁଜର୍ସ କହିଲେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଲୋକପ୍ରିୟତାକୁ ହ୍ରାସ କରିବ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ରେ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥିଲେ। ବଜେଟ୍‌ରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହୋଇଥିବା ବେଳେ, କିଛି ମହଙ୍ଗା ହୋଇଛି। ମହଙ୍ଗା ଜିନିଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ରହିଛି। ପେଟ୍ରୋଲ ଦାମ ଲିଟର ପିଛା ୨ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨ ଟଙ୍କା ୩୦ ପଇସା ବଢ଼ିଛି। ବଜେଟ୍‌ରେ ପେଟ୍ରୋଲ ଓ ଡିଜେଲ୍ ଉପରେ […]

  • Monday, 12 July 2021
salepur
ରାସ୍ତା ପାଇଁ ଖୋଳି ଦେଲେ କେନାଲ, ଚାଷ ଜମିକୁ ମାଡ଼ୁନି ପାଣି

ଭୁବନେଶ୍ୱର: ଗମନାଗମନର ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଗଲା। ହେଲେ ଏହି ରାସ୍ତାକୁ ଲାଗିଥିବା ଜଳସେଚନ ବିଭାଗର କେନାଲକୁ ବି ଖୋଳି ଦିଆଗଲା। ଏଭଳି ଭାବେ ଖୋଳି ଦିଆଗଲା ଯେ,  କେନାଲରେ ପାଣି ଆସିଲେ ବି ଚାଷୀ ଏହାର ଫାଇଦା ପାଇ ପାରୁ ନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ଚାଷୀମାନେ । ସାଲେପୁର ବ୍ଲକ୍‌ର ବୋଦାମୁଣ୍ଡେଇଠାରୁ ଝରମୁହଁ ଯାଏ ପ୍ରାୟ ୩ କି.ମି. ରାସ୍ତା। ଦୀର୍ଘ ଦିନର […]

  • Monday, 12 July 2021
teacher teaches
ଶ୍ରେଣୀଗୃହକୁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ମୋବାଇଲ ମନା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ସରକାରୀ ସ୍କୁଲର ଫଳାଫଳ ଆଶାଜନକ ନ ହେବା ଓ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ପ୍ରକାଶ ନ କରିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ତେବେ ଏପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସରକାରୀ ସ୍କୁଲ ପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାର ସମସ୍ତ ସ୍କୁଲରେ ପାଠପଢ଼ା ବେଳେ ଶିକ୍ଷକମାନେ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି। ଏନେଇ ଜିଲ୍ଲାପାଳ କଡ଼ା […]

  • Monday, 12 July 2021
anita-3
ସାମାନ୍ୟ କ୍ରୋଧ ଆଣିଦେଲା ଏମିତି ସଫଳତା ! ଦିନେ ଘର ଭଡ଼ା ଦେଇ ପାରୁ ନ ଥିଲେ, ଆଜି ୮୦୦ କୋଟିର ମାଲିକାଣି

ନୂଆଦିଲ୍ଲୀ:ଭାରତୀୟ ଫ୍ୟାଶନ ୱାର୍ଲଡର ସବୁଠାରୁ ଚର୍ଚ୍ଚିତ ନାମ ଅନିତା ଡୋଙ୍ଗରେ । ଏଇ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ଷ୍ଟାଇଲ, ସୋଶାଲ ସର୍କଲ ଏବଂ ଲାଇଫ ଷ୍ଟାଇଲକୁ ଦେଖିଲେ କେହି ବିଶ୍ୱାସ ବି କରିପାରିବେନି ଯେ, ସେ ତାଙ୍କ ଜୀବନରେ ଏମିତି ଦୁର୍ଦ୍ଦିନ ଦେଇ ଗତି କରିଥିବେ।   ଅଭାବକୁ ସାମ୍ନା କରିବା, ସହାୟତା ପାଇଁ ହାତ ବଢାଇ ଖାଲି ହାତରେ ଫେରିବା ପରି ଅନେକ ଦୁଃସମୟ ତାଙ୍କ ଜୀବନରେ ଆସିଛି । ହେଲେ ଶେଷରେ ସେ ସଫଳତା ପାଇଛନ୍ତି […]

  • Monday, 12 July 2021
mihir-t
ଅରାଗଡ଼ରେ ବୌଦ୍ଧ ବିହାର

ଆଜି ବିଶ୍ୱ ଐତିହ୍ୟ ଦିବସ। ପ୍ରତି ବର୍ଷ ଏପ୍ରିଲ୍‌ ୧୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସ୍ଥାନର ସଂରକ୍ଷଣ ଓ ଏହାର ପ୍ରଚାର ପ୍ରସାର ଲାଗି ଏହି ଦିବସ ପାଳନ କରାଯାଏ। ଏବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ୍‌ ରହିଛି- ଶେୟାର୍‌ କଲ୍‌ଚର, ଶେୟାର୍‌ ହେରିଟେଜ୍‌, ଶେୟାର୍ ରେସ୍‌ପନ୍ସିବିଲିଟି। ଅର୍ଥାତ୍‌ ଦାୟିତ୍ୱସମ୍ପନ୍ନ ହୋଇ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା। ଆଜି ବିଶ୍ୱ ଐତିହ୍ୟ ଦିବସର ଆମ ଐତିହ୍ୟକୁ ନେଇ ମିହିର […]

  • Monday, 12 July 2021
kasar-devi-1-640x479
ଦେବୀପୀଠର ଅଲୌକିକ ଶକ୍ତି: ଯାହାକୁ ଦେଖି ନାସା ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ଏବେ ଚାଲିଛି ନବରାତ୍ର । ନବରାତ୍ର ସମୟରେ ଦେବୀ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । କରୋନା ଭାଇରସର ସଂକ୍ରମଣକୁ ଦେଖି ମନ୍ଦିରରେ ଭକ୍ତଙ୍କୁ ଦେଖିବାକୁ ମିଳୁ ନ ଥିଲେ ହେଁ ବିଧି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଏହି ଅବସରରେ ଆମେ ଏମିତି ଏକ ମନ୍ଦିରର କଥା କହିବୁ ଯାହାର ଅଲୌକିକ କଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଲୌକିକତାର ରହସ୍ୟ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣି ପାରି ନାହାନ୍ତି । ଏହି ଅଲୌକିକ […]

  • Monday, 12 July 2021
Spanish-flu-
ଦିନେ ସ୍ପାନିଶ ଫ୍ଲୁଠାରୁ ଜିତିଥିଲା ମଣିଷ, ଆଜି କରୋନାଠୁ ବି ଜିତିବ

କୋଭିଡ-୧୯କୁ ନେଇ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ। ସବୁଠି ଲାଗିଛି କର୍ଫ୍ୟୁ। ଲାଗୁଛି ଯେମିତି ଅଟକି ଯାଇଛି ପୃଥିବୀ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଘରେ ରହିବା ପାଇଁ ସାରା ଦେଶବାସୀଙ୍କୁ ହାତଯୋଡ଼ି ନିବେଦନ କରିଛନ୍ତି। ଦୋକାନ ବଜାର ବନ୍ଦ। ବ୍ୟବସାୟ ବି ଠପ୍‌। ଅର୍ଥନୀତି ଭୂଷୁଡ଼ି ପଡ଼ିବା ଉପରେ। ଏହା ସତ୍ତ୍ୱେ ଲକ୍‌ଡାଉନ ପାଇଁ  ପ୍ରଧାନମନ୍ତ୍ରୀ ଡାକରା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ବୁଝି ହେଉଛି କରୋନାର ଭୟବହତା। ତେବେ ସମସ୍ତଙ୍କ ମନରେ […]

  • Monday, 12 July 2021
Capture
ପ୍ରଫେସର ଚାକିରି ଛାଡ଼ିଦେଲେ, ମାଛ ବିକିଲେ

ନୂଆଦିଲ୍ଲୀ: କଲେଜର ଜଣେ ପ୍ରଫେସର ଚାକିରି ଛାଡ଼ି ମାଛ ବିକିବ ? ଏମିତି କିଏ କରିପାରେ ? ହେଲେ ଏମିତି କରିଛନ୍ତି ତାମିଲନାଡୁର ଜଣେ ଯୁବକ। ଯୁବକଙ୍କର ଏପରି ନିଷ୍ପତ୍ତି ଶୁଣିଲେମନେ ପଡେ ଶାହରୁଖ ଖାଁଙ୍କର ‘ରଇସ’ ଫିଲ୍ମର ସେଇ ଡାଇଲଗ୍‌- ‘କୋଇ ଧନ୍ଦା ଛୋଟା ନହିଁ ହୋତା, ଧନ୍ଦେ ସେ ବଡା କୋଇ ଧର୍ମ ନହିଁ ହୋତା ।’  ୨୭ ବର୍ଷୀୟ ଏଇ ଯୁବକଙ୍କ ମତରେ ସବୁ କାମର ସ୍ୱତନ୍ତ୍ର ମହତ୍ୱ ରହିଛି। ସବୁକାମକୁ ସମ୍ମାନ […]

  • Monday, 12 July 2021
ସତ ହେବ କି ଭବିଷ୍ୟବାଣୀ ? ଏମିତି ଚାଲିଯିବ କରୋନା !

ନୂଆଦିଲ୍ଲୀ :କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଚୀନର ଉହାନ ସହରରୁ ଆସି ବିଶ୍ୱର ସବୁ ସହରରେ ପହଞ୍ଚିଗଲାଣି ଏଇ ଘାତକ କରୋନା. ଏହାର ମୁକାବିଲା ପାଇଁ କୌଣସି ଔଷଧ ବାହାରି ନ ଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ବାଟ ହେଉଛି ସଚେତନତା।  ଏବେ କରୋନାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। କେହି କେହି ମାଳିକା ବର୍ଣ୍ଣିତ କଥା ସତ ହେଉଛି ବୋଲି କହୁଛନ୍ତି।  ଖାଲି ମାଳିକା ନୁହେଁ, ଅନେକ ଲେଖକ ଏହି କରୋନା […]

  • Monday, 12 July 2021
pilot-gehlot
ସିନ୍ଧିଆଙ୍କ ରାସ୍ତାରେ ପାଇଲଟ୍ ! ରାଜସ୍ଥାନରେ ଦେଖାଦେବ କି ମଧ୍ୟପ୍ରଦେଶ ସ୍ଥିତି ?

ଜୟପୁର/ଭୋପାଳ: ମଧ୍ୟପ୍ରଦେଶରେ କମଳନାଥ ସରକାର ସଙ୍କଟରେ। କଂଗ୍ରେସର ପ୍ରମୁଖ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ‘ହାତ’ର ହାତ ଛାଡି ପଦ୍ମ ଧରିବାକୁ ଯାଉଛନ୍ତି। ଦଳରୁ ଇସ୍ତଫା ଦେବା ପରେ ଏଠାରେ ସରକାର ଭାଙ୍ଗିଯିବାର ଆଶଙ୍କା ଦେଖା ଦେଇଛି। ମଧ୍ୟପ୍ରଦେଶରେ ଏପରି ରାଜନୈତିକ ଅସ୍ଥିରତା କଂଗ୍ରେସ ମୁଖିଆଙ୍କ ନିଦ ହଜାଇ ଦେଇଛି। ଏପରି ପରିସ୍ଥିତିରେ ରାଜନୀତିକ ବିଶ୍ଳେଷକଙ୍କ ନଜର ବୁଲିଛି ରାଜସ୍ଥାନ ଆଡକୁ। କାରଣ ଏଠି ବି ଦଳ ଭିତରେ ଚାପି ହୋଇ ରହିଛି ଅନେକ ପୁଞ୍ଜୀଭୂତ ଅସନ୍ତୋଷ। ମଧ୍ୟପ୍ରଦେଶ […]

  • Monday, 12 July 2021
1213
ମହିଳା ଦିବସରେ ବାପାଙ୍କୁ ମିଳିଲା ଶ୍ରେଷ୍ଠ ମା’ର ସମ୍ମାନ

ପୁଣେ: ସରିଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ଏହି ଅବସରରେ ଅନେକ ମହିଳାଙ୍କୁ ସମ୍ମାନିତ କରାଯାଇଛି। ଅନେକ ମହିଳାଙ୍କ ସାହସିକତା, କରୁଣ କାହାଣୀ ଶୁଣିବାକୁ ମିଳିଛି। ଏପରିକି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ହେଲେ ଏ ହେଉଛନ୍ତି ମହାରାଷ୍ଟ୍ରର ପୁଣେ ସହରର ଆଦିତ୍ୟ ତିୱାରୀ। ଆଦିତ୍ୟଙ୍କୁ ମିଳିଛି ଆନ୍ତର୍ଜାତିକ ମହିଳା ଦିବସରେ ଶ୍ରେଷ୍ଠ ମା’ ପୁରସ୍କାର। ଆଶ୍ଚର୍ଯ୍ୟ ଲାଗୁଛି ନା ! […]

  • Monday, 12 July 2021
corona-111
ସାଧାରଣ ଜ୍ୱର ନା କରୋନା ? କେମିତି ଚିହ୍ନିବେ, ଜାଣନ୍ତୁ ଟିପ୍ସ

ନୂଆଦିଲ୍ଳୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଆଜି ସୁଦ୍ଧା ୩୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଚୀନରେ ମହାମାରୀ ରୂପ ନେଇଥିବା କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। କରୋନାକୁ ନେଇ କିପରି ସତର୍କ ରହିବ ସେ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଥଣ୍ଡା, ଜର, କାଶ ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କୁହାଯାଇଛି। ତେଣୁ ସାମାନ୍ୟ ଜର ବା ଥଣ୍ଡା ହେଲେ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି। ତେବେ […]

  • Monday, 12 July 2021
sadhu
ଭଜନ ପ୍ରେମରେ ଭାଲୁ: ଶିକାରକୁ ଛାଡ଼ି ପ୍ରସାଦ ଖାଉଛନ୍ତି

ରାୟପୁର: ମଣିଷ-ପଶୁ ମଧ୍ୟରେ ପୁଣି ମଧୁର ସମ୍ପର୍କ ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଙ୍ଗଲର ହିଂସ୍ର ଜନ୍ତୁଟିଏ ଆସି ମଣିଷ ପାଖରେ ଠିଆ ହେଉଛି। ପୁଣି ଭଜନ ଶୁଣୁଛି। ପ୍ରସାଦ ଖାଇବା ପରେ ପୁଣି ଜଙ୍ଗଲକୁ ଚାଲି ଯାଉଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏମିତି ମଧୁର ସମ୍ପର୍କ ଗଢି ଉଠିଛି ଜଣେ ସାଧୁ ଆଉ ଭାଲୁ ପରିବାର ମଧ୍ୟରେ। ଭଜନ ପ୍ରେମରେ ପଡ଼ିଯାଇଛନ୍ତି ଗୋଟିଏ ଭାଲୁ ପରିବାର।  ଭଜନ ଗାଉଥିବା […]

  • Monday, 12 July 2021
kala-pahada
କାହିଁକି ମନ୍ଦିର ଭାଙ୍ଗୁଥିଲା କଳାପାହାଡ଼

କଳାପାହାଡ ନାଁ ଶୁଣିଲେ ଆଖି ଆଗରେ ଭାସି ଉଠେ ଭୂଲୁଣ୍ଠିତ ମନ୍ଦିରର ଦୃଶ୍ୟ। ଭଗ୍ନ ମୁଖଶାଳାର ଚିତ୍ର। ମନ ଭିତରେ ନୀରବରେ ଗୁଞ୍ଜରି ଉଠେ ‘ଆସିଲା କଳାପାହାଡ଼…ଭାଙ୍ଗିଲା ଲୁହାର ବାଡ଼..’। ତେବେ କିଏ ଏହି କଳାପାହାଡ଼ ? ହିନ୍ଦୁ ମନ୍ଦିର ଉପରେ ତା’ର ଏତେ ରାଗ କାହିଁକି ? କାହିଁକି ମନ୍ଦିର ଲୁଣ୍ଠନ କରୁଥିଲା ? ଏ ସମସ୍ତ ପ୍ରଶ୍ନକୁ ନେଇ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ। କଳାପାହାଡ । ଓଡ଼ିଶା ଇତିହାସରେ ଏଇ ନାଁ ଆପଣ […]

  • Monday, 12 July 2021
Untitled-2
ESA ଏବଂ NASAର ଐତିହାସିକ ମିଶନ; ଖୁବ୍‌ ଶୀଘ୍ର ଆସିବ ସୂର୍ଯ୍ୟର ଫଟୋ

ୱାଶିଂଟନ୍‌:ୟୁରୋପିଆନ ସ୍ପେଶ୍‌ ଏଜେନ୍ସି (ESA) ଏବଂ ଆମେରିକା ସ୍ପେଶ୍‌ ଏଜେନ୍ସି (NASA)ର ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ  ତାର ଐତିହାସିକ ଯାତ୍ରା ଆରମ୍ଭ କରିଛି । ସୋମବାର ଏହି ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ ଅନ୍ତରୀକ୍ଷରେ ପ୍ରବେଶ କରିଛି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଅତି ନିକଟରୁ ସୂର୍ଯ୍ୟ ଓ ଏହାର ବିଭିନ୍ନ ପୋଲର ଫଟୋ ସଂଗ୍ରହ କରିବା । ନାସା ଏକ ବୟାନ ଜାରି କରି କହିଛି, ୧.୫ ଅରବ ଡଳାର ବ୍ୟୟରେ ହୋଇଥିବା ଏହି ସ୍ପେଶ୍‌କ୍ରାଫ୍ଟକୁ ଫ୍ଲୋରିଡ଼ାର […]

  • Monday, 12 July 2021
prpose
ଏମିତି ଗିପ୍ଟ ଦେଇ ପ୍ରପୋଜ କରନ୍ତୁ...

ଚାଲିଛି ପ୍ରେମ ସପ୍ତାହ। ଗୋଲାପର ସୁଗନ୍ଧରୁ ଆରମ୍ଭ ହୋଇଥିବା ଏହି ସପ୍ତାହର ଦ୍ୱିତୀୟ ଦିନ ଆଜି-ପ୍ରପୋଜ ଡେ’।  ଏକଥା ସତ ଯେ, ପ୍ରେମକୁ ଜାହିର କରିବାକୁ ପଡେନାହିଁ। ଆଖିରେ ଆଖି ମିଶିଲେ ପଢି ହୋଇଯାଏ ପ୍ରେମର ଭାଷା। ତଥାପି ଏଇ ପ୍ରେମ ସପ୍ତାହକୁ ଟିକେ special କରିବା ପାଇଁ ପ୍ରେମୀ ଯୁଗଳ ଅପେକ୍ଷା କରିଥାନ୍ତି। ପ୍ରେମ ସପ୍ତାହର ଏଇ ଦ୍ୱିତୀୟ ଦିନଟି ବେଶ ମହତ୍ୱପୂର୍ଣ୍ଣ। ପ୍ରଥମ ଥର ପାଇଁ ନିଜର ମନର କଥା ମନର ମଣଷକୁ ଜଣାଇବ। […]

  • Monday, 12 July 2021
madhu-babu
ଦିନେ ମଧୁବାବୁଙ୍କ ଚୁଟି କାଟି ଦେଇଥିଲେ ଦୁଷ୍ଟ ସହପାଠୀ: ତା ପରେ...

ଉତ୍କଳର ବର ପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ। ଯାହାଙ୍କୁ ସାରା ଓଡ଼ିଶା ମଧୁବାବୁ ଓ ମଧୁବାରିଷ୍ଟର ନାମରେ ଜାଣିଛି। ଓଡ଼ିଆ ଜାତିର ଅସ୍ମିତାର ବାର୍ତ୍ତାବହ ଏହି ସ୍ୱାଭିମାନି ପୁରୁଷଙ୍କ ପାଇଁ ରାଜ୍ୟ ସବୁବେଳେ ଗର୍ବ କରେ। ଆଜି ସେହି ମହାନ ଆତ୍ମାଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କରି ସ୍ମରଣାର୍ଥେ ମିହିର୍‌ ପଟ୍ଟନାୟକଙ୍କର ଏହି ସ୍ୱତନ୍ତ୍ର ଆଲେଖ୍ୟ ପଢ଼ନ୍ତୁ। ଓଡ଼ିଆ ଘରେ କଥାଟାଏ ଅଛି, “ବୋପା ତେଲ ସାଥିରେ ନଣ୍ଡା, ପୁଅ ବେଣ୍ଟେଇ ବାଳ ରଖୁଛି।” ପିଲାବେଳେ ଏହି […]

  • Monday, 12 July 2021
padma-besa-2
ଶ୍ରୀଅଙ୍ଗ ଛୁଇଁବା ପରେ ସତେଜ ହୋଇଗଲା ମଉଳା ଫୁଲ

ପୁରୀ ( ମିହିର ପଟ୍ଟନାୟକ): ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ଗତକାଲି ଥିଲା ଏହି ଶୁଭ ଦିନଟି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ କାଳିଆ ଠାକୁରଙ୍କ ନିତ୍ୟ ବଡ଼ସିଂହାର ବେଶ ହୋଇ ନ ଥିଲା। […]

  • Monday, 12 July 2021
rope
ଫାଶି ପାଇଁ କାହିଁକି ଖୋଜା ପଡ଼େ ‘ମନିଲା ରୋପ୍‌’

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ହେଉଛି ତିହାର ଜେଲ୍‌। ଏଥିପାଇଁ ପ୍ରସ୍ତୁତି ପହଞ୍ଚିଲାଣି ଶେଷ ପର୍ଯ୍ୟାୟରେ। ଜଲ୍ଲାଦଠାରୁ ଫାଶୀ ଦଉଡି ସମସ୍ତେ ଅପେକ୍ଷା କରିଛନ୍ତି ସେଇଦିନକୁ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଦୋଷୀଙ୍କୁ ଫାଶ ଦିଆଯିବା ପାଇଁ ଜାନୁଆରୀ ୨୨ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା। ଯଦିଓ ଏହି ତାରିଖରେ ଦୋଷୀଙ୍କୁ ଫାଶୀ ହେବନି ବୋଲି କୁହାଯାଉଛି ତଥାପି ତିହାର ଜେଲ୍‌ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ତେବେ […]

  • Monday, 12 July 2021
croraapati
କୋଟିପତିଙ୍କ ଗର୍ଲଫ୍ରେଣ୍ଡ ହେବାକୁ ଚାହୁଁଛନ୍ତି ? ଜାନୁଆରୀ ୧୭ ସୁଦ୍ଧା ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଜହ୍ନରାଇଜକୁ ବୁଲିବାକୁ ଯିବେ। ଏଥିପାଇଁ ସାଥୀଟିଏ ଲୋଡ଼ା। କିଏ ହେବ ତାଙ୍କ ଜହ୍ନଯାତ୍ରାର ସାଥୀ ?  ହଁ, ଯେ କେହି ବି ତାଙ୍କ ସାଥୀ ହୋଇପାରିବେ। ଖାଲି ଅଳ୍ପ କେତୋଟି ସର୍ତ୍ତ ରହିଛି ଏଥିପାଇଁ। ଏମିତି ଏକ ବିଜ୍ଞାପନ ଦେଇଛନ୍ତି ଜାପାନର ଜଣେ କୋଟିପତି। ନାଁ ତାଙ୍କର ୟୁସାକୁ ମୈଜାୱା (Yusaku Maezawa) । କୋଟିପତି ୟୁସାକୁ ସାଥୀ ସନ୍ଧାନରେ ଅଛନ୍ତି। ଆଉ ଏଥିପାଇଁ ସେ ଆଜି ଚର୍ଚ୍ଚାରେ। ସେ ଏମିତି ଏକ ସାଥୀ ଖୋଜୁଛନ୍ତି […]

  • Monday, 12 July 2021