ଗୁଗଲ୍ ଗବେଷକମାନେ ୧୦ଟି ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ରେ ଏକ ବଡ଼ ତ୍ରୁଟି ବାହାର କରିଛନ୍ତି। ସ୍ୟାମ୍ସଙ୍ଗ୍, ସାଓମୀ, ଓପ୍ପୋ ଓ ଗୁଗଲର ନିଜ ଫୋନ୍ ପିକ୍ସେଲ୍ ଭଳି ବ୍ରାଣ୍ଡରେ ଏହି ତ୍ରୁଟି ଦେଖାଯାଇଛି। ଏକ ରିପୋର୍ଟ ଅନୁସାରେ ଫୋନ୍ଗୁଡ଼ିକର ଆଣ୍ଡ୍ରେଏଡ୍ରେ ଥିବା kernel Codeରେ ଏହି ତ୍ରୁଟି ଦେଖାଯାଇଛି। ଯାହାଫଳରେ ହ୍ୟାକ୍ରମାନେ ଆପଣଙ୍କ ଫୋନ୍କୁ ହ୍ୟାକ୍ କରି ଆପଣଙ୍କ ଫୋନ୍ ସମ୍ପୂର୍ଣ୍ଣ ତାଙ୍କ କଣ୍ଟ୍ରୋଲ୍ରେ ନେଇପାରିବେ। ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ରେ ଆସିଥିବା ଏହି ନୂଆ ବିପଦକୁ Zero-Day ବୋଲି କୁହାଯାଉଛି। […]
ନୂଆଦିଲ୍ଲୀ : ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ। ଆଜିର […]
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା। ଏହି ପବିତ୍ର ପର୍ବ ଆଶ୍ୱିନମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୯ଦିନ ଧରି ଚାଲେ। ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଚଳିତବର୍ଷ ମହାନବରାତ୍ର ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା କରାଯିବ। ଏହାପରେ ଆରମ୍ଭ ହୋଇଯିବ ନବରାତ୍ରର ବ୍ରତ। […]
ତେହରାନ: ଇରାନ ସାଂସଦରେ ଏମିତି ଏକ ବିଲ୍ ଏବେ ପାସ୍ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ବିଲ୍ ଅନୁଯାୟୀ ଏଠାରେ ପିତା ନିଜର ପାଳିତା ଝିଅକୁ ବିବାହ କରିପାରିବ। ତେବେ ଏହି ଝିଅର ବୟସ ୧୩ ବର୍ଷରୁ ଅଧିକ ହୋଇଥିବ। ଇରାନରେ ଏହି ବିଲ୍ ୨୨ ସେପ୍ଟେମ୍ବରରେ ପାସ୍ ହୋଇଛି। ତେବେ ଇରାନର କିଛି ଲୋକ ଏହି ବିଲ୍କୁ ବିରୋଧ କରିଛନ୍ତି। ଜଷ୍ଟିନ ଫର୍ ଇରାନ ନାମକ ଏକ ସଂସ୍ଥାର ମାନବ ଅଧିକାର ଓକିଲ […]
ଓଟିଭି: ମୁଖ୍ୟମନ୍ତ୍ରୀ କେବେ କାହାକୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରନ୍ତି ନାହିଁ। ଏ କଥା ଓଡ଼ିଶା ଜାଣେ। ହେଲେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଆପଣଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି ମୁଖ୍ୟମନ୍ତ୍ରୀ, କ’ଣ କହିବେ। ବୈଜୟନ୍ତ : ଏହା ଅତ୍ୟନ୍ତ ଦୁଃଖର ବିଷୟ। ଆମ ୨ ପରିବାର ଦୀର୍ଘ ୯୦ ବର୍ଷର ସମ୍ପର୍କରେ କଳଙ୍କ ଲାଗିଛି। ମୋ ଅଜା ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜେଜେଙ୍କ ସମ୍ପର୍କ ଭଲ ଥିଲା। ମୋ ବାପାଙ୍କ ସହ ତାଙ୍କ ବାପାଙ୍କ ସମ୍ପର୍କକୁ ସାରା […]
ଫଟୋ ପଛର କାହାଣୀରେ ଆଜି ଆମେ ଜାଣିବା ଜଣେ ସବୁଜ ଆଖି ଥିବା ଝିଅର କାହାଣୀ। ଯିଏ ୧୭ ବର୍ଷ ଧରି ରହସ୍ୟମୟ ହୋଇ ରହିଥିଲେ। ୧୯୮୫ ମସିହାରେ ନ୍ୟାସନ୍ୟାଲ୍ ଜିଓଗ୍ରାଫିକ୍ ମାଗାଜିନ୍ର କଭର ପେଜ୍ରେ ଜଣେ ସବୁଜ ଆଖିଥିବା ଝିଅର ଫଟୋ ସ୍ଥାନ ପାଇଥିଲା। ଆଉ ଏହାର କ୍ୟାପ୍ସନ ଥିଲା ‘ହଣ୍ଟେଡ୍ ଆଇଜ୍ ଟେଲ୍ ଅପ୍ ଏନ୍ ଆଫଗାନ ରିଫ୍ୟୁଜିସ୍ ଫିୟର୍ସ।’ ଆଉ ଏହି ଫଟୋ ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା। ଲୋକେ ଏହି ଫଟକୁ […]
ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ଛୋଟ ପିଲାଙ୍କ ହାତରେ ନେଲ୍ ପଲିସ୍ ଲାଗିଥିବା ଦେଖିଥିବେ। ଛୋଟ ପିଲା ଜିଦି କଲେ ମା’ମାନେ ତାଙ୍କ ହାତରେ ନେଲପଲିସ୍ ଲଗାଇ ଦେଇଥାନ୍ତି। ତେବେ କ’ଣ ଆପଣ ଜାଣିଛନ୍ତି କି ଛୋଟ ଛୁଆଙ୍କ ହାତରେ ନେଲ ପଲିସ୍ ଲଗାଇବା କେତେ ସୁରକ୍ଷିତ ? ଡାକ୍ତରଙ୍କ କହିବା ଅନୁସାରେ ନେଲ ପଲିସ୍ରେ ଥିବା କେମିକାଲ୍ ଛୁଆଙ୍କ ଶରୀର ଉପରେ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ନେଲ୍ ପଲିସ୍ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ। କସମେଟିକ୍ ଡାକ୍ତରଙ୍କ […]
ଭୁବନେଶ୍ୱର : ବର୍ଷା ଦିନେ ସାପ କାମୁଡ଼ିବାର ଆଶଙ୍କା ଅଧିକ ଥାଏ। ତେବେ ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରାଯିବା ଉଚିତ୍, ସେ ନେଇ ବହୁତ ଲୋକ ସଚେତନ ନୁହନ୍ତି। ଏ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ମହାନ୍ତି। କେଉଁ ସାପ କାମୁଡ଼ିଲେ କେଉଁ ଲକ୍ଷଣ ଦେଖାଯାଏ, ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବେ ଓ ସାପ କାମୁଡ଼ିଲେ କେମିତି ଚିକିତ୍ସା କରାଯାଏ- ଏସବୁ ସଂପର୍କରେ ସେ ସୂଚନା […]
ନୂଆଦିଲ୍ଲୀ: Whats App ବ୍ୟବହାର କରୁଛନ୍ତି ? ତାହାଲେ ସାବ୍ଧାନ ରୁହନ୍ତୁ। କାରଣ Whats Appରେ ଏକ ନୂଆ ଭାଇରସ୍ର ସନ୍ଧାନ ମିଳିଛି, ଯାହାକୁ ବ୍ୟବହାର କରି ହ୍ୟାକର୍ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକ୍ କରିଦେଇପାରେ। ଗୁଗୁଲ୍ର ପ୍ରୋଜେକ୍ଟ ଜିରୋ ଟିମ୍ ଏହି ବଗ୍ ବା ଭାଇରସ୍ର ସନ୍ଧାନ ପାଇଛନ୍ତି। ସେଥିପାଇଁ IOS ୟୁଜର୍ସଙ୍କୁ ସାବଧାନ୍ କରାଇ ଦିଆଯାଉଛି ଯେ, ସେମାନେ ଯେପରି ମେସେଜ୍ ପଠାଉଥିବା ୱେବସାଇଟ୍କୁ କ୍ଲିକ୍ ନ କରନ୍ତି। କାରଣ ଏ ପ୍ରକାର ୱେବସାଇଟ୍ […]
ଭୁବନେଶ୍ୱର : ବାରମ୍ବାର ନାକରେ ଆଙ୍ଗୁଳି ଭର୍ତ୍ତି କରିବା ଭଲ ଅଭ୍ୟାସ ନୁହେଁ। ଛୋଟ ପିଲାଙ୍କ କଥା ଛାଡ଼, ଅନେକ ବଡ ବଡ ଲୋକଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି। ହୁଏତ ସେମାନେ ନିଜ ଅନ୍ୟମନସ୍କତାରେ ଏପରି କରିଥାଇ ପାରନ୍ତି। ଏହାଦ୍ୱାରା ନାକର କ୍ଷତି ତ ନିଶ୍ଚୟ ହୋଇଥାଏ। ହେଲେ ମନେ ରଖନ୍ତୁ, ଆପଣଙ୍କର ଏପରି କାମକୁ ଦେଖୁଥିବା ଲୋକର ମନରେ ଏକପ୍ରକାର ବିକାର ଭାବ ବି ସୃଷ୍ଟି ହୋଇଥାଏ। ‘ନ୍ୟାସ୍ନାଲ୍ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ଇନଫର୍ମେସନ୍’ […]
ଭୁବନେଶ୍ୱର(ମିହିର ପଟ୍ଟନାୟକ): ଶ୍ରୀ ମନ୍ଦିରରେ ଗଣପତି ଉପାସନା ପ୍ରାଚୀନ କାଳରୁ ରହିଛି। କୁହାଯାଏ, ମନ୍ଦିର ନିର୍ମାଣ ସମୟରୁ ହିଁ ବଟ ବୃକ୍ଷ ମୂଳରେ ଶ୍ରୀ ଗଣେଶଙ୍କୁ ସ୍ଥାପନା କରାଯାଇଛି। ଯାହାଙ୍କୁ ଶ୍ରୀମନ୍ଦିର ବେଢ଼ା ପରିକ୍ରମା ଅଥବା ଜଗନ୍ନାଥ ଦର୍ଶନ ସମୟରେ ପ୍ରଥମ ଦର୍ଶନ କରିବାର ବିଧି ଅଦ୍ୟାବଧି ରହିଛି। ସେ ହେଉଛନ୍ତି ଶ୍ରୀ ମନ୍ଦିରରେ ପୂଜା ପାଉଥିବା ସର୍ବପ୍ରାଚୀନ ଗଣେଶ । ଆସନ୍ତାକାଲି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ଏହି ଅବସରରେ ଆସନ୍ତୁ ଜାଣିବା ଭାରତର ଏକ […]
ଝାରସୁଗୁଡ଼ା : ଇଚ୍ଛାଶକ୍ତି ଦୃଢ ଥିଲେ, ଲକ୍ଷ୍ୟ ପ୍ରତି ଆନ୍ତରିକତା ଥିଲେ କୌଣସି ପ୍ରତିବନ୍ଧକ ତୁମକୁ ପଥଚ୍ୟୁତ କରାଇ ପାରିବନି। ଏମିତି ଏକ ଇଚ୍ଛାଶକ୍ତି ଏବଂ ଆନ୍ତରିକତା ଥିଲା ଶଶିକାନ୍ତଙ୍କ ପାଖରେ ଯେଉଁଥି ପାଇଁ ସେ ଆଜି ସିଙ୍ଗଡା ବିକାଳିରୁ ହୋଇପାରିଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ। ଆମେ କହୁଛୁ ଝାରସୁଗୁଡ଼ାର ଶଶିକାନ୍ତ ଶର୍ମାଙ୍କ କଥା, ତାଙ୍କ ସଫଳତାର କାହାଣୀ। ଏକ ମାରଓ୍ୱାଡ଼ି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶଶିକାନ୍ତ। ବାପା ମହେଶ ଶର୍ମା ଜଣେ ସିଙ୍ଗଡ଼ା ବିକାଳି। ଖଣ୍ଡା […]
ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫ୍ରାନ୍ସ ଜି-୭ରେ ସମ୍ମିଳନୀରେ ସାକ୍ଷାତ ହୋଇଥିଲା। ଦୁଇ ନେତାଙ୍କର ଏହି ସାକ୍ଷାତକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍ ଗୁରୁତ୍ୱ ବହନ କରୁଥିଲା। ବିଶେଷ କରି ଭାରତ-ପାକିସ୍ତାନ ପାଇଁ। କାରଣ ଏହି ସାକ୍ଷାତ ସମୟରେ ଟ୍ରମ୍ପ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଥିଲେ। ପାକିସ୍ତାନ ବେଶ ଉତ୍ସାହର ସହ ଏହି ସାକ୍ଷାତକାରକୁ ଚାହିଁ ବସିଥିଲା। ହେଲେ ଟ୍ରମ୍ପ […]
ଭୁବନେଶ୍ୱର: ଅଫିସ୍ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍ଫୁଡ୍ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଓ ଜଣେ ବ୍ୟକ୍ତିଙ୍କୁ ହୃଦ୍ଘାତ ବା ହାର୍ଟ ଆଟାକ୍ ଆସିଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବା ଉଚିତ୍, ଏହାକୁ ନେଇ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର […]
ଭୁବନେଶ୍ୱର : ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ ନିଜକୁ […]
ଯାଜପୁର:ତ୍ୟାଗର ଅନ୍ୟନାମ ପ୍ରେମ। ଯେଉଁ ପ୍ରେମରେ ତ୍ୟାଗ ନାହିଁ, ନିଷ୍ଠା ନାହିଁ ସେ ପ୍ରେମ କେବେ ଶାଶ୍ୱତ ହୋଇ ପାରେନା। ଏମିତି ଶାଶ୍ୱତ ପ୍ରେମକୁ ନେଇ ଅନେକ ଫିଲ୍ମ ଆମେ ଦେଖିଛେ, ଗପବହି ପଢିଛେ। ହେଲେ ଏହି ରିଲ୍ ଲାଇଫର ପ୍ରେମ ବାସ୍ତବ ଜୀବନରେ ଅବାସ୍ତବ ଲାଗେ। କିନ୍ତୁ ରିଲ୍ ଲାଇଫ୍ର ସବୁ ପ୍ରେମ କାହାଣୀ ରିଅଲ ଲାଇଫ୍ରେ ଅବାସ୍ତବ ନୁହେଁ। ଏଇ ଯେମିତି ଅଶୋକ ଆଉ ବିଜୟଲକ୍ଷ୍ମୀଙ୍କ ପ୍ରେମ କାହାଣୀ। ଶୁଣିଲେ ଆଖି ଆଗରେ ନାଚିଯିବ […]
ନୂଆଦିଲ୍ଲୀ: ଦୀର୍ଘ ସଂଗ୍ରାମ ପରେ ଭାରତ ତାର ସ୍ୱାଧୀନତା ହାସଲ କରିଥିଲା ୧୯୪୭ ଅଗଷ୍ଟ ୧୫ ତାରିଖରେ। ହେଲେ କିଏ ବାଛିଥିଲା ଏଇ ତାରିଖ ? ଏକଥା ସତ ଯେ, ଭାରତୀୟମାନେ ବାଛି ନ ଥିଲେ ଏହି ତାରିଖ । ବରଂ ବିରୋଧ କରିଥିଲେ। କାରଣ ଏହି ଦିନର ତିଥି ଭାରତୀୟଙ୍କ ପାଇଁ ଆଦୌ ଭଲ ନ ଥିଲା। ତେବେ କିଏ ବାଛିଲା ଏହି ତାରିଖ ! ସେଦିନ ତାରିଖ ଥିଲା ୩ ଜୁନ୍ ୧୯୪୭ ମସିହା। […]
ତାଙ୍କୁ ସେତେବେଳେ ମାତ୍ର ୧୨ ବର୍ଷ। ଶୁଣିବାକୁ ପାଇଥିଲେ ଜଲିଆନାୱାଲାବାଗ୍ ହତ୍ୟାକାଣ୍ଡ। ଘରେ ସ୍ଥିର ହୋଇ ବସି ପାରିଲେ ନାହିଁ। ସ୍କୁଲ ନ ଯାଇ ସିଧା ଚାଲିଲେ ଘଟଣାସ୍ଥଳକୁ। କୁନି ପିଲାଟି କ’ଣ ଭାବିଲା କେଜାଣି, ଭାରତୀୟଙ୍କ ରକ୍ତରେ ଭିଜି ଯାଇଥିବା ଲାଲ୍ ମାଟି ଆଣି ଗୋଟିଏ ବୋତଲରେ ଭର୍ତ୍ତି କଲା । ଶେଷଯାଏ ସେହି ମାଟିକୁ ସେ ପୂଜା କରୁଥିଲା ପଲାଟି। ଜାଣନ୍ତି ସେ କିଏ ? ଏହି ବୀର ହେଉଛନ୍ତି ଭଗତ୍ ସିଂ। ସ୍ୱାଧୀନତା ସଂଗ୍ରାମର ଏହି […]
କେତେକ କ୍ଷେତ୍ରରେ ମଣିଷ ଓ ପିମ୍ପୁଡ଼ିଙ୍କ କାର୍ଯ୍ୟରେ ସାମଞ୍ଜସ୍ୟ ଦେଖାଯାଏ। ପିମ୍ପୁଡ଼ିମାନେ ମଣିଷଙ୍କ ଭଳି କାର୍ଯ୍ୟ କରନ୍ତି। ମଣିଷମାନଙ୍କ ଭଳି ଚାଷବାସ କରନ୍ତି, ଖାଦ୍ୟ ସଂଗ୍ରହ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ଓ ଶୃଙ୍ଖଳାରେ ଧାଡ଼ି ବାନ୍ଧି ଯା’ ଆସ କରନ୍ତି। ଖାଲି ସେତିକି ନୁହେଁ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସୈନିକ ଭଳି ମିଳି ମିଶି ଆକ୍ରମଣ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ? ଏହିସବୁ କାର୍ଯ୍ୟ ଛଡ଼ା ପିମ୍ପୁଡ଼ି […]
ଶ୍ରୀନଗର :ଜମ୍ମୁକାଶ୍ମୀରରେ ଧାରା ୩୭୦ ହଟିବା ପରେ ସେଠାରେ ପରସ୍ଥିତି ବେଶ ଗମ୍ଭୀର। ଭାରତ ନୁହେଁ, ପ୍ରତ୍ୟେକ ଦେଶର ନଜର ଏବେ ଜମ୍ମୁକାଶ୍ମୀର ଉପରେ। କେଉଁ ମୁହୂର୍ତ୍ତରେ କ’ଣ ବି ଘଟିପାରେ । ଏମିତି ସ୍ଥିତିରେ ଏବେ ଜାମ୍ମୁ-କାଶ୍ମୀର। ତଥାପି ପରିସ୍ଥିତିକୁ ସମ୍ଭାଳିବା ପାଇଁ ସୁରକ୍ଷାକର୍ମୀ-ପୁଲିସ-ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଧାରା ୩୭୦ ହଟିବା ପରଠାରୁ ଅର୍ଥାତ୍ ୮ ଦିନ ଭିତରେ ଏଠାରେ କୌଣସି ଅପ୍ରୀତିକର ଘଟିଥିବା ନଜରକୁ ଆସିନାହିଁ। ସବୁଠୁ ଉତ୍ତେଜନାପୂର୍ଣ୍ଣ ସ୍ଥାନ ଶ୍ରୀନଗରରେ […]
ଭୁବନେଶ୍ୱର: କେତେକ କ୍ଷେତ୍ରରେ ଦେଖାଯାଏ, ରିଲେସନ୍ସିପ୍ରେ ଥିବାବେଳେ ପୁରୁଷ ହୁଅନ୍ତୁ ବା ମହିଳା ତାଙ୍କ ପାର୍ଟନରଙ୍କୁ ଚାହିଁଲେ ବି ଅନେକ ସମୟରେ ଖୁସି ରଖି ପାରନ୍ତି ନାହିଁ। ଏପରି ହେବା ପଛରେ ଅନ୍ୟ କୌଣସି କାରଣ ନାହିଁ। କାରଣ କେବଳ ମାନସିକତା। ବେଳେ ବେଳେ ପାର୍ଟନରଙ୍କ ସଙ୍କୁଚିତ ମାନସିକତା ଯୋଗୁ ଆମେ ବହୁମୂଲ୍ୟ ସମୟ, ଖସି ସବୁକିଛି ନଷ୍ଟ କରି ଦେଇଥାଉ। ସଙ୍କୁଚିତ ମାନସିକତା ଏକ ରିଲେସନ୍ସିପ୍ ପାଇଁ ଆଦୌ ଭଲ ନୁହେଁ। ଏହା ସଂପର୍କକୁ ଭାଙ୍ଗିଦିଏ। […]
ଆଉ ଆଳ୍ପ କିଛି ଦିନର ଅପେକ୍ଷା। ଭାରତ ତାର ୭୩ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ସେଥିପାଇଁ ସବୁଠି ଖୁସି ଆଉ ଆନନ୍ଦର ପରିବେଶ। ଆଜି ଆମେ ଯେଉଁ ସ୍ୱାଧୀନତାର ସ୍ୱାଦ ଚାଖୁଛୁ, ତା’ ପଛରେ ଆମ ପୂର୍ବଜ ମାନଙ୍କର ବଳିଦାନ ରହିଛି। ଏହି ମୁକ୍ତି ସଂଗ୍ରାମରେ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ସାମିଲ୍ ଥିଲେ। ସେଥିମଧ୍ୟରୁ ଏମିତି ଅନେକ ବିଶିଷ୍ଟ ଯୋଦ୍ଧା ରହିଛନ୍ତି, ଯେଉଁମାନଙ୍କୁ ନେଇ ଏତେ ଚର୍ଚ୍ଚା କିମ୍ବା ଆଲୋଚନା ହୁଏନି। ଆଜି […]
ନୂଆଦିଲ୍ଲୀ: ଲାଜବାବ୍ ସୁଷମାଙ୍କ ଭାଷଣ। ଅକାଟ୍ୟ ତାଙ୍କର ଯୁକ୍ତି। ତାଙ୍କ ବକ୍ତବ୍ୟର ପ୍ରତ୍ୟେକଟି ଶବ୍ଦ କହେ ଗୋଟିଏ ଗୋଟିଏ କଥା। ସେ ଶବ୍ଦର ଯେମିତି ବିକଳ୍ପ ନାହିଁ। କୋମଳ, ଲାଳିତ୍ୟପୂର୍ଣ୍ଣ ଢଙ୍ଗରେ ସେ ଏମିତି ତାଙ୍କର ଯୁକ୍ତି ଉପସ୍ଥାପନ କରନ୍ତି, ପ୍ରତିପକ୍ଷ ଚୁପ୍ ହେବାକୁ ବାଧ୍ୟ ହୋଇଥାଏ। ତାଙ୍କର ଆବର୍ତ୍ତମାନରେ ଆଜି ମନେପଡେ ସେଇସବୁ କଥା, ଯୁକ୍ତି, ଭାଷଣ ଆଉ ଅଭିଭାଷଣ। ଏଇ ପରିପ୍ରେକ୍ଷୀରେ ଆମେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ଉପରେ କହିବାକୁ ଚାହିଁବୁ ଯାହା […]
ଭୁବନେଶ୍ୱର:”ଏକ ହି ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର୍ ଦୋ ନିଶାନ୍ ନହିଁ ଚଲେଗା”। ଏହି ନାରା ଦେଇ ୧୯୫୩ ମେ’ ୧୧ରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିଲେ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ। ଧାରା ୩୭୦କୁ ବିରୋଧ କରି ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ଶ୍ୟାମା ପ୍ରସାଦଙ୍କୁ ଗିରଫ କରଗଲା। ଆଉ ଏହାର ହଠାତ୍ ମାସକ ପରେ ୨୩ ଜୁନ୍ ୧୯୫୩ରେ ତାଙ୍କର ରହସ୍ୟଜନକ ମୃତ୍ୟୁର ଖବର ଆସିଲା। କୁହାଯାଏ […]
‘ବହୁତ ଲଢିଲି। ଲଢି ଲଢି ଥକିଗଲି। ଆଉ ପାରୁନି। ଆଜି ମୁଁ ମୋର ପରାଜୟ ସ୍ୱୀକାର କରୁଛି। ଯେଉଁ ଲୋକମାନେ ମୋ ଉପରେ ଭରସା କରିଥିଲେ ସେମାନଙ୍କୁ ମୁଁ ନିରାଶ କରୁଛି। ମୋତେ କ୍ଷମା କରିଦେବେ। ଜଣେ ପ୍ରାଇଭେଟ ଇକ୍ୱିଟି ଲେଣ୍ଡର ପାର୍ଟନରଙ୍କ ଚାପ ଆଉ ସହି ପାରୁନି। ସିଏ ମୋତେ ଶେୟାର ଫେରାଇ ଆଣିବାକୁ ବାଧ୍ୟ କରୁଛନ୍ତି। ଏଥିପାଇଁ ୬ ମାସ ତଳେ ଜଣେ ବନ୍ଧୁଙ୍କଠାରୁ କରଜ ଆକାରରେ ବହୁତ ଅଧିକ ଟଙ୍କା ଆଣିଛି। ଏବେ […]