ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଶା ନୁହେଁ, ସାରା ଦେଶରେ ଉଦ୍ଦିପନାର ସହ ପାଳିତ ହେଉଛି ମକର ସଂକ୍ରାନ୍ତି। ୧୨ ସଂକ୍ରାନ୍ତି ମଧ୍ୟରୁ ଏହି ସଂକ୍ରାନ୍ତି କାହିଁକି ଭିନ୍ନ ? କ’ଣ ରହିଛି ଏହି ଦିନର ବିଶେଷତ୍ୱ। ସାଧାରଣତଃ ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କାରଣ କେହି କେବେ ଭାବି ନ ଥିଲେ ସେ, ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବେ। ଏହି ଘଟଣା ପରେ ତାଙ୍କର ଫ୍ୟାନ୍ସଙ୍କଠୁ ଆରମ୍ଭ କରି ପରିବାର ଲୋକେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ସମସ୍ତଙ୍କୁ ଏକ ପ୍ରକାର ଝଟ୍କା ଲାଗିଛି। ଏପରିକି ବଲିଉଡ୍ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଘଟଣା ପରଠୁ ଏକ […]
ସୋର:ମୁଁ ସୋନୀ। ସୁଇଟ ହାର୍ଟ। ଟୋକାଙ୍କ ଛାତିରେ ବାଡେଇ ହୁଏ ମୁଁ । ସୁପର ସାଇକ୍ଲାନ ପରି…। ସେ ନାୟିକା ନୁହଁନ୍ତ, ଖଳନାୟିକା। କିନ୍ତୁ ଯାତ୍ରା ଦର୍ଶକଙ୍କର ଅତି ଆପଣାର। ମଞ୍ଚରେ ଏମିତି ହଟ୍ ଡାଇଲଗ୍ କହି ବେଶ୍ ତାଳି ସାଉଁଟନ୍ତି ବୈଶାଳୀ ସାହୁ ଓରଫ ରୀନା। ଛ’ ଭାଇ ଭଉଣୀ। ଆର୍ଥକ ଅବସ୍ଥା ଭଲ ନୁହେଁ। ପିଲାମାନଙ୍କୁ କିପରି ମଣିଷ କରିବେ ଏଇ ଚିନ୍ତାରେ ବାପା ଗୋବର୍ଦ୍ଧନ ସାହୁ ଓ ମା’ ବାସନ୍ତୀ ଚିନ୍ତାରେ ଥିବାବେଳେ […]
ଜୀବନର ଏକ ମହାର୍ଘ ମୁହୂର୍ତ୍ତ ହେଉଛି ପ୍ରପୋଜ କରିବା। ଏହି ମୁହୂର୍ତ୍ତକୁ ସେ ନିଆରା , ସ୍ମରଣୀୟ କରିବାକୁ ଚାହୁଁଥିଲେ। ଏକଦମ୍ ରୋମାଣ୍ଟିକ୍ କରିବାକୁ ଚାହୁଁଥିଲେ। ହେଲେ ତାଙ୍କର ପ୍ରେମ ନିଶା ଉତୁରିଗଲା। ପ୍ରେମିକା ତାଙ୍କର ପ୍ରପୋଜାଲକୁ ଗ୍ରହଣ କରିବାକୁ ଯାଉଥିଲ, ତା’ ପରେ ଯେଉଁ ଦୁଃଖଦ ଘଟଣା ଘଟିଲା ଆପଣ ଶୁଣିଲେ ଲୋକ ଟାଙ୍କୁରି ଉଠିବ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ରୋମାଣ୍ଟିକ ପ୍ରପୋଜାଲ ଜଣେ ମହିଳାଙ୍କ ପାଇଁ କିପରି ମୃତ୍ୟୁର କାରଣ […]
ନୂଆଦିଲ୍ଲୀ: ଡିସେମ୍ବର ୩୧ ସେଇ ତାରିଖ, ୪୨୦ ବର୍ଷ ତଳେ ଠିକ୍ ଏଇ ଦିନରେ ଗଠିତ ହୋଇଥିଲା ଐତିହାସିକ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହି କମ୍ପାନୀ ଭାରତ ପାଇଁ ଏଥିପାଇଁ ସ୍ମରଣୀୟ ଯେ, ଏହା ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କଲା। ହେଲେ ଏବେ ବଦଳି ଯାଇଛି ସମୟ। ଏବେ ଏହି କମ୍ପାନୀ ଶାସନ ଦାୟିତ୍ୱ ଜଣେ ଭାରତୀୟଙ୍କ ହାତରେ। ଏହା ଏକ ଐତିହାସିକ ଘଟଣା ବୋଲି ଏଥିପାଇଁ କୁହାଯାଉଛି ଯେ ଯେଉଁ କମ୍ପାନୀ […]
ପୃଥିବୀ ଏବେ ଥଣ୍ଡାରେ ଥରୁଛି। ଯେମିତି ଫୃଥିବୀ ଉପରେ କେହି ବରଫ ଚାଦର ଘୋଡାଇ ଦେଇଛି। ହେଲେ ଏହି ଶୀତ, ଥଣ୍ଡା ଯେମିତି ହାର ମାନିଯାଇଛି ଏଇ ଯୁବକଙ୍କ ପାଖରେ। ଖାଲି ହାର ମାନିନି। ଯେମିତି ଥଣ୍ଡା ନିଜେ କମ୍ପି ଯାଉଛି ତାଙ୍କୁ ଦେଖି। କାରଣ ଏତେ ଥଣ୍ଡାରେ ବି ସେ ଖାଲି ପାଦରେ, ଖାଲି ଦେହରେ ବରଫ ଉପରେ ଦୌଡ଼ୁଛନ୍ତି। ଏହି ଆଇସମ୍ୟାନ ହେଉଛନ୍ତି ଫିନ୍ଲାଣ୍ଡର ବିମ ହାଫ। ବିମ୍ ହାଫ ଗତବର୍ଷ ଫିନ୍ଲାଣ୍ଡର ପୋଲାର […]
ଭୁବନେଶ୍ୱର(ସାରଦା ଲାହାଙ୍ଗୀର): ଦେଖୁ ଦେଖୁ ବିତିଗଲା ଅଭିଶପ୍ତ ବର୍ଷ ୨୦୨୦। ବର୍ଷ ତମାମ କୋରୋନାର କରାଳ ଛାୟା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଶିକ୍ଷା ,ସ୍ୱାସ୍ଥ୍ୟ ଓ ବ୍ୟବସାୟଠାରୁ ଆରମ୍ଭ କରି ଜୀବନ ଜୀବିକା ଉପରେ ପଡିଛି ଏହାର ଗଭୀର ପ୍ରଭାବ ।ଲୋକଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ଯନ୍ତ୍ରଣା । ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟବସାୟୀ ଏବଂ ଚାକିରିଆ ଠାରୁ ଆରମ୍ଭ କରି ଦିନ ମଜୁରିଆ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡିଛି ଏଇ […]
ଭୁବନେଶ୍ୱର: ଦୁଃଖର ବର୍ଷ ୨୦୨୦। ଆଉ ମାତ୍ର କେଇ ଦିନ ପରେ ଧରାପୃଷ୍ଠରୁ ନେବ ବିଦାୟ । ପୃଥିବୀବାସୀ ୨୦୨୦କୁ ସବୁଦିନ ପାଇଁ ମନେ ରଖିବେ। ଯଦିଓ ଖୁସିରେ ନୁହେଁ, ସେ ଦେଇଥିବା ଦୁଃଖ ପାଇଁ ସବୁବେଳେ ମନେ ପଡୁଥିବ ଏହି ବର୍ଷ। କୋଭିଡ ମହାମାରୀଠାରୁ ଆରମ୍ଭ କରି ଅନେକ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ୨୦୨୦ ବକ୍ଷକୁ ବିଦୀର୍ଣ୍ଣ କରିଛି । ତେବେ ଏସବୁ ଦୁଃଖ ଭିତରେ କିଛିଟା ଆତ୍ମସନ୍ତୋଷ ବି ଉପଲବ୍ଧ ହୋଇଛି […]
ମଣିଷ ଜୀବନ ବନ୍ଧୁ ବିନା ରଙ୍ଗହୀନ। ବନ୍ଧୁତା ଆକାଶ ପରି ଅସୀମ, ସାଗର ପରି ଗଭୀର। ପ୍ରକୃତ ବନ୍ଧୁ ସୁଖଦୁଃଖର ସାଥୀ। ତୁମ ଖୁସିରେ ଯିଏ ଖୁସି ହୁଏ, ଦୁଃଖରେ ଦୁଃଖୀ ହୁଏ ସିଏ ପ୍ରକୃତ ବନ୍ଧୁ। ବନ୍ଧୁତାର ସମ୍ପର୍କ ଯେ କୌଣସି ସମ୍ପର୍କ ଠାରୁ ମଧ୍ୟ ଶକ୍ତିଶାଳୀ। ଇଶ୍ୱର ଯାହାକୁ ରକ୍ତ ସମ୍ପର୍କରେ ବାନ୍ଧିବାକୁ ଭୁଲିଯାଆନ୍ତି, ତାକୁ ବନ୍ଧୁତାର ନିବିଡ଼ ବନ୍ଧନରେ ବାନ୍ଧି ଦିଅନ୍ତି । ବନ୍ଧୁତାରେ ଜାତିଅଜାତି, ଧନୀ ଗରିବର ଭେଦଭାବ ନଥାଏ। ଏହି […]
ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । କୁକୁର ଓ ବିଲେଇ ପାଇଁ ଖୁବଶୀଘ୍ର ତିଆରି ହେବ ଶ୍ମଶାନ ଘାଟ । ଭାବନାତ୍ମକ ସମ୍ପର୍କକୁ ଆଖି ଆଗରେ ରଖି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ । ନୀବିଡ଼ ସମ୍ପର୍କକୁ ସ୍ମୃତିର ସୂତା ଖିଅରେ ବାନ୍ଧିବାକୁ ସମସ୍ତ ଯେ।ଜନା ହେ।ଇସାରିଛି । ଏବେ ସୁଦ୍ଧା ସାରା ଦେଶରେ ପଶୁପକ୍ଷୀଙ୍କ ପାଇଁ ଶ୍ମଶାନ ଘାଟର କୌଣସି ବ୍ୟବସ୍ଥା କରାଯାଇନାହିଁ, ହେଲେ ଖୁବଶୀଘ୍ର ରାଜଧାନୀ ଦିଲ୍ଲୀର ଦ୍ବାରିକା ଠାରେ ପଶୁଙ୍କ ପାଇଁ ଶ୍ମଶ।ନ […]
ନୂଆଦିଲ୍ଲୀ: ଦେଶୀ କାର। କାରରେ ବସିବାର ଆନନ୍ଦ ମିଳିବ। ନା ଅଛି ପ୍ରଦୂଷଣ ନା ପ୍ରେଟ୍ରୋଲ ଚିନ୍ତା। ଆପଣ ଅନେକ କାର ଦେଖିଥିବେ। ହେଲେ ଏମିତି କାର ଦେଖିଛନ୍ତି କି ? ଏମିତି ଏକ ଅଜିବ କାର ଆଜି ଆପଣଙ୍କୁ ଆମେ ଦେଖାଇବୁ। ଏହି ଆଗରେ ଫିକା ପଡିଯିବ ବିଶ୍ୱର ନାମୀଦାମୀ କାର। ଏମିତିକି ଆମେରିକୀୟ କାର ନିର୍ମାତା କମ୍ପାନୀ ଏଲନ ମସ୍କ ଓ ଟେସ୍ଲା ଏହାକୁ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ। ଏବେ ଆସନ୍ତୁ […]
ବିନିକା (ଦିଲ୍ଲୀପ କୁମାର ସାହୁ): ଏଇ ପରିବାରର ଭାଗ୍ୟାକାଶରେ ସତେ ଯେମିତି ଦୁଃଖ ଆଉ ହତାଶାର କଳାବାଦଲ ଛାଇ ଯାଇଛି। ଭାଗ୍ୟ ଆଉ ଭଗବାନ ଏମାନଙ୍କ ଉପରେ ଦାଉ ସାଧିଛନ୍ତି। ଦୁଃଖ ତ ଦେଇଛନ୍ତି ହେଲେ ଆଶ୍ୱାସନା ଦେଇ ପଦେ କଥା କହିବାକୁ ପାଖରେ କେହି ନାହିଁ। ଲୁହ ପୋଛିବାକୁ ହାତଟିଏ ନାହିଁ। ଏମାନଙ୍କ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଆସେ, କେମିତି ଏତେ ଦୁଃଖକୁ ସାମ୍ନା କରୁଛନ୍ତି ଏମାନେ? ହଁ, ଇଏ ଏମିତି ଏକ ପରିବାର,ଯେଉଁ […]
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଶେଷ ହେବ ୨୦୨୦। ପଛକୁ ଚାହିଁଲେ ଦିଶିଯାଏ ଏକ ଝାପ୍ସା ମୁହଁ, ଯେଉଁ ମୁହଁରେ ଆକର୍ଷଣ ନାହିଁ, ଆଶ୍ୱାସନା ନାହିଁ । ବରଂ ରହିଛି ହୃଦୟ ଥରେଇ ଦେବା ବଳି ଅନୁଭୂତି। ତଥାପି ଏହି ବର୍ଷକୁ ମନେ ରଖିବା ପରି ଅନେକ କିଛି ରହିଛି। ଏହି ବର୍ଷ ଆମକୁ ମନେ ପକେଇ ଦେଇଛି ୯୦ ଦଶକର ସ୍ମୃତିକୁ। କରୋନା ପାଣ୍ଡାମିକ୍ ସମୟରେ ସମସ୍ତେ ଘରେ ରହିଲେ ଗୃହବନ୍ଦୀ ହୋଇ। ତା […]
ବାରଣାସୀ: ଆଜି ବଡ଼ଦିନ। ଆଜିର ଏହି ପବିତ୍ର ଦିନରେ ଆମେ ଏକ ନିଆରା ଚର୍ଚ୍ଚ କଥା କହିବୁ। ଯେଉଁ ଚର୍ଚ୍ଚର କୋରଲ ସଙ୍ଗୀତ ସାଙ୍ଗକୁ ହର ହର ମହାଦେବ ସ୍ୱରର ଗୁଞ୍ଜରଣ ସାରା ଅଞ୍ଚଳରେ ସୃଷ୍ଟି କରୁଛି ଆଧ୍ୟାତ୍ମିକ ପରିବେଶ। ଏଠି ଦେଖିବାକୁ ମିଳେ ସର୍ବଧର୍ମ ସମଭାବର ଝଲକ। କାନ୍ଥରେ ବାଇବେଲ ସହ ଲେଖା ହୋଇଛି ଗୀତାର ଶ୍ଳୋକ। ଏହି ନିଆରା ଚର୍ଚ୍ଚ ରହିଛି ଧର୍ମ ଓ ଅଧ୍ୟାତ୍ମିକର ନଗରୀ କାଶୀରେ। ଗୋଟିଏ ଜାଗାରେ ଦେଖିବାକୁ ମିଳେ […]
ଢେଙ୍କାନାଳ(ରିପୋର୍ଟ: ରାଜଶ୍ରୀ ଶତପଥୀ): ଖୋଲା ଆକାଶ ତଳେ ବିତିଲାଣି ୬ ରାତି, ୫ ଦିନ। କିଟି କିଟି ଅନ୍ଧାର ସାଙ୍ଗକୁ ହାଡଭଙ୍ଗା ଶୀତ। ତା ସହିତ ଘନ କୁଡୁଡି । ପ୍ରକୃତିର ଏପରି ପ୍ରହାରରେ ତଥାପି ହାରି ନାହାନ୍ତି ଏହି ଦମ୍ପତି। ନ୍ୟାୟ ପାଇଁ ତାଙ୍କ ଲଢେଇ ଜାରି ରଖିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରାତି ଦିନ ପଡି ରହିଛନ୍ତି। ସର୍ବଧର୍ମର ଦ୍ୱାହିରେ ନ୍ୟାୟ ଭିକ୍ଷା କରୁଛନ୍ତି। ଏହି ଦମ୍ପତ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର […]
ଔରଙ୍ଗାବାଦ: କିଛିଦିନ ତଳେ ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ନଜର ଆସିଥିଲା। ଏବେ ପୁଣି ଏମିତି କିଛି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଲୋନାର୍ ହ୍ରଦ ହଠାତ୍ ଗୋଲାପୀ ରଙ୍ଗରେ ପରିବର୍ତ୍ତନ ହୋଇଯାଇଥିଲା। ଏହି ଦୃଶ୍ୟ ପ୍ରତ୍ୟେକ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁମ୍ବାଇ ଠାରୁ ପ୍ରାୟ ୫୦୦ କି.ମି. ଦୂରରେ ରହିଛି ବୁଲ୍ଧାନା ଜିଲ୍ଲାର ଲୋନାର୍ ହ୍ରଦ […]
ବାରିପଦା (ମାନିକ ଲାଲ ପାଣି): ମଣିଷ ମାତ୍ରେ ସୌନ୍ଦର୍ଯ୍ୟପ୍ରିୟ। ବିଶେଷକରି ମହିଳାମାନେ। ମହିଳାମାନେ ନିଜ ସୌନ୍ଦର୍ଯ୍ୟ ପ୍ରତି ଖାଲି ସଚେତନ ନୁହଁନ୍ତି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଉପଚାର କରନ୍ତି। ହେଲେ ପ୍ରକୃତ ସୌନ୍ଦର୍ଯ୍ୟ ଶରୀରରେ ନୁହେଁ, ଥାଏ ମନର ଉଦାରତାର, କାମର ମହାନତାରେ….। ଏହା ପ୍ରମାଣିତ କରିଛନ୍ତି ବାରିପଦାର ଯୁବତୀ ଶ୍ରୁତି ସ୍ୱପ୍ନା ମାଇତି। ଦିନେ ସେ ଲମ୍ବା ବାଳ ରଖି ଏନ.ଏସ.ଏସ. ତରଫରୁ ଜାତୀୟ ସ୍ତରୀୟ ପ୍ୟାରେଡ଼ରେ ଭାଗ ନେଇଥିଲେ । ଲମ୍ବା ବାଳ […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ୮ଟି ଜିଲ୍ଲା ଆଗରେ ରହିଛି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ବାଲେଶ୍ୱର । ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲାରେ ଲକଡାଉନ ଓ ସଟଡାଉନ ସତ୍ତ୍ୱେ ମୋଟ୍ ୧୬୪ଟି ଦୁର୍ଘଟଣା ଘଟିଛି ।କେବଳ ସେପ୍ଟେମ୍ବର ମାସରେ ଯାଇଛି ୨୦ ଜଣଙ୍କ ଜୀବନ। ବେପରୁଆ ଗାଡ଼ିଚାଳନା ଓ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟରେ ୩୦ରୁ […]
ଇସଲାମବାଦ: ଭାରତ ବିରୋଧରେ ମିଛ ଖବର ପ୍ରଚାର କରିବାରେ ମାହିର ପାକିସ୍ତାନ ପୁଣି ଏକ ମିଛ କହିଛି। ଏଥର ଭାରତର ଇତିହାସକୁ ନେଇ ମିଥ୍ୟା ଖବର ପ୍ରଚାର କରିଛି। ଭିଏତନାମରେ ଥିବା ପାକିସ୍ତାନ ରାଜଦୂତ କମର ଅବ୍ବାସ ଖୋଖର ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ। ଏହା ପ୍ରାଚୀନ ପାକିସ୍ତାନର ଏକ ଅଂଶ। ସେତିକି ନୁହେଁ, ଖୋଖର ଟ୍ୱିଟ କରି ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ପାକିସ୍ତାନରେ ଥିଲା ଏବଂ ଚାଣକ୍ୟ, ପାଣିନୀଙ୍କ ପରି ବିଦ୍ୱାନ […]
ନୂଆଦିଲ୍ଲୀ: ପାଖେଇ ଆସୁଛି ଡିସେମ୍ବର ୧୬ ତାରିଖ । ସହିଦ ଦିବସ। ଏହି ଦିନ ଯେତିକି ପାଖେଇ ଆସୁଛି ସେତିକି ଜୀବନ୍ତ ହଇଉଠୁଛି ଆମ ବୀର ଯବାନଙ୍କ ଅମର କୀର୍ତ୍ତି। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ନିଜର ବୀରତ୍ୱ, ଶୌର୍ଯ୍ୟକୁ ଅମର କରି ଦେଇ ଯାଇଛନ୍ତି ବୀର ଯୋଦ୍ଧା। ଏହି ଯୁଦ୍ଧରେ ଭାରତୀୟ ଯବାନମାନେ ଖାଲି ପାକିସ୍ତାନକୁ ହରାଇ ନ ଥିଲେ ବରଂ ସେମାନେ ପାକିସ୍ତାନର କିଛି ଅଂଶ ନିଜ କବ୍ଜାକୁ ନେଇ ଆସିବା ପାଇଁ ଆଗେଇ […]
ନୟାଗଡ: ନୟାଗଡ ଜିଲ୍ଲାର ପରୀ ହତ୍ୟାର ଦୁଃଖ ମନରୁ ଲିଭିନି। ପୁଣି ଆସିଛି ଏକ ଦୁଃଖଦ ଘଟଣା। ପରୀ ହତ୍ୟାକୁ ନେଇ ରାଜ୍ୟ ରାଜନୀତି କମ୍ପୁଥିବାବେଳେ ପୁଣି ନୟାଗଡ଼ରେ ନିଖୋଜ ହୋଇ ଯାଇଛି ଆଉ ଜଣେ ଶିଶୁକନ୍ୟା । ଶିଶୁକନ୍ୟା ନିଖୋଜ ହୋଇଥିବା ନେଇ ରାଜସୁନାଖଳା ଫାଣ୍ଡି ଥାନାରେ ଏତଲା ଦିଆଯାଇଛି । ଘଟଣା ଘଟିଛି ରଣପୁର ବ୍ଲକ ଦଧତ୍ପାଟଣାରେ। ଗତକାଲି ମଧ୍ୟାହ୍ନରେ ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷର କୁନି ଝିଅଟିଏ । ହେଲେ ସେଇ […]
ନୂଆଦିଲ୍ଲୀ: ଦେଶ ମାତୃକାର ରକ୍ଷା ପାଇଁ ଆମ ଯବାନମାନେ ସବୁବେଳେ ସ୍ମରଣୀୟ, ବନ୍ଦନୀୟ…। କୌଣସି ପରିସ୍ଥିତିରେ ଶତ୍ରୁକୁ ଖୁସି ହେବାର ମୌକା ଏମାନେ ଦେଇ ନାହାନ୍ତି। ଭାରତୀୟ ଯବାନଙ୍କର ବୀରତ୍ୱର କଥା ଯେତେ କହିଲେ ବି ସରିବନି । ବିଶେଷ ଦିନ ମାନଙ୍କରେ ସେମାନଙ୍କ ବୀରତ୍ୱ ଆଉ ତ୍ୟାଗର କାହାଣୀ ସ୍ମୃତିକୁ ଆହୁରି ସତେଜ କରିଦିଏ। ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରେ ଭାରତ। ୧୯୭୧ ଭାରତ-ପାକ୍ ଯୁଦ୍ଧର ସ୍ମୃତିକୁ ଏହି ଦିବସ ଆହୁରି […]
ନୂଆଦିଲ୍ଲୀ: ଏଲିଏନ୍ସକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ଆଶ୍ଚର୍ଯ୍ୟ, ଅବିଶ୍ୱାସ ଯୋଗ୍ୟ ହେଲେ ମଧ୍ୟ ଶୁଣିବାକୁ ଭଲ ଲାଗେ। ଏସବୁ ଶୁଣିବା ପରେ ଏଲିଏନ୍ସଙ୍କ ଅସ୍ତିତ୍ୱକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସେ -ସତରେ କ‘ଣ ଏମିତି କିଛି ଅଛି ? ଏବେ ମିଳିଯାଇଛି ଏହି ପ୍ରଶ୍ନର ଉତ୍ତର। ପ୍ରକୃତରେ ଏଲିଏନ୍ସ ଅଛି। ଏକଥା ନିଜେ କହିଛନ୍ତି ଇଜ୍ରାଏଲ ମହାକାଶ ଗବେଷକ ମୁଖ୍ୟ। ସେତିକି ନୁହେଁ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏ […]
ନୂଆଦିଲ୍ଲୀ: ଜିଓ ଫାଇବର (Jio Fiber) ଏହାର ଆନୁଆଲ୍ ସବ୍ସ୍କ୍ରିପସନ୍ ପ୍ଲାନ୍ସ ପାଇଁ ଆଡିସ୍ନାଲ୍ ଡବଲ୍ ଡାଟା ବେନିଫିଟସ୍ ଘୋଷଣା କରିଛି। ଏନେଇ ରିଲାଏନ୍ସ ଜିଓ ଏହାର ୱେବ୍ସାଇଟ୍ରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ଜିଓର ବ୍ରୋଞ୍ଜ୍ରୁ ଟାଇଟାନିୟମ୍ ପର୍ଯ୍ୟନ୍ତ ସମସ୍ତ ପ୍ଲାନ୍ସରେ ବର୍ତ୍ତମାନ ଡବଲ୍ ଡାଟା ମିଳିବ। ଯଦି ଆମେ ଜିଓ ଫାଇବର୍ର ୬୯୯ଟଙ୍କାର ବ୍ରୋଞ୍ଜ୍ ପ୍ଲାନ୍ କଥା କହିବା, ତେବେ ଗ୍ରାହକଙ୍କୁ ୧୦୦ଜିବି ପ୍ଲାନ୍ ବେନିଫିଟ୍, ୫୦ ଜିବି Introductory ଡାଟା ଓ […]