କଥାରେ ଅଛି- ବାପା ହେଲେ ଜାଣିବ- ବାପା କ’ଣ, ବାପା ଗଲେ ଜାଣିବ- ବାପା କ’ଣ। ବାସ୍ତବରେ ବାପାଙ୍କୁ ଜାଣିବା ଏତେ ସହଜ ନୁହେଁ। ସନ୍ତାନକୁ ବଡ଼ କରିବା ପାଇଁ ସେ ସହୁଥିବା କଷ୍ଟକୁ କିଭଳି ଢଙ୍ଗରେ ସହୁଥାଏ, ତାହା ସବୁ ବାପାଙ୍କ କାହାଣୀ। ମାତ୍ର ବାପାଙ୍କର ଏହି କଷ୍ଟକୁ ସ୍ୱୀକାର କରିବା ସହିତ ତାଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରି ଗୀତଟି ପ୍ରସ୍ତୁତ ହୋଇଛି-ଯାହାର ନାଁ ରହିଛି ‘ବାପା.. ଭିନ୍ନ ଜଣେ ଈଶ୍ୱର’। ଏହି ଗୀତଟି […]
ଆଜି ସାରା ଦେଶରେ ପାଳିତ ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ। ଅନେକ ଆଶା, ସ୍ୱପ୍ନ ନେଇ ଦିନେ ତିଆରି ହୋଇଥିଲା ସ୍ୱାଧୀନ ଭାରତର ସମ୍ବିଧାନ। ହେଲେ ଏହି ଆଶା…ସ୍ୱପ୍ନ….ବାଟବଣା ହୋଇଯାଇଛି କି ? ଶାସକ ଗୋଷ୍ଠୀ ଗଣତନ୍ତ୍ର ଶାସନର ଇସ୍ତାହାର ପ୍ରତ୍ୟାହାର କରି ନେଇଛନ୍ତି କି ? ଏହା ଉପରେ ପ୍ରଦୀପ ନାୟଙ୍କର ସ୍ୱତନ୍ତ୍ର ଆଲେଖ୍ୟ… ଭାରତ ସ୍ୱାଧୀନ ହେବାର ପାଖାପାଖି ଅଢ଼େଇ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ ଛବିଶ ତାରିଖରେ ନିଜକୁ ଗଣତାନ୍ତ୍ରିକ […]
ମସ୍କୋ: ସମୁଦ୍ର କୂଳର ଏଇ ସୁଦୃଶ୍ୟ ମହଲକୁ ଦେଖିଲେ ଯେ କେହି ବି ଚକିତ ହୋଇଯିବେ। ଭବ୍ୟ ମହଲଟି ଚାକଚକ୍ୟରେ ଝଲସୁଛି। ଅତ୍ୟାଧୁନିକ ବ୍ୟବସ୍ଥା ବି ରହିଛି। ତେବେ କିଏ ଏହି ମହଲର ମାଲିକ ? ଏହା ଏଠିକା ରାଷ୍ଟ୍ରପତିଙ୍କର ବୋଲି ଲୋକେ ଭାବିଥିଲେ। ହେଲେ ସେ ମନା କରିବା ପରେ ମହଲ କାହାର ସେ ନେଇ ଉଠିଛି ପ୍ରଶ୍ନ। ହଁ, ଏଠି ଆମେ ଋଷର ଏଇ ରହସ୍ୟମୟ ମହଲ କଥା କହୁଛୁ। ଋଷ ରାଷ୍ଟ୍ରପତି ବ୍ଲାଦିମୀର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଏଥର ବଳୟ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଦେବ। ଓଡ଼ିଶାରେ ବଳୟ ସୂର୍ଯ୍ୟପରାଗ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହେବ। ସୁନ୍ଦରଗଡ଼ରେ ୭୨ ପ୍ରତିଶତ ପରାଗ ଦୃଶ୍ୟମାନ ହେବାକୁ ଥିବାବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ। ରାଜଧାନୀ ଭୁବନେଶ୍ୱରରେ ଏହା ୬୫ ପ୍ରତିଶତ ଦୃଶ୍ୟମାନ […]
କେନ୍ଦ୍ରାପଡା: ଅନିଶ୍ଚିତତାରେ କଟୁଛି ଶୈଶବ। ପରିବାର ଥାଇ ବି ଅଲୋଡା ହୋଇପଡିଛି ସୁହାନୀ। ଘର କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଦେଉଳତାରା ଗାଁରେ। କିନ୍ତୁ ସେ ରହୁଛି ସୁଦୂର ନୋଏଡାର ଏକ ବାଲ୍ କୁଟୀରରେ। ପାଠ ପଢିବାକୁ ଦୂର ସହରକୁ ଯାଇ ଭବିଷ୍ୟତ ଗଢିବା ସ୍ୱପ୍ନ ଦେଖୁଥିଲା । ହେଲେ ପରିସ୍ଥିତିର ତାଡନାରେ ଏବେ ଘରକୁ ଫେରିବାକୁ ଚାହିଁ ବସିଛି ସୁହାନୀ। ଏଇ କୁନି ଝିଅର ନାଁ ସୁହାନି ଜେନା । ବୟସ ୯ ବର୍ଷ । […]
ସେ ଥିଲେ ଭାରତ ମାଆର ଜଣେ ସଚ୍ଚା ସୈନିକ। ଯାହାଙ୍କ ନାଁ ଶୁଣିଲେ ଥରୁଥିଲେ ଗୋରା ସାହେବ। ଆଗକୁ ଆସିବା ତ ଦୂରର କଥା ଛତ୍ରଭଙ୍ଗ ଦେଉଥିଲେ ଇଂରେଜମାନେ । ଆଉ ଟେକାର ଜବାବ ପଥରରେ ଦେବାକୁ ସେ କେବେ ପଛାଉ ନଥିଲେ। ଆମେ କହୁଛୁ ଭାରତର ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ କଥା। କଟକର ଓଡ଼ିଆ ବଜାରରେ ଜନ୍ମିତ ସୁଭାଷ ଥିଲେ ଓଡ଼ିଶାର ବୀରପୁତ୍ର। ଆଇନଜୀବୀ ଜାନକୀ ନାଥ ବୋଷ ଓ ପ୍ରଭାବତୀ […]
ନୂଆଦିଲ୍ଲୀ: ଜାନୁଆରୀ ୨୩ରେ ସାରା ଦେଶରେ ପାଳିତ ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ହେଲେ ଏଣିକି ଏହି ଦିନକୁ ପରାକ୍ରମ ଦିବସ ନାଁରେ ସମସ୍ତେ ମନେ ରଖିବେ। ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ। ୨୩ ତାରିଖ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ହେବ। ଏହି […]
ନୂଆଦିଲ୍ଲୀ: ସବୁ ବର୍ଷ ପରି ଏଥର ମଧ୍ୟ ଆସିବ ଫେବୃଆରୀ। ହେଲେ ଏହି ଫେବୃଆରୀ ସବୁ ଫେବୃଆରୀଟଠାରୁ ଟିକେ ନିଆରା ହୋଇ ଆସିବ । ଅନ୍ୟଭାଷାରେ କହିବାକୁ ଗଲେ, ଏଥର ଫେବୃଆରୀ ଏକ ବିଚିତ୍ର ଫେବୃଆରୀ। ୮୨୩ ବର୍ଷ ଭିତରେ ଯାହା ହୋଇ ନ ଥିଲ ଏଥର ତାହା ହୋଇଛି । ଏଥର ଫେବୃଆରୀରେ ସବୁବାର ପଡୁଛି ୪ ଥର। ଯାହାକି ପୂରା ନିଆରା। ଦୀର୍ଘବର୍ଷ ପରେ ଆସିଛି ଏପରି ଯୋଗ। ୨୦୨୧ ଫେବୃଆରୀ କ୍ୟାଲେଣ୍ଡରରେ ଏମିତି […]
ଭୁବନେଶ୍ୱର(ଜଗଦୀଶ ଦାସ): ବର୍ଷ ବର୍ଷ ବିତିଗଲାଣି। ହେଲେ ଏହା କେଉଁ ଗଛ କେହି ଜାଣି ପାରୁନାହାନ୍ତି। ନା ସ୍ଥାନୀୟ ଲୋକ ନା ଉଦ୍ଭିଦ ବିଜ୍ଞାନୀ, କେହି କହି ପାରୁନାହାନ୍ତି କେଉଁ ପ୍ରଜାତିର ଗଛ ଏହା । ହେଲେ ଲୋକେ କିନ୍ତୁ ଏହି ଗଛକୁ ୬୦ ବର୍ଷ ଧରି ପୂଜା କରି ଆସୁଛନ୍ତି। ଆଉଁ କେଉଁଠି ନୁହେଁ, ଏମିତି ଅଜଣା ଗଛ ରହିଛି ରାଜଧାନୀ ଉପକଣ୍ଠ ଚନ୍ଦକା ଶିମିଳିପାଟଣାରେ। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଶିମିଳିପାଟଣାରେ ଅଜାଣେଶ୍ୱର ପୀଠ […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ସତ କରି ଦେଖାଇ ପାରିଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ଭଳି ଏକ ଅଖ୍ୟାତ ପଲ୍ଲୀର ଗାଁ ଲୋକେ । ଏଇ ଲଣ୍ଡା ପାହାଡ଼ ଦିନେ ମସୃଣ ପଥର ଆଉ କଣ୍ଟା ଗଛରେ ପରିପୂର୍ଣ୍ଣ ଥିଲା। ହେଲେ ଆଜି ସେ ପାହାଡ଼ ହସୁଛି । ସବୁଜ ପଣତ ତଳେ ଘୋଡେଇ ହୋଇ ପର୍ଯ୍ୟଟକଙ୍କୁ ଡାକୁଛି। ଭାପୁର ବ୍ଲକ ବାଘୁଆପଲ୍ଲୀରେ ରହିଛି ନାଣ୍ଡି […]
ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। ଓଡ଼ିଶା ନୁହେଁ, ସାରା ଦେଶରେ ଉଦ୍ଦିପନାର ସହ ପାଳିତ ହେଉଛି ମକର ସଂକ୍ରାନ୍ତି। ୧୨ ସଂକ୍ରାନ୍ତି ମଧ୍ୟରୁ ଏହି ସଂକ୍ରାନ୍ତି କାହିଁକି ଭିନ୍ନ ? କ’ଣ ରହିଛି ଏହି ଦିନର ବିଶେଷତ୍ୱ। ସାଧାରଣତଃ ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି । ଏହି […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ହୋଇପାରେ, ଏହାକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଯାଇଛି। କାରଣ କେହି କେବେ ଭାବି ନ ଥିଲେ ସେ, ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବେ। ଏହି ଘଟଣା ପରେ ତାଙ୍କର ଫ୍ୟାନ୍ସଙ୍କଠୁ ଆରମ୍ଭ କରି ପରିବାର ଲୋକେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ସମସ୍ତଙ୍କୁ ଏକ ପ୍ରକାର ଝଟ୍କା ଲାଗିଛି। ଏପରିକି ବଲିଉଡ୍ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଘଟଣା ପରଠୁ ଏକ […]
ସୋର:ମୁଁ ସୋନୀ। ସୁଇଟ ହାର୍ଟ। ଟୋକାଙ୍କ ଛାତିରେ ବାଡେଇ ହୁଏ ମୁଁ । ସୁପର ସାଇକ୍ଲାନ ପରି…। ସେ ନାୟିକା ନୁହଁନ୍ତ, ଖଳନାୟିକା। କିନ୍ତୁ ଯାତ୍ରା ଦର୍ଶକଙ୍କର ଅତି ଆପଣାର। ମଞ୍ଚରେ ଏମିତି ହଟ୍ ଡାଇଲଗ୍ କହି ବେଶ୍ ତାଳି ସାଉଁଟନ୍ତି ବୈଶାଳୀ ସାହୁ ଓରଫ ରୀନା। ଛ’ ଭାଇ ଭଉଣୀ। ଆର୍ଥକ ଅବସ୍ଥା ଭଲ ନୁହେଁ। ପିଲାମାନଙ୍କୁ କିପରି ମଣିଷ କରିବେ ଏଇ ଚିନ୍ତାରେ ବାପା ଗୋବର୍ଦ୍ଧନ ସାହୁ ଓ ମା’ ବାସନ୍ତୀ ଚିନ୍ତାରେ ଥିବାବେଳେ […]
ଜୀବନର ଏକ ମହାର୍ଘ ମୁହୂର୍ତ୍ତ ହେଉଛି ପ୍ରପୋଜ କରିବା। ଏହି ମୁହୂର୍ତ୍ତକୁ ସେ ନିଆରା , ସ୍ମରଣୀୟ କରିବାକୁ ଚାହୁଁଥିଲେ। ଏକଦମ୍ ରୋମାଣ୍ଟିକ୍ କରିବାକୁ ଚାହୁଁଥିଲେ। ହେଲେ ତାଙ୍କର ପ୍ରେମ ନିଶା ଉତୁରିଗଲା। ପ୍ରେମିକା ତାଙ୍କର ପ୍ରପୋଜାଲକୁ ଗ୍ରହଣ କରିବାକୁ ଯାଉଥିଲ, ତା’ ପରେ ଯେଉଁ ଦୁଃଖଦ ଘଟଣା ଘଟିଲା ଆପଣ ଶୁଣିଲେ ଲୋକ ଟାଙ୍କୁରି ଉଠିବ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ରୋମାଣ୍ଟିକ ପ୍ରପୋଜାଲ ଜଣେ ମହିଳାଙ୍କ ପାଇଁ କିପରି ମୃତ୍ୟୁର କାରଣ […]
ନୂଆଦିଲ୍ଲୀ: ଡିସେମ୍ବର ୩୧ ସେଇ ତାରିଖ, ୪୨୦ ବର୍ଷ ତଳେ ଠିକ୍ ଏଇ ଦିନରେ ଗଠିତ ହୋଇଥିଲା ଐତିହାସିକ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହି କମ୍ପାନୀ ଭାରତ ପାଇଁ ଏଥିପାଇଁ ସ୍ମରଣୀୟ ଯେ, ଏହା ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କଲା। ହେଲେ ଏବେ ବଦଳି ଯାଇଛି ସମୟ। ଏବେ ଏହି କମ୍ପାନୀ ଶାସନ ଦାୟିତ୍ୱ ଜଣେ ଭାରତୀୟଙ୍କ ହାତରେ। ଏହା ଏକ ଐତିହାସିକ ଘଟଣା ବୋଲି ଏଥିପାଇଁ କୁହାଯାଉଛି ଯେ ଯେଉଁ କମ୍ପାନୀ […]
ପୃଥିବୀ ଏବେ ଥଣ୍ଡାରେ ଥରୁଛି। ଯେମିତି ଫୃଥିବୀ ଉପରେ କେହି ବରଫ ଚାଦର ଘୋଡାଇ ଦେଇଛି। ହେଲେ ଏହି ଶୀତ, ଥଣ୍ଡା ଯେମିତି ହାର ମାନିଯାଇଛି ଏଇ ଯୁବକଙ୍କ ପାଖରେ। ଖାଲି ହାର ମାନିନି। ଯେମିତି ଥଣ୍ଡା ନିଜେ କମ୍ପି ଯାଉଛି ତାଙ୍କୁ ଦେଖି। କାରଣ ଏତେ ଥଣ୍ଡାରେ ବି ସେ ଖାଲି ପାଦରେ, ଖାଲି ଦେହରେ ବରଫ ଉପରେ ଦୌଡ଼ୁଛନ୍ତି। ଏହି ଆଇସମ୍ୟାନ ହେଉଛନ୍ତି ଫିନ୍ଲାଣ୍ଡର ବିମ ହାଫ। ବିମ୍ ହାଫ ଗତବର୍ଷ ଫିନ୍ଲାଣ୍ଡର ପୋଲାର […]
ଭୁବନେଶ୍ୱର(ସାରଦା ଲାହାଙ୍ଗୀର): ଦେଖୁ ଦେଖୁ ବିତିଗଲା ଅଭିଶପ୍ତ ବର୍ଷ ୨୦୨୦। ବର୍ଷ ତମାମ କୋରୋନାର କରାଳ ଛାୟା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଶିକ୍ଷା ,ସ୍ୱାସ୍ଥ୍ୟ ଓ ବ୍ୟବସାୟଠାରୁ ଆରମ୍ଭ କରି ଜୀବନ ଜୀବିକା ଉପରେ ପଡିଛି ଏହାର ଗଭୀର ପ୍ରଭାବ ।ଲୋକଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ଯନ୍ତ୍ରଣା । ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟବସାୟୀ ଏବଂ ଚାକିରିଆ ଠାରୁ ଆରମ୍ଭ କରି ଦିନ ମଜୁରିଆ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡିଛି ଏଇ […]
ଭୁବନେଶ୍ୱର: ଦୁଃଖର ବର୍ଷ ୨୦୨୦। ଆଉ ମାତ୍ର କେଇ ଦିନ ପରେ ଧରାପୃଷ୍ଠରୁ ନେବ ବିଦାୟ । ପୃଥିବୀବାସୀ ୨୦୨୦କୁ ସବୁଦିନ ପାଇଁ ମନେ ରଖିବେ। ଯଦିଓ ଖୁସିରେ ନୁହେଁ, ସେ ଦେଇଥିବା ଦୁଃଖ ପାଇଁ ସବୁବେଳେ ମନେ ପଡୁଥିବ ଏହି ବର୍ଷ। କୋଭିଡ ମହାମାରୀଠାରୁ ଆରମ୍ଭ କରି ଅନେକ ବାତ୍ୟା, ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ୨୦୨୦ ବକ୍ଷକୁ ବିଦୀର୍ଣ୍ଣ କରିଛି । ତେବେ ଏସବୁ ଦୁଃଖ ଭିତରେ କିଛିଟା ଆତ୍ମସନ୍ତୋଷ ବି ଉପଲବ୍ଧ ହୋଇଛି […]
ମଣିଷ ଜୀବନ ବନ୍ଧୁ ବିନା ରଙ୍ଗହୀନ। ବନ୍ଧୁତା ଆକାଶ ପରି ଅସୀମ, ସାଗର ପରି ଗଭୀର। ପ୍ରକୃତ ବନ୍ଧୁ ସୁଖଦୁଃଖର ସାଥୀ। ତୁମ ଖୁସିରେ ଯିଏ ଖୁସି ହୁଏ, ଦୁଃଖରେ ଦୁଃଖୀ ହୁଏ ସିଏ ପ୍ରକୃତ ବନ୍ଧୁ। ବନ୍ଧୁତାର ସମ୍ପର୍କ ଯେ କୌଣସି ସମ୍ପର୍କ ଠାରୁ ମଧ୍ୟ ଶକ୍ତିଶାଳୀ। ଇଶ୍ୱର ଯାହାକୁ ରକ୍ତ ସମ୍ପର୍କରେ ବାନ୍ଧିବାକୁ ଭୁଲିଯାଆନ୍ତି, ତାକୁ ବନ୍ଧୁତାର ନିବିଡ଼ ବନ୍ଧନରେ ବାନ୍ଧି ଦିଅନ୍ତି । ବନ୍ଧୁତାରେ ଜାତିଅଜାତି, ଧନୀ ଗରିବର ଭେଦଭାବ ନଥାଏ। ଏହି […]
ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । କୁକୁର ଓ ବିଲେଇ ପାଇଁ ଖୁବଶୀଘ୍ର ତିଆରି ହେବ ଶ୍ମଶାନ ଘାଟ । ଭାବନାତ୍ମକ ସମ୍ପର୍କକୁ ଆଖି ଆଗରେ ରଖି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ । ନୀବିଡ଼ ସମ୍ପର୍କକୁ ସ୍ମୃତିର ସୂତା ଖିଅରେ ବାନ୍ଧିବାକୁ ସମସ୍ତ ଯେ।ଜନା ହେ।ଇସାରିଛି । ଏବେ ସୁଦ୍ଧା ସାରା ଦେଶରେ ପଶୁପକ୍ଷୀଙ୍କ ପାଇଁ ଶ୍ମଶାନ ଘାଟର କୌଣସି ବ୍ୟବସ୍ଥା କରାଯାଇନାହିଁ, ହେଲେ ଖୁବଶୀଘ୍ର ରାଜଧାନୀ ଦିଲ୍ଲୀର ଦ୍ବାରିକା ଠାରେ ପଶୁଙ୍କ ପାଇଁ ଶ୍ମଶ।ନ […]
ନୂଆଦିଲ୍ଲୀ: ଦେଶୀ କାର। କାରରେ ବସିବାର ଆନନ୍ଦ ମିଳିବ। ନା ଅଛି ପ୍ରଦୂଷଣ ନା ପ୍ରେଟ୍ରୋଲ ଚିନ୍ତା। ଆପଣ ଅନେକ କାର ଦେଖିଥିବେ। ହେଲେ ଏମିତି କାର ଦେଖିଛନ୍ତି କି ? ଏମିତି ଏକ ଅଜିବ କାର ଆଜି ଆପଣଙ୍କୁ ଆମେ ଦେଖାଇବୁ। ଏହି ଆଗରେ ଫିକା ପଡିଯିବ ବିଶ୍ୱର ନାମୀଦାମୀ କାର। ଏମିତିକି ଆମେରିକୀୟ କାର ନିର୍ମାତା କମ୍ପାନୀ ଏଲନ ମସ୍କ ଓ ଟେସ୍ଲା ଏହାକୁ ଦେଖିଲେ ମୁଣ୍ଡରେ ହାତ ଦେଇ ବସିବେ। ଏବେ ଆସନ୍ତୁ […]
ବିନିକା (ଦିଲ୍ଲୀପ କୁମାର ସାହୁ): ଏଇ ପରିବାରର ଭାଗ୍ୟାକାଶରେ ସତେ ଯେମିତି ଦୁଃଖ ଆଉ ହତାଶାର କଳାବାଦଲ ଛାଇ ଯାଇଛି। ଭାଗ୍ୟ ଆଉ ଭଗବାନ ଏମାନଙ୍କ ଉପରେ ଦାଉ ସାଧିଛନ୍ତି। ଦୁଃଖ ତ ଦେଇଛନ୍ତି ହେଲେ ଆଶ୍ୱାସନା ଦେଇ ପଦେ କଥା କହିବାକୁ ପାଖରେ କେହି ନାହିଁ। ଲୁହ ପୋଛିବାକୁ ହାତଟିଏ ନାହିଁ। ଏମାନଙ୍କ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଆସେ, କେମିତି ଏତେ ଦୁଃଖକୁ ସାମ୍ନା କରୁଛନ୍ତି ଏମାନେ? ହଁ, ଇଏ ଏମିତି ଏକ ପରିବାର,ଯେଉଁ […]