• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

modi
'ଭାରତ ଉପରେ ଆଖି ପକାଇଲେ ଉଚିତ୍ ଜବାବ ଦେବୁ'

ନୂଆଦିଲ୍ଲୀ: ୧୪୫ ତମ ଜୟନ୍ତୀରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ ଦେଇ କହିଛନ୍ତି ଯେ ସୀମାକୁ ନେଇ ଭାରତର ଦୃଷ୍ଟିକୋଣ ବଦଳିଛି। ସୀମାରେ ଭାରତ ଶହ ଶହ କିଲୋମିଟର ସଡ଼କ ନିର୍ମାଣ କରୁଛି। ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାର ଶକ୍ତି ଆମ ପାଖରେ ଅଛି। ଭାରତର ଭୂମି ଉପରେ ଆଖି ପକାଇଲେ ଉଚିତ୍ ଜବାବ ମିଳିବ ବୋଲି ମୋଦି କହିଛନ୍ତି। ଆତଙ୍କବାଦ ସମଗ୍ର ବିଶ୍ୱ […]

narendra-modi
ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

କେଭାଡିଆ: ରାଷ୍ଟ୍ରୀୟ ଏକତା ଦିବସରେ ପୁଲଓ୍ୱାମା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୋଦି। ଦେଶ କେବେ ବି ପୁଲଓ୍ୱାମା ଆକ୍ରମଣ ଭୁଲି ପାରିବନି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କିଛି ବ୍ୟକ୍ତି ପୁଲଓ୍ୱାମା ଆକ୍ରମଣରେ ବି ରାଜନୈତିକ ସ୍ୱାର୍ଥ ଦେଖୁଥିଲେ। ସ୍ୱାର୍ଥରେ ଭରା ରାଜନୀତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସବୁ ଶୁଣିବା ପରେ ବି ସେ ମୁହଁ ଖୋଲିନଥିଲି ବୋଲି ମୋଦି କହିଛନ୍ତି। […]

salman
ବିଗ୍‌ବସ୍‌ରେ ନେପୋଟିଜମ୍‌ ଝଡ଼: ପ୍ରତିଯୋଗୀଙ୍କ ଏମିତି କ୍ଲାସ୍‌ ନେଲେ ସଲ୍‌ମାନ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଉଠିଥିବା ନେପୋଟିଜମ୍‌(ପରିବାରବାଦ) ଝଡ଼ ଏବେ ବିଗ୍‌ବସ୍‌ ୧୪ ହାଉସ୍‌ରେ ଦେଖିବାକୁ ମିଳିଛି। କିଛିଦିନ ତଳେ ରାହୁଲ ବୈଦ୍ୟା ନେପୋଟିଜମ୍‌କୁ ନେଇ ‌ଜାନ୍‌ କୁମାରଙ୍କୁ କମେଣ୍ଟ କରିଥିଲେ। ନିଜର ଦକ୍ଷତା ଅନୁସାରେ ଆଗକୁ ବଢ଼ିବା ପାଇଁ ଜାନ୍‌ଙ୍କୁ ପରାମର୍ଶ ଦେଇଥିଲେ ରାହୁଲ। ଯାହାକୁ ନେଇ ବିଗ୍‌ବସ୍‌ ହାଉସ୍‌ରେ ଝଡ଼ ସୃଷ୍ଟି ହୋଇଥିଲା। ରାହୁଲ ଉଠାଇଥିବା ଏହି ପ୍ରସଙ୍ଗକୁ ନେଇ ସଲ୍‌ମାନ୍‌ ଖାନ୍‌ ନାପସନ୍ଦ କରିଥିବା Weekend Ka […]

gas cylinder booking
କାଲିଠୁ ବଦଳିବ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ, ରେଲ୍‌ୱେ ଟାଇମ୍ ଟେବଲ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଏଲ୍‌ପିଜି ସିଲିଣ୍ଡର ବୁକିଂଠୁ ଆରମ୍ଭ କରି ରେଲ୍‌ୱେ ଟାଇମ୍ ଟେବଲ୍‌ ପର୍ଯ୍ୟନ୍ତ‌ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। କାଲିଠୁ ଏହିସବୁ ନିୟମ ବଦଳିବ…. ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ ଯଦି ଆପଣ Indane ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତା’ହେଲେ ଏଣିକି ବୁକିଂ ପାଇଁ ଆପଣଙ୍କୁ ନୂଆ ନମ୍ବର ବ୍ୟବହାର କରିବାକୁ ପଡ଼ିବ। ଇଣ୍ଡିଆନ୍‌ ଅଏଲ୍‌ ଇଣ୍ଡେନ୍‌ ଗ୍ୟାସ୍‌ ବୁକିଂ ନମ୍ବରରେ ପରିବର୍ତ୍ତନ କରିଛି। ଏବେ ଗ୍ରାହକମାନେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ବୁକିଂ […]

pm
ଦେଶରେ ଆରମ୍ଭ ହେଲା ସି ପ୍ଲେନ୍ ସର୍ଭିସ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ସି ପ୍ଲେନ୍ ସର୍ଭିସର ଉଦ୍‌ଘାଟନ କରିଛନ୍ତି। ଏହି ପ୍ଲେନ୍‌ କେଓ୍ୱାଡ଼ିଆଠାରୁ ସାବରମତି ମଧ୍ୟରେ ଚଳାଚଳ କରି ଗୁଜୁରାଟର ଦୁଇଟି ପ୍ରୋଜେକ୍ଟକୁ ସଂଯୋଗ କରିବ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୫ତମ ବାର୍ଷିକୀ ଏବଂ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ସାବରମତି ରିଭରଫ୍ରଣ୍ଟରୁ କେଓ୍ୱାଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ୍ ସେବା ଚାଲୁ ରହିବ। ଫଳରେ ୨୦୦ କିଲୋମିଟରର ରାସ୍ତାକୁ […]

ceo
ଇଣ୍ଡିଆନ ଏୟାର ଲଇନ୍ସରେ ପ୍ରଥମଥର ପାଇଁ ନିଯୁକ୍ତ ହେଲେ ମହିଳା ସିଇଓ

ନୂଆଦିଲ୍ଲୀ: ଭାରତୀୟ ବିମାନ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଆଲିଆନ୍ସ ଏୟାରର ସିଇଓ ଭାବେ ନିଯୁକ୍ତ କରିଯାଇଛି। ହରପ୍ରିତ ଏ ଡେ ସିଂହ ନାମକ ଜଣେ ମହିଳାଙ୍କୁ ଏହି ପଦବୀରେ ସରକାର ନିଯୁକ୍ତି ଦେଇଛନ୍ତି। ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏୟାର ଇଣ୍ଡିଆର ଅଧ୍ୟକ୍ଷ ରଜୀବ ବନସଲ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ହରପ୍ରିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏୟାରଲାଇନ୍ସ ଏୟାରର ସିଇଓ ପଦ ସମ୍ଭାଳିବେ। ତେବେ ହରପ୍ରିତଙ୍କୁ ଏୟାର […]

pappu
ଭାଷଣ ଦେବା ବେଳେ ମଞ୍ଚାରୁ ଖସିପଡ଼ିଲେ ଏଇ ବାହୁବଳୀ ନେତା

ମୁଜାଫରପୁର: ବିହାରରେ ନିର୍ବାଚନୀ ମାହୋଲ ବେଶ ସରଗରମ ହୋଇଛି। ଏପରି ସମୟରେ ଜଣେ ବାହୁବଳୀ ନେତା ମଞ୍ଚାରୁ ଗଳିପଡ଼ିବା ଘଟଣା ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ଲୋକଙ୍କୁ। ଶନିବାର ଜନ ଅଧିକାର ପାଟିର ଅଧ୍ୟକ୍ଷ ପପ୍ପୁ ଯାଦବ ମୁଜାଫରପୁର ଜିଲ୍ଲା ମୀନାପୁରରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସ୍ଥାନୀୟ ପ୍ରାର୍ଥୀ ବୀନା ଯାଦବଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଥିଲେ।  ମଞ୍ଚ ଉପରେ ପପ୍ପୁଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ଏହି ସମୟେର […]

w
ଦିଲ୍ଲୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦୀର୍ଘ ୫୮ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏନେଇ ତଥ୍ୟ ଜାରି କରିଛି। ଆଇଏମ୍‌ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଅକ୍ଟୋବର ମାସରେ ଏତେ ଶୀତ କେବେ ବି ହୋଇ ନ ଥିଲା।  ଦୀର୍ଘ ୫୮ ବର୍ଷ ଅର୍ଥାତ ୧୯୬୨ ମସିହା ପରଠାରୁ ଅକ୍ଟୋବର ମାସରେ  ଦିଲ୍ଲୀର ତାପମାତ୍ରା ହାରାହାରୀ ୧୭.୨ ଡିଗ୍ରୀ ସେଲ୍‌ସିୟସ୍‌ ରହୁଥିଲା । କିନ୍ତୁ ଏହି ବର୍ଷ ଦିଲ୍ଲୀରେ ଶୀତ ରେକର୍ଡ ଭାଙ୍ଗିଛି। […]

maharani
ଲଣ୍ଡନରେ ନିଲାମ ହେଲା ମହାରାଜା ରଣଜୀତ୍‌ ସିଂହଙ୍କ ପତ୍ନୀଙ୍କ ସ୍ୱର୍ଣ୍ଣାଳଙ୍କାର

ଲଣ୍ଡନ: ପଞ୍ଜାବର ମହାରାଜା ରଣଜୀତ ସିଂହଙ୍କ ଶେଷ ପତ୍ନୀ ମହାରାଣୀ ଜିନ୍ଦନ କୌରଙ୍କ ଦାମୀ ଆଭୂଷଣ ଲଣ୍ଡନରେ ନିଲାମ ହୋଇଛି। ଏହି ଆଭୂଷଣ ଜିନ୍ଦନଙ୍କ ଜ୍ୟେଷ୍ଠ ନାତୁଣୀ ପ୍ରିନ୍‌ସ ବାମ୍ବା ସୁଥରଲେଣ୍ଡଙ୍କ ପାଖରେ ଥିଲା।  ମହାରାଣୀଙ୍କ ଏହି ଆଭୂଷଣ ମଧ୍ୟରେ ସୁନା ଏବଂ ରତ୍ନ ଖଚିତ ଏକ ଚାନ୍ଦର ଟିକା, ମୋତି ହାର ଏବଂ ଅନ୍ୟ ଦୁର୍ଲଭ ଗହଣା ରହିଛି । ଏହି ସମସ୍ତ ଗହଣା ୬୨, ୫୦୦ ପାଉଣ୍ଡ ଅର୍ଥାତ୍‌ ୬୦ ଲକ୍ଷ ଟଙ୍କାରୁ ଅଧିକରେ […]

vaccine
କରୋନା ଭ୍ୟାକ୍ସିନ୍‌ ଆସିଲେ କେତେ ହେବ ଏହାର ଦାମ୍ ?

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଦ୍ୱାରା ପ୍ରାୟ ୪.୫ କୋଟି ଲୋକ ଆକ୍ରାନ୍ତ ହେଲେଣି । ୧୧ ଲକ୍ଷ ଲୋକ ପ୍ରାଣ ହରାଇଲେଣି ।ସଂକ୍ରମଣ ବୃଦ୍ଧି ପାଉଥିବାବେଳେ, ଏଥିରୁ ରକ୍ଷା ପାଇବା ଲାଗି ଗୋଷ୍ଠୀ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଆବଶ୍ୟକ । ଏଥିପାଇଁ କରୋନା ଟିକାକୁ ବିଶ୍ୱବାସୀ ଅପେକ୍ଷା କରିଛନ୍ତି । ତେବେ କରୋନା ଟିକାର ଦର କେତେ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।  ପୂର୍ବରୁ ସରକାର କରୋନା ଟିକା ଲାଗି ୫୧ ହଜାର […]

spo
ମୁମ୍ୱାଇଠାରୁ ହାରିଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲ୍‌ର ୫୧ତମ ମ୍ୟାଚ୍‌ରେ ଆଜି ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଇଛନ୍ତି। ମୁମ୍ବାଇର ଅଧିନାୟକ କାଏରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ବୋଲରଙ୍କ ସମ୍ନା କରିବାକୁ ସେତେଟା ସକ୍ଷମ ହୋଇନଥିଲା। ଯାହା ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୧୦ରନ୍‌ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ଶ୍ରେୟସ ୨୯ଟି ବଲ୍‌ ଖେଳି  ସର୍ବାଧିକ […]

b
ଆଜି ଆକାଶରେ ଦେଖାଯିବ ନୀଳ ଜହ୍ନ

ଆଜି ଆକାଶରେ ଦେଖାଯିବ ନୀଳ ଜହ୍ନ। ରାତିର ଆକାଶରେ ଆଜି ଚନ୍ଦ୍ର ଅଧିକ ଉଜ୍ୱଳ ଦେଖାଯିବ। ନୀଳଜହ୍ନ ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳକୁ ଦୃଶ୍ୟମାନ ହେବ। ଭାରତରେ ରାତି ୮ଟା ୧୯ରେ ନୀଳଜହ୍ନ ଦୃଶ୍ୟମାନ ହେବ। ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ ଦ୍ୱିତୀୟ ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ରକୁ ନୀଳଜହ୍ନ ବୋଲି କୁହାଯାଏ। ଯାହାର ଚନ୍ଦ୍ରର ରଙ୍ଗ ସହ କୌଣସି ସମ୍ପର୍କ ନାହିଁ। ତେବେ ଏହି ଘଟଣା ଅତ୍ୟନ୍ତ ବିରଳ। ଏହା ପୂର୍ବରୁ ୨୦୦୭ ମସିହା ଜୁନ୍ […]

actor
୯୦ ବର୍ଷରେ ଆଖି ବୁଜିଲେ ଜେମ୍ସ ବଣ୍ଡ୍‌ ଅଭିନେତା ସାର୍‌ ସିନ୍‌ କୋନ୍ନେରୀ

ଲଣ୍ଡନ‌: ହଲିଉଡ୍‌ର ବହୁ ଚର୍ଚ୍ଚିତ ଜେମ୍ସ ବଣ୍ଡ୍‌ ଫିଲ୍ମର ପ୍ରଥମ ଅଭିନେତା ସାର୍‌ ସିନ୍‌ କୋନ୍ନେରୀଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଶୋଇ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜେମ୍ସ ବଣ୍ଡ୍‌ ସିରିଜ ଫିଲ୍ମରେ ସେ ପ୍ରଥମ ଅଭିନେତା ଭାବେ ଅଭିନୟ କରିଥିଲେ। ସେ ଜେମ୍ସ ବଣ୍ଡ୍ ଚରିତ୍ରରେ ଅଭିନୟ କରି ରାତାରାତି ଷ୍ଟାର […]

boiled egg
ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ? ଜାଣନ୍ତୁ, କେଉଁ କାମରେ ଏହା ଆସିପାରେ

ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଯଦି ଆପଣ ବି ଏମିତି କରୁଥିବେ, ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ବହୁତ ଉପକାରୀ। ବିଶେଷ କରି ଗଛ ପାଇଁ ସାର ଭାବେ ଏହା କାର୍ଯ୍ୟ କରିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା ପରେ ଆପଣ ବଳକା ପାଣିକୁ ଥଣ୍ଡା ହେବା ପରେ ଚାରା ଗଛ ମୂଳରେ ଦେଇ ପାରିବେ। ଏଥିରେ ଏପରି ପୋଷକ ତତ୍ତ୍ୱ […]

minister
ତାମିଲନାଡୁ କୃଷି ମନ୍ତ୍ରୀଙ୍କ ପରଲୋକ

ଚେନ୍ନାଇ: ତାମିଲନାଡୁ କୃଷି ମନ୍ତ୍ରୀ ଆର୍‌ ଦୋରାଇକ୍କାନ୍ନୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୧୧ଟା ୧୫ ମିନିଟ୍‌ରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତଞ୍ଜାଭୁର୍‌ ଜିଲ୍ଲା ପାପନାସମ୍‌ରୁ ୩ ଥର ବିଧାୟକ ହୋଇଥିବା ଆର. ଦୋରାଇକ୍କାନ୍ନୁ ଅକ୍ଟୋବର ୧୩ ରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ଫୁସ୍‌ଫୁସ୍‌ର ୯୦% ସଂକ୍ରମିତ ହୋଇଥିବା ସିଟି ସ୍କାନ୍‌ରୁ ଜଣାପଡ଼ିଥିଲା। […]

traffic fines
ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଇ ଧରାପଡ଼ିଲେ, ପଡ଼ିଲା ୪୨,୫୦୦ ଟଙ୍କା ଫାଇନ୍

ବେଙ୍ଗାଲୁରୁ: ଆପଣ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଗାଡ଼ି କିଣିବା ପାଇଁ ଭାବୁଛନ୍ତି କି ? ଯଦି ହଁ ତା’ହେଲେ ଏହି ଖବର ଆପଣଙ୍କ ପାଇଁ ଅତ୍ୟ ଗୁରୁତ୍ୱପୂର୍ଣ୍ଣ। ନହେଲେ ଆପଣ ମଧ୍ୟ ଏହି ଯୁବକଙ୍କ ଭଳି ଅସୁବିଧାରେ ପଡ଼ିପାରନ୍ତି। ଘଟଣାଟି ହେଲା, ପରିବା ବିକ୍ରି କରୁଥିବା ବେଙ୍ଗାଲୁରୁର ଜଣେ ଯୁବକ ହେଲ୍‌ମେଟ୍‌  ପିନ୍ଧି ନ ଥିବାରୁ ଟ୍ରାଫିକ୍‌ ପୋଲିସ୍‌ ତାଙ୍କୁ ଧରିଥିଲା। ଏହାପରେ ତାଙ୍କୁ ୪୨,୫୦୦ ଟଙ୍କା ଫାଇନ୍‌ କରିଛି। ଏହି ଫାଇନ୍‌ ସେ କିଣିଥିବା ସେକେଣ୍ଡ୍‌ ହ୍ୟାଣ୍ଡ୍‌ […]

lockdown
ନଭେମ୍ବର ୫ରୁ ଏଠାରେ ଆରମ୍ଭ ହେବାକୁ ଯାଉଛି ମାସିକିଆ ଲକ୍‌ଡାଉନ୍‌

ଲଣ୍ଡନ: ସାରା ଦୁନିଆରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡରେ ମାସେ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ନଭେମ୍ବର ୫ରୁ ଆରମ୍ଭ ହେବାକୁ ଥିବା ଏହି ଲକ୍‌ଡାଉନ୍‌ ଅବଧି ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରହିବ। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏହି ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ସମୟରେ ପବ୍, ରେଷ୍ଟୁରାଣ୍ଟ, ବ୍ୟବସାୟ ପ୍ରତିଷ୍ଠାନ ଉପରେ କଟକଣା ଲଗାଯାଇଛି। ପୁଣି ଥରେ ଲକ୍‌ଡାଉନ୍‌ […]