ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଯାଞ୍ଚ କରୁଥିବା ଏସଆଇଟି ତାର ତଦନ୍ତ ରିପୋର୍ଟ ବୁଧବାର ପ୍ରଦାନ କରିବାର ଥିଲା। ହେଲେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ୧୦ ଦିନର ମହଲତ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏସଆଇଟି ଆଜି ରିପୋର୍ଟ ପ୍ରଦାନ କରିବାର ଥିଲା। ପୂର୍ବରୁ ଏସଆଇଟିକୁ ସପ୍ତାହେ ମହଲତ ଦିଆଯାଇ ସାରିଛି । ତେବେ ମାମଲାର ପୂରା ଯାଞ୍ଚ ପାଇଁ ଅଧିକ ୧୦ ଦିନ ମାଗିଥିଲା […]
ନୂଆଦିଲ୍ଲୀ: ସାମାଜିକ ଦୂରତା ରଖି ଚାଲିଛି ପାଠପଢା। ଗୋଟେ କି ଦୁଇଟି ନୁହେଁ ଝାଡଖଣ୍ଡ ସ୍କୁଲ୍ରେ ୨୦୦ରୁ ଅଧିକ ପିଲାଙ୍କୁ ନିଆରା ଢଙ୍ଗରେ ପାଠ ପଢାହେଉଛି। କାନ୍ଥରେ କଳାପଟା ହୋଇଛି, ପିଲାମାନେ ପରସ୍ପରଠୁ ଦୂରତା ରଖି ବସୁଛନ୍ତି। ଦୂରରେ ଥାଇ ଶିକ୍ଷକ ମାଇକ୍ ମାଧ୍ୟମରେ କଥାବାର୍ତ୍ତା କରୁଛନ୍ତି। କରୋନା ମହାମାରୀ ସମୟରେ ଏମିତି ନିଆରା ଶୈଳୀରେ ପାଠ ପଠାଉଥିବାରୁ ଏହି ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଉଦ୍ୟୋଗପତି ହର୍ଷ ଗୋଏଙ୍କା। ଟୁଇଟ୍ କରି ହର୍ଷ ଲେଖିଛନ୍ତି, […]
ଶ୍ରୀନଗର: ଜାମ୍ମୁ-କାଶ୍ମୀର ସୋପିଆନ ସୁଗାନ ଅଞ୍ଚଳରେ ସେନାର ଅପରେସନ ‘ଅଲଆଉଟ’ରେ ନିପାତ ହୋଇଛନ୍ତି ୨ ଆତଙ୍କୀ। ସୁରକ୍ଷାବଳ ସହ ଗୁଳିବିନିମୟ ବେଳେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଏବେ ବି ଅପରେସନ ଚାଲିଥିବା ସୂଚନା ରହିଛି ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଜୈନାପୋରା ଇଲାକାର ସୁଗାନ ଗ୍ରାମରେ ସୁରକ୍ଷାକର୍ମୀମାନେ ତୁରନ୍ତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। କାଶ୍ମୀର ଜୋନ ପୋଲିସର ଟ୍ୱିଟର ଆକାଉଣ୍ଟ ତଥ୍ୟ ଅନୁସାରେ, ତଲାସୀ ଅଭିଯାନବେଳେ ଆତଙ୍କୀମାନେ […]
ନୂଆଦିଲ୍ଲୀ:ପୃଥିବୀର ସବୁଠାରୁ ଲମ୍ବା ଗୋଡ ଥିବା ଯୁବତୀଙ୍କୁ ଜାଣନ୍ତି ? ସେ ହେଉଛନ୍ତି ମାକି କୁରିନ (Maci Currin) । ୧୭ ବର୍ଷର ଏହି ନାବାଳିକା ଜଣକ ନିଜ ଲମ୍ବା ଗୋଡ଼ ପାଇଁ ଗିନିଜ ବୁକ୍ରେ ନିଜ ନାଁ ସାମିଲ କରାଇ ପାରିଛନ୍ତି। ମାକି ଆମରିକାର ଟେକ୍ସାସ ଅଞ୍ଚଳରେ ରୁହନ୍ତି। ତାଙ୍କର ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ମାକିଙ୍କ ଡାହାଣ ଗୋଡ ୫୩.୨୫୫ ଇଞ୍ଚ ହୋଇଥିବାବେଳେ ବାମ ଗୋଡର ଲମ୍ବ ୫୨.୮୭୫ ଅଟେ। ଋଷର ଏକାତେରିନା […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍କୁ ନେଇ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋର (ଏନସିବି)ଜେରା ପରେ ଗିରଫ ହୋଇଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି। ବମ୍ବେ ହାଇକୋର୍ଟ ଆଜି ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କା , ପାସ୍ପୋର୍ଟ ଡିପୋଜିଟ୍ କରିବାକୁ କୋର୍ଟ ରିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେନି ରିୟା। ସେହିପରି ରିୟା ଯଦି ଗ୍ରେଟର୍ ମୁମ୍ବାଇ […]
ଆବଶ୍ୟକ ସାମଗ୍ରୀ: ଲୁଣ, କଟା ଟମାଟୋ, କଖାରୁ ଫୁଲ, ସିଝା ଅଣ୍ଡା, କଟା ପିଆଜ, ଧନିଆପତ୍ର, ଲେମ୍ବୁ, ଚାଟ ମସଲା, ଜଲଜିରା ପାଉଡର, ଚାଉଳ ପିଠଉ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ରଖନ୍ତୁ ଓ ଚାଉଳ ପିଠଉରେ ଲୁଣ, ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ଗୋଳାଇ ରଖନ୍ତୁ। ଏହାପରେ ସିଝାଅଣ୍ଡାକୁ ଛୋଟ ଛୋଟ କାଟି ସେଥିରେ କଟା ପିଆଜ, କଟା ଟମାଟୋ, ଧନିଆପତ୍ର, ଲେମ୍ବୁ ରସ, ଚାଟ ମସଲା ଓ ଜଲଜିରା ପାଉଡର ପକାଇ […]
ମୁମ୍ବାଇ: ବଲିଉଡ ଅଭିନେତା ତଥା ସନମ୍ ତେରି କସମ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ହର୍ଷବର୍ଦ୍ଧନ ରାଣେ କରନୋରେ ସଂକ୍ରମିତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ହେବା ପରେ ହର୍ଷବର୍ଦ୍ଧନ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି। କୋଭିଡ୍ ନେଇ ହର୍ଷ ଟ୍ୱିଟ୍ କରି ଜଣାଇଥିଲେ। ଟ୍ୱିଟ୍ରେ ହର୍ଷ ଲେଖିଛନ୍ତି, କିଛିଦିନ ହେବ ତାଙ୍କର ଜ୍ୱର ଓ ପେଟରେ ଯନ୍ତ୍ରଣା ହେଉଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର କରୋନା ପରୀକ୍ଷା ପାଇଁ କହିଥିଲେ। କରୋନା ପରୀକ୍ଷା କରିବା […]
ୱାଶିଂଟନ:କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେରିବା ପରେ ଏବେ ହ୍ୱାଇଟ ହାଉସରେ ଅଧିକ ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଟ୍ରମ୍ପ ଓ ପତ୍ନୀ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀମାନେ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବରିଷ୍ଠ ଆଇନ ପରାମର୍ଶଦାତାଙ୍କଠାରୁ ଆରମ୍ଭ କରି ଶୀର୍ଷ ସେନା ଅଧିକାରୀ ଅଛନ୍ତି। ଜଣାଯାଇଛି, ହ୍ୱାଇଟ ହାଉସର ବରିଷ୍ଠ ପଲିସି ଆଡ୍ଭାଇଜର ଷ୍ଟିଫନ ମିଲର ଗତ ୫ […]
ନୂଆଦିଲ୍ଲୀ:ଦେଶରେ ନିଶା କାରବାରରେ ଲଗାମ ଟାଣିବା ପାଇଁ ନାର୍କୋଟିକ୍ ବ୍ୟୁରୋ (NCB) ଉଦ୍ୟମ ଚଳାଇଛି। ଦେଶର ପ୍ରାୟ ୨୦ ଲକ୍ଷ ଡ୍ରଗ୍ ଆଡିକ୍ଟ ଏନସିବି ରାଡରରେ ଅଛନ୍ତି। ୧୪୨ ଡ୍ରଗ୍ସ ସିଣ୍ଡିକେଟର ଯାଞ୍ଚ ଚାଲିଛି। ଏହି ସିଣ୍ଡିକେଟ ମାଧ୍ୟମରେ ୧.୪୦ ଲକ୍ଷ କୋଟିର କାରବାର ହୋଇଥିବା ଏନସିବି ହାତରେ ଲାଗିଛି। କାଲି ବଲିଉଡ ନୁହେଁ, ସାରା ଦେଶରେ ଏନସିବି ତାର ତଦନ୍ତର ଜାଲ ବିଛାଇଛି। ଏହି ସିଣ୍ଡିକେଟର ଲିଙ୍କ ୟୁରୋପ, କାନାଡା, ଆମେରିକା, ଅଷ୍ଟ୍ରେଲିଆ, ସାଉଥ ଆମେରିକା […]
ମୁମ୍ବାଇ: ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା ବିଗ୍ ବସ୍ ୧୧ର ପ୍ରତିଯୋଗୀ ସ୍ୱପ୍ନା ଚୌଧୁରୀ ମାଆ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସ୍ୱପ୍ନାଙ୍କ ସ୍ୱାମୀ ବିର୍ ସାହୁ ସୋଶାଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତେବେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସ୍ୱପ୍ନା ଖୁବ୍ କମ୍ ଆଲୋଚନା କରନ୍ତି। ବିର୍ଙ୍କ ସହ ସେ ରିଲେସନ୍ସିପ୍ରେ ଥିବା କଥା ମଧ୍ୟ ସେ ସର୍ବସମ୍ମୁଖକୁ ଆଣି ନଥିଲେ। ବିବାହକୁ ମଧ୍ୟ ସ୍ୱପ୍ନା ଦୀର୍ଘ ଦିନ ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବିଲିଉଡ୍ ଅଭିନେତା ସୋନୁ ସୁଦ୍। ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାଠୁ ଆରମ୍ଭ କରି ପିଲାଙ୍କୁ ଅନ୍ଲାଇନ୍ ପଢିବା ପାଇଁ ଫୋନ୍ ଯୋଗାଇଦେବା ପର୍ଯ୍ୟନ୍ତ ସୋନୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଏବେ ସୋନୁ ୫୦ଜଣ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଝାଡ଼ଖଣ୍ଡର ଏକ ଗାଁରେ ଲକଡାଉନ୍ ଯୋଗୁ ୫୦ ଜଣ ଯୁବତୀ ଚାକିରି ହରାଇଥିଲେ। ଏ ଖବର ମିଳିବା ପରେ […]
ନୂଆଦିଲ୍ଲୀ: ଦିଲ୍ଲୀ ଶାହିନବାଗ ପ୍ରତିବାଦ ମାମଲାର ଶୁଣାଣି କରି ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବସାଧାରଣ ସ୍ଥାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇ ପାରିବନି ବୋଲି କୋର୍ଟ ମାମଲାର ଶୁଣାଣି ବେଳେ କହିଛନ୍ତି । ନାଗରିକତା ସଂଶୋଧନ ଆଇନ CAA ବିରୋଧରେ ଦିଲ୍ଲୀ ଶାହିନବାଗରେ ମାସାଧିକ କାଳ ପ୍ରତିବାଦ ଚାଲିଥିଲା। ଦିଲ୍ଲୀ-ନୋଏଡ଼ା ରାସ୍ତା ବନ୍ଦ କରି ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ । କୋର୍ଟ କହିଛନ୍ତି ଯେ, କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ଷୋଭ […]
ନୂଆଦିଲ୍ଲୀ: କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲଗାଇପାରୁନି ପ୍ଲାଜମା ଥେରାପି । ମଧ୍ୟମ କିମ୍ବା ଗୁରୁତର ରୋଗୀଙ୍କ ଦେହରେ ଏହି ଥେରାପି କାମ କରୁନି ବୋଲି କହିଛି ICMR । ପ୍ଲାଜମା ଥେରାପି ନେଇ ୪୬୪ ରୋଗୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରାଯାଇଛି । ଦେଶର ୩୯ ହସ୍ପିଟାଲରେ ହୋଇଥିବା ପରୀକ୍ଷାନିରୀକ୍ଷାରେ ୩୫୦ ଜଣ ଡାକ୍ତର ଭାଗ ନେଇଥିଲେ । ତେବେ ଏହା ମଧ୍ୟରୁ ଗୁରୁତର ରୋଗୀଙ୍କ ଦେହରେ ପ୍ଲାଜ୍ମା ଥେରାପି କାମ କରୁନି। ଯାହାଫଳରେ ମୃତ୍ୟୁହାର ରୋକାଯାଇ […]
ଦୁବାଇ: ଚଳିତ ଆଇପିଏଲର ୨୦ତମ ମ୍ୟାଚ୍କୁ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୫୭ ରନ୍ରେ ହରାଇ ଜିତି ନେଇଥିଲା। କିନ୍ତୁ ମ୍ୟାଚ୍ ସରିବା ପରେ ରାଜସ୍ଥାନ ରୟାଲ୍ସର କ୍ୟାପ୍ଟେନ ଷ୍ଟିଭେନ ସ୍ମିଥଙ୍କ ଉପରେ ଫାଇନ ଲଗାଯାଇଛି। ମ୍ୟାଚ୍ରେ ସ୍ଲୋ ଓଭର୍ ରେଟ୍ କାରଣରୁ ସ୍ମିଥଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା କରାଯାଇଛି। ୨୦୨୦ ଆଇପିଏଲରେ ତାଙ୍କ ଉପରେ ପ୍ରଥମ କରି ଏହି ଫାଇନ୍ ଲଗାଯାଇଛି। ମୁମ୍ବାଇ ବିପକ୍ଷ ମ୍ୟାଚରେ ଫିଲ୍ଡ ସେଟିଂରେ ସମୟ ନଷ୍ଟ […]