• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

bell
ଅଯୋଧ୍ୟା ରାମ ମନ୍ଦିରରେ ଲାଗିବ ବିରାଟ ଘଣ୍ଟି, ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିବ ଶବ୍ଦ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ଲାଗିବ ବିରାଟ ଘଣ୍ଟି। ଯାହାର ଓଜନ ୬୧୩ କିଲୋଗ୍ରାମ, ଉଚ୍ଚତା ୪.୧ ଫୁଟ୍ ଓ ଚଉଡ଼ା ୩.୯ ଫୁଟ୍ ବୋଲି ଜଣାପଡ଼ିଛି। ଏପରିକି ଏହି ଘଣ୍ଟି ବାଜିଲେ ଏଥିରୁ ‘ଓମ୍‌’ ଶବ୍ଦ ମଧ୍ୟ ଶୁଭିବ। ଖାଲି ଏତିକି ନୁହେଁ ଘଣ୍ଟିରୁ ଶବ୍ଦ ବାହାରିଲେ ଏହା ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିବ। ଚେନ୍ନାଇ ସ୍ଥିତ ଲିଗାଲ୍ ରାଇଟ୍ସ କାଉନସିଲ୍ ପକ୍ଷରୁ ତାମିଲନାଡୁର ରାମେଶ୍ୱରମରୁ ବାହାରିଥିବା ‘ରାମ ରଥଯାତ୍ରା’ ଅଯୋଧ୍ୟାରେ ପହଞ୍ଚି ପରେ ଏହି […]

cricket player
ଷ୍ଟାର କ୍ରିକେଟରଙ୍କ ସାନଭାଇକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭେର୍ଣ୍ଣନ୍‌ ଫିଲାଣ୍ଡରଙ୍କ  ସାନ ଭାଇଙ୍କୁ ଦୁବୃର୍ତ୍ତମାନେ ଗୁଳିକରି ହତ୍ୟା କଛନ୍ତି। ବୁଧବାର ଅପରାହ୍ନରେ ଫଲାଣ୍ଡରଙ୍କ ସାନ ଭାଇ ଘର ବାହାରକୁ ଆସିଥିବାବେଳେ ଦୁବୃର୍ତ୍ତମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଘଟଣା ଘଟିଛି ଫିଲାଣ୍ଡରଙ୍କ ନିଜ ଘର କେପ ଟାଉନ ଅଞ୍ଚଳରେ। ସ୍ଥାନୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ଟାଇରୋନ୍‌ ତାଙ୍କ ଘର ବାହାରେ ପାଣି ନେଇ ବାଣ୍ଟୁଥିବାବେଳେ ଆକ୍ରମଣ ହୋଇଥିଲା। ଆଫ୍ରିକା ନିଉଜ ଏଜେନ୍ସି କହିବା ଅନୁଯାୟୀ,  ତାଙ୍କ […]

lion
ବ୍ୟକ୍ତିଙ୍କ କଥା ମାନିଲା ସିଂହ, ଶିକାର ନକରି ଛାଡିଦେଲା ବାଟ

ନୂଆଦିଲ୍ଲୀ: ବନ୍ୟ ଜନ୍ତୁ ଦେଖିଲେ ସାଧାରଣତଃ ଭୟ ଲାଗେ। ସେମାନେ ହିଂସ୍ର ହୋଇଥିବାରୁ ସେମାନଙ୍କ ଆଖପାଖକୁ ଗଲେ ପାଟିରୁ କଥା ପଦେ ବାହାରେନି। କିନ୍ତୁ ନିକଟରେ ସିଂହ ଜଣେ ବ୍ୟକ୍ତିଙ୍କ କଥା ଶୁଣି ତାଙ୍କୁ ସହଯୋଗ କରିଥିବାର ଖବର ମିଳିଛି। ସେଶାଲ୍‌  ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଭିଡ଼ିଓରେ ବ୍ୟକ୍ତି ଜଣଙ୍କ ରାସ୍ତାରେ ଯାଉଥବା ବେଳେ ସାମ୍ନାରେ ସିଂହ ବସିଥିବା ଦେଖୁଛନ୍ତି। ସେ ସିଂହକୁ ଗୁଜୁରାତି ଭାଷାରେ କହୁଛନ୍ତି, ମୁଁ ଦିନସାରା ତୁମ ସେବାରେ ରହେ। […]

12134145
ଭାରତୀୟ ମିଡିଆକୁ ଧମକ ଦେଲା ଚୀନ, ମୁହଁତୋଡ ଜବାବ ଦେଲା ତାଇୱାନ

ନୂଆଦିଲ୍ଲୀ: ଚୀନ ଲଗାତାର କେବଳ ଭାରତ ପ୍ରତି ନୁହେଁ, ହଙ୍ଗକଙ୍ଗ ଏବଂ ତାଇବାନ ପ୍ରତି ମଧ୍ୟ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛି। ଏଇ କ୍ରମରେ ଚୀନ୍‌ର ସରକାରୀ ମିଡିଆ ଭାରତକୁ ‘ତାଇୱାନ ନାଶନାଲ ଡେ’ ରେ ତାକୁ ସ୍ୱତନ୍ତ୍ର ରାଷ୍ଟ୍ର ପରି ସମ୍ମାନ ନ ଦେବାକୁ ଚେତାବନୀ ଦେଇଛି। ଅକ୍ଟୋବର ୧୦ ତାରିଖ ପଡ଼ୁଛି ତାଇୱାନର ନାଶନାଲ ଡେ’ । ତେଣୁ ଚୀନ ଚାହୁଁଛି, ଭାରତ ତାଇବାନ ସହ ସ୍ୱତନ୍ତ୍ର ଦେଶ ପରି ବ୍ୟବହାର ନ କରୁ। […]

elina
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ ପ୍ରାର୍ଥନା କଲେ ଓଲିଉଡ୍‌ କଳାକାର

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିସ୍ଫୋରଣ ପରେ ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଲୋକମାନଙ୍କ ଶରୀର ଛିନ୍‌ଛତ୍ର ହୋଇପଡିଥିଲା। ଏଥିସହ ପାଖରେ ଥିବା ଗାଡି ମଧ୍ୟ ଭାଙ୍ଗିଯାଇଥିଲା। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ […]

pande
ମିଳିଲାନି ଟିକେଟ; ନିରାଶ ହେଲେ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟଣା: ଜେଡିୟୁରୁ ଟିକେଟ ପାଇବା ଆଶାରେ ପୋଲିସ ପଦବୀରୁ ଇସ୍ତଫା ଦେଇଥିବା ବିହାର ଡିଜିପି ତଥା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଚର୍ଚ୍ଚିତ ପୋଲିସ ଅଧିକାରୀ ଗୁପ୍ତେଶ୍ୱର ପାଣ୍ଡେ ପୁଣି ନିରାଶ ହୋଇଛନ୍ତି। ଏଥର ମଧ୍ୟ ତାଙ୍କୁ ଟିକେଟ ମିଳୁନି ବୋଲି ସେ ନିଜେ ସୂଚନା ଦେଇଛନ୍ତି। ତେବେ ସେଥିପାଇଁ ବ୍ୟସ୍ତ ନ ହୋଇ ଦଳ କେମିତି ଜିତିବ ସେଥିନେଇ କାମ କରିବାକୁ ସେ ତାଙ୍କ ସମର୍ଥକଙ୍କୁ ପରାମର୍ଶ ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ଜେଡିୟୁର ଦୁଇ […]

wb
ପୋଲିସ-ବିଜେପିକର୍ମୀ ଖଣ୍ଡଯୁଦ୍ଧ; ଦଳୀୟ କର୍ମୀଙ୍କୁ ଗୋଡ଼ାଇ ପିଟିଲେ

କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାର-ବିଜେପି ମଧ୍ୟରେ ବିବାଦ ବଢି ବଢି ଆଜି ଖଣ୍ଡଯୁଦ୍ଧରେ ପରିଣତ ହୋଇଛି। ଆଜି ବିଜେପି ପକ୍ଷରୁ ନବାନ୍ନା ଚଲୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ କରୋନା କଟକଣାକୁ କେହି ମାନି ନ ଥିଲେ । ଶହ ଶହ ବ୍ୟକ୍ତି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ। ଏହାକୁ ନେଇ କୋଲକାତାରେ ବିଜେପି କର୍ମୀ ଓ ପୋଲିସ୍ ମଧ୍ୟରେ ସୃଷ୍ଟି ହୋଇଛି ଏହି ଖଣ୍ଡଯୁଦ୍ଧ। କରୋନା କଟକଣାକୁ ଖିଲାପ କରି ଆୟୋଜିତ ହୋଇଥିବା […]

lewis-gluck
ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ଔଷଧ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପ୍ରାଇଜ୍ ଘୋଷଣା ପରେ ଆଜି ସାହିତ୍ୟ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା ହୋଇଛି। ଆମେରିକୀୟ କବୟତ୍ରୀ ଲୁଇସ ଗ୍ଲକ୍‌ ଏଥର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ। ସ୍ୱେଡିଶ ଆକାଡେମୀର ସ୍ଥାୟୀ ସଚିବ ମାଟ୍ସ ମାଲ୍‌ମ ଷ୍ଟକ୍‌ହୋମ୍‌ ଠାରେ ଏହି ପୁରସ୍କାର ଘୋଷଣା କରିଛନ୍ତି। କିଛି ବର୍ଷ ପରେ ପୁଣିଥରେ ସାହିତ୍ୟ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା ହୋଇଛି। ସ୍ୱେଡିଶ୍ ଆକାଡେମୀର ବିରୋଧରେ ଆସିଥିବା […]

ramvilash
କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶଓ୍ୱାନଙ୍କ ପରଲୋକ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶଓ୍ୱାନଙ୍କ ଦେହାନ୍ତ ହୋଇଛି। ୭୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଏଲ୍‌ଜେପି ନେତା ତଥା ମୋଦି ସରକାରର ମନ୍ତ୍ରୀ ରାମବିଳାସ ପାଶୱାନ। ଦେହାନ୍ତ ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶଓ୍ୱାନ। ଚିରାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ” ବାପା ଏବେ ଆପଣ ଏ ଦୁନିଆରେ ନାହାନ୍ତି ସତ କିନ୍ତୁ ମୁଁ ଜାଣିଛି ଆପଣ ଯେଉଁଠି ବି ଥିବେ ସବୁବେଳେ ମୋ ସହିତ […]

mumbai-police
ଟିଭି ଚ୍ୟାନେଲ ନାଁରେ ଟିଆରପି ଜାଲିଆତି ଅଭିଯୋଗ

ମୁମ୍ବାଇ: ଟିଭି ଚ୍ୟାନେଲ ନାଁରେ ଟିଆରପି ଜାଲିଆତି ଅଭିଯୋଗ। ନିଜ ଚ୍ୟାନେଲର ଟିଆରପି ବୃଦ୍ଧି କରିବା ପାଇଁ ବେଆଇନ ଭାବେ ଲୋକଙ୍କୁ ଟଙ୍କା ଦେବା ଓ ଏହି ଆଳରେ ବିଜ୍ଞାପନ ହାସଲ କରିବା କୌଶଳ ଆପଣାଇଥିବା ୩ଟି ଚ୍ୟାନେଲ ସମ୍ପର୍କରେ ସୂଚନା ଦେଇଛି ମୁମ୍ବାଇ ପୋଲିସ। ଏଇ ୩ଟି ଚ୍ୟାନେଲ ମଧ୍ୟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିର ନାଁ ମଧ୍ୟ ରହିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଦୁଇ ଜଣଙ୍କ ମଧ୍ୟରୁ […]

babab-1
‘ବାବା କା ଢାବା’ରେ ଗ୍ରାହକଙ୍କ ଲମ୍ବା ଲାଇନ, ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ଫେରିଲା ହସ

ନୂଆଦିଲ୍ଲୀ: ଦିଲ୍ଲୀର ମାଲଭିଆ ନଗରର କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀଙ୍କ ‘ବାବା କା ଢାବା’ରେ ଏବେ ଖୁବ୍ ଭିଡ। ଖାଁ ଖାଁ ପଡ଼ିଥିବା ଦୋକାନରେ ଏତେ ଲୋକଙ୍କ ଭିଡ ଦେଖି ବୃଦ୍ଧ ଦମ୍ପତିଙ୍କ ଖୁସି କହିଲେ ନ ସରେ। ସତେ ଯେମିତି ଗୋଡ ଆଉ ତଳେ ଲାଗୁନି ସେମାନଙ୍କର। କଥା ହେଲା, ମାଲଭିଆ ନଗରର କାନ୍ତା ପ୍ରସାଦ ବହୁ ବର୍ଷ ଧରି ଏକ ଛୋଟ ଦୋକାନ କରିଥିଲେ। ସେଠାରେ ବ୍ୟବସାୟ ନହେବାରୁ ସେମାନେ […]

police man shot dead
ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ମୁଜାଫରପୁର: ପୋଲିସ୍‌ ଷ୍ଟେସନ ଯିବା ବାଟରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ବିହାରରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ବିହାର ମୁଜାଫରଫୁର ଜିଲ୍ଲା ମଣିଆରି ଥାନାକୁ ଯିବା ବାଟରେ ସମ୍ପୃକ୍ତ ପୋଲିସ୍‌ କର୍ମଚାରୀଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଛି। ଗୁରୁବାର ସକାଳେ ଏହି ଘଟଣା ଘଟିଛି। ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ଗୁଳିମାଡ଼ ପଛରେ କାହାର ହାତ ଅଛି ? କେଉଁ କାରଣ ପାଇଁ ପୋଲିସ୍‌ କର୍ମଚାରୀଙ୍କୁ ଗୁଳିମାଡ଼ କଲା […]

ec
କରୋନା କଟକଣା ଭିତରେ ନିର୍ବାଚନ: ପ୍ରଚାର ଉପରେ କଟକଣା ଜାରିକଲେ EC

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଉପନିର୍ବାଚନ। କୋଭିଡ କଟକଣା ମଧ୍ୟରେ ହେବ ଏହି ନିର୍ବଚନ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟାର କ୍ୟାମ୍ପେନର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ପ୍ରଚାର ସମୟରେ ଅଧିକ ଷ୍ଟାର ପ୍ରଚାରକ ନେଇପାରିବେ ନାହିଁ ବୋଲି ନିବାର୍ଚନ କମିଶନ ସ୍ପଷ୍ଟ କରିଛନ୍ତି। କରୋନା ସଂକ୍ରମଣ ଯୋଗୁ ଷ୍ଟାର କ୍ୟାମ୍ପେନର ଗାଇଡ ଲାଇନରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ଆଗାମୀ ନିର୍ବାଚନରେ […]